ଭିଜିଲାନ୍ସ ପଞ୍ଝାରେ କୋଟିପତି ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ ଦାସ

ବର୍ତ୍ତମାନ ସୁଦ୍ଧା ୨କୋଟି ୩୧ଲକ୍ଷ ଟଙ୍କାର ସମ୍ପତ୍ତି ଆକଳନ, ଆହୁରି ଖୋଜା ଚାଲିଛି

ନୟାଗଡ଼,(ନୟାଗଡ଼ ଦର୍ପଣ): ଭିଜିଲାନ୍ସ ପଞ୍ଝାରେ ନୟାଗଡ଼ ଯୋଗାଣ ବିଭାଗର ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ ଦାସ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏକାଥରକେ ୫ଟି ସ୍ଥାନରେ ଚଢ଼ାଉ କରି ୨କୋଟି ୩୧ଲକ୍ଷ ଟଙ୍କାର ସମ୍ପତ୍ତି ଆକଳନ କରିଛି ଭିଜିଲାନ୍ସ। ନୟାଗଡ଼ ବ୍ଳକ ଲେଙ୍କୁଡ଼ିପଡ଼ା ଠାରେ ଏକ ୪ମହଲା ବିଶିଷ୍ଟ କୋଠା, ଓଡ଼ଗାଁ ସହରରେ ୨ମହଲା ବିଶିଷ୍ଟ ଦୁଇଟି କୋଠା, ନୟାଗଡରେ ୮ଟି ପ୍ଲଟ, ଭୁବନେଶ୍ୱରରେ ଗୋଟିଏ ପ୍ଲଟ, ଗୋଟିଏ ଚାରିଚକିଆ ଯାନ ଏବଂ ୩ଟି ଦୁଇ ଚକିଆ ଯାନ ସହ ୯ ଲକ୍ଷ ୩୦ହଜାର ଟଙ୍କାର ବ୍ୟାଙ୍କ ଓ ପୋଷ୍ଟାଲ ଜମା, ୮ଲକ୍ଷ ୬୪ହଜାର ଟଙ୍କାର ଜୀବନ ବୀମା, ୪ଲକ୍ଷ ୯୨ହଜାର ଟଙ୍କାର ସୁନା ଗହଣା ଓ ୨ଲକ୍ଷ ୭୪ ହଜାର ୭୫ ଟଙ୍କାର ନଗଦ କ୍ୟାସ ଥିବାର ବର୍ତ୍ତମାନ ସୁଦ୍ଧା ତଦନ୍ତ ବେଳେ ଜଣାପଡ଼ିଛି। ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୪ଜଣ ଡ଼ିଏସପି, ୮ଜଣ ଇନିସ୍ପେକ୍ଟର, ଜଣେ ସବଇନିସ୍ପେକ୍ଟର ଓ ୪ଜଣ ଏଏସଆଇଙ୍କ ସମେତ ଅନ୍ୟାନ୍ୟ ଷ୍ଟାଫ ଅଂଶ ଗ୍ରହଣ କରିଥିବା ଦୁର୍ନୀତି ନିବାରଣ ନିର୍ଦେଶାଳୟ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି।

Related posts