କୁଆଁରିଆ ଡ୍ୟାମ ନିକଟରେ ନିର୍ମାଣ ହେବ ଶିଶୁଉଦ୍ୟାନ ଓ ସଂଗ୍ରହାଳୟ ପାଇଁ ୨ କୋଟି ଟଙ୍କା ମଞ୍ଜୁର କଲେ ସରକାର

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ କୁଆଁରିଆର ବିକାଶ ହେବା ଲାଗି ରାଜ୍ୟ ସରକାର ୨ କୋଟି ଟଙ୍କା ମଞ୍ଜୁର କରିଥିବା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଏହି ଟଙ୍କାରେ ଏକ ସଂଗ୍ରହାଳୟ ଓ ଶିଶୁ ଉଦ୍ୟାନ ନିର୍ମାଣ ହେବ ବୋଲି ଶ୍ରୀଯୁକ୍ତ ବେହେରା କହିଛନ୍ତି। ଏହି ପ୍ରକଳ୍ପ ଦୁଇଟି ୫୭ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା କୁଆଁରିଆ ଜଳଭଣ୍ଡାର ପ୍ରାକୃତିକ ଶୋଭାବର୍ତ୍ତନ କରୁଥିବା ସ୍ଥାନରେ କରାଯିବା ନେଇ ଚିହ୍ନଟ କରାଯାଇଛି। ଏବଂ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବାକୁ ସ୍ଥିର କରାଯାଇଛି। ଏହି ଜଳଭଣ୍ଡାର ନିକଟରେ ଏକ ବିରାଟ ମୃଗବିହାର ରହିଛି। ବଣଭୋଜି କରିବା ଲାଗି ଏହା ଏକ ପ୍ରକୃଷ୍ଟ ସ୍ଥାନ ହୋଇଥିବାରୁ କେବଳ ବର୍ଷାଋତୁକୁ ଛାଡ଼ିଦେଲେ ଏଠାରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି…

Read More

ନୟାଗଡ଼ ବ୍ଳକର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଲେ ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ରାଉତରାପୁର ଗାଁର ଅଷ୍ଟପ୍ରହରୀ ଓ ନାମଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଲେ ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ। ପ୍ରତ୍ୟେକ ଗ୍ରାମରେ ଏମିତି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଭାଇଚାରା ସୁଦୃଢ ହେବା ଏକ ଆନନ୍ଦର କଥା ଏବଂ ଏପରି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଗ୍ରାମ୍ୟ କମିଟି ଓ ବ୍ୟକ୍ତି ବିଶେଷଙ୍କୁ ଉତ୍ସାହିତ କରିଛନ୍ତି। ତତ୍ ସହିତ ଗ୍ରାମର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସଂପର୍କରେ ଆଲୋଚନା ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ସେହିଭଳି ନାଟୁଗାଁ ପଞ୍ଚାୟତର ନାଏବ ସରପଞ୍ଚଙ୍କ ଶଶୁରଙ୍କ ପରଲୋକ ହେବା ଖବର ଶୁଣି ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ମର୍ମାହତ ହେବା ସହ ଆଜି ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ସ୍ବର୍ଗତ ଶ୍ରୀ ସ୍ୱାଇଁଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ପଞ୍ଚାୟତର ଗାଁ…

Read More

କଞ୍ଚନବିଲି ଚୋରି ଘଟଣାରେ ୪ଜଣକୁ ଗିରଫ କଲା ନୟାଗଡ଼ ସଦରଥାନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ଥାନା ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ କଞ୍ଚନବିଲି ଗ୍ରାମରେ ଗୋଟିଏ ରାତିରେ ଏକାଧିକ ଘରୁ ଚୋରି ଘଟଣାରେ ନୟାଗଡ଼ ସଦର ଥାନା ପୋଲିସ ୪ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ କଞ୍ଚନବିଲି ଗ୍ରାମର କାଳିଆ ନାୟକ, ଦୟାନିଧି ନାୟକ, ନାରାୟଣ ନାୟକ ଓ ଚୋରି ସୁନା ଜିନିଷକୁ କ୍ରୟ କରିଥିବା ବାଲୁଗାଁର ପ୍ରଫୁଲ୍ଲ ସାହୁ । ଏନେଇ ଗତ ୨୫ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ସଦର ଥାନା ଥାନାଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ଏକ ଟିମ୍ ଗଠନ କରି ଚଢାଉକୁ ଜୋରଦାର କରିଥିବା ବେଳେ ଏସ ଆଇ ସ୍ମୃତି ରଞ୍ଜନ ମହାନ୍ତିଙ୍କ ସହାୟତାରେ ଚୋରଙ୍କୁ ଧରିବାରେ ସଫଳ ହୋଇଥିଲେ । ସୂଚନାଯୋଗ୍ୟ, କଞ୍ଚନବିଲି ଗ୍ରାମର ରଘୁନାଥ ଦାସଙ୍କ ଘରୁ ମାଳି,ସୁନାମୁଦି, ପାଉଁଜି ଆଦି ଲକ୍ଷାଧିକ ଟଙ୍କାର ସୁନା ରୂପା ଗହଣା…

Read More

ପରିବେଶ ସାଧକ ଶ୍ରମିକ ଯୋଗୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ପରିବେଶ ଆନ୍ଦୋଳନକୁ ବିଶ୍ଵ ଦରବାରରେ ପରିଚିତ କରାଇଥିବା ଯୋଗଜନ୍ମା ପରିବେଶ ସାଧକ, ବୃକ୍ଷ ଓ ଜୀବର ବନ୍ଧୁ ତଥା ନୟାଗଡ଼ କେଶରପୁର ଜଙ୍ଗଲ ସୁରକ୍ଷା ମହାସଂଘର ପ୍ରାଣ ପ୍ରତିଷ୍ଠାତା ଶ୍ରମିକ ଯୋଗୀଙ୍କ ଆଜି ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଜଙ୍ଗଲ ସୁରକ୍ଷା ମହାସଂଘ ଆନୁକୁଲ୍ୟରେ କଇଥିଗାଡିଆ ରାସ୍ତା ଖଣ୍ଡାୟତ ସମାଜ ଗୋଷ୍ଠୀ ଗୃହରେ ମହାସଂଘ ସଭାପତି ଶରତ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ପରିବେଶ ପ୍ରେମୀ ପ୍ରଦୀପ୍ତ କୁମାର ପଟ୍ଟନାୟକ ଓ ରେଣୁବାଳା ସୁବୁଦ୍ଧିଙ୍କ ପରିବେଶ ସଙ୍ଗୀତ ଗାନ ଓ ବିଭୁ ବନ୍ଦନା ପରେ ଶ୍ରମିକ ଯୋଗୀଙ୍କ ଫଟୋ ଚିତ୍ରରେ ଧୂପ ପୁଷ୍ପ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମହାସଂଘର ଦିବଂଗତ ଆତ୍ମା ପ୍ରଫେସର୍ ରାଧା ମୋହନ, ଗୌରାଙ୍ଗ ପ୍ରଧାନ, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଭିକ୍ଷାକାରୀ ଲେଙ୍କା,…

Read More

ବାବା ସ୍ୱପ୍ନେଶ୍ୱରଦେବଙ୍କ ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ ରମେଶ ଚନ୍ଦ୍ର ବେହେରା

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଦୁରୁଦୁରା ଗ୍ରାମ ପଞ୍ଚାୟତ ଅଧିନରେ ଥିବା କିରିଆଲାଞ୍ଜି ଗ୍ରାମରେ ବାବା ସ୍ୱପ୍ନେଶ୍ୱର ଦେବଙ୍କ ବାର୍ଷିକ ଉତ୍ସବ ପାଳିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବାବା ସ୍ୱପ୍ନେଶ୍ୱର ଦେବଙ୍କୁ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟାଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଅଞ୍ଚଳର ବିକାଶ ଏବଂ ପ୍ରତିଟି…

Read More

ମିଶନ ଶକ୍ତି ଗୃହ ଉଦଘାଟନ ସହ ଶ୍ରୀ ଶ୍ରୀ ଦଧିବାମନ ଜୀଉ ନୂତନ ମନ୍ଦିର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋରଡ଼ା ଗଡରେ ମିଶନ ଶକ୍ତି ଗୃହ ଉଦଘାଟନ ଏବଂ ଶ୍ରୀ ଶ୍ରୀ ଦଧି ବାମନ ଜୀଉଙ୍କ ନୂତନ ମନ୍ଦିର ଶୁଭ ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମିଶନ ଶକ୍ତି ଗୃହ ଉଦଘାଟନ କରିବା ସହ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିର ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସରପଞ୍ଚ ନିରୁପମା ପାତ୍ର, ସମିତି ସଭ୍ୟ…

Read More

ସମାଜସେବୀ ସୌମ୍ୟାଙ୍କୁ ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ୍ ତରଫରୁ ସମାଜସେବୀ ସୌମ୍ୟା ସୁଭ୍ରା ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା ପାଳନ କରାଯାଇଛି। ନୟାଗଡ଼ ସହର ସ୍ଥିତ ତ୍ରିନାଥ ଛକ ନିକଟ ଗାନ୍ଧୀ ମୂର୍ତ୍ତୀ ପାଖରେ ଅନନ୍ୟା ଫାଉଣ୍ଡେସନର ସଦସ୍ୟ ମାନଙ୍କ ଦ୍ଵାରା ଏକ ଶୋକ ସଭା ପାଳନ କରାଯିବା ସହ ସ୍ମୃତିଚାରଣ କରାଯାଇଥିଲା। ଦୈନିକ ଓଡ଼ିଆ ଖବରକାଗଜ ସମାଜର ଜିଲ୍ଲା ପ୍ରତିନିଧି ଶୁଭେନ୍ଦୁ ଦାସ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ବର୍ତ୍ତମାନର ଅବକ୍ଷୟମୁଖି ସମାଜରେ ଯୁବ ସମାଜସେବୀଙ୍କ ଅକାଳ ବିୟୋଗ ନିହାତି ରୂପେ ଅପୂରଣୀୟ କ୍ଷତି। ସୂଚନାଯୋଗ୍ୟ ଯେ ଛବିଶି ବର୍ଷୀୟ ସୌମ୍ୟା ଖୁବ୍ କମ୍ ସମୟରେ ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରି ନିଆରା ପରିଚୟ ସୃଷ୍ଟି କରି ପାରିଥିଲେ। ବିଭିନ୍ନ ସମୟରେ ଅନନ୍ୟା ଫାଉଣ୍ଡେସନ ସମେତ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ହୋଇ ରକ୍ତଦାନ, ବୃକ୍ଷରୋପଣ, ରିଲିଫ…

Read More

ପଛୁଆ ବର୍ଗ ସର୍ଭେ କେନ୍ଦ୍ର ପରିଦର୍ଶନ କଲେ ନୟାଗଡ଼ ଜିଲ୍ଲାପାଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶା ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତସ୍ଥିତିର ସର୍ଭେ କାର୍ଯ୍ୟ ସାରା ଓଡିଶାରେ ଚାଲୁ ରହିଛି । ମେ ୧ ତାରିଖରୁ ମେ୨୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ଏଥିନିମନ୍ତେ ନୟାଗଡ଼ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଏହି ସର୍ଭେକେନ୍ଦ୍ର ଖୋଲାଯାଇଛି । ଆଜି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ନୟାଗଡ଼ ପୌରାଞ୍ଚଳ ଓ ନୟାଗଡ଼ ବ୍ଳକର କିଛି ସର୍ଭେ କେନ୍ଦ୍ର ପରିଦର୍ଶନ କରିଛନ୍ତି । ନୟାଗଡ଼ ପୌରାଞ୍ଚଳର ୮ନମ୍ବର ୱାର୍ଡ, ୫ ନଂ ୱାର୍ଡର ଦକ୍ଷିଣକାଳୀ ପଡିଆ ନିକଟରେ ଥିବା କେନ୍ଦ୍ର ଓ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପାଖରେ ଥିବା ମିଶନ ଶକ୍ତି କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ସାଧାରଣତଃ ସହରର ଜନସାଧାରଣ ସର୍ଭେ କେନ୍ଦ୍ରକୁ ଆସୁନଥିବା ଜଣାପଡିଥିଲା । ଏଥିନିମନ୍ତେ ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ଆସନ୍ତା କାଲିଠାରୁ ଦ୍ବାର ଦ୍ବାର…

Read More

ଗଞ୍ଜେଇ ଭର୍ତ୍ତି ଗାଡ଼ି ଧକ୍କାରେ ବାପ ଝିଅ ଗୁରୁତର, ଦୈନିକ ଚୋରା ଚାଲାଣ ହେଉଛି ଗଞ୍ଜେଇ ଶୋଇଛି ଅବକାରୀ ବିଭାଗ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ଥାନା ୫୭ନଂ ଜାତୀୟ ରାଜପଥ କାଚପଲ୍ଲୀ ଠାରେ ଗଞ୍ଜେଇ ଗାଡ଼ି ବାଇକରେ ଯାଉଥିବା ବାପ ଝିଅକୁ ଧକ୍କା ଦେବାରୁ ଉଭୟ ବାପ ଝିଅ ଗୁରୁତର ହୋଇଥିବା ଜଣା ପଡିଛି। ସୂଚନାଥାଉକି, ଏକ ଗଞ୍ଜେଇ ଗାଡ଼ି କାର ନଂ (ଓଆର ୦୨ ବିଏ ୧୯୯୪) ଫୁଲବାଣୀରୁ ଭୁବନେଶ୍ବର ଯାଉଥିବା ଗଞ୍ଜେଇ ଭର୍ତି କାର କାଚପଲ୍ଲୀ ଛକ ନିକଟରେ ମହିତମା ଗ୍ରାମର ରାଘବ ନାଏକ ଏବଂ ତାଙ୍କ ଝିଅ ଉଷାରାଣୀ ନାଏକ ବାଇକ୍ରେ ଯାଉଥିବା ବେଳେ ପଛରୁ ଧକ୍କା ଦେବାରୁ ଉଭୟ ବାପ, ଝିଅ ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ ନୂଆଗାଁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗୁରୁତର ବାପ ଝିଅଙ୍କୁ ମହିପୁର ଚିକିତ୍ସାଳୟକୁ ନେଇଥିଲେ। ନୂଆଗାଁ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ନୂଆଗାଁ ଥାନାକୁ ଆଣିଛି। ସ୍ଥାନୀୟ ଲୋକଙ୍କ…

Read More

ଗୋହାଟିର ନାବାଳକକୁ ନୂଆଗାଁ ଥାନାରୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରୁ ଜଣେ ନାବାଳକକୁ ଚାଇଲ୍ଡ ଲାଇନ ଉଦ୍ଧାର କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗୋହାଟି ଥାନା ଚନମାରିର ନାବାଳକ ଶୁଭକିଲ ଇସଲାମ, ପିତା ରାଜକଲି ନିଜ ବାପା ସହିତ ଗୋହାଟିରୁ କେରଳ ଯାଉଥିବା ବେଳେ ଭୁଲରେ ଓଡିଶା ଟ୍ରେନରେ ପୂରୀ ଚାଲିଆସିଥିଲା। ପୁରୀରୁ ନୂଆଗାଁ ଟ୍ରେନରେ ଆସି ଦୁଇଦିନ ସୋରଡ଼ା ଅଞ୍ଚଳରେ ବୁଲୁଥିବା ବେଳେ ଗ୍ରାମବାସୀ ନାବାଳକକୁ ଆଣି ନୂଆଗାଁ ପୋଲିସକୁ ହସ୍ତାନ୍ତର କରିଥିଲେ। ନୂଆଗାଁ ଥାନା ପୋଲିସ ନୟାଗଡ଼ ଚାଇଲ୍ଡ ଲାଇନକୁ ଖବର ଦେବା ପରେ ସେମାନେ ନୂଆଗାଁ ଥାନାରୁ ନାବାଳକକୁ ଉଦ୍ଧାର କରିବା ସହ ନାବଳକର ପରିବାରକୁ ଯୋଗାଯୋଗ ପାଇଁ ସୂଚନା ଦେଇଥିଲେ । ତତ୍ ସହିତ ନୟାଗଡ଼ ଜିଲ୍ଲା ଶିଶୁ ମଙ୍ଗଲ ସମିତି କାର୍ଯ୍ୟାଳୟରେ ନାବାଳକକୁ ହାଜର କରାଯିବା ପରେ ନାବାଳକକୁ ନୟାଗଡ…

Read More