ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ଅଣଦେଖା କରିଥିବା ଅଭିଯୋଗ କଲା ଜିଲ୍ଲା କଂଗ୍ରେସ

ଭାପୁର,(ନୟାଗଡ଼ ଦର୍ପଣ): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଧେଶ ଅନୁସାରେ ଭାପୁର ବ୍ଲକର ଅଧ୍ୟକ୍ଷା ପଦବୀ ପୂରଣ ପାଇଁ ଉପନିର୍ବାଚନ ଆଜି ଭାପୁର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଅଧିକାରୀଭାବେ ନୟାଗଡ ତହସିଲଦାର ଶ୍ରୀ ଭିକାରୀ ସାହୁ ନିର୍ଦ୍ଧାରିତ ସମୟରେ ମନୋନୟନ ପତ୍ର ପ୍ରଦାନ କରିବା ପରେ ଅଧ୍ୟକ୍ଷା ପଦବୀ ପାଇଁ ସଂରକ୍ଷିତ ଅନୁସୂଚିତ ଜନଜାତି ବର୍ଗର ମହିଳା ଭାବେ କେନ୍ଦୁପଲ୍ଲୀ ପଞ୍ଚାୟତ ସମିତି ସଭ୍ୟା ଶାନ୍ତିଲତା ବେହେରା ତାଙ୍କର ପ୍ରସ୍ତାବକ ସମର୍ଥକଙ୍କ ସହ ଦୁଇ ସେଟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଏବଂ ଏହି ପଦବୀ ପାଇଁ ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ। ନିର୍ବାଚନ ଅଧିକାରୀ ପ୍ରାର୍ଥୀ ପତ୍ର ଯାଞ୍ଚ କରି ସାରିବା ପରେ ଶାନ୍ତିଲତାଙ୍କ ପ୍ରାର୍ଥୀତ୍ୱ ବୈଧତା ରହିବା ପରେ ସ୍ଥିରୀକୃତ କାର୍ଯ୍ୟସୂଚୀ ଅନୁସାରେ ଯଦି ପ୍ରତିଦ୍ବନ୍ଦିତା ଆବଶ୍ୟକତା ଥାଏ ତେବେ ଭୋଟ…

Read More

ମାଛ ଚାଷ ତାଲିମ ଶିବିର ଉଦଘାଟିତ

ନୟାଗଡ,(୨୮/୦୯): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତ ତାଲିମ ପ୍ରତିଷ୍ଠାନ, ନୟାଗଡ ତରଫରୁ ଜିଲ୍ଲାର ୨୫ ଜଣ ତାଲିମାର୍ଥୀଙ୍କୁ ନେଇ ୧୦ଦିନ ଧରି ହେବାକୁ ଥିବା ମାଛ ଚାଷ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ଯୁବକ ଓ ମହିଳା ତାଲିମାର୍ଥୀ ଯୋଗଦାନ କରିଥିଲେ । ତାଲିମର ଉଦଘାଟନ ଦିବସରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଡ. ସୁରେନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମାର୍ଥୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଉନ୍ନତି ଭିତ୍ତିକ ଯୋଜନା ବିଷୟରେ ଅବଗତ କରାଇଥିଲେ । ଜିଲ୍ଲାରେ ମାଛ ଚାଷକୁ ଏକ ବ୍ୟବସାୟ ଭିତିକ ଚାଷ ହିସାବରେ ଅପଣାଇ ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ ଚାଷ କଲେ ଉତ୍ପାଦନ ହାରକୁ ବହୁଳମାତ୍ରାରେ ବୃଦ୍ଧି କରାଯାଇ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଜିଲ୍ଲାରୁ ବେରୋଜଗାରୀ ସମସ୍ୟା ଦୂର ହୋଇପାରିବ…

Read More

ଆସନ୍ତାକାଲି ବନ୍ଦ ରହିବ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ

ନୟାଗଡ଼,(୨୬/୦୯): ଆଜି ମଧ୍ୟରାତ୍ରରେ ବାତ୍ୟା ‘ଗୁଲାବ’ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୧୧ଟି ଜିଲ୍ଲାରେ ଆସନ୍ତାକାଲି ସ୍କୁଲ୍ ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ସ୍ଥିତି ନେଇ ଆଜି ନୂଆଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ଅବସରରେ ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଦେଇଥିଲେ ଏହି ନିର୍ଦ୍ଦେଶ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆସନ୍ତାକାଲି ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ମଙ୍ଗଳବାର ଦିନ ସ୍ଥିତିକୁ…

Read More

ନୟାଗଡ଼ ରାଜରାସ୍ତାରେ ଦୁଇ ଘଣ୍ଟା ଧରି ଆଶାକର୍ମୀଙ୍କ ଗଣବିକ୍ଷୋଭ

ନୟାଗଡ଼,(୨୪/୦୯): ସିଆଇଟିୟୁ ନେତୃତ୍ୱରେ ଓଡ଼ିଶା ଆଶାକର୍ମୀ ଆସୋସିଏସନ ତରଫରୁ ସିନ୍ଦୁରିଆ ଛକଠାରୁ ଶତାଧିକ ଆଶା କର୍ମୀ ଏକ ଶୋଭାଯାତ୍ରାରେ ବାହାରି ନୟାଗଡ଼ ବଜାର ପରିକ୍ରମା କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ତଥା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଗଣବିକ୍ଷୋଭ କରିଥିଲେ । ଜାତୀୟ ରାଜପଥ ଅବରୋଧ କରି ପ୍ରାୟ ୨ ଘଣ୍ଟା କାଳ ବିକ୍ଷୋଭ କରାଯାଇଥିଲା । ଜିଲ୍ଲା ସଭାପତି ସୁରେଶ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ କେନ୍ଦ୍ର ମୋଦୀ ସରକାରଙ୍କ ଶ୍ରମିକ ବିରୋଧି ଶ୍ରମ କୋର୍ଡ, ଶ୍ରମିକ ମାରଣାନୀତି ଓ ସ୍ୱାସ୍ଥ୍ୟ ସେବାର ଘରୋଇକରଣ ନୀତିକୁ ବକ୍ତାମାନେ ତୀବ୍ର ସମାଲୋଚନା କରିଥିଲେ । ପ୍ରତିନିଧି ମଣ୍ଡଳୀ ସିଡିଏମଙ୍କୁ ଭେଟି ୧୮ ଦଫା ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କୁ ଦେବା ସହ ଜିଲ୍ଲାରେ ଦେଖା ଦେଇଥିବା ସମସ୍ୟା ଗୁଡ଼ିକ ଉପରେ ଏକ ଦାବୀ ପତ୍ର…

Read More

‘ୟୁଥ ଫର ଆକ୍ସନ’ ପକ୍ଷରୁ ଜିଲ୍ଲା ସଦସ୍ୟଙ୍କ ନାମ ଘୋଷଣା

‘ନୟାଗଡ଼,(୨୨/୦୯): ଆଜି ‘ୟୁଥ ଫର ଆକ୍ସନ’ ସଙ୍ଗଠନ ପକ୍ଷରୁ ହୋଟେଲ ନୀଳମାଧବ ଠାରେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଘୋଷଣା କରାଯାଇଛି । ‘ୟୁଥ ଫର ଆକ୍ସନ’ର ନୟାଗଡ଼ ଜିଲ୍ଲା ସଭାପତି ପରମେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ସଭାରେ ରାଜ୍ୟ ସଭାପତି ଦେବାଶିଷ ନାୟକ, ଓଡ଼ିଶା କାର୍ଯ୍ୟକାରୀ ସଭାପତି ସୁଜିତ ସିଂ, ପୂର୍ବାଞ୍ଚଳ ଜୋନ ସଭାପତି ରାଜେନ୍ଦ୍ର ନାୟକ, ପୂର୍ବାଞ୍ଚଳ ଉପସଭାପତି ତଥା ଜିଲ୍ଲା ପ୍ରଭାରୀ ସଞ୍ଜୟ କୁମାର ନାୟକ ଉପସ୍ଥିତ ଥିଲେ । ଉକ୍ତ ସଭାରେ ନୟାଗଡ଼ ଜିଲ୍ଲା ପାଇଁ କର୍ମକର୍ତ୍ତା ମାନଙ୍କର ଏକ ବୈଠକ ହେବା ସହିତ ଦାୟିତ୍ୱ ଘୋଷଣା ପର୍ବ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲାର ୨୪ ଜଣିଆ କାର୍ଯ୍ୟକାରିଣୀ ଦଳ ସହ ୮ଗୋଟି ବ୍ଲକ ସମେତ ୩ଗୋଟି ବିଜ୍ଞାପିତ ଅଞ୍ଚଳ ଓ ନୟାଗଡ଼ ମ୍ୟୁନିସପାଲଟିର ସଭାପତି…

Read More

ନୟାଗଡ଼ ଜିଲ୍ଲା ପରିଷଦର ୧୦ମ ସାଧାରଣ ଅଧିବେଶନ

ନୟାଗଡ଼,(୨୨/୦୯): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ‘ସୃଜନ’ ଠାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତିମାଳା ମହାନ୍ତିଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଜିଲ୍ଲା ପରିଷଦର ୧୦ମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତୀମାଳା ମହାନ୍ତି, ମାନ୍ୟବର ବିଧାୟକ ରଣପୁର ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାଷ ଚନ୍ଦ୍ର ରାୟ, ମାନ୍ୟବର ସାଂସଦ ପୁରୀଙ୍କ ପ୍ରତିନିଧି, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ପଂଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ବିଭାଗର ପଦସ୍ଥ ଅଧିକାରୀଙ୍କୁ ସ୍ୱାଗତ ଜଣାଇ ଏହି ଅଧିବେଶନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସର୍ବପ୍ରଥମେ ନୟାଗଡ଼ ବନଖଣ୍ଡ ବିଭାଗର ବନୀକରଣ ସଂପର୍କରେ ଆଲୋଚନା କରାଯାଇଥିଲା…

Read More

କାର୍ଯ୍ୟରେ ଯୋଗଦେଇ ବୃକ୍ଷ ରୋପଣ କଲେ ନୂତନ ବନଖଣ୍ଡ ଅଧିକାରୀ

ନୟାଗଡ଼, (୨୨/୦୯): ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜଙ୍କର କେନ୍ଦୁଝର ବଦଳି ହୋଇଯିବାରୁ ଉକ୍ତ ପଦବୀଟି ଖାଲି ପଡ଼ିଥିଲା । ଆଜି ପୂର୍ବାହ୍ନରେ ନୟାଗଡରେ ନୂତନ ବନଖଣ୍ଡ ଅଧିକାରିଣୀ ଭାବେ ପୂର୍ଣ୍ଣିମା ପାଣ୍ଡିଆନ ଯୋଗ ଦେଇଛନ୍ତି । ପୂର୍ବତନ ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜ ନୂତନ ଅଧିକାରିଣୀ ପୂର୍ଣ୍ଣିମା ପାଣ୍ଡିଆନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ପୂର୍ଣ୍ଣିମା ପାଣ୍ଡିଆନ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ସହ ନୟାଗଡ଼ ଜିଲ୍ଲା ଦାୟିତ୍ୱରେ ରହିଛନ୍ତି । ଆଜି ନୟାଗଡରେ ନୂତନ ଭାବେ ଯୋଗ ଦେଇଥିବା ବନଖଣ୍ଡ ଅଧିକାରିଣୀ ପୂର୍ଣ୍ଣିମା ପାଣ୍ଡିଆନ ମଜୁରିଆପଲ୍ଲୀ ବ୍ରିଜ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ସେଠାରେ ବୃକ୍ଷରୋପଣ କରିଛନ୍ତି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପୂର୍ବତନ ଡି.ଏଫ.ଓ ଧନରାଜ ଏଚ.ଡି, ଏ.ସି.ଏଫ ସ୍ବେତାଲିନ ସାହୁଙ୍କ ସହ ବହୁ ବନ ବିଭାଗ…

Read More

ବଡସହରା ଗ୍ରାମରେ ଧୁମଧାମରେ ପାଳିତ ହେଲା ଖୁଦୁରୁକୁଣୀ ଓଷା

ଖଣ୍ଡପଡା,(୨୦/୦୯): ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି ଗାଁ ଗହଳିର ଅନେକ ଅନନ୍ୟ ପରମ୍ପରା ଓ ସଂସ୍କୃତି । ଯେଉଁ ପରମ୍ପରା ଓ ସଂସ୍କୃତି ଯୋଗୁଁ ଆମ ଓଡ଼ିଆ ମାଟି ସାରା ବିଶ୍ବ ଦରବରରେ ପରିଚିତ ସେସବୁ ଏବେ ଧୀରେଧୀରେ ବୁଡି ଯିବା ଦେଖି ବୁଦ୍ଧିଜିବିଙ୍କ ମହଲରେ, ଉଦବେଗ ପ୍ରକାଶ ପାଉଛି। ପରମ୍ପରା ସଂସ୍କୃତିକୁ ବଜାୟ ରଖିବା ପାଇଁ ସରକାର ଓ ବିଭିନ୍ନ ସ୍ବେଛାସେବୀ ସଂଗଠନର କାର୍ଯ୍ୟକ୍ରମ ସ୍ଵାଗତ ଯୋଗ୍ୟ। ସୂଚନା ଥାଉକି ପୁରୁଣା କାଳରେ ଗାଁ ଗାଁ ମାନଙ୍କରେ ଶୁଣିବାକୁ ମିଳୁଥିବା ବୁଧେଇ ସୁଧେଇ ଓଷାର ଗୀତ, ଗାଁ କୁମାରୀଙ୍କର ଜହ୍ନି ଓଷା ଗୀତ ଅବା ବୁଢ଼ୀ ମା’ର ଝୋଟି ଚିତାରେ ପରମ୍ପରା ହେଉ କି ଗ୍ରାମ ଯୁବକଙ୍କର ରଜ ପର୍ବରେ କବାଡି, ବାଗୁଡ଼ି, ବାଟି ଖେଳ ହେଉ କି ପାନ ଖିଆ ହେଉ ଧୀରେ…

Read More

ସିପିଆଇ(ଏମ୍) ନୟାଗଡ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ

ନୟାଗଡ଼,(୦୯/୦୯): ନୟାଗଡ଼ ବ୍ଲକର ପ୍ରସିଦ୍ଧ ଝରଦେଈ ପୀଠରେ ସିପିଆଇଏମର ନୟାଗଡ଼ ଆଞ୍ଚଳିକ ସମ୍ମିଳନୀ ଶ୍ରମିକ ନେତା ଦୀନବନ୍ଧୁ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର ଲାଲ ଝଣ୍ଡା ଉତ୍ତୋଳନ ପୂର୍ବକ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କେନ୍ଦ୍ର ମୋଦି ସରକାରର କୃଷକ ବିରୋଧୀ ତିନି କଳା ଆଇନ ଓ ଶ୍ରମିକ ବିରୋଧି ଶ୍ରମ କୋଡର ତୀବ୍ର ସମାଲୋଚନା କରିଥିଲେ । କରୋନା ମହାମାରୀକୁ ଏକ ସୁଯୋଗ ମନେ କରି ଅସ୍ୱାଭାବିକ ପରିସ୍ଥିତିର ଆଢ଼ୁଆଳରେ ମୋଦି ଯେଉଁଭଳି କୃଷକ ଓ ଶ୍ରମିକମାନଙ୍କ ସର୍ବନାଶ କାରୀ ଆଇନ ପାରିତ କଲେ ତାହାରି ବିରୁଦ୍ଧରେ ଦୀର୍ଘ ଦଶ ମାସ ହେଲା ଦିଲ୍ଲୀରେ ଲକ୍ଷ ଲକ୍ଷ ସତ୍ୟାଗ୍ରହୀଙ୍କର ଆନ୍ଦୋଳନ ଚାଲିଛି ଏବଂ ଆଗାମୀ ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ ଡାକରାକୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ…

Read More

କୋଭିଡରେ ମହିଳା ଡ଼ାକ୍ତରଙ୍କ ଅକାଳ ବିୟୋଗ

ଖଣ୍ଡପଡା,(୦୮/୦୯): ଖଣ୍ଡପଡା ବ୍ଲକର ବନମାଳୀପୁର ପଂଚାୟତ ଅଧିନ ଯଦୁନାଥପୁର ଗ୍ରାମର ଡ଼ାକ୍ତର ତପସ୍ୱୀନୀ ତ୍ରିପାଠୀ(୩୬)ଙ୍କର କରୋନା ସଂକ୍ରମଣରେ ଗତ ୬ତାରିଖରେ ଅକାଳ ମୃତ୍ୟୁ ହୋଇଥିବା ଜଣାଯାଇଛି । ଗତ କିଛି ଦିନ ତଳେ ସେ ସଂକ୍ରମିତ ହୋଇଥିବା ପରିବାରବର୍ଗଙ୍କ ସୁତ୍ରରୁ ଜଣାପଡିଛି । ଆଶୁ ଚିକିତ୍ସା ନିମନ୍ତେ ତାଙ୍କୁ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାରବର୍ଗଙ୍କ ସୂତ୍ରରୁ ଜଣାପଡ଼ିଛି । ସ୍ଵର୍ଗତା ତ୍ରିପାଠୀ ଚର୍ମରୋଗ ବିଶେଷଜ୍ଞ ଭାବେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସପିଟାଲରେ କାର୍ଯ୍ୟ କରୁଥିଲେ । ତାଙ୍କ ବିୟୋଗରେ ସମଗ୍ର ଖଣ୍ଡପଡା ନିର୍ବାଚନ ମଣ୍ଡଳୀରେ ଗଭୀର ଶୋକ ପ୍ରକାଶ ପାଇଛି । ନିଜ ଜୀବନକୁ ବାଜି ଲଗାଇ ରୋଗୀ ସେବାରେ ବ୍ରତୀ ଥିବା ଉକ୍ତ ମହିଳା ଡ଼ାକ୍ତରଙ୍କୁ ରାଜ୍ୟ ସରକାର କୋଭିଡ…

Read More