ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ନାଟ୍ୟଶାଳା ମଞ୍ଚାୟନ ତରଫରୁ ଡିସେମ୍ବର ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପଠାଣି ସାମନ୍ତ ସଂସ୍କୃତି ଭବନ, ନୟାଗଡ଼ ଠାରେ ଅନୁଷ୍ଠିତ ହେବାକୁଥିବା ନାଟକ ମହୋତ୍ସବକୁ ସ୍ଥଗିତ ରଖାଯାଇଛି। ଏହି ନାଟକ ମହୋତ୍ସବ ପରବର୍ତ୍ତୀ ସମୟରେ ତା.୨୪-୧୨-୨୦୨୧ ରୁ ୨୬-୧୨-୨୦୨୧ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ ବୋଲି ମଞ୍ଚାୟନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ପ୍ରଦାନ କରିଛନ୍ତି। ୨୪-୧୨-୨୦୨୧ରେ ଶତାବ୍ଦୀର କଳାକାର ଭୁବନେଶ୍ୱର ସଂସ୍ଥାର ନାଟକ ‘ବାଞ୍ଛାର ବଗିଚା’, ୨୫ ତାରିଖରେ ଜୀବନରେଖା ଭୁବନେଶ୍ୱରର ନାଟକ ‘ଆଧେ ଅଧୁରେ ” ଏବଂ ୨୬ ଡିସେମ୍ବରରେ ରାଗେଶ୍ରୀ ନିଳୟମ୍ ନୟାଗଡ଼ର ନାଟକ “ରିଲେରେସ” ପରିବେଷଣ କରାଯିବ।
ସମ୍ଭାବ୍ୟ ବାତ୍ୟା କାରଣରୁ ମଞ୍ଚାୟନ ନାଟକ ମହୋତ୍ସବ ସ୍ଥଗିତ
