ଦଶପଲ୍ଲା, (ନୟାଗଡ଼ ଦର୍ପଣ) ଶିକାରୀକଂ ଅମରାବତୀ ପାଲଟିଥିବା ଦଶପଲ୍ଲା ବନାଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଶିକାର। ବିଭିନ୍ନ ସମୟରେ ଶିକାରୀମାନେ ଫାଶ ଓ ବନ୍ଧୁକ ମାଧ୍ୟମରେ ଶିକାର କରୁଥିବା ବେଳେ, ଏବେ ଦଶପଲ୍ଲା ବନାଞ୍ଚଳର (ଟେରିଟୋରିଆଲ) ଓ ବନ୍ୟପ୍ରାଣୀ ବିଭାଗ ଅଧୀନସ୍ଥ ଅଭୟାରଣ୍ୟ ମଧ୍ୟରେ ଅହରହ ଘୂରି ବୁଲୁଛନ୍ତି ଆନ୍ତଃରାଜ୍ୟ ବନ୍ଧୁକଧାରୀ ଶିକାରୀ। ଦୈନିକ ବନ୍ୟଜନ୍ତୁଙ୍କୁ ଶିକାର କରି ଖୋଲାଖୋଲି ଭାବରେ ମାଂସକୁ ଛକ ବଜାରରେ ବିକ୍ରୟ କରାଯାଉଛି। ହେଲେ ଟେର୍ ପାଉନି ବନବିଭାଗ। ଏଭଳି ସ୍ଥିତିରେ ମହାନଦୀ ବନ୍ୟପ୍ରାଣୀ ବିଭାଗ ଅଧୀନସ୍ଥ ବାଣିଗୋଛା (ପୂର୍ବ) ବନ୍ୟପ୍ରାଣୀ ବିଭାଗକୁ ଏକ ସଫଳତା ମିଳିଥିବା ଦେଖିବାକୁ ମିଳିଛି । ଜଙ୍ଗଲରେ ଘୂରି ବୁଲୁଥିବା ଜଣେ ବନ୍ଧୁକଧାରୀ ଶିକାରୀକୁ ଅଟକ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଏନେଇ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥୀ ମଲ୍ଲିକ…
Read MoreCategory: ଦଶପଲ୍ଲା ବ୍ଲକ
ଛାଡ୍ ଲୋନ୍ କରାଇଦେବାକୁ କହି, ମହିଳା କରୁଛନ୍ତି ଅର୍ଥ ଆଦାୟ
ଦଶପଲ୍ଲା, (ନୟାଗଡ଼ ଦର୍ପଣ) ସ୍ପଷ୍ଟ ଦିବାଲୋକର ହେଉଛି ଠକେଇ । ଆଦିବାସୀ ଓ ଦଳିତ ମହିଳା ମାନେ ହେଉଛନ୍ତି ଠକେଇର ଶୀକାର । ଦଶପଲ୍ଲା ପଶ୍ଚିମାଞ୍ଚଳ, ବାଣୀଗୋଛା ଥାନା ଅନ୍ତର୍ଗତ ଚଡେୟାପଲ୍ଲୀ, କଳସାଖମଣ, ଦୁଡ଼ା ସମେତ ଆଖ ପାଖ ଅଞ୍ଚଳରେ ଜନୈକା ମହିଳା ନିଜକୁ ମିଶନ ଶକ୍ତିର ଅଧିକାରିଣୀ କହି, ଛାଡ୍ ଲୋନ୍ କରାଇ ଦେବା ପାଇଁ ଅର୍ଥ ଓ କାଗଜପତ୍ର ଆଦାୟ କରିଥିବାର ଖବର ମିଳିଛି । ଏ ସମ୍ପର୍କରେ ପୂର୍ବରୁ ହୀରାଂଚଳ ସମେତ ଅନ୍ୟାନ୍ୟ ଗଣମାଧ୍ୟମରେ, ଖବର ପ୍ରକାଶ ପାଇଥିଲେ ମଧ୍ୟ, ଅଦ୍ୟାବଧୂ କୌଣସି ସୁଫଳ ମିଳି ନଥିବାରୁ, ଅର୍ଥ ଦେଇଥିବା ଲୋକେ, ମହିଳାଙ୍କ ଠାରୁ ଅର୍ଥ ଫେରସ୍ତ ଦାବୀ କରିଛନ୍ତି। ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣାକୁ ନେଇ ସୋସିଆଲ ମିଡିଆରେ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି। ସମଗ୍ର…
Read Moreରୋଗ ଯନ୍ତ୍ରଣାରେ ଛଟପଟ ମାନସୀ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଜୀବନ ଜିଁଇଛି ମରିମରି, ବଞ୍ଚିବାକୁ ଆଉ ଇଚ୍ଛାନାହିଁ କିନ୍ତୁ ବଞ୍ଚିବାକୁ ପଡୁଛି ମୋର ୨ଟି ପୁଅ ପାଇଁ । ସତେ ଯେମିତି ପାଲଟି ଯାଇଛି ମୁଁ ଜିଅନ୍ତା ଶବ । ହଁ ଆଜ୍ଞା ଏକଥା ଆମେ କହୁନୁ କହୁଛନ୍ତି ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତର ଜାମୁସାହି ଶେଷଦେବ ନାୟକଙ୍କ ସ୍ତ୍ରୀ ମାନସୀ ନାୟକ । ବଞ୍ଚିବା ପାଇଁ କରୁଛି ଆକୁଳ ନିବେଦନ ମତେ ବଞ୍ଚାଇଦିଅ… ଘରର ଚାରିକାନ୍ଥ ମଧ୍ୟରେ ଅସହ୍ୟ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଜାମୁସାହି ଗ୍ରାମର ଶେଷଦେବ ନାୟକଙ୍କ ସ୍ତ୍ରୀ ମାନସୀ ନାୟକ । ମାନସୀଙ୍କ ପରିବାର କହିଲେ ସ୍ବାମୀ ଶେଷଦେବ, ପୁଅ ରାକେସ ନାୟକ ଓ ସାନ ପୁଅ ଆୟୁଷ ନାୟକ। ସୂଚନା ଅନୁସାରେ ଆଗରୁ ମାନଶୀଙ୍କ ପରିବାରରେ ଅଭାବଅନାଟନ ଲାଗି ରହିଥିଲେ ସୁଧା ଶେଷଦେବ ଦିନ…
Read Moreପ୍ରଥମ ବର୍ଷର ରଥଯାତ୍ରାକୁ ନେଇ ଉତ୍ସାହିତ ସାତପାଟଣା ବାସୀ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ମହାବୀରକ୍ଷେତ୍ର କୁଞ୍ଜବନ ଗଡ଼ ଦଶପଲ୍ଲାର ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳ ଭାବରେ ପରିଚିତ ସାତପାଟଣାରେ ବିରାଜିତ ପ୍ରଭୁ ପତିତ ପାବନ ଜୀଉ ଙ୍କ ମନ୍ଦିର ପ୍ରତିଷ୍ଠା ପରେ ଏ ବର୍ଷ ନୂତନ ଭାବରେ ରଥ ଯାତ୍ରା ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପରିଚାଳନା କମିଟି ଓ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ରୀତିନୀତି ଓ ପରମ୍ପରା କୁ ବଜାୟ ରଖି ୩ ରଥ ନିର୍ମାଣ ଚାଲିଛି ।ବିଗତ ମାଘ ଶୁକ୍ଲପକ୍ଷ ପଞ୍ଚମୀ ବା ବସନ୍ତ ପଞ୍ଚମୀ ଦିନଠାରୁ ସ୍ଵତ୍ରୀୟ କର୍ମକାଣ୍ଡି ବ୍ରାହ୍ମଣ ମାନଙ୍କ ପୂଜାର୍ଚ୍ଚନା ପରେ ଭୋଇ ସେବକ ମାନଙ୍କ ଦ୍ଵାରା ରଥପାଇଁ ଦାରୁ ଛେଦନ କରାଯାଇଥିଲା ।ଏହାପରେ ପବିତ୍ର ଅକ୍ଷୟ ତୃତୀୟା ଦିନ ଦାରୁ ଙ୍କୁ ପୁନଃ ପୂଜାର୍ଚ୍ଚନା ପରେ ମହାରଣା ସେବକ ମାନଙ୍କ ଦ୍ବାରା ରଥ କାର୍ଯ୍ୟ ଆୟମାରମ୍ଭ ହୋଇଥିଲା ।ବର୍ତ୍ତମାନ…
Read Moreନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୩୨ତମ ଶ୍ରାଦ୍ଧ ବାର୍ଷିକ ସମାରୋହ ଅନୁଷ୍ଠିତ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଆଜି ଦଶପଲ୍ଲାର କୁଞ୍ଜବନଗଡ଼ରେ ଜନ୍ମଲାଭ କରିଥିବା ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୩୨ ତମ ଶ୍ରାଦ୍ଧ ବାର୍ଷିକ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାଗରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, NAC ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ ,ତହସିଲଦାର ସ୍ମୃତିରଞ୍ଜନ ଶତପଥି ଯୋଗଦେଇଥିଲେ । ଉପସ୍ଥିତ ସମସ୍ତ ଅତିଥି ମାନେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରକଂ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରକଂ ଲିଖିତ ୨୦ ରୁ ଅଧିକ ନାଟକ ଉପରେ ଆଲୋଚନା କରିଥିଲେ ଓ ତତ୍କାଳୀନ ଓଡ଼ିଆ ସାହିତ୍ୟ କୁ ତାଙ୍କର ଅନବଦ୍ୟ ଦାନ ଉପରେ ଆଲୋଚନା କରିଥିଲେ ।
Read Moreଅବ୍ୟବସ୍ଥା ଘେରରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରସୂତି ପାଇଁ ଆସିବାକୁ ମୁହଁ ମୋଡ଼ୁଛନ୍ତି ଆଦିବାସୀ। ପ୍ରସୂତି ହେବାପରେ ମିଠା ବାହାନାରେ କରାଯାଉଛି ଅର୍ଥ ଦାବି। ନର୍ମାଲ ବା ସାଧାରଣ ଭାବେ ପ୍ରସୂତି ହେବାପରେ ପୁଅ ହେଲେ ୨ ହଜାର ଏବଂ ଝିଅ ହେଲେ ୧ ହଜାର ଟଙ୍କା। କିଏ କିଛି ଆଶାକର୍ମୀଙ୍କ ହାତରେ ମଗାଉଛି ତ ପୁଣି କେଉଁ ଦିଦି ସିଧାସଳଖ ମାଗୁଛି। ଦୈନିକ ପ୍ରସୂତି ପାଇଁ ଆସୁଥିବା ସମ୍ପର୍କୀୟ ଏଭଳି ଶୋଷଣର ଶିକାର ହେଉଛନ୍ତି। ଦିଦି ମାନେ ମିଠା ଖାଇବା ପାଇଁ କିଛି ଟଙ୍କା ମଗା ଯାଉଥିବା ବେଳେ ଆଉ କିଛି ଟଙ୍କାରେ ମାରା ହୋଇଥିବା ଚୁଡ଼ି, ଶଙ୍ଖାକୁ ପରିବର୍ତ୍ତନ କରିବାକୁ କୁହାଯାଉଛି। ହେଲେ ଟଙ୍କା ଦେଉଥିବା ସମ୍ପର୍କୀୟ ମାନେ ଭୟରେ ଅଧିକାରୀ କିମ୍ବା କ୍ୟାମେରା ଆଗରେ ମୁହଁ ଖୋଲିବାକୁ ସାହାସ କରୁନଥିବା ଦେଖିବାକୁ…
Read Moreଆନ୍ତର୍ଜାତୀକ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ
ନୟାଗଡ,(ନୟାଗଡ଼ ଦର୍ପଣ): ମାଦକ ଦ୍ରବ୍ୟ ଅପବ୍ୟବହାର ଓ ଏହାର ଅବୈଧ ଚାଲାଣ ଉପରେ ନୟାଗଡ଼ରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରେ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଶୁଭ ଉଦଘାଟନ କରିଥିବା ବେଳେ ଏହି ରାଲି ବଜାର ସହ ମୁଖ୍ୟ ଟ୍ରାଫିକ ଛକ ପର୍ଯ୍ୟନ୍ତ ସଚେତନତା ରାଲି ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏହି ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉପସ୍ଥିତ ଅତିଥିମାନେ ନିଶା ସେବନ ଦ୍ୱାରା କେବଳ ଯେ ସେବନକାରୀ ତଳିତଳାନ୍ତ ହୁଏ ତା ନୁହେଁ, ତାର ପରିବାର ମଧ୍ୟ ଆର୍ଥିକ ଓ ମାନସିକ ଦୁର୍ଗତି ର ଶିକାର ହୁଅନ୍ତି। ସମାଜ ଉପରେ ମଧ୍ୟ ପ୍ରଭାବ ପଡେ। ଯାହା ସେବନ କଲେ ମନୁଷ୍ୟ ର ଶରୀର,…
Read Moreଦଶପଲ୍ଲାରେ ମାତିଛନ୍ତି ସାଇବର ଲୁଟେରା
ଓଟିପି ମାଧ୍ୟମରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା, ଲୁଟିନେଲେ ମୋବାଇଲ୍ ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମାତିଛନ୍ତି ସାଇବର୍ ଲୁଟେରା । ନିରିହ ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ , କରୁଛନ୍ତି ଠକେଇ । ଗତ କିଛିଦିନ ତଳେ ଜନୈକ କ୍ଷୁଦ୍ର ବ୍ୟବସାୟୀ କୁଂ ପ୍ରଭାବିତ କରି ତାକଂ କ୍ରେଡିଟ୍ କାର୍ଡ଼ କ୍ଲୋଜ୍ କରିବା ବାହାନାରେ ତାକଂଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିବାବେଳେ , ଏବେ ଦଶପଲ୍ଲା ଦୁର୍ଗାବଜାରସ୍ଥିତ ଜନଗହଳିପୂର୍ଣ୍ଣ ନାରାୟଣଗଞ୍ଜ ହାଟରେ ମାତିଛନ୍ତି ମୋବାଇଲ ଲୁଟେରା । ଗତକାଲି ପୂର୍ବାହ୍ନରେ ହାଟ ମଧ୍ୟରେ ପ୍ରବଳ ଗହଳିର ସୁଯୋଗ ନେଇ ୪ ଜଣଙ୍କଠାରୁ ମୋବାଇଲ୍ ଫୋନ୍ ଲୁଟି ନେଇଛନ୍ତି ଲୁଟେରା । ପ୍ରଥମେ ହରିଡ଼ାବାଡ଼ି ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ଫୋନ୍ ଚୋରି ହୋଇଥିଲା। ସେ ଆଳୁ…
Read Moreଉପାସରେ ରହିବେ ବାବା ନୀଳକଣ୍ଠେଶ୍ଵର, ଆନ୍ଦୋଳନ ଚେତାବନୀ ଦେଲେ ପୂଜକ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଏନଏସି ଅନ୍ତର୍ଗତ ଦେଉଳ ମାଳିସାହି ଗ୍ରାମରେ ଥିବା ଆରାଧ୍ଯ ଦେବ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବଙ୍କ ମନ୍ଦିର ବହୁ ପ୍ରାଚୀନ କାଳରୁ ଅବସ୍ଥିତ। ଏହି ମନ୍ଦିରର ପୂଜକଗଣ ରାଜାରାଜୁଡା ଅମଳରୁ ବଂଶାନୁକ୍ରମରେ ଠାକୁରଙ୍କ ପୂଜାରେ ଲାଗି ଆସିଛନ୍ତି ଓ ଠାକୁରଙ୍କ ଜମିକୁ ଭୋଗଦଖଲ କରିଆସୁଛନ୍ତି । ମାତ୍ର ବର୍ତମାନ ଉକ୍ତ ଜମିରେ ପୂର୍ବତଟ ରେଳ ଲାଇନ ଆସିବା ଦ୍ଵାରା ଜମିର ଭୋଗଦଖଲ ବନ୍ଦ ଅଛି ଏବଂ ସେଥିପାଇଁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସେମାନଙ୍କୁ କୌଣସି କ୍ଷତି ପୂରଣ ଦିଆଯାଇ ନାହିଁ । ତେବେ ଜମି ଅଧିଗ୍ରହଣ ଅର୍ଥ ଆସିଥିଲେ ମଧ୍ୟ ପୂଜକମାନଙ୍କୁ ଦିଆଯାଇ ନାହିଁ । ତେବେ ସେବାୟତମାନେ ଗତ ୬ବର୍ଷରୁ ଅଧିକ ସମୟ କରଜ ବାରଜ କରି ମନ୍ଦିର ସେବା ଜାରି ରଖିଥିବା ସହିତ ନିଜ ନିଜ ପରିବାରର ଗୁଜୁରାଣ…
Read Moreକାଳବୈଶାଖୀ ଉଡ଼ାଇନେଲା ଛପର
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ ନେଫାରୀ ଗାଁରେ ତାଣ୍ଡବ ରଚିଛି କାଳବୈଶାଖୀ। କାଳବୈଶାଖୀର ତାଣ୍ଡବ ଯୋଗୁଁ ନେଫାରୀ ଗ୍ରାମର ଗରିବ ଆଦିବାସୀ ମହିଳା ସୁମିତ୍ରା କହଁରଙ୍କ ଝାଟିମାଟି ଆଜବେଷ୍ଟ ଘରଟି ସଂପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଛି । ତା ସାଙ୍ଗକୁ ଲଗାଣ ବର୍ଷା ଯୋଗୁଁ ଦୁଇ ଦୁଇଟି କୁନିଛୁଆଙ୍କୁ ଧରି ଅସହାୟ ଅବସ୍ଥାରେ ଘର କଣରେ ପଡ଼ି ରହିଛନ୍ତି ସୁମିତ୍ରା । ଏହି ଝଡ଼ବର୍ଷା ଯୋଗୁଁ ତାଙ୍କର ଗଚ୍ଛିତ ଥିବା ସମସ୍ତ ଖାଦ୍ୟଦ୍ରବ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପ୍ରଶାସନ ସୁମିତ୍ରାଙ୍କ ପାଖରେ ବର୍ତମାନ ସୁଦ୍ଧା ପହଞ୍ଚି ନଥିବା ଜଣାପଡ଼ିଛି । ତତସହିତ ସେହିଗ୍ରାମର ବଳଭଦ୍ର ନାୟକ, ରଇବାରୀ ଦେଇ, ମନ୍ଦୋଦରୀ ନାୟକଙ୍କ ଘର ମଧ୍ୟ କାଳବୈଶାଖୀ ଦ୍ଵାରା ପ୍ରଭାବିତ…
Read More