ଦଶପଲ୍ଲା, (ନୟାଗଡ଼ ଦର୍ପଣ): “ମାଟିର ସ୍ୱର” ଦଶପଲ୍ଲା ୭୮ତମ ସ୍ବାଧୀନତା ଦିବସ ଅବସରରେ ଖମାରସାହି ପଞ୍ଚାୟତ ଅନ୍ତର୍ଗତ ସୁବଳିଆ ଡ଼ୁବୁରୀ ପାହାଡ଼ ଉପରେ ବହୁ ବର୍ଷ ଧରି ବସବାସ କରି ଆସୁଥିବା ଆଦିମ ଜନଜାତି ମୁଣ୍ଡ ପୋତା କେଳା ସମ୍ପ୍ରଦାୟଙ୍କ ବସ୍ତିରେ ପ୍ରାକ୍ତନ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତିଙ୍କ ପୌରହିତ୍ୟରେ ମାଟିର ସ୍ୱର ତରଫରୁ ସ୍ଵାଭିମାନ ଜନ୍ତାଳ ଅନୁଷ୍ଠିତ ହୋଇଯାଇଅଛି। ଏ ଉତ୍ସଵରେ ବିଶିଷ୍ଟ ସମାଜ ସେବୀ ମହମ୍ମଦ ଅମିନ, ସମାଜସେବୀ ମମତାଜ୍, ସାହିତ୍ୟିକା ଡ. ବାସନ୍ତୀ ମହାନ୍ତି, ନାଟ୍ୟକାର ବିଶ୍ଵନାଥ ମହାପାତ୍ର, ପ୍ରଧ୍ୟାପକ ଓ କବି ଶ୍ରୀମାନ ଶିବବ୍ରତ ସାଇନାଥ ପ୍ରମୁଖ ବରେଣ୍ୟ ଅତିଥି ଯୋଗଦାନ କରି ମୁଣ୍ଡ ପୋତା କେଳା ସମ୍ପ୍ରଦାୟଙ୍କ ମୌଳିକ ସମସ୍ୟା ପ୍ରତି ସମବେଦନା ଜ୍ଞାପନ କରିବା ସହିତ ଏମାନଙ୍କ ଜୀବନ ଜୀବିକା, ବୃତ୍ତି, ପରମ୍ପରା, ରୋଜଗାର, ବାସଗୃହ,…
Read MoreCategory: ଦଶପଲ୍ଲା ବ୍ଲକ
ନୟାଗଡ଼ ପୁଲିସକୁ ବଡ଼ ସଫଳତା, ନୟାଗଡ଼ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଏସପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାର ପ୍ରତ୍ୟେକ ଥାନାରେ ହୋଇଥିବା ସଫଳତା ସମ୍ପର୍କରେ ସୁଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ବପୁର୍ଣ୍ଣ ହେଉଛି ଜଣେ ପୁଲିସ୍ ବାବୁ ଚାନ୍ଦା ଆଦାୟ କରି ସସ୍ପେଣ୍ଡ ହେବା ସହ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଓଡ଼ଗାଁ ଥାନାରେ କଦଳୀବନ୍ଧ ଗ୍ରାମର କାଳୁ ପ୍ରଧାନ ଚାନ୍ଦା ଆଦାୟ ନିମନ୍ତେ ଏକ ଅଭିଯୋଗ କରିଥିଲେ ପୁଲିସ ବାବୁ ତାଙ୍କୁ ୫ହଜାର ଟଙ୍କା ଚାନ୍ଦା ମାଗିଥିଲେ। ଏନେଇ ଅଭିଯୁକ୍ତ ପୁଲିସ ବାବୁ ଦିଲ୍ଲୀପ କୁମାର ନାହାକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ଭାବେ ନୂଆଗାଁ ଥାନା ପକ୍ଷରୁ ନକଲି ଜନ୍ମ ମୃତ୍ୟୁ ସାର୍ଟିଫିକେଟ ଦେଇ ଜଣଙ୍କୁ ପୁଲିସ ଗିରଫ କରିଛି । ସୁଚନାନୁସାରେ ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ଅଗପଡା…
Read Moreନୟାଗଡ଼ ପୋଲିସରେ ବଡ଼ଧରଣର ଅଦଳବଦଳ କଲେ ଏସପି
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୋଲିସରେ ବଡ଼ଧରଣର ଅଦଳବଦଳ ହୋଇଛି। ନୟାଗଡ଼ ସଦରଥାନା ଅଧିକାରୀ ଅନିତା ସାହୁଙ୍କୁ ବାଣିଗୋଚ୍ଛା ଥାନାକୁ ବଦଳି କରାଯାଇଥିବା ବେଳେ ବାଣିଗୋଚ୍ଛା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କୁ ଗଣିଆ, ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ାଙ୍କୁ ଚାନ୍ଦପୁର ବଦଳି କରାଯାଇଥିବା ବେଳେ ଚାନ୍ଦପୁର ଥାନା ଅଧିକାରୀ ଜଗଦିଶ କରଙ୍କୁ ଇଟାମାଟି ଥାନା, ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ବାଇଁଙ୍କୁ ରଣପୁର, ରଣପୁର ଥାନା ନିହାର ରଞ୍ଜନ ମହାନ୍ତିଙ୍କୁ ଖଣ୍ଡପଡ଼ା, ଖଣ୍ଡପଡ଼ା ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ବାଇଁଙ୍କୁ ଶରଣକୁଳ, ଶରଣକୁଳ ଥାନା ଅଧିକାରୀ ପୁଷ୍ପଲତା ବେହେରାଙ୍କୁ ହେଡକ୍ଵାର୍ଟରକୁ କରାଯାଇଥିବା ବେଳେ ରିଜର୍ଭରେ ଥିବା ଇନ୍ସିପେକ୍ଟର ବିଜୟା ସାହୁଙ୍କୁ ସଦରଥାନାଅଧିକାରୀ ଭାବେ ବଦଳି କରାଯାଇଛି । ସେହିଭଳି ଏସଆଇ ଓ ଏଏସଆଇ ସ୍ତରରେ ମଧ୍ୟ ଅଦଳବଦଳ କରାଯାଇଛି। ନୟାଗଡ଼ ଟାଉନଥାନାରେ…
Read Moreଦଶପଲ୍ଲାରେ ସେବା ଉତ୍ସବ,
ମାଗଣା ସ୍ବାସ୍ଥ୍ୟ ଶିବିରରେ ସାମିଲ ହେଲେ ୨ଶହ ପଚାଶ ରୋଗୀ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଠାରେ ଅନୁଷ୍ଠିତ ହେଲା ସେବା ଉତ୍ସବ। ଚଳିତ ମାସ ୧୫ତାରିଖ ଠାରୁ ୨୫ ତାରିଖ ଯାଏଁ ଦଶ ଦିନ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ସେବା ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଅଷ୍ଟମ ବାର୍ଷିକ ସେବା ମହୋତ୍ସବ କାର୍ଯ୍ୟକ୍ରମ ଆଜି ସେବା ଉତ୍ସବ ସମିତି ଓ ସୀତାରାମ ୟୁଥ କ୍ଲବ ମିଳିତ ସହଭାଗିତାରେ ଦଶପଲ୍ଲା ବ୍ଲକ ଘୁଗୁଡିପଡା ପଞ୍ଚାୟତ ଦୁର୍ଗମ ଅଞ୍ଚଳ ମର୍ଦ୍ଦାବାଡ଼ି ଠାରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୨୬୦ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ନିଃଶୁଳ୍କ ଔଷଧ ଓ ଚଷମା ବଣ୍ଟନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଆସିଥିବା ୨ ଶହ ପଚାଶ ରୋଗୀ ଉପସ୍ଥିତ ରହି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ସୁବିଧା ପାଇଥିଲେ।…
Read Moreନୟାଗଡ଼ରେ କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ର ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦ ସୃଜନ୍ ସଭାଗୃହରେ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଉନ୍ନୟନ ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ସମସ୍ତଙ୍କୁ ସ୍ୱାଗତ ଜଣାଇ ଏହି ବୈଠକର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ କହିଥିଲେ ଯେ, ସମସ୍ତ ବିଭାଗ ସେମାନଙ୍କ ବିଭାଗର କାର୍ଯ୍ୟ ତାଲିକା ପ୍ରଦାନ କରିଛନ୍ତି । ତଥାପି ନିଜ ନିଜ ବିଭାଗର ଚାଲୁ ରହିଥିବା ପ୍ରକଳ୍ପ, ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଥିବା ପ୍ରକଳ୍ପ ତଥା ବିଭାଗମାନଙ୍କର ବିଭିନ୍ନ ସମସ୍ୟା ଓ ଆବଶ୍ୟକ ସଂକ୍ଷେପରେ ପ୍ରଦାନ କରିବା ପାଇଁ କହିଥିଲେ । ଏହାପରେ ସେ ମାନ୍ୟବର ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ଆଜିର ବୈଠକ ଉପରେ ସମ୍ୟକ୍ ବାର୍ତ୍ତା ଉପସ୍ଥିତ…
Read Moreଜ୍ଞାନ ପ୍ରକାଶ ଦ୍ୱାରା ପ୍ରଦତ୍ତ “ଶିକ୍ଷା ସମ୍ମାନ”ରେ ସମ୍ମାନିତ ହେଲେ ଆଦର୍ଶ ଶିକ୍ଷକ ବାଲାରସେନ ପାତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଧ୍ୟମିକ ସ୍କୁଲ ସ୍ତରରେ ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ଗୁଣାତ୍ମକ କରିବା ଉପରେ ପ୍ରବୀଣ ଶିକ୍ଷକ ବାଲାରସେନ୍ ପାତ୍ରଙ୍କୁ ମିଳିଛି ‘ଶିକ୍ଷା ସମ୍ମାନ’। ‘ଜ୍ଞାନ ପ୍ରକାଶ’ର ୮ମ ଇଣ୍ଟରଡିସପ୍ଲେନାରୀ ଜାତୀୟ ସମ୍ମିଳନୀ ତଥା ବାର୍ଷିକ ଉତ୍ସବ ଭୁବନେଶ୍ୱର ସ୍ଥିତ ଜୟଦେବ ଭଵନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ NCERT ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ଏଲିମେଂଟାରୀ, NIFAର ଅଧ୍ୟକ୍ଷ, ‘ଜ୍ଞାନ ପ୍ରକାଶ’ର ପ୍ରତିଷ୍ଠାତା, ସମ୍ପାଦକ ଏବଂ ଓଡିଶା ମୁଖ୍ୟ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ ଶିକ୍ଷାଦାନ କରୁଥିବା ଶ୍ରୀଯୁକ୍ତ ବାଲାରସେନ୍ ପାତ୍ରଙ୍କୁ ‘ଜ୍ଞାନ ପ୍ରକାଶ’ର ୮ମ ଇଣ୍ଟରଡିସପ୍ଲେନାରୀ ଜାତୀୟ ସମ୍ମିଳନୀ ତଥା ବାର୍ଷିକ ଉତ୍ସବରେ ‘ଶିକ୍ଷା ସମ୍ମାନ’ରେ ସମ୍ମାନିତ କରାଯାଇଛି । ଶ୍ରୀଯୁକ୍ତ ପାତ୍ର ବର୍ତ୍ତମାନ ୪ର୍ଥ ଶ୍ରେଣୀରେ…
Read Moreସମସ୍ୟା ଘେରରେ ଟାକରା ଆବାସିକ ଉଚ୍ଚ ବିଦ୍ୟାଳୟ, ଦୃଷ୍ଟି ଦେଉନାହାନ୍ତି ବିଭାଗୀୟ ଅଧିକାରୀ
ଦଶପଲ୍ଲା,(ନୟାଗଡ଼ ଦର୍ପଣ) ସମସ୍ୟା ଘେରରେ ଆଦିବାସୀ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଟାକରା ସରକାରୀ ଉଚ୍ଚ ବିଦ୍ୟାଳୟ। ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ଅନ୍ତେବାସୀ ଛାତ୍ରଙ୍କୁ ମିଳୁନି ମୈାଳିକ ସୁବିଧା। ଅନ୍ତେବାସୀ ଛାତ୍ରଙ୍କ ପାଇଁ ପାନୀୟଜଳର ସମସ୍ୟା ଲାଗି ରହିଛି। ଯାହାକି ଶୈାଚ ଓ ଗାଧୋଇବା ପାଇଁ ବୃତ୍ତଙ୍ଗ ନଦୀ ସାହାରା ସାଜିଥିବା ଦେଖିବାକୁ ମିଳିଛି। ବିପଦ ସଂକୁଳ ଭାବରେ ହଷ୍ଟେଲରେ ରହୁଥିବା ଶତାଧିକ ଛାତ୍ର ଖରସ୍ରୋତା ବୃତ୍ତଙ୍ଗ ନଦୀକୁ ଯାଉଥିବା ବେଳେ କୈାଣସି ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପଟେ ପାନୀୟ ଜଳର ସମସ୍ୟା ନେଇ ପ୍ରାୟ ୩୯ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ପାନୀୟଜଳ ପ୍ରକଳ୍ପ ଫେଲ ମାରିବା ହେତୁ ବାଧ୍ୟହୋଇ ଅନ୍ତେବାସୀମାନେ ଶୈାଚ ଓ ଗାଧୋଇବା ପାଇଁ ବୃତ୍ତଙ୍ଗ ନଦୀକୁ…
Read Moreବୃତ୍ତଙ୍ଗ ବୃହତ୍ ଜଳସେଚନ ପ୍ରକଳ୍ପକୁ ମିଳିଲା ପରିବେଶ ମଞ୍ଜୁରୀ
ଦଶପଲ୍ଲା, (ନୟାଗଡ଼ ଦର୍ପଣ) ନୟାଗଡ଼ ଜିଲ୍ଲାବାସୀଙ୍କ ପ୍ରାୟ ଦୀର୍ଘ ପାଞ୍ଚ ଦଶନ୍ଧିର ସ୍ୱପ୍ନ ପୂରଣ ହେବାକୁ ଯାଉଛି। ବହୁ ପ୍ରତୀକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପକୁ ଦ୍ଵିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରି ମିଳିଛି। କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁମନ୍ତ୍ରାଳୟର ମଞ୍ଜୁରି ପରେ ଏହି ପ୍ରକଳ୍ପ ବାସ୍ତବ ରୂପ ନେବାକୁ ଯାଉଥିବାରୁ ଜିଲ୍ଲାର ହଜାର ହଜାର ଚାଷୀଙ୍କ ମୁହଁରେ ଉତ୍ସାହ ଦେଖାଦେଇଛି । ଏହି ପ୍ରକଳ୍ପ ଦ୍ବାରା ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଖଣ୍ଡପଡ଼ା, ନୂଆଗାଁ ଓ ଓଡ଼ଗାଁ ବ୍ଲକର ୨୩ହଜାର ୩ଶହ ହେକ୍ଟର ଜମି ଜଳସେଚିତ ହେବାସହ ପାନୀୟ ଜଳର ମଧ୍ୟ ସୁବନ୍ଦୋବସ୍ତ ହୋଇପାରିବ। ଟାକରା ପଞ୍ଚାୟତର ମଞ୍ଜାରୀ ନିକଟରେ ଥିବା ମାଇ ଓ ତାବଲଦେଈ ପାହାଡ଼ର ସଂଯୋଗରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ। ସମୁଦାୟ ୩,୫୫୨ ହେକ୍ଟରରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ମଧ୍ୟରେ…
Read Moreଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ-୨୦୨୪ ପାଳନ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ଫଳାଫଳ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ବକ୍ତୃତା (କନିଷ୍ଠ ବର୍ଗ)ପ୍ରଥମ – ବିଶ୍ୱ ବିଜିତା ମହାନ୍ତି– ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ଦ୍ୱିତୀୟ – ଅଭୟ ପ୍ରଧାନ -ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, କୋରପିଠା, ଓଡ଼ଗାଁତୃତୀୟ – ପ୍ରତୀକ୍ଷା ପ୍ରିୟଦର୍ଶିନୀ ଚମ୍ପତି- ନୂଆଗାଁ ଉଚ୍ଚ ବିଦ୍ୟାଳୟ ଓଡ଼ିଆ ବକ୍ତୃତା (ବରିଷ୍ଠ ବର୍ଗ)ପ୍ରଥମ – ମନିଷା ପତି– ବ୍ରଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ, ରଣପୁର ଦ୍ୱିତୀୟ – ଶ୍ରେୟା ମିଶ୍ର – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଦ୍ୱାରଗାଁ, ଦଶପଲ୍ଲାତୃତୀୟ – ପ୍ରିୟ ରଂଜନ ମିଶ୍ର – ଏନ.ଏ.ସି. ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ଓଡ଼ିଆ ପ୍ରବନ୍ଧ(କନିଷ୍ଠ ବର୍ଗ)ପ୍ରଥମ – ବିଜୟଲକ୍ଷ୍ମୀ ପରିଡ଼ା– ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନୂଆଗାଁ ଦ୍ୱିତୀୟ – ଦିବ୍ୟାଶା ମହାନ୍ତି – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଖଣ୍ଡପଡ଼ା ତୃତୀୟ – ସ୍ମୃତି ପ୍ରଜ୍ଞା ସାହୁ – ଏନ.ଏ.ସି.…
Read Moreବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ‘ବିଚାର ପଥର’ର ପାଠକୀୟ ଚର୍ଚ୍ଚା
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ‘ବିଚାରପଥର’ର ପାଠକୀୟ ଚର୍ଚ୍ଚା ଜୁଲାଇ୬ତାରିଖରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନୟାଗଡ଼ର ନୀଳମାଧବ କଲ୍ୟାଣ ମଣ୍ଡପ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ସାହିତ୍ୟପ୍ରେମୀଙ୍କ ଗହଣରେ ଏହି ଆଲୋଚନାଚକ୍ରକୁ ଉଦଘାଟନ କରି ବିଶିଷ୍ଟ ସାରସ୍ଵତ ସାଧକ ତଥା ସ୍ଥାନୀୟ ବିଧାୟକ ଡଃ ଅରୁଣ କୁମାର ସାହୁ ସମାଜ ପରିବର୍ତ୍ତନରେ ସାହିତ୍ୟର ଭୂମିକା ସମ୍ପର୍କରେ ଆଲୋଚନା ରଖିବା ସହିତ ବିଚାରପଥର ଉପନ୍ୟାସର ସଫଳ ପାଠକୀୟ ସ୍ଵୀକୃତି ଉପରେ ଆଲୋକପାତ କରିଥିଲେ। ହଜିଯାଉଥିବା ଶବ୍ଦମାନଙ୍କୁ ପ୍ରୟୋଗ କରି ଲୋକପ୍ରିୟ ସାହିତ୍ୟସୃଷ୍ଟିରେ ଶ୍ରୀ ମହାପାତ୍ର ଜଣେ ଧୂରୀଣ ସାରସ୍ଵତ ସାଧକ ବୋଲି ଡଃ ସାହୁ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ସାହିତ୍ୟସ୍ରଷ୍ଟା ଶ୍ରୀ ନିରଞ୍ଜନ ସାହୁ ସମାଜର ବିବର୍ତ୍ତନରେ ରଚନାତ୍ମକ ସାହିତ୍ୟର ଭୂମିକା ଉପରେ…
Read More