“ବିଶ୍ୱ ହାସ୍ୟ ଦିବସ’ ଏବଂ ‘ହସି ହସାଅ” କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ହେବାକୁ ଥିବା ବିଶ୍ୱ ହାସ୍ୟ ଦିବସ-୨୦୨୩ ଏବଂ ହସି ହସାଅ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ମହର୍ଷି ଖେଳ ପଡ଼ିଆରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟିରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ ମାସ ୭ତାରିଖ ସନ୍ଧ୍ୟାରେ ନୟାଗଡ଼ ପୁରୁଣା ସହରସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିକଟ ଯଦୁମଣି ମଣ୍ଡପରେ ବିଶ୍ୱ ହାସ୍ୟ ଦିବସ ଅନୁଷ୍ଠିତ ହେବ। ଏହି ଅବସରରେ ରାଜ୍ୟର ଲବ୍ଧ ପ୍ରତିଷ୍ଠିତ ବ୍ୟଙ୍ଗ କବିମାନଙ୍କୁ ନେଇ ହସି ହସାଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଆସରରେ ଜ୍ଞାନ ହୋତା, ସତ୍ୟାନାଶ, କୁଳାଙ୍ଗାର, ବୋଲଗଡ଼ ଏକ୍ସପ୍ରେସ, ମନ ମାଷ୍ଟ୍ରେ, ରବିନ୍ଦ୍ର ରାଉତ ସମେତ ୧୨ଜଣ ବ୍ୟଙ୍ଗକାର ଯୋଗ ଦେବେ।ବିଶେଷ ଆକର୍ଷଣ ଭାବେ ଓଟିଭି ନ୍ୟୁଜଫିଉଜର ମନ ମତାଣିଆ ଉଦଘୋଷକ ହଇରେ ନାରଣ(ହୃଷିକେଶ) ଏବଂ ଚଳଚ୍ଚିତ୍ର ଜଗତର ବିଶିଷ୍ଟ…

Read More

କାଜୁ କର୍ପୋରେସନ ଓ ମାଫିଆମାନଙ୍କ ମଧୁଚନ୍ଦ୍ରିକାକୁ ନେଇ ଅଭିଯୋଗ ଆଣିଲେ ସିପିଆଇଏମ ନେତା ବିଶ୍ଵନାଥ ମହାପାତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): କାଜୁ ଉନ୍ନୟନ ନିଗମ ମାଫିଆ, ଗୁଣ୍ଡାମାନଙ୍କୁ ହାତବାରିଶି କରି ଓଡ଼ିଶାର ବଣ ଭୂଇଁରେ ଯୁଗ ଯୁଗରୁ ରହି ଆସୁଥିବା ଆଦିବାସୀମାନଙ୍କୁ ପ୍ରତାରିତ କରି ଆସୁଛି। ଏବଂ ପୁରୁଷ ପୁରୁଷ ଧରି ଆଦିବାସୀ ମାନେ ଦଖଲ କରି ଫନ୍ଦା ଫସଲ କରି ଆସୁଥିବା ପାହାଡ଼ି ପଦରରୁ ସେମାନଙ୍କୁ ଉତଖାତ କରି କାଜୁ ବଗିଚା ଆଳରେ ମାଫିଆମାନଙ୍କୁ ତାହାର ଭୋଗ ଅଧିକାର ସମର୍ପଣ କରିଛନ୍ତି ବୋଲି ସିପିଆଇଏମ ନେତା ବିଶ୍ଵନାଥ ମହାପାତ୍ର ଅଭିଯୋଗ କରିଛନ୍ତି। ଆଦିବାସୀମାନଙ୍କ ହାତରୁ ଏହି ପଦା ଛଡାଇ ନେଲା ବେଳେ କାଜୁ ବଗିଚାର ଫଳଭୋଗୀ ଅଧିକାର ଆଦିବାସୀମାନଙ୍କ ହାତରେ ରହିବ ବୋଲି ରଙ୍ଗୀନ ପ୍ରତିଶ୍ରୁତି ଦେଇ ଏମାନଙ୍କ ଦ୍ୱାରା ପାଣିଦିଆ, ବାଡ଼ବନ୍ଦି ଓ ଜଗାରଖା କରାଇ ବର୍ତ୍ତମାନ ଫଳନ୍ତି ଗଛକୁ ଚୋରାବେପାରୀ ଗୁଣ୍ଡା ମାଫିଆମାନଙ୍କୁ ଚୋରା ଲୁଚାରେ ହସ୍ତାନ୍ତର କରାଯାଉଛି। ଏବଂ ଜୋରଯାର…

Read More

ଜରାଜୀର୍ଣ୍ଣ ଅବସ୍ଥାରେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଗବାନଙ୍କ ଭରଷାରେ ଛାତ୍ରଛାତ୍ରୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟରେ ଥିବା ସିନ୍ଦୁରିଆ ଗ୍ରାମ ପଞ୍ଚାୟତରେ ଏକମାତ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ହେଉଛି ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟ। ୧୯୩୦ମସିହାରେ ପ୍ରତିଷ୍ଠିତ ବିଦ୍ୟାଳୟଟି ପ୍ରାଥମିକରୁ ଉନ୍ନୀତହୋଇ ଉଚ୍ଚ ବିଦ୍ୟାଳୟରେ ପରିବର୍ତ୍ତିତ ହୋଇଥିଲେ ମଧ୍ୟ ବିଦ୍ୟାଳୟର ଭିତ୍ତିଭୂମିର କୌଣସି ପରିବର୍ତ୍ତନ ହୋଇନାହିଁ। ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ଶିକ୍ଷାଦାନ ଚାଲିଥିବା ବେଳେ ସୁରକ୍ଷିତ ଶ୍ରେଣୀଗୃହ ମାତ୍ର ପାଞ୍ଚଟି ଅଛି। ଗୋଟିଏ ଶ୍ରେଣୀ ସ୍କୁଲ ବାରଣ୍ଡାରେ ଚାଲୁଥିବା ବେଳେ ଆଉ ଗୋଟିଏ ଶ୍ରେଣୀରେ ସ୍ଥାନର ଅଭାବ ସତ୍ୱେ ଦୁଇଟି ଶ୍ରେଣୀର ପିଲା ଏକାଠି ବସୁଛନ୍ତି। ଆଉ ତିନୋଟି ଶ୍ରେଣୀର ପିଲା ବିପଦ ଶଂକୁଳ ଅବସ୍ଥାରେ ଥିବା ଭଙ୍ଗା ଘରେ ପାଠ ପଢୁଛନ୍ତି। କେତେବେଳେ ସେ ଘର ଭୁଶୁଡି ପଡ଼ିବ ତାହା କହିହେବନି। ସ୍କୁଲ ପରିସରରେ ଅତି ବିପଦପୂର୍ଣ୍ଣ ଭାବରେ ଛଅଟି ଗୃହ ଅଛି। ପ୍ରତିଦିନ କିଛି…

Read More

ଦୁଇ ଲୁଟେରା ଗିରଫ, ମୋବାଇଲ ସହ ବାଇକ ଜବତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନା ପୋଲିସ ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି । ଏକୁଟିଆ ଝିଅ ପିଲା ଦେଖି ସେମାନଙ୍କଠାରୁ କଳା ପଲ୍‌ସରରେ ଆସି ମୋବାଇଲ ଲୁଟ କରୁଥିଲେ ଏହି ଦୁଇ ଲୁଟେରା। ସୂଚନା ଅନୁଯାୟୀ ଦଶପଲ୍ଲା ଥାନା ମହାନ୍ତିସାହିର ମହାବୀର ପ୍ରସାଦ ରାଉଳ ଓରଫ ଗୁଗୁଲ ଓ ଦଶପଲ୍ଲା ଥାନା ଉତ୍ତରକବାଟ ସାହିର ସନ୍ତୋଷ କୁମାର ବେହେରା ଦୁହେଁ ମିଶି ମୋବାଇଲ ଲୁଟ କରୁଥିଲେ । ଆଜି ଦଶପଲ୍ଲା ପୁଲିସ ପଞ୍ଝାରେ ଦୁଇ ଲୁଟେରା ପଡିଯାଇଥିଲେ । ସେମାନଙ୍କ ଠାରୁ ବାଇକ ସହ ମୋବାଇଲ ଜବତ କରାଯାଇଛି। ଦଶପଲ୍ଲା ପୋଲିସ ୧୦୮/୨୦୨୩ ରେ ଏକ ମାମଲା ରୁଜ କରି ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Read More

ଆସନ୍ତାମାସ ୨୧ତାରିଖରେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଜୟନ୍ତୀ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିଶ୍ବର ମହାଦେବଙ୍କ ପୀଠରେ ଆସନ୍ତାମାସ ୨୧ ତାରିଖରେ ଭଞ୍ଜ ଜୟନ୍ତୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସମାଜସେବୀ, ନାଟ୍ୟକାର ବିଶ୍ବନାଥ ମହାପାତ୍ର, ପ୍ରଫେସର ଡ଼ଃ. ପ୍ରେମାନନ୍ଦ ମହାପାତ୍ର, ସଂସ୍କୃତି ପ୍ରେମୀ ପ୍ରେମାନନ୍ଦ ପାଟ୍ଟଶାଣୀ, ସମାଜସେବୀ ତ୍ରିନାଥ ସାହୁ, ସୁରେନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ଯୋଗଦେଇ ଭଞ୍ଜ ଜୟନ୍ତୀ କିପରି ବର୍ଣ୍ଣାଢ଼୍ୟ ପରିବେଶରେ ପାଳନ କରାଯିବ ତାହା ଉପରେ ଆଲୋଚନା କରାଯାଇ ସୁଦକ୍ଷ ଭଞ୍ଜ ସାହିତ୍ୟ ପ୍ରବକ୍ତା ମାନଙ୍କୁ ଉତ୍ସବକୁ ନିମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିସହିତ ଲବ୍ଧ ପ୍ରତିଷ୍ଠ କଳାକାରଙ୍କ ଦ୍ବାରା ଭଞ୍ଜ ସଙ୍ଗୀତ ପରିବେଷଣ ଓ ବିଭିନ୍ନ…

Read More

ନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଶୂରଦେଓଙ୍କ ୧୩୯ତମ ଜନ୍ମ ଜୟନ୍ତୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ଅନ୍ୟତମ ବରପୁତ୍ର ମହାନ ନାଟ୍ୟକାର ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଶୂରଦେଓଙ୍କ ୧୩୯ତମ ଜନ୍ମ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ମୈତ୍ରୀ ଯୁବ ସଂସଦ ମିଳିତ ଆନୁକୁଲ୍ୟରେ ନୟାଗଡ଼ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ସମାଜସେବୀ ଲକ୍ଷ୍ମୀଧର ମହାପାତ୍ର ପୌରହିତ୍ୟ କରିଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଅଧ୍ୟାପକ ଅଶୋକ ନାୟକ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ଅଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ ମୁଖ୍ୟବକ୍ତାଭାବେ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ପଟ୍ଟନାୟକ, ପରମ୍ପରା ସମ୍ପାଦକ ତଥା ସାହିତ୍ୟିକ ନିର୍ମଳ ଶୂରଦେଓ, ସଦାନନ୍ଦ ସାହିତ୍ୟ ପରିଷଦ ସମ୍ପାଦକ ପ୍ରଶାନ୍ତ ଦାଶ, କବି ଅଶୋକ ମଲ୍ଲ ଏବଂ ଯୁବ ମୈତ୍ରୀ ସଂସଦ ସଂପାଦକ…

Read More

କାଜୁପଦା ପାଇଁ ତୀବ୍ରତର ହେଉଛି ଆଦିବାସୀ ମେଳି

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ବାଣ୍ଠପୁର ଗ୍ରାମପଂଚାୟତରେ ଅବସ୍ଥିତ ଶାଳିଆଝରୀ ଗ୍ରାମର ଆଦିବାସୀ ପ୍ରଜାମାନେ ଭୋଗଦଖଲ କରିଆସୁଥିବା କାଜୁପଦାକୁ ପ୍ରଜାମାନଙ୍କ ଅଗୋଚରରେ କାଜୁ କର୍ପୋରେସନ୍ ବାହାର ଜିଲ୍ଲାର ନିଲାମଦାରଙ୍କୁ ପ୍ରବେଶ କରାଇ ଯେଭଳି ଜଟିଳ ପରିସ୍ଥିତି ସୃଷ୍ଟି କରାଉଛନ୍ତି। ତାହା ଅତ୍ୟନ୍ତ ଉଦ୍‌ବେଗଜନକ କଥା ଏବଂ ଆଦିବାସୀ ପ୍ରଜାଙ୍କୁ ସେମାନଙ୍କର ଅଧିକାରରୁ ବଂଚିତ କଲେ ତାହାର ପ୍ରତିବାଦ ତୀବ୍ରତର ହେବ ବୋଲି ଓଡ଼ିଶା କୃଷକ ସଭାର ନେତା ବିଶ୍ଵନାଥ ମହାପାତ୍ର, ଗୋଲକ ବିହାରି ମୁଦୁଲି ଓ ପବିତ୍ର ଇନ୍ଦ୍ରଜିତ୍ ଚେତାବନୀ ଦେଇଛନ୍ତି । ଉକ୍ତ ଗ୍ରାମଟି ବୁଢ଼ାବୁଢ଼ିଆଣୀର ବିସ୍ଥାପିତ ଥଇଥାନ ଗ୍ରାମ ଏବଂ ଷାଠିଏ ବର୍ଷ ହେଲା ଏହି ଗରିବ ଆଦିବାସୀମାନେ ଆଖପାଖରେ ଫସଲଫନ୍ଦା କରି ଚଳିଆସୁଛନ୍ତି । କାଜୁ କର୍ପୋରେସନ ଏଠାରେ କାଜୁଚାରା ରୋପଣ କଲାପରେ ଏହି ପ୍ରଜାମାନେ ଫଳଭୋଗୀ ହେବେ ବୋଲି ଆଶ୍ୱାସନା ଦେଇ…

Read More

ପୂଜ୍ୟପୂଜା କମିଟି ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ଖଣ୍ଡପଡ଼ା ରୋଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ଡକ୍ଟର ଭୀମରାଓ ଆମ୍ବେଦକର ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ପୂଜ୍ୟପୂଜା କମିଟି ର ସଦସ୍ଯ ଅବଦୁଲ୍ ଆରିଫ୍ ଖାଁ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ମାଲ୍ଯାର୍ପଣ କରିଥିଲେ। ସହ ସଂପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଆମ୍ବେଦକରଙ୍କର ଜୀବନୀ ବିଷୟରେ ଆଲୋଚନା କରିବା ସହିତ ସଂବିଧାନ ପ୍ରଣୟନ କରିଥିବା କମିଟିର ସମସ୍ତ ସଦସ୍ଯ ମାନଙ୍କ ସ୍ମ୍ରୁତି ଚାରଣ କରି ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୂଜ୍ୟପୂଜା କମିଟିର ସଦସ୍ଯ ଅବିନାଶ ସାହୁ, ବିମଳ ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ଶ୍ରୀଧର ସାହୁ ଆଦି ସଦସ୍ଯ ମାନେ ଉପସ୍ଥିତ ଥିଲେ।

Read More

ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପାଳନ ହେବ “ବିଶ୍ବ ଛେନାପୋଡ଼ ଦିବସ”

ନୟାଗଡ଼,(ନୟାଗଡ଼ ଦର୍ପଣ): ଏପ୍ରିଲ ୧୧ତାରିଖ ୧୧ଘଟିକା ସମୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପାଳନ ହେବ ବିଶ୍ବ ଛେନାପୋଡ଼ ଦିବସ ।ଏଥି ନିମନ୍ତେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନ ସାହୁଙ୍କର ଏପ୍ରିଲ ୧୧ ତାରିଖ ହେଉଛି ତାଙ୍କ ଜନ୍ମ ଦିନ । ଏହି ଅବସରରେ ପ୍ରତି ବର୍ଷ ତାଙ୍କ ଜନ୍ମଦିନକୁ ବିଶ୍ବ ଛେନାପୋଡ଼ ଦିବସ ଭାବରେ ପାଳନ କରାଯାଉଛି । ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ଅନୁର୍ଭୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଛି । ଆଜି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ନୟାଗଡ଼ ଛେନାପୋଡ଼କୁ ନେଇ ଏକ ଅଭିନବ ପ୍ରୟାସ ଜାରି ରଖିଛନ୍ତି । ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ବିଶ୍ବ ଛେନାପୋଡ଼ ଦିବସ ପାଳନ କରିବା…

Read More

୩ଜଣ ନାବାଳକଙ୍କୁ ୭୫ହଜାର ଟଙ୍କା ଜୋରିମାନା, ଅଭିଭାବକଙ୍କୁ ହୋଇପାରେ କାର୍ଯ୍ୟାନୁଷ୍ଠାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସହରରେ ବିନା ଡ୍ରାଇଭିଂ ଲାଇସେନ୍ସରେ ସ୍କୁଲ ଓ କଲେଜ ପିଲାମାନେ ଗାଡ଼ି ଚଳାଉଥିବା ଉପରେ ଯାଞ୍ଚ କରାଯାଉଛି। ୩ଜଣ ନାବାଳକ ସହର ମଧ୍ୟରେ ଗାଡ଼ି ଚଳାଇବା ମହଙ୍ଗା ପଡ଼ିଛି। ଜଣ ପ୍ରତି ୨୫ହଜାର ଲେଖାଏଁ ମୋଟ ୭୫ହଜାର ଟଙ୍କା ଫାଇନ କରିଛନ୍ତି ନୟାଗଡ଼ ଆରଟିଓ । ଦୁର୍ଘଟଣାରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନର ଶେଷ ଦିନରେ ନୟାଗଡ଼ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ବେଳେ ଏହି ୩ଜଣ ନାବାଳକ ବାଇକ ଆରୋହୀ ଧରା ପଡ଼ିଥିଲେ । ଫାଇନ ସହ ନାବାଳକମାନେ ଚଳାଉଥିବା ୩ଟି ଦୁଇଚକିଆ ଗାଡ଼ିକୁ ଜବତ କରାଯାଇଛି । ନୟାଗଡ଼ ସହର ଭିତରେ ଥିବା ଦୁଇଟି ଶିକ୍ଷାନୁଷ୍ଠାନ ନିକଟରେ ବିଭାଗ ପକ୍ଷରୁ ଚେକିଂ ଚାଲିଥିବା ବେଳେ ଏମାନେ ଧରାପଡ଼ିଥିଲେ । ଜବତ ଗାଡ଼ି ଭିତରେ ୨ଟି…

Read More