ମାଛ ଚାଷ ତାଲିମ ଶିବିର ଉଦଘାଟିତ


ନୟାଗଡ,(୨୮/୦୯): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତ ତାଲିମ ପ୍ରତିଷ୍ଠାନ, ନୟାଗଡ ତରଫରୁ ଜିଲ୍ଲାର ୨୫ ଜଣ ତାଲିମାର୍ଥୀଙ୍କୁ ନେଇ ୧୦ଦିନ ଧରି ହେବାକୁ ଥିବା ମାଛ ଚାଷ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ଯୁବକ ଓ ମହିଳା ତାଲିମାର୍ଥୀ ଯୋଗଦାନ କରିଥିଲେ । ତାଲିମର ଉଦଘାଟନ ଦିବସରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଡ. ସୁରେନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମାର୍ଥୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଉନ୍ନତି ଭିତ୍ତିକ ଯୋଜନା ବିଷୟରେ ଅବଗତ କରାଇଥିଲେ । ଜିଲ୍ଲାରେ ମାଛ ଚାଷକୁ ଏକ ବ୍ୟବସାୟ ଭିତିକ ଚାଷ ହିସାବରେ ଅପଣାଇ ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ ଚାଷ କଲେ ଉତ୍ପାଦନ ହାରକୁ ବହୁଳମାତ୍ରାରେ ବୃଦ୍ଧି କରାଯାଇ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଜିଲ୍ଲାରୁ ବେରୋଜଗାରୀ ସମସ୍ୟା ଦୂର ହୋଇପାରିବ ବୋଲି ସେ କହିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ମନୋଜ କୁମାର ସ୍ବାଇଁ ତାଲିମାର୍ଥୀ ମାନଙ୍କୁ ରୋଜଗାରକ୍ଷମ ହେବାର ଉପାୟ କିଭଳି ନିଜର ବ୍ୟାବହାରିକ ମନୋବୃତିରେ ପରିବର୍ତ୍ତନ ଦ୍ବାରା ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସର୍ବଶେଷରେ ପ୍ରଶିକ୍ଷକ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରି ଉକ୍ତ ୧୦ ଦିନ ତାଲିମକୁ କିଭଳି ଅଭିଜ୍ଞ ପ୍ରଶିକ୍ଷକମାନଙ୍କୁ ନେଇ ସୂଚାରୁ ରୂପେ ପରିଚାଳନା କରାଯାଇ ପାରିବ ସେ ବିଷୟରେ ମତବ୍ୟକ୍ତ କରିଥିଲେ । ଯାହାଦ୍ଵାରା ଆଗାମୀ ଦିନରେ ଜିଲ୍ଲାରୁ ଅଧିକରୁ ଅଧିକ ମାଛ ଚାଷୀ ମାଛ ଉତ୍ପାଦନ ହାରକୁ ବଢାଇ ଲାଭବାନ ହୋଇପାରିବେ ।

Related posts