ଖର୍ଜ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ୧୧୯-ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ୧୨୨- ନୟାଗଡ଼ ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅନିଲ ପାଣ୍ଡେ, ଭାରତୀୟ ରାଜସ୍ୱ ସେବା (ମୋ-୭୯୭୮୮୩୮୪୦୩) ନୟାଗଡ଼ ଗସ୍ତ କରି ଅପରାହ୍ନ ୫ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉଭୟ ରଣପୁର ଏବଂ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଦ୍ଵୟର ଖର୍ଚ୍ଚ ବିଷୟରେ ସମୀକ୍ଷା କରିଥିଲେ । ନିର୍ବାଚନକୁ କିପରି ସ୍ଵଚ୍ଛ, ନିରପେକ୍ଷ ଓ ଅବାଧରେ କରାଯିବ ତାହା ଉପରେ ଗୁରୁତ୍ଵ ଦେଇଥିଲେ । ନିର୍ବାଚନରେ ବିଭିନ୍ନ ପ୍ରାର୍ଥୀମାନଙ୍କର ନିର୍ବାଚନୀ ଖର୍ଚ୍ଚର ଟିକିନିଖି ହିସାବ ସଂପୃକ୍ତ ପ୍ରାର୍ଥୀଙ୍କ ହିସାବ ଖାତାରେ ପଂଜିକୃତ କରିବା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ପାଣ୍ଡେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ନିର୍ବାଚନ ସଂପର୍କରେ ହୋଇଥ‌ିବା ସମସ୍ତ ବୈଠକର ତଥ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ଵାଧା ଦେବ ସିଂ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଇଥିଲେ…

Read More

ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ବିଜେପି ନେତା

ନୟାଗଡ଼,(ନୟାଗଡ଼ ଦର୍ପଣ): ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ତଥା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସନ୍ୟାସୀ ପ୍ରଧାନ, ବିଜେପି ନେତା ଦନାର୍ଦ୍ଦନ ଦଳବେହେରା, ତ୍ରିନାଥ ବିଶ୍ବାଳ, ଭାଗବତ ସେଠି ଓ ସ୍ମିତା ସିଂ। ମୁଖ୍ୟମନ୍ତ୍ରୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ସମସ୍ତ ନେତୃବୃନ୍ଦ । ସାରା ବିଶ୍ବରେ ନବୀନ ପଟ୍ଟନାୟକଙ୍କର ଖ୍ୟାତି ରହିଛି ବୋଲି ପ୍ରକାଶ କରିଥିଲେ ସନ୍ୟାସୀ ପ୍ରଧାନ । ଏହି ମିଶ୍ରଣ ପର୍ବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୁରୀ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Read More

ଧାଡ଼ିକିଆ ଖବର, ତାରିଖ-୨୦.୦୪.୨୪ (ଶନିବାର)

⭕ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ।ଅପରାହ୍ନ ୫ଟା ସୁଦ୍ଧା ହାରାହାରି ୬୨ ପ୍ରତିଶତ ହେଲା ମତଦାନ‌। ⭕ଜୁନ ୧ ଯାଏଁ ଏକଜିଟ ପୋଲ ନିଷିଦ୍ଧ ଘୋଷଣା କଲେ ନିର୍ବାଚନ ଆୟୋଗ। ⭕ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସହ ସାମ୍ନାସାମ୍ନି ଲଢ଼େଇ ହେବ: ଅମିତ୍ ଶାହା ⭕ରାଜ୍ୟରେ ଅସମ୍ଭାଳ ତାତି ୪୩.୦୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଭୁବନେଶ୍ୱର ୪୧.୪। ⭕ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା, ୨ ସପ୍ତାହରେ ବଢ଼ିଲାଣି ୧୫ ଟଙ୍କା ! ⭕ଲଖନପୁର ନୌକା ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା। ⭕ଆସୁଛି କାଳବୈଶାଖୀ, ତାତିରୁ ମିଳିବ ମୁକ୍ତି , କମିବ ତାପମାତ୍ରା, ଆସନ୍ତା ୨୧ ଓ ୨୨ ତାରିଖରେ କାଳବୈଶାଖୀ…

Read More

ନିର୍ବାଚନକୁ ନେଇ ନୟାଗଡ଼ରେ ଗଡ଼ିଲା ମୁଣ୍ଡ, ୨ନିଲମ୍ବିତ

ନୟାଗଡ଼(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଓଡଗାଁ ଦୂତୀକେଶ୍ୱର ମନ୍ଦିର ଠାରେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଥିବାରୁ, ନିର୍ବାଚନ ଆଚରଣ ବିଧି କମିଟିର ତଦନ୍ତକୁ ଆଧାର କରି ନୂଆଗାଁ ବ୍ଲକ ଅନ୍ତର୍ଗତ ଗତିଶ୍ୱର ମହାବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ଓ ନୟାଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସହକାରୀ ପରିଚାଳକ ଯୁଗଳ କିଶୋର ପ୍ରଧାନଙ୍କୁ ପୁନଃ ଆଦେଶ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି।

Read More

ତାପମାତ୍ରା ବୃଦ୍ଧି ଯୋଗୁଁ ତିନିଦିନ ସ୍କୁଲ ବନ୍ଦ ରହିବ

ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ସଂପ୍ରତି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ତିନିଦିନ ପାଇଁ ବନ୍ଦ କରିଛନ୍ତି । ଚଳିତ ଅପ୍ରେଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

Read More

ରଣପୁର ରାଜନୀତିରେ ନୂଆ ମୋଡ଼, ଚିନ୍ତାରେ ବାଦଲ !!

ନୟାଗଡ଼,(ନୟାଗଡ଼ ଦର୍ପଣ): ରଣପୁର ରାଜନୀତିରେ ନୂଆ ମୋଡ଼। ରଣପୁର ମୈଦାନକୁ ଆସିଲେ ସୁରମା ପାଢ଼ୀ। ଟେନସନରେ ବିଜେଡ଼ି ବିଧାୟକ ବାଦଲ। ବିଜେପି ନିଷ୍ପତି ପରିବର୍ତ୍ତନ କରି ତାପସଙ୍କୁ ବଦଳାଇ ଏବେ ସୁରମା ପାଢ଼ୀଙ୍କୁ ଟିକେଟ ଦେଇଛି। ସୁରମା ଟିକେଟ ପାଇବା ପରେ ଏବେ ବିଜେଡ଼ି ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ଛାତିରେ ଛନକା ପଶିଛି। ଖୁବ କମ ଭୋଟରେ ସୁରମାଙ୍କ ଠାରୁ ଜିତିଥିଲେ ବାଦଲ। ତେଣୁ ଏହି ନିର୍ବାଚନକୁ ନେଇ ହାରୁ ହାରୁ ଜିତିଥିବା ବାଦଲ ଏବେ କୁଆଡେ ଚିନ୍ତାରେ ଥିବା ନେଇ ଆଲୋଚନା ହେଉଛି। କାରଣ ବାଦଲଙ୍କ ବିଜୟ ଆଉ ସହଜ ନୁହେଁ। ସୁରମାଙ୍କ ଜବରଦସ୍ତ ଏଣ୍ଟ୍ରି ପରେ ରଣପୁରରେ ଏବେ ଖୁସିର ଲହରୀ। ମାତ୍ର ପାଖାପାଖି ୪ହଜାର ଭୋଟରେ ଜିତି ବିଧାୟକ ହେବାରେ ସକ୍ଷମ ହୋଇଥିଲେ ବାଦଲ। ବ୍ଲକ ଚେୟାରମ୍ୟାନ ଦଖଲ ପରେ ଏବେ ବିଧାୟିକା…

Read More

ଟିକେଟ ଦେଇ ଟିକେଟ କାଟୁଛି ବିଜେପି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥାଙ୍କୁ ଦଳ ପ୍ରଥମେ ଟିକେଟ ଦେଇଥିବା ବେଳେ ସୁରମା ପାଢ଼ୀ ସମର୍ଥକଙ୍କ ଜୋରଦାର ବିରୋଧ ପରେ ଶ୍ରୀଯୁକ୍ତ ମାର୍ଥାଙ୍କ ଟିକେଟ କାଟି ସୁରମା ପାଢ଼ୀକୁ ଦଳ ଦେଇଛି ଟିକେଟ। ବର୍ତମାନ ପରିସ୍ଥିତିରେ ତାପସ କରିବେ କଣ? ବିଜେପି ଟିକେଟ ହାତେଇବା ପରେ ନିଜ ଧର୍ମପତ୍ନୀ ତଥା ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରାଙ୍କୁ ସଙ୍ଗରେ ନେଇ ତାପସ ଗାଁ କୁ ଗାଁ ବୁଲି କ୍ଷେତ୍ର ପ୍ରସ୍ତୁତ କରିଥିବାବେଳେ ଏବେ କରିବେ କଣ? ଟିକେଟ ପାଇ ଟିକେଟ ହରେଇଥିବା ତାପସ ସୁରାମଙ୍କୁ ସମର୍ଥନ କରିବେ କି ଦଳ ଛାଡି ନିଜ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବେ ତାହା ଦେଖିବାକୁ ବାକି ରହିଲା।

Read More

ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ସହ-ପର୍ଯ୍ୟବେକ୍ଷକ ଇରାନୀ ରାୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜେଡ଼ି ନେତ୍ରୀ ଇରାନୀ ରାୟ ନୟାଗଡ଼ ଜିଲ୍ଲା ପାଇଁ ବିଜୁ ଜନତା ଦଳର ସହ ପର୍ଯ୍ୟବେକ୍ଷକ ଭାବେ ପାଇଲେ ନିଯୁକ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶ୍ରୀମତୀ ରାୟଙ୍କୁ ନୂଆ ଦାୟୀତ୍ବ ଦେଇଛନ୍ତି। ଇରାନୀ ରାୟ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦଳ ପକ୍ଷରୁ ନୟାଗଡ଼ରେ ବିଧାୟିକା ପାର୍ଥୀନୀ ଭାବେ ଲଢେଇ କରି ପରାଜୟ ହୋଇଥିଲେ। ତେବେ ବିଜେପି ଦଳ ତାଙ୍କୁ କଣଠେସା କରିବା ସହ ମହିଳାଙ୍କୁ ସମ୍ମାନ ନଦେବାରୁ କିଛି ଦିନ ହେଲା ଇରାନୀ ବିଜେପି ଛାଡ଼ି ବିଜେଡ଼ି ଯୋଗ ଦେଇଥିଲେ। ମିଶ୍ରଣ ହେବା ଦିନ ଠାରୁ ବିଜେଡ଼ି ଯେଉଁ ଦାୟିତ୍ୱ ଦେଇଛି, ତାକୁ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି। ତାଙ୍କ କାର୍ଯ୍ୟକଳାପ ଦେଖି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ…

Read More

‘ମାଟି ମା’ ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଛନ୍ତି: ଅରୂପ

ଡବଲ ଶଙ୍ଖ ଆହ୍ବାନ ଦେଲେ ଅରୂପ ଓ ଅରୁଣ ୪ ଶହ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିଲେ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆଜି କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ପୁରୀ ସାଂସଦ ପାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ଼ ବିଧାୟକ ପାର୍ଥି ଡ. ଅରୁଣ କୁମାର ସାହୁ ଯୋଗଦେଇ ଡବଲ ଶଙ୍ଖ ପାଇଁ ଆହ୍ବାନ ଦେଇଥିଲେ। ରାଜନୀତି ସହ ସେବା ମୋ ଜୀବନର ଲକ୍ଷ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ। କରୋନା ମହାମାରୀ ସମୟରୁ ‘ଓଡ଼ିଶା ମୋ ପରିବାର’ ସେବା ପାଇଁ ବଳିଷ୍ଠ ଉଦ୍ୟମ ପାଲଟିଥିବା କହିଥିଲେ। ମାଟି ମା’ ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଛନ୍ତି। ବିଜୁ ଜନତା ଦଳ ଖରା, ବର୍ଷା, ଶୀତ କାକରରେ…

Read More

ଶହ ଶହ କର୍ମୀଙ୍କ ସହ ବିଜେଡ଼ିରେ ମିଶିଲେ ଇରାନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଜେଡିରେ ଇରାନୀ ରାୟ। ବିଜେପି ନେତ୍ରୀ ଇରାନୀ ରାୟ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଶହ ଶହ ସମର୍ଥକଙ୍କ ସହିତ ସେ ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି। ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଡ଼ ଅରୁଣ କୁମାର ସାହୁ ଓ ରାଜ୍ୟସଭା ସାଂସଦ ସଶ୍ମିତ ପାତ୍ର ମଧ୍ୟ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ। ସୂଚନା ଥାଉକି ଇରାନୀ ରାୟ କିଛି ଦିନ ତଳେ ବିଜେପି ଛାଡିଥିଲେ । ନୟାଗଡ଼ରୁ ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଇରାନୀ । ତେବେ ବିଜେଡିରେ ମିଶିଲା ପରେ ଇରାନୀ…

Read More