ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ କାର୍ଯ୍ୟ ସାରା ଓଡ଼ିଶାରେ ଚାଲୁ ରହିଛି। ମେ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ସର୍ଭେ କାର୍ଯ୍ୟ ଆସନ୍ତା ମେ ୨୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିନିମନ୍ତେ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ସର୍ଭେ କେନ୍ଦ୍ର ଖୋଲାଯାଇଛି। ନୟାଗଡ଼ ଜିଲ୍ଲା ଦାୟିତ୍ୱରେ ଥିବା ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ନାୟକ ଆଜି ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଯଥା ଭାପୁର, ଖଣ୍ଡପଡ଼ା, ଗଣିଆ, ଦଶପଲ୍ଲା ଓ ନୂଆଗାଁ ବ୍ଳକ ପରିଦର୍ଶନ କରି ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି।

ଏହି ସର୍ଭେ କେବଳ ଓଡ଼ିଶା ସରକାରଙ୍କ ଦ୍ବାରା ଅଧିସୂଚୀତ ୨୦୮ପ୍ରକାର ପଛୁଆ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ପରିବାରର ମୁଖ୍ୟ କିମ୍ବା ଘରର ବରିଷ୍ଠ ସଦସ୍ୟ ସର୍ଭେ ସେଣ୍ଟରକୁ ଯାଇ ସବିଶେଷ ବାର୍ତ୍ତା ପ୍ରଦାନ କରିପାରିବେ । ପରିବାରର ରାସନ କାର୍ଡ ସହ ସମସ୍ତ ସଦସ୍ୟଙ୍କ ଯେକୌଣସି ଗୋଟିଏ ପରିଚୟପତ୍ର ନେଇ ସର୍ଭେ ସେଣ୍ଟରକୁ ଯିବାକୁ ପଡ଼ିବବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ଓ ବରିଷ୍ଠ କିରାଣୀ ବନମାଳୀ ସ୍ୱାଇଁ ପ୍ରମୁଖ ଏହି ଗସ୍ତରେ ସାମିଲ ହୋଇଥିଲେ। ଏହି ଅବସରରେ ରାଜ୍ୟ ପର୍ଯ୍ୟବେକ୍ଷକ ଯେଉଁ ଯେଉଁ ବ୍ଳକ ଗସ୍ତ କରିଥିଲେ ସେହି ବ୍ଲକର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ କେନ୍ଦ୍ର ପରିଦର୍ଶନ କରାଇଥିଲେ।

