ଧାଡ଼ିକିଆ ଖବର, ତାରିଖ-୨୦.୦୪.୨୪ (ଶନିବାର)

⭕ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ।ଅପରାହ୍ନ ୫ଟା ସୁଦ୍ଧା ହାରାହାରି ୬୨ ପ୍ରତିଶତ ହେଲା ମତଦାନ‌।

⭕ଜୁନ ୧ ଯାଏଁ ଏକଜିଟ ପୋଲ ନିଷିଦ୍ଧ ଘୋଷଣା କଲେ ନିର୍ବାଚନ ଆୟୋଗ।

⭕ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସହ ସାମ୍ନାସାମ୍ନି ଲଢ଼େଇ ହେବ: ଅମିତ୍ ଶାହା

⭕ରାଜ୍ୟରେ ଅସମ୍ଭାଳ ତାତି ୪୩.୦୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଭୁବନେଶ୍ୱର ୪୧.୪।

⭕ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା, ୨ ସପ୍ତାହରେ ବଢ଼ିଲାଣି ୧୫ ଟଙ୍କା !

⭕ଲଖନପୁର ନୌକା ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା।

⭕ଆସୁଛି କାଳବୈଶାଖୀ, ତାତିରୁ ମିଳିବ ମୁକ୍ତି , କମିବ ତାପମାତ୍ରା, ଆସନ୍ତା ୨୧ ଓ ୨୨ ତାରିଖରେ କାଳବୈଶାଖୀ ସମ୍ଭାବନା।

⭕ଭୁବନେଶ୍ୱର ରାଜନୀତିରେ ହଲଚଲ । ବିଜେଡି ଛାଡିପାରନ୍ତି ପ୍ରସନ୍ନ ପାଟ୍ଟଶାଣୀ । ବିଜେପିରେ ମିଶିବା ନେଇ ଜୋରଦାର ଚର୍ଚ୍ଚା ।

⭕ନିର୍ବାଚନ ପାଇଁ ଶୃଙ୍ଖଳା ଉପରେ ଗୁରୁତ୍ୱ । ଓଡିଶା-ଛତିଶଗଡ ସୀମାରେ ପୋଲିସର କଡା କଡି ଯାଂଚ।

⭕କଟକ:ନିର୍ବାଚନୀ ଯାଞ୍ଚ କହି ବ୍ୟବସାୟୀଙ୍କୁ ଲୁଟିଲେ ଦୁବୃର୍ତ୍ତ,୨ଲକ୍ଷ ୭୩ ହଜାର ଟଙ୍କା ଲୁଟି ନେଲେ।

⭕କଣ୍ଟାମାଳ: ମହଙ୍ଗା ପଡିଲା ରାଜନୀତି ସଭାରେ ଯୋଗଦେବା, ଶିକ୍ଷକ ହେଲେ ନିଲମ୍ବିତ।

⭕ସିମ୍ପାଞ୍ଜି ଖୋଜୁଛି ତାତିରୁ ମୁକ୍ତି, ମହାବଳ ପୂରା ନିର୍ବଳ; କାଉନ୍ଦା ନନ୍ଦନକାନନ ଜୀବଜନ୍ତୁ।

⭕ଜେଲ୍‌ରେ ସାଥିଙ୍କୁ ଭେଟିବାକୁ ଆସିଥିଲା ମୋଷ୍ଟ ୱାଣ୍ଟେଡ ଗଞ୍ଜେଇ ମାଫିଆରାହୁଲ ସେଠୀ; ମାଡ଼ିବସିଲା ପୋଲିସ।

⭕ପୁରୀରେ ପହଞ୍ଚିଲା ୨୬ ରଥ ଦଉଡ଼ି, ମାସେ ହେଲା ତିଆରି କରୁଥିଲେ ୧୪ କାରିଗର।

⭕ଭୁବନେଶ୍ୱର:ନିର୍ବାଚନ ଆଚରଣ ବିଧି ବିଜେଡି ଉଲଙ୍ଘନ କରିଥିବା ଅଭିଯୋଗ, ସିଇଓଙ୍କ ନିକଟରେ ବିଜେପି ହେଲା ଫେରାଦ।

⭕ଭିଜିଲାନ୍ସ ହାବୁଡରେ ହରଭଙ୍ଗା BEO ଅଫିସ୍‌ର ବରିଷ୍ଠ କିରାଣୀ, ଶିକ୍ଷକଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟଧାରା ରୋକିବାକୁ ନେଉଥିଲେ ୨୦ ହଜାର।

⭕ନୂଆଦିଲ୍ଲୀ: ବରିଷ୍ଠ IPS ନଳୀନ ପ୍ରଭାତ ହେଲେ NSG ମହାନିର୍ଦ୍ଦେଶକ।

⭕IPL:ଚେନ୍ନାଇକୁ ୮ ୱିକେଟ୍‌ରେ ହରାଇଲା ଲକ୍ଷ୍ନୌ, କେଏଲ୍ ରାହୁଲଙ୍କ ଦମ୍‌ଦାର ପ୍ରଦର୍ଶନ।

⭕ଦୁବାଇ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍, ନିହାତି ଜରୁରୀ ନଥିଲେ ନଯିବାକୁ ନିର୍ଦ୍ଦେଶ।

⭕କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଥମ।

⭕ଭାଇସ୍ ଆଡମିରାଲ ଦୀନେଶ କେ ତ୍ରିପାଠୀ ନୌସେନାର ପରବର୍ତ୍ତୀ ମୁଖ୍ୟ ନିଯୁକ୍ତ।

⭕ମସ୍କୋ:ଋଷିୟ ବୋମାବର୍ଷିକୁ ଖସାଇଥିବା ଦାବି କରୁଛି ୟୁକ୍ରେନ, ଅସ୍ବୀକାର କରୁଛି ଋଷ।

Related posts