ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ସମୂହ ସଂଗଠନ ଦ୍ବାରା ମେଧା ସମ୍ମାନ କାର୍ଯ୍ୟକ୍ରମ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ, ବିଡିଓ ପଦ୍ମଲୋଚନ ସାହୁ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂହ, ଆଶିଷ ଅଗ୍ରୱାଲ, ସୁବାଷ କଅଁର ପ୍ରମୁଖ ଉପସ୍ଥିତ ରହିଥିଲେ। ମୁଖ୍ୟ ଅତିଥି ଡ଼ଃ. ସାହୁ ତାଙ୍କ ବକ୍ତବ୍ୟରେ, ପାଠ ବହି ସହ ଅନ୍ୟ ବହି ପଢ଼ିବା ପାଇଁ ଉପଦେଶ…
Read MoreCategory: ଦଶପଲ୍ଲା ବ୍ଲକ
ଦଶପଲ୍ଲା ବିଧାୟକଙ୍କ ଦ୍ଵାରା ଗୋପୀନାଥ ଜୀଉଙ୍କ ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋରଡ଼ା ପଞ୍ଚାୟତ ଅନ୍ତର୍ଗତ ମହିତମା ଗ୍ରାମ ରେ ପାର୍ବତୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏବଂ ଗୋପୀନାଥ ଜୀଉଙ୍କ ନୂତନ ମନ୍ଦିର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଗୋପୀନାଥ ଜୀଉଙ୍କ ନୂତନ ମନ୍ଦିର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ମା ପାର୍ବତୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗଦେଇ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ତତ୍ ସହିତ ଗ୍ରାମ ପରିକ୍ରମା କରିବା ସହିତ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ଦଶପଲ୍ଲା ଯୁବ ବିଧାୟକ। ବିଧାୟକଙ୍କ ସହିତ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା…
Read Moreନିଖିଳ ଉତ୍କଳ ଶିକ୍ଷକ ମହାସଂଘ ପକ୍ଷରୁ ରାଜ୍ୟ ନେତୃବୃନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନିଖିଳ ଉତ୍କଳ ଶିକ୍ଷକ ମହାସଂଘ, ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ନିକଟରେ ନିର୍ବାଚିତ ରାଜ୍ୟ ନେତୃବୃନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲାପରିଷଦ ସୃଜନ ସଭାଗୃହରେ ଏ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ଯୋଗଦାନ କରି ପିଲାମାନଙ୍କୁ ଚିରାଚରିତ ଢଙ୍ଗରେ ଶିକ୍ଷାଦାନ ନକରି ସେମାନଙ୍କୁ ନୈତିକ ଶିକ୍ଷା ଏବଂ ନୀତିଶାସ୍ତ୍ର ଉପରେ ଶିକ୍ଷାଦାନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷକମାନେ ସମାଜରେ ନିଜର ଆଦର୍ଶ ଓ ପରାକାଷ୍ଠା ବଜାୟ ରଖିବା ଉଚିତ ବୋଲି ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ଉପସ୍ଥିତ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ନେତା ଦୀନବନ୍ଧୁ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ଇଂ…
Read Moreସାଉଦି ଆରବରେ ପାଳିତ ହେଲା ଉତ୍କଳ ଦିବସ
ପାଞ୍ଚ ଜଣ ଓଡ଼ିଆଙ୍କୁ ମିଳିଲା “ଉତ୍କଳ ରତ୍ନ” ଓ ପଦ୍ମଶ୍ରୀ ଦିଲିପ ତିର୍କୀ ହେଲେ ବ୍ରାଣ୍ଡ ଅମ୍ବାସଡର ନୟାଗଡ଼,(ନୟାଗଡ଼ ଦର୍ପଣ): ସାଉଦି ଆରବର ଜୁବେଲ ସିଟି ଠାରେ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ ‘ଉତ୍କଳିକା’ ତରଫରୁ ୮୮ତମ ଉତ୍କଳ ଦିବସ ଏବଂ ନିଜର ୧୪ ତମ ବାର୍ଷିକ ଉତ୍ସବ ଧୁମ୍ ଧାମ ରେ ପାଳନ ହୋଇ ଯାଇଛି। ଏହି ଅବସରରେ “ପଦ୍ମଶ୍ରୀ ଦିଲିପ” ତିର୍କୀ ଉତ୍କଳିକା ର ବ୍ରାଣ୍ଡ ଆମ୍ବାସଡର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି, ଯାହାକି ସାଉଦି ଆରବରେ ଥିବା ପ୍ରତ୍ଯେକ ଓଡିଆଙ୍କ ପାଇଁ ଗର୍ବର ବିଷୟ। ଏଥିସହିତ ଉତ୍ସବରେ ୫ ଜଣ ଓଡ଼ିଆଙ୍କୁ ଉତ୍କଳିକା ତରଫରୁ ସର୍ବୋଚ୍ଚ ଓଡ଼ିଆ ସମ୍ମାନ “ଉତ୍କଳ ରତ୍ନ” ସମ୍ମାନରେ ସମ୍ମାନିତ କରାଯାଇଛି। ଏଥି ମଧ୍ୟରେ ରହିଛନ୍ତି ପଦ୍ମଭୂଷଣ ପ୍ରତିଭା ରାୟ, ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ,…
Read Moreଲୋକସେବା ଭବନରେ ପ୍ରକୃତିମିତ୍ର ସମ୍ମାନରେ ସମ୍ବର୍ଦ୍ଧିତ ହେବ ଅନନ୍ୟା ଫାଉଣ୍ଡେସନ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ତରଫରୁ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ନୟାଗଡ଼ ବ୍ଲକରୁ ଅନନ୍ୟା ଫାଉଣ୍ଡେସନକୁ ମନୋନୀତ କରାଯାଇଛି। ଅନନ୍ୟା ଫାଉଣ୍ଡେସନ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ସ୍ୱେଚ୍ଛାସେବୀ କାର୍ଯ୍ୟ ସହ ସକ୍ରିୟ ଅବଦାନ ଥିବା ବେଳେ ବିଶେଷ କରି ପରିବେଶ ପ୍ରତି ଥିବା ନିରବଚ୍ଛିନ୍ନ ଅବଦାନ ପାଇଁ ରାଜ୍ୟ ସରକାର ଏହି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ସୂଚନା ଥାଉକି ଟାଙ୍ଗରା ଭୂଇଁକୁ ସବୁଜ ବନାନୀରେ ପରିଣତ କରିବା ସହ ପ୍ଲାଷ୍ଟିକ ଫ୍ରି ନୟାଗଡ଼ ଅଭିଯାନ ପାଇଁ ‘ଅନନ୍ୟା ଫାଉଣ୍ଡେସନ’ ସଦସ୍ୟମାନେ ଅହରହ ଉଦ୍ୟମ ଚଳାଇଛନ୍ତି। ବିଭିନ୍ନ ସମୟରେ ପଶୁପକ୍ଷୀମାନଙ୍କ ଜଳପାନ ସୁବିଧା ସହ ବିଭିନ୍ନ ଦେବାଳୟରେ ପଲିଥିନ୍ ବ୍ୟବହାର କମ ପାଇଁ ‘ଅନନ୍ୟା ଫାଉଣ୍ଡେସନ’ ନିଜସ୍ଵ ଉଦ୍ୟମରେ ବାଉଁଶ ଚାଙ୍ଗୁଡ଼ି ବଣ୍ଟନ ସହ ନିଆରା କାର୍ଯ୍ୟକ୍ରମ କରି ଚର୍ଚ୍ଚାକୁ ଆସିଥିଲେ। ଅନେକ ସମୟରେ ବିଭିନ୍ନ…
Read Moreଭାରତୀୟ ଦର୍ଶନ ଓ ସଂସ୍କୃତିର ଆଧାର ସଂସ୍କୃତ ଭାଷା, ଦଶଦିବସୀୟ ଆବାସିକ ସଂସ୍କୃତ ପ୍ରଶିକ୍ଷଣ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ପ୍ରାଚୀନ ଭାଷା ହେଉଛି ସଂସ୍କୃତ ଯାହାର ସମୃଦ୍ଧ ପରମ୍ପରା ଓ ଇତିହାସ ରହିଛି।କେବଳ ଭାରତ ନୁହେଁ ବିଶ୍ଵର ପ୍ରାଚୀନତମ ଓ ଶ୍ରେଷ୍ଠ ଭାଷାଭାବେ ମଧ୍ୟ ସଂସ୍କୃତକୁ ଗ୍ରହଣ କରାଯାଏ। ବୈଦିକ ଯୁଗରେ ଋଷିମାନେ ଭାରତୀୟ ଦର୍ଶନଶାସ୍ତ୍ରର ସ୍ରଷ୍ଟା ଅଟନ୍ତି। ଭାରତୀୟ ଦର୍ଶନର କେନ୍ଦ୍ରବିନ୍ଦୁ ହେଉଛି ବେଦ ଓ ଉପନିଷଦ ସେହିପରି ତତ୍ୱଜ୍ଞାନ ହେଉଛି ଭାରତୀୟ ସଂସ୍କୃତି ଓ ଧର୍ମର ମୂଳପିଣ୍ଡ। ବେଦ, ଉପନିଷଦ, ରାମାୟଣ, ମହାଭାରତ, ଗୀତା, ପୁରାଣ ଆଦି ମହାନ ଗ୍ରନ୍ଥର ରଚନା ପ୍ରଥମେ ସଂସ୍କୃତ ଭାଷାରେ ହୋଇଥିଲା । ବିଶେଷଭାବେ ଭାରତୀୟ ଦର୍ଶନ ଓ ସଂସ୍କୃତିର ଆଧାର ହେଉଛି ସଂସ୍କୃତ ଭାଷା ବୋଲି ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପରିସରରେ ଆୟୋଜିତ ହୋଇଥିବା ଦଶଦିବସୀୟ ଆବାସିକ ସଂସ୍କୃତ ପ୍ରଶିକ୍ଷଣ ଶିବିରରେ ଅତିଥି ଭାବେ ଯୋଗଦେଇ ସାହିତ୍ୟିକ ତଥା ଦର୍ଶନଶାସ୍ତ୍ର ଗବେଷକ ଶରତ…
Read Moreଦାସିଆ ଅଜାଙ୍କ ପାଠାଗାର ପରିଦର୍ଶନ କଲେ ଓଡ଼ିଶା ବିଧାନସଭା ପାଠାଗାର କମିଟି
ନୂଆଗାଁ,(ନୟାଗଡ଼ ଦର୍ପଣ): ଓଡିଶା ପାଠାଗାର ଆନ୍ଦୋଳନର ସ୍ରଷ୍ଟା ଦାସିଆ ଅଜାଙ୍କ ଦ୍ବାରା ପ୍ରତିଷ୍ଠିତ ବିଶ୍ବପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟକୁ ବୁଲି ଦେଖିଲେ ଓଡିଶା ବିଧାନସଭା ପାଠାଗାର କମିଟି। ପାଠାଗାର କମିଟିର ୧୨ଜଣ ବିଧାୟକ ଦାସିଆ ଅଜାଙ୍କ ସାଧନା ପୀଠରେ ପହଞ୍ଚି ଦାସିଆ ଅଜାଙ୍କ ସମାଧି ପୀଠରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ପାଠାଗାର ସଂଗ୍ରହାଳୟରେ ସଂଗୃହିତ ହୋଇ ରହିଥିବା ଓ ବର୍ତ୍ତମାନ ସଂଗୃହିତ ହେଉଥିବା ଲକ୍ଷାଧିକ ପୁସ୍ତକ ସମ୍ଭାର ଓ ଦେଶ ବିଦେଶର ଶହ ଶହ ପୁରାତନ କଳାକୃତି ଓ ଦୁର୍ଲ୍ଲଭ ସାମଗ୍ରୀକୁ ଦେଖି ବିଧାୟକ ମାନେ ଅଭିଭୂତ ହୋଇ ପଡ଼ିଥିଲେ। ଦାସିଆ ଅଜାଙ୍କ ବିରଳ ସାଧନାକୁ ବିଧାୟକମାନେ ଖୁବ୍ ପ୍ରଶଂସା କରିଥିଲେ। ଓଡ଼ିଆ ଜାତିର ଏହି ବିରଳ ସାଧକଙ୍କ ଅମ୍ଳାନ ସ୍ମୃତି ରକ୍ଷାପାଇଁ ଏବଂ ରାଜ୍ୟ ଓ ଦେଶର ଦାସିଆ ଅଜାଙ୍କ ବିରଳ ସାଂସ୍କୃତିକ ସମ୍ଭାରକୁ…
Read Moreପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ ସହ ବିଜୁ ଯୁବ ଭବନ ଉଦଘାଟନ
ଦଶପଲ୍ଲା ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ବିଜୁପ୍ରେମୀ, ବୁଦ୍ଧିଜୀବୀ, ଯୁବକ ଏବଂ ଅଞ୍ଚଳବାସୀ ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ସଦର ମହକୁମାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ବିଜୁ ଯୁବ ଭବନ ଉଦଘାଟିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାନସଭା ପାଠାଗାର କମିଟିର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ବିଜୁ ଯୁବ ଭବନ ଉଦଘାଟନ କରିଥିଲେ। ତତ୍ ସହିତ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ବିଜୁ ଯୁବଭବନ ଏବଂ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅନାବରଣ ହୋଇଥିବାରୁ ଯୁବକମାନେ ଉତ୍ସାହିତ ଅଛନ୍ତି । ସମ୍ମାନୀତ ଅତିଥି ଭାବେ ବିଧାନସଭା ପାଠାଗାର କମିଟିର ସଦସ୍ୟ ତଥା…
Read Moreରଣପୁର ମୟୁରଝାଲିଆରେ ବେଆଇନ ମାଙ୍କଡା ପଥର ଖଣି ଚୋରାଚାଲାଣ, ଗଡ଼ିଲା ୬ମୁଣ୍ଡ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଆଜି ୬ ରାଜସ୍ୱ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଖଣ୍ଡପଡ଼ା ତହସିଲରେ କାର୍ୟ୍ୟରତ ସେକ୍ସନ ଅଫିସର ଏମଡି ସୁଲତାନ ହକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ରଣପୁର ତହସିଲର ଆରଆଇ ପ୍ରଶାନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ଭାପୁର ତହସିଲରେ କାର୍ୟ୍ୟରତ କନିଷ୍ଠ ରାଜସ୍ୱ ସହାୟକ ଅରୁଣ କୁମାର ସେଠି, ରଣପୁର ତହସିଲର ରାଜସ୍ୱ ସୁପର ଭାଇଜର ପ୍ରମୋଦ କୁମାର ବେହେରା ଓ ରଣପୁର ତହସିଲର ଚନ୍ଦ୍ରଶେଖର ନନ୍ଦଙ୍କୁ ଆଜି ଜିଲ୍ଲାପାଳ ସସ୍ପେଣ୍ଡ କରିଛନ୍ତି। ରଣପୁର ତହସିଲ ମୟୁରଝାଲିଆ ଗ୍ରାମରେ ଚାଲିଥିବା ବେଆଇନ ମାଙ୍କଡା ପଥର ଖଣି ଚାଲାଣରେ ସଂପୃକ୍ତ ଥିବା ନେଇ ଅଭିଯୋଗ ଆସିଥିଲା। ଏମାନଙ୍କ ବିରୁଦ୍ଧରେ ଚାନ୍ଦପୁର ଥାନାରେ ଫୌଜଦାର ମାମଲା ରଜୁ କରାଯିବାକୁ ନୟାଗଡ଼ ଜିଲ୍ଲା ପ୍ରଶାସନକୁ ଚିଠି କରାଯାଇଥିଲା। ରଣପୁର ତହସିଲଦାର ଏମାନଙ୍କ…
Read Moreନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ଉତ୍ସବ
ନୂଆଗାଁ,(ନପ୍ର): ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ସମିଳନୀ ଏବଂ ସାମ୍ବାଦିକ ଭବନର ଶୁଭ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ କଲେଜ ପରିସରରେ ବହୁଆଡମ୍ବରରେ ପ୍ରଥମ ବାର୍ଷିକ ସମ୍ମିଳନୀ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘ ଦ୍ଵାରା ଅନୁଷ୍ଠିତ ହୋଇଛି । ସଂଘର ସଭାପତି ଶିବଦତ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସାମ୍ବାଦିକମାନଙ୍କ ଗୁରୁଦାୟିତ୍ବ ବର୍ଣ୍ଣନା କରିବା ସହ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ବନ୍ଧୁମାନଙ୍କ ଦାୟିତ୍ବ, କର୍ତ୍ତବ୍ୟବୋଧ ଏବଂ ଏଭଳି ଏକ କାର୍ଯ୍ୟକ୍ରମ କରି ଜିଲ୍ଲା ତଥା ରାଜ୍ୟ ସଭାପତିଙ୍କୁ ଆଣି ଏକତ୍ରିତ କରିପାରିବା ବାସ୍ତବିକ୍ ପ୍ରଶଂସନୀୟ ବୋଲି କହିଥିଲେ। ମୁଖ୍ୟ ବକ୍ତାଭାବେ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର, ସମ୍ମାନୀତ ଅତିଥି ଭାବେ ନୟାଗଡ…
Read More