ନୟାଗଡ଼,(ନୟାଗଡ ଦର୍ପଣ): ବିଶ୍ୱ ମୃତ୍ତିକା ଦିବସ ଅବସରରେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଡି.ଆର.ଡି.ଏ ସମ୍ମିଳନୀ କକ୍ଷ (ସୃଜନ) ଠାରେ ଜିଲ୍ଲା ସ୍ତରୀୟ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ଯୋଗଦେଇ ବିଶ୍ୱ ମୃତ୍ତିକା ଦିବସ ପାଳନର ମହତ୍ତ୍ୱ ବର୍ଣ୍ଣନା କରିବା ସହ ନୟାଗଡ଼ ଜିଲ୍ଲାର ମୃତ୍ତିକା ଅତି ଉନ୍ନତ ମାନର ଏବଂ ଏଥିରୁ ଅତି ଉନ୍ନତ ମାନର ଧାନ, ମୁଗ, ଆଖୁ ଏବଂ ବିଭିନ୍ନ ପନିପରିବା ଅମଳ ହେଉଥିବା କଥା ବୁଝାଇଥିଲେ । ମୁଖ୍ୟତଃ ଜିଲ୍ଲା ମୃତ୍ତିକା ଦିବସର ବିଷୟବସ୍ତୁ ଥିଲା ମୃତ୍ତିକା ଲବଣୀକରଣକୁ ରୋକନ୍ତୁ ଏବଂ ମୃତ୍ତିକାର ଉତ୍ପାଦିକା ଶକ୍ତି ବୃଦ୍ଧି କରନ୍ତୁ…
Read MoreCategory: ଦଶପଲ୍ଲା ବ୍ଲକ
ଭିଜିଲାନ୍ସ ପଞ୍ଝାରେ କୋଟିପତି ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ ଦାସ
ବର୍ତ୍ତମାନ ସୁଦ୍ଧା ୨କୋଟି ୩୧ଲକ୍ଷ ଟଙ୍କାର ସମ୍ପତ୍ତି ଆକଳନ, ଆହୁରି ଖୋଜା ଚାଲିଛି ନୟାଗଡ଼,(ନୟାଗଡ଼ ଦର୍ପଣ): ଭିଜିଲାନ୍ସ ପଞ୍ଝାରେ ନୟାଗଡ଼ ଯୋଗାଣ ବିଭାଗର ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ ଦାସ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏକାଥରକେ ୫ଟି ସ୍ଥାନରେ ଚଢ଼ାଉ କରି ୨କୋଟି ୩୧ଲକ୍ଷ ଟଙ୍କାର ସମ୍ପତ୍ତି ଆକଳନ କରିଛି ଭିଜିଲାନ୍ସ। ନୟାଗଡ଼ ବ୍ଳକ ଲେଙ୍କୁଡ଼ିପଡ଼ା ଠାରେ ଏକ ୪ମହଲା ବିଶିଷ୍ଟ କୋଠା, ଓଡ଼ଗାଁ ସହରରେ ୨ମହଲା ବିଶିଷ୍ଟ ଦୁଇଟି କୋଠା, ନୟାଗଡରେ ୮ଟି ପ୍ଲଟ, ଭୁବନେଶ୍ୱରରେ ଗୋଟିଏ ପ୍ଲଟ, ଗୋଟିଏ ଚାରିଚକିଆ ଯାନ ଏବଂ ୩ଟି ଦୁଇ ଚକିଆ ଯାନ ସହ ୯ ଲକ୍ଷ ୩୦ହଜାର ଟଙ୍କାର ବ୍ୟାଙ୍କ ଓ ପୋଷ୍ଟାଲ ଜମା, ୮ଲକ୍ଷ ୬୪ହଜାର ଟଙ୍କାର ଜୀବନ ବୀମା, ୪ଲକ୍ଷ ୯୨ହଜାର ଟଙ୍କାର ସୁନା ଗହଣା ଓ ୨ଲକ୍ଷ ୭୪ ହଜାର…
Read Moreନୟାଗଡ଼ ଜିଲ୍ଲା ଖବରକାଗଜ ବିତରକ ସଂଘ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଖବରକାଗଜ ବିତରକ ସଂଘ ସାଧାରଣ ବୈଠକ ନୟାଗଡ଼ ସହର ରାମମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପଦେଷ୍ଟା ତଥା ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ସାମ୍ବାଦିକ ଅନୀଲ କୁମାର ପଣ୍ଡା, ସଭାପତି କାଶୀନାଥ ମିଶ୍ର, ସମ୍ପାଦକ ବୈକୁଣ୍ଠ ନାଥ ନାୟକ, କୋଷାଧ୍ୟକ୍ଷ ପ୍ରଫୁଲ ଚନ୍ଦ୍ର ମହାପାତ୍ର ଏବଂ ସହ ସମ୍ପାଦକ ଜଗନ୍ନାଥ ତ୍ରିପାଠୀ ପ୍ରମୂଖ ଉପସ୍ଥିତ ରହି ସଂଘର ଆଗାମୀ କାର୍ଯ୍ୟପନ୍ଥା ଏବଂ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସହାୟତା ପାଇବା ବାବଦରେ ଆଲୋଚନା କରିଛନ୍ତି । ସମସ୍ତ ହକରଙ୍କୁ ସଂଘ ପକ୍ଷରୁ କୋଭିଡ୍ ସହାୟତା ପାଇବା ପାଇଁ ଫର୍ମ ଯୋଗାଇ ଦିଆଯାଇଛି । ଆଗାମୀ ସୋମବାର ମଧ୍ୟରେ ସମସ୍ତ ବିତରକ ସଂଘ ମାଧ୍ୟମରେ ଫର୍ମ ଏବଂ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବାକୁ କୁହାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ…
Read Moreସମ୍ଭାବ୍ୟ ବାତ୍ୟା କାରଣରୁ ମଞ୍ଚାୟନ ନାଟକ ମହୋତ୍ସବ ସ୍ଥଗିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ନାଟ୍ୟଶାଳା ମଞ୍ଚାୟନ ତରଫରୁ ଡିସେମ୍ବର ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପଠାଣି ସାମନ୍ତ ସଂସ୍କୃତି ଭବନ, ନୟାଗଡ଼ ଠାରେ ଅନୁଷ୍ଠିତ ହେବାକୁଥିବା ନାଟକ ମହୋତ୍ସବକୁ ସ୍ଥଗିତ ରଖାଯାଇଛି। ଏହି ନାଟକ ମହୋତ୍ସବ ପରବର୍ତ୍ତୀ ସମୟରେ ତା.୨୪-୧୨-୨୦୨୧ ରୁ ୨୬-୧୨-୨୦୨୧ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ ବୋଲି ମଞ୍ଚାୟନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ପ୍ରଦାନ କରିଛନ୍ତି। ୨୪-୧୨-୨୦୨୧ରେ ଶତାବ୍ଦୀର କଳାକାର ଭୁବନେଶ୍ୱର ସଂସ୍ଥାର ନାଟକ ‘ବାଞ୍ଛାର ବଗିଚା’, ୨୫ ତାରିଖରେ ଜୀବନରେଖା ଭୁବନେଶ୍ୱରର ନାଟକ ‘ଆଧେ ଅଧୁରେ ” ଏବଂ ୨୬ ଡିସେମ୍ବରରେ ରାଗେଶ୍ରୀ ନିଳୟମ୍ ନୟାଗଡ଼ର ନାଟକ “ରିଲେରେସ” ପରିବେଷଣ କରାଯିବ।
Read Moreଜିଲ୍ଲାରେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଲେ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ୪ ଓ ୫ତାରିଖରେ ବାତ୍ୟା ‘ଜୱାଦ’ର ପ୍ରଭାବ ଦେଖିବାକୁ ମିଳିବ । ଓଡ଼ିଶାର କିଛି ଜିଲ୍ଲାରେ ଏହାର ପ୍ରଭାବ ଦେଖାଇବ । ପ୍ରବଳ ଜୋରରେ ବର୍ଷା ହେବା ସହିତ ପବନର ଗତି ଯୋର ରହିବ । ଏହାକୁ ନେଇ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ ଭର୍ଚୁଆଲ ମାଧ୍ୟମରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ସଜାଗ ରହିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ମୁଖ୍ୟତଃ ଜିଲ୍ଲାରେ ଜିରୋ କାଜୁଆଲଟିକୁ ଗୁରୁତ୍ୱ ଦିଆଯାଇଛି । କୃଷି ଅଧିକାରୀ, ଉଦ୍ୟାନ ବିଭାଗ କର୍ମଚାରୀ ଚାଷୀ ମାନଙ୍କ ପାଖରେ ପହଞ୍ଚି କୃଷକମାନଙ୍କୁ ସଚେତନତା କରାଇବା ପାଇଁ କୁହାଯାଇଛି । ପନିପରିବା ଚାଷ ଯେପରି ନଷ୍ଟ ନହେବ, ଯଥାଶୀଘ୍ର…
Read More5T ଆଧାରରେ ରୂପାନ୍ତରିତ ହେବ ଘୋଳାହାଣ୍ଡିର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ ଚ୍ୟାଲେଞ୍ଜକୁ ସାମନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ। ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ’ ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି। ଗାଁ’ ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର…
Read Moreସ୍ପେଶାଲ ଏଜୁକେଟର ଫେଡରେଶନ ଫର ଦିବ୍ୟାଙ୍ଗ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସ୍ପେଶାଲ ଏଜୁକେଟର ଫେଡରେଶନ ଫର ଦିବ୍ୟାଙ୍ଗ ସଂଘ ତରଫରୁ ନୟାଗଡ଼ ଜିଲ୍ଲାର କର୍ମକର୍ତ୍ତା ମାନେ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଡିସେମ୍ବର ୩ ତାରିଖ ଦିନ ସରକାରଙ୍କ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରାଯାଉଥିବା ବେଳେ ସେମାନେ କିପରି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ସେଥିପାଇଁ ରାଜ୍ୟ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି କିନ୍ତୁ ଦୁଃଖର ବିଷୟ ଯେ ସେ ସବୁ ଯୋଜନା ଯୋଜନାରେ ରହି ଯାଉଛି। ଯେମିତି କି ବିଦ୍ୟାଳୟ ସ୍ତରରେ ଭିନ୍ନକ୍ଷମ ପିଲାଙ୍କ ଶିକ୍ଷା ଦିଗରେ ଉନ୍ନତି ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଆରପିଡବ୍ଲୁଡି ଆକ୍ଟ ୨୦୧୬ରେ ଉଲ୍ଲେଖ ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଉନାହିଁ। ଅନ୍ତର୍ନିବେଶୀ ଶିକ୍ଷା ଅନୁସାରେ ଭିନ୍ନକ୍ଷମ ଛାତ୍ର ଛାତ୍ରୀମାନେ ସଧାରଣ…
Read Moreକୁରାଳ ସଂସ୍କୃତ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ
ଓ଼ଡ଼ଗାଁ,(ନୟାଗଡ଼ ଦର୍ପଣ): କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ଜାତୀୟ ସେବାଯୋଜନା ଅଧିକାରିଣୀ ଅଧ୍ୟାପିକା ସୁଷମା ମଞ୍ଜରୀ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଅଛି। ଶିକ୍ଷାଦାନ ସହ ଶୈକ୍ଷିକ ବାତାବରଣ ପାଇଁ ବେଶ ସୁନାମ ଅର୍ଜନ କରିଥିବା ଏହି କଲେଜରେ ସାମାଜିକ ଓ ସଚେତନତା ସୃଷ୍ଟି କ୍ରମରେ ଜାତୀୟ ସେବା ଯୋଜନାର ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ମହାବିଦ୍ୟାଳୟ ପରିସରରୁ ବାହାରି ନିକଟସ୍ଥ ନାଥିଆପଲ୍ଲୀ ଓ ଟାଙ୍ଗୀସାହି ଗ୍ରାମ ପରିକ୍ରମା କରିଥିଲା। କଲେଜ ସମ୍ମୁଖରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଏକ ମାନବ ଶୃଙ୍ଖଳର ଆୟୋଜନ କରିଥିଲେ। କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଏଡ଼ସ ପରି ଭୟାବହ ରୋଗ ଦୁରେଇ ରହିବା ତଥା ନିରାକରଣ ଓ ସଚେତନତା ସମ୍ବନ୍ଧରେ ଜନମାନସରେ ସଚେତନତା ସୃଷ୍ଟି…
Read Moreନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ମାଗଣା ସ୍ୱାସ୍ଥ୍ୟ ଶିବିର
ଉନ୍ନତମାନର ଚିକିତ୍ସା ସୁବିଧା ପାଇଲେ ୨ ହଜାର ରୋଗୀ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଏବଂ ଇଫକୋ ସହାୟତା କରିଛନ୍ତି । ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିବା ବେଳେ ୨ ହଜାରରୁ ଉର୍ଦ୍ଧ୍ୱ ଲୋକ ବହୁ ଦକ୍ଷ ଚିକିତ୍ସକଙ୍କଠାରୁ ଚିକିତ୍ସା ସୁବିଧା ପାଇ ପାରିଛନ୍ତି । ୧୨ଟି ସ୍ୱାସ୍ଥ୍ୟ ସମ୍ପର୍କିତ ବିଭାଗ ପାଇଁ ୨୧ ଜଣ ଡାକ୍ତର ଶିବିରରେ ଯୋଗ ଦେଇଥିଲେ । ମୁଖ୍ୟତଃ ଆମ୍ରି ହସ୍ପିଟାଲର ୯ ଜଣ ଡାକ୍ତର ଯୋଗ ଦେଇ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ…
Read Moreମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ଚୂଡ଼ାନ୍ତ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ରବିବାର ଅନୁଷ୍ଠିତ ହେବ। ଏଥିପାଇଁ ଆଜି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସଭାଗୃହରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅରୁଣ ମହାନ୍ତି, ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ମନ୍ତ୍ରୀ ଡ. ସାହୁ ତାଙ୍କ ବକ୍ତବ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସ୍ୱେଚ୍ଛାସେବୀ ମନବୃତ୍ତି ବୃଦ୍ଧି ପାଇଁ କାର୍ଯ୍ୟକ୍ରମର ଆବଶ୍ୟକତା ଥିବା କହିଛନ୍ତି । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ…
Read More