ଘରଚଟିଆଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ପବିତ୍ର ଦୋଳପୂର୍ଣ୍ଣମୀ ଅବସରରେ ଗ୍ରୀନ୍ ଆର୍ଥ ନୟାଗଡ଼ ତରଫରୁ ଓଡ଼ଗାଁ ଶ୍ରୀଶ୍ରୀରଘୁନାଥଙ୍କ ପୀଠରୁ ଘରଚଟିଆ ମାନଙ୍କ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ଗ୍ରୀନ୍ ଆର୍ଥର ମୁଖ୍ୟ ତଥା ବିଦ୍ୟୁତ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଆଦିତ୍ୟ କୁମାର ଦାଶ, ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର, ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ସମାଜ ସେବୀ ସୁକାନ୍ତ ଚନ୍ଦ୍ର ଚୈ।ଧୁରୀ, ଶିକ୍ଷକ ପଞ୍ଚାନନ ପଣ୍ଡା ଓ ଦିବାକର ମଙ୍ଗରାଜ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଓଡ଼ଗାଁ ଅଧିକାରୀ ସାହିର ବ୍ରଜବନ୍ଧୁ ଅଧିକାରୀ ଓ ତ୍ରିନାଥ ପୃଷ୍ଟିଙ୍କ ବାସଭବନରେ ଦୁଇଟି ଘରଚଟିଆ ବସା ଏବଂ ମାଟିରେ ନିର୍ମିତ ପାଣିପାତ୍ର ରଖାଯାଇଥିଲା। ସାହିର ଉପସ୍ଥିତ ଲୋକମାନେ ଏଭଳି…

Read More

ଆର୍ଥିକ ସାକ୍ଷରତା ତାଲିମ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ତା.୦୭.୦୩.୨୦୨୨ରିଖ ଠାରୁ ତା.୧୭.୦୩.୨୦୨୨ପର୍ଯ୍ୟନ୍ତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ନୟାଗଡ଼ ଠାରେ ଆର୍ଥିକ ସାକ୍ଷରତା ତାଲିମ କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ ତାଲିମ ଶିବିରରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ୪ଗୋଟି ବ୍ୟାଚ୍‌ରେ ୧୩୫ଜଣ ପଂଚାୟତ ସ୍ତରୀୟ ମାଷ୍ଟର ବୁକ୍ କିପରମାନଙ୍କୁ ଆର୍ଥିକ ସାକ୍ଷରତା ତାଲିମ ଯୋଗାଇ ଦିଆଯାଇଥିଲା । ଏହା ଦ୍ୱାରା ସମାଜରେ ଲୋକମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ସଙ୍ଗେ ସଙ୍ଗେ ଆର୍ଥିକ ପରିଚାଳନାରେ ସୁଧାର ଆସିପାରିବ। ଗ୍ରାମାଂଚଳରେ ରହୁଥିବା ଆର୍ଥିକ ଅନଗ୍ରସର ବ୍ୟକ୍ତି, ଅନୁନ୍ନତ ଦୁର୍ବଳ ଶ୍ରୈଣୀ ବ୍ୟକ୍ତି ବିଶେଷ ଏବଂ ମହିଳା ସ୍ୱୟଂ ସହାୟକ ଦଳର ସଭ୍ୟାମନଙ୍କୁ ଆର୍ଥିକ ସଚେତନତା ବାର୍ତା ମାଧ୍ୟମରେ ସରକାର ଓ ବ୍ୟାଙ୍କର ବିଭିନ୍ନ ଯୋଜନାଗୁଡ଼ିକୁ ସଠିକ୍ ଭାବରେ ପରିଚାଳନା କଲେ ପ୍ରତ୍ୟେକ ପରିବାରର ଆର୍ଥିକ ସମ୍ବଳରେ ଉନ୍ନତି ଅଣାଯାଇପାରିବ ।…

Read More

ଜାକେଡ଼ା ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବାଦ ବିବାଦ, ଶାନ୍ତି କମିଟି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲା ଜାକେଡ଼ା ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବହୁଦିନରୁ ମନାନ୍ତର ଏବଂ ମତାନ୍ତର ଲାଗି ରହିଥିବାରୁ ଏହାର ଆପୋଷ ବୁଝାମଣା ନିମନ୍ତେ ଜିଲ୍ଲାପାଳ ଡା.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତିକମିଟି ବୈଠକ ଆହୁତ ହୋଇଥିଲା । ବୁଝାମଣା ମାଧ୍ୟମରେ ଉଭୟ ପକ୍ଷ ଜାକେଡ଼ା ଗ୍ରାମରେ ସହାବସ୍ଥାନ ନିମନ୍ତେ ସମ୍ମତି ପ୍ରକାଶ କରିଥିଲେ । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ସହଯୋଗ କରିବା ପାଇଁ ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ,ଉପ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଉମାକାନ୍ତ ମଲ୍ଲିକ, ଏସ.ଡି.ପି.ଓ ନୟାଗଡ଼ ଶ୍ରୀ ଶୁଭେନ୍ଦୁ କୁମାର ସିହ୍ନ. ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଦୟାନିଧି ନାୟକ, ଜିଲ୍ଲା…

Read More

ପୌର ପରିଷଦ ନିର୍ବାଚନ ନିମନ୍ତେ ସର୍ବଦଳୀୟ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ ନିର୍ବାଚନ ସମ୍ବନ୍ଧରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଡିଆରଡିଏର ଟ୍ରେନିଂ ହଲରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପସ୍ଥିତ ଥିବା ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କର ପରିଚୟ ପ୍ରଦାନ କରିଥିଲେ ଜିଲ୍ଲାପାଳ। ନିର୍ବାଚନକୁ କୋଭିଡ୍ ଗାଇଡ୍ ଲାଇନ ମଧ୍ୟରେ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ନିର୍ବାଚନ ପର୍ଯବେକ୍ଷକ(ସାଧାରଣ) ଶ୍ରୀ ଧନଞୟ ସ୍ୱାଇଁ, ସ୍ୱତନ୍ତ୍ର ଶାସନ ସଚିବ, ଓଡ଼ିଶା ସରକାର ମଡେଲ କୋର୍ଡ ଅଫ୍ କଣ୍ଡକ୍ଟ ଉପରେ ସମସ୍ତଙ୍କୁ ବୁଝାଇଥିଲେ ଏବଂ ଏହାକୁ ମାନି ଚଳିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଶ୍ରୀ ବାବୁଲାଲ ପାତ୍ର, ନିର୍ବାଚନ ପର୍ଯ୍ୟବେକ୍ଷକ(ଖର୍ଚ୍ଚ) କହିଲେ ଯେ, ଏହି ନିର୍ବାଚନରେ ଅଧ୍ୟକ୍ଷ ପଦ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ୨ଲକ୍ଷ ଟଙ୍କା ଏବଂ କାଉନସିଲର ପଦ ନିମନ୍ତେ ପ୍ରତିଦ୍ୱନ୍ଦିତା…

Read More

PCPNDT ପରାମର୍ଶ ସମିତିର ସମୀକ୍ଷା ବୈଠକ

ନୟାଗଡ଼,(ନୟାଗଡ ଦର୍ପଣ,୧୬/୦୩): ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତୋର ଗଭର୍ଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ୧୯୯୪(PCPNDT) ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ମିନି ସଭାଗୃହେର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜିଲ୍ଲାରେ ଚାଲୁଥିବା ସମୁଦାୟ ୯ ଗୋଟି ଅଲଟ୍ରାସାଉଣ୍ଡ୍ କ୍ଲିନିକ୍‌ର ସ୍ଥିତି ଏବଂ କାର୍ଯ୍ୟକାରିତା ଉପେର ଅୋଲାଚନା ଏବଂ ସମୀକ୍ଷା କରାଯାଇଥିଲା । ୯ ଗୋଟି ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ ମଧ୍ୟରୁ ରଶ୍ମି ଡାେଇଗ୍ନାଷ୍ଟିକ୍ ଏବଂ କେୟାର ଡାେଇଗ୍ନାଷ୍ଟିକ୍ ଦୀର୍ଘ ଦିନରୁ ବନ୍ଦ ହୋଇରହିଅଛି । ଏହି ଦୁଇଟିର ପଂଜୀକରଣ ରଦ୍ଦ ଉପେର ଆଲୋଚନା ହୋଇ କେୟାର ଡାେଇଗ୍ନାଷ୍ଟିକ୍ ପଂଜୀକରଣ ରଦ୍ଦ ଉପରେ ନିଷ୍ପତି ନିଆଗଲା । କିନ୍ତୁ ରଶ୍ମି ଡାେଇଗ୍ନାଷ୍ଟିକ୍‌ର କୋଟର୍ରେ କେସ୍ ଚାଲିଥିବାରୁ ଏହାର ରଦ୍ଦ ଉପେର କୌଣସି ନିଷ୍ପତି ନିଆଯାଇପାରିଲା ନାହିଁ । ସଂଜିବନୀ ଡାେଇଗ୍ନାଷ୍ଟିକ୍…

Read More

ମା’ ଫାଉଣ୍ଡେସନ୍ କପ୍-୨୦୨୨ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ/୧୩.୦୩): ସ୍ଥାନୀୟ ସିଦ୍ଧେଶ୍ଵରୀ କଲ୍ଯାଣ ମଣ୍ଡପ ଭଲିବଲ୍ ପଡିଆଠାରେ ମା’ ସିଦ୍ଧେଶ୍ଵରୀ କ୍ଲବ୍, ରାଜାବଗିଚା ଓ ମା,’ଫାଉଣ୍ଡେସନ୍, ନୟାଗଡ଼ର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ପ୍ରଥମ ମା’ ଫାଉଣ୍ଡେସନ୍ କପ୍-୨୦୨୨ ଚଳିତ ମାସ ୪ ତାରିଖଠାରୁ ଆରମ୍ଭ କରି ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସନ୍ଧ୍ଯାରେ ସ୍ଥାନୀୟ ବିଧାୟକ ତଥା ମାନ୍ଯବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ଯାନ୍ଯ ଅତିଥି ଭାବେ ନୟାଗଡ ପୌର ପରିଷଦର ଅଧ୍ୟକ୍ଷା ପ୍ରାର୍ଥୀନୀ ନିରୂପମା ଖଟେଇ, ୧୫ନଂ ଓ୍ବାର୍ଡର କାଉନସିଲର୍ ପ୍ରାର୍ଥୀ ଜାନକୀ ବଲ୍ଲବ ଜେନା, ମା’ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସଂପାଦକ ରଂଜନ ରଶ୍ମି ଜେନା, ସଭାପତି ବସନ୍ତ କୁମାର ମିଶ୍ର, ବରିଷ୍ଠ ଶିକ୍ଷକ ଦାସରଥି ପଟ୍ଟନାୟକ ଓ ଵରିଷ୍ଠ ନାଗରିକ ଅଜୟ କୁମାର ସେଠୀ ପ୍ରମୁଖ…

Read More

ସୋହମ ଓ ନେତାଜୀ ସେବା ସଂଘ ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ/୧୩.୦୩): ନୟାଗଡର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସୋହମ” ଓ ନେତାଜୀ ସେବା ସଂଘର ମିଳିତ ଆନୁକୁଲ୍ୟରେ ତାରିଣୀ ନଗର ସ୍ଥିତ “ସୋହମ” କାର୍ଯ୍ୟାଳୟ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଯାଇଅଛି । ନୟାଗଡର ବିଶିଷ୍ଟ ସମାଜସେବୀ ଦାମଦୋର ସାହୁ ଓ ଡାକ୍ତର ସଞ୍ଜୟ ଦାସ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଉଦଘାଟନ କରିଥିଲେ । ଏହି ଶିବିରରେ କୋଭିଡ ନିୟମକୁ ପାଳନ କରି ମୋଟ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୋହମ୍ ଅନୁଷ୍ଠାନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ପରିଚାଳନା କରିଥିଲେ। ଏଥିରେ ନେତାଜୀ ସେବା ସଂଘର ସଭାପତି ଶରତ ଚନ୍ଦ୍ର ସାହୁ, ଉପସଭାପତି ରବିନ୍ଦ୍ର କୁମାର ନାୟକ, ସମ୍ପାଦକ ବୈକୁଣ୍ଠ ନାଥ ମିଶ୍ର, ନୟାଗଡର ଜଣାଶୁଣା ସାହିତ୍ୟିକ, ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ସସ୍ମିତା ଆଚାର୍ଯ୍ୟ,…

Read More

ଜିଲ୍ଲାସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ/୧୨.୦୩): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କୃଷ୍ଣଚନ୍ଦ୍ର କ୍ଲବ,ନୟାଗଡ଼ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବ ସଭାଗୃହରେ ଆଜି ଉଦଘାଟିତ ହୋଇଯାଇଛି। ଏଥିରେ ସମଗ୍ର ଜିଳ୍ଲାରୁ ୨୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରେ ୪ଜଣ ଛୋଟ ପିଲା ଅଂଶ ଗ୍ରହଣ କରିଥିବା ବେଳେ ୩ଜଣ ଝିଅ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ଅଲ ଓଡିଶା ଚେସ ଆସୋସିଏସନ ଦ୍ୱାରା ପରିଚାଳିତ ତଥା ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଓ କେ.ସି. କ୍ଲବ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗୀତା ସ୍ୱିସ୍ ଲିଗ ସିଷ୍ଟମ ମାଧ୍ୟମରେ ଖେଳାଯାଉଛି। ଦୁଇ ଦିନ ବିଶିଷ୍ଟ ଏହି ପ୍ରତିଯୋଗୀତାରେ ଛଅରାଉଣ୍ଡ ଖେଳା ଯିବାକୁ ଥିବା ବେଳେ ପ୍ରଥମ ଦିନରେ ତିନି ରାଉଣ୍ଡ ଖେଳ ସମ୍ପୂର୍ଣ ହୋଇଛି । ଜିଳ୍ଲା ଚେସ ଆସୋଏସନ ସଭାପତି ଚିତ୍ତରଂଜନ…

Read More

ସମନ୍ବିତ କୃଷି ପ୍ରଣାଳୀ ନିମନ୍ତେ ଜିଲ୍ଲାପାଳଙ୍କ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ/୧୦.୩): ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ସମ୍ବନ୍ନିତ କୃଷି ପ୍ରଣାଳୀ ପାଇଁ ସମସ୍ତ ବ୍ଲକରୁ ଆବେଦନ କରିଥିବା କରିଥିବା ଚାଷୀମାନଙ୍କ ଆବେଦନ ପତ୍ରର ଅନୁମୋଦନ ନିମନ୍ତେ ଏକ ବୈଠକ ଜିଲ୍ଲାପାଳଙ୍କ ମିନି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ୨୦୨୧-୨୨ଆର୍ଥିକ ବର୍ଷ ପାଇଁ ଆବେଦନ କରିଥିବା ୨୨ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେବା ପାଇଁ ଅନୁମୋଦନ କରାଯାଇଥିଲା । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଜୟ କୁମାର ପ୍ରଧାନ ଜିଲ୍ଲାପାଳଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ । ସହକାରୀ କୃଷି ଉପନିର୍ଦ୍ଦେଶକ ଶ୍ରୀ ସୁଧାଂଷୁ କୁମାର ନନ୍ଦ ଏହାକୁ ପରିଚାଳନା କରିଥିଲେ । ଉଦ୍ୟାନ କୃଷି ଉପନିର୍ଦ୍ଦେଶକ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଓଡ଼ିଶା ଜୀବିକା ମିଶନ ଅଧିକାରୀ, ଜିଲ୍ଲା ପ୍ରାଣୀ ସଂପଦ ଅଧିକାରୀ, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର,ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଓ ସହକାରୀ…

Read More

ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଆଡ୍‌ଭାଇଜରି କମିଟି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ/୧୦.୦୩): ସମୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନୟାଗଡ଼ର ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ(RSETI) ଆନୁକୂଲ୍ୟରେ ଏକ ଆଡ୍‌ଭାଇଜରି କମିଟି ମିଟିଙ୍ଗ୍ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ମିନି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠାନରେ ୨୦୨୧-୨୨ ଆର୍ଥିକ ବର୍ଷର ୩ୟ ତ୍ରୈୟ ମାସରେ ୯ଟି ଟ୍ରେନିଂ ପ୍ରୋଗ୍ରାମ କରାଯାଇଥରଲା । ସେଥିରେ ୨୪୨ଜଣ ଆର୍ଥିକ ଅନଗ୍ରସର ଶ୍ରେଣୀର, ୯ଜଣ ହରିଜନ ଓ ଆଦିବାସୀ ଶ୍ରେଣୀର ଅନ୍ତର୍ଭୁକ୍ତ ଥିଲେ । ଏହାପରେ ୪ର୍ଥ ତ୍ରୈୟ ମାସର ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନାରେ କିନ୍ନର ଏବଂ ୧୮ ରୁ ୪୫ବର୍ଷ ବୟସର ଜେଲ ଅନ୍ତେବାସୀମାନଙ୍କ ଆତ୍ମ ନିର୍ଭରଶୀଳ ଉପରେ ଜିଲ୍ଲାପାଳ ଡା. ଟୁଡୁ ବିଶେଷ ଗୁରୁତ୍ୱ ଦେଇଥିଲେ । ଜେଲ ଅନ୍ତେବାସୀମାନଙ୍କୁ ଛତୁଚାଷ ତାଲିମ ଏବଂ କିନ୍ନରମାନଙ୍କୁ ବିୟୁଟି ପାର୍ଲର…

Read More