ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା’ ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ୧ ମାର୍ଚ୍ଚ ୨୦୨୪ ଠାରୁ ୦୭ ମାର୍ଚ୍ଚ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟ ସ୍ତରୀୟ ନାଟ୍ୟମେଳା’ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ବିଗତ ତିନି ବର୍ଷ ନାଟକୋତ୍ସବର ଅଭୂତପୂର୍ବ ସଫଳତା ତଥା ଦର୍ଶକୀୟ ଆଦୃତିକୁ ଆଧାର କରି ଚଳିତ ବର୍ଷ ନାଟ୍ୟମେଳା ଆୟୋଜନ ନିମନ୍ତେ ପ୍ରସ୍ତାବ ରଖାଯାଇଛି । ଏ ବର୍ଷ ଭୁବନେଶ୍ବର, ବାରିପଦା,ସମ୍ବଲପୁର, କଟକ ଏବଂ ଅନୁଗୁଳୁ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନଙ୍କ ସହିତ ନାଟକ ମଞ୍ଚସ୍ଥ ନିମନ୍ତେ ଯୋଗାଯୋଗ କରାଯାଇଅଛି । ପ୍ରତ୍ୟହ ସନ୍ଧ୍ୟା ୭ ଘ. ୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ…
Read MoreCategory: ଦଶପଲ୍ଲା ବ୍ଲକ
ଦଶପଲ୍ଲା ରେଞ୍ଜରେ ହାତୀର ଗଳିତ ମୃତଦେହ ଠାବ, ୬ ଗିରଫ, ଦାନ୍ତ ଜବତ
ନୟାଗଡ,(ନୟାଗଡ଼ ଦର୍ପଣ): ଦଶପଲ୍ଲା ରେଞ୍ଜରେ ହାତୀର ଗଳିତ ମୃତ ଦେହ ଘଟଣାର ଆଜି ପର୍ଦାଫାସ କରିଛନ୍ତି ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ। ଏହି ଘଟଣାରେ ୬ଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ଦୁଇଟି ହାତୀ ଦାନ୍ତକୁ ଜବତ କରିଛି ବନ ବିଭାଗ । ଉକ୍ତ ଘଟଣା ବେଳେ ବନ କର୍ମଚାରୀଙ୍କ ଅବହେଳାକୁ ସ୍ବୀକାର କରିଛନ୍ତି ନୟାଗଡ଼ ଡିଏଫଓ। ୧୫ଦିନ ତଳୁ ହାତୀକୁ ମରାଯାଇଥିଲେ ମଧ୍ୟ ସ୍ଥାନୀୟ ବନ ବିଭାଗ କିପରି ଜାଣିପାରିଲେ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବନ ବିଭାଗ କର୍ମଚାରୀଙ୍କ ଅବହେଳାକୁ ଡିଏଫଓ ସ୍ବୀକାର କରିବା ସହ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ନୟାଗଡ ଜିଲ୍ଲା ଦଶପଲ୍ଲା ରେଞ୍ଜ ବିଲୁଆପଡା ଘାଟିରୁ ଗତ ୨୫ତାରିଖ ଦିନ ଦନ୍ତା ହାତୀର ଗଳିତ ମୃତଦେହ ଠାବ…
Read Moreପିକନିକ ଯିବାବେଳେ ଦୁର୍ଘଟଣା: ବସ ସହ ଟ୍ରକ ମୁହାଁମୁହିଁ ଧକ୍କା, ୩ଛାତ୍ରୀଙ୍କର ମୃତ୍ୟୁ
ଦଶପଲ୍ଲା:(ନୟାଗଡ଼ ଦର୍ପଣ): ପିକନିକ ଯିବାବେଳେ ବସକୁ ଧକ୍କା ଦେଲା ଟ୍ରକ। ନୟାଗଡ ଜିଲ୍ଲା ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ଵାରପୁରିକିଆ ଠାରେ ଥିବା “ଦେଵୀସ୍ ଟ୍ୟାଲେଣ୍ଟ ଟ୍ୟୁଟୋରିଆଲ” ନାମକ ଏକ ଘରୋଇ ଶିକ୍ଷାନୁଷ୍ଠାନ ତାର ଅନ୍ତେବାସୀମାନଙ୍କୁ ନେଇ ହରିଶଙ୍କର ଅଭିମୁଖେ ଯାଉଥିବା ଵେଳେ ସାମନା ପଟୁ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ୍ ବସକୁ ଧକ୍କା ଦେଇଥିଲା। ଏହି ଧକ୍କାରେ ଘଟଣାସ୍ଥଳରେ ୨ଜଣ ଏଵଂ ପରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ବିଳମ୍ବିତ ରାତ୍ରିରେ ଘଟିଥିବା ଏହି ଘଟଣା ଦଶପଲ୍ଲା ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମୃତକମାନେ ହେଲେ ଅମ୍ରିତା ସାହୁ, ଚିନ୍ମୟୀ ପ୍ରିୟଦର୍ଶିନୀ ଓ ଲୋପାମୁଦ୍ରା ପ୍ରଧାନ। ଘଟଣା ସଂପର୍କରେ ଖବର ପାଇ ବିଧାୟକ ରମେଶ ବେହେରା, ନୟାଗଡ଼ ଏସ୍ ପି ରାହୁଲ ଜୈନ୍, ଏସଡିପିଓ ସ୍ନେହାଶିଷ ସାହୁ, ଦଶପଲ୍ଲା ଆଇଆଇସି ମୁକେଶ…
Read Moreସମର୍ପଣ (ବୃଦ୍ଧାଶ୍ରମ)ରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇ ଯାଇଛି ୭୫ ତମ ସାଧାରଣତନ୍ତ୍ର ଦିବସ। ନୟାଗଡ଼ ପଞ୍ଚାୟତ ସମିତି ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ ପତାକା ଉତ୍ତୋଳନ କରି ମହାନ୍ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମ୍ରୁତି ଚାରଣ କରିବା ସହିତ ଆଶ୍ରମ ପରିଚାଳନା କମିଟି ସଦସ୍ଯ ମାନଙ୍କ ସେବା ଓ ସମୟଦାନ ପାଇଁ ସାଧୁବାଦ ଜଣାଇଥିଲେ। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଶ୍ରୀଧର ସାହୁ, ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ, ଅବଦୁଲ ଆରିଫ୍ ଖାନ୍, ଭାସ୍କର ଚନ୍ଦ୍ର ସାହୁ ଓ ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ସମେତ ବହୁ ସଦସ୍ଯ ଉପସ୍ଥିତ ଥିଲେ।
Read Moreନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଚରମ ଚେତାବନୀ
୧୦ ସୁଦ୍ଧା ଦଶପଲ୍ଲାକୁ ଟ୍ରେନ ନଗଡ଼ିଲେ ୧୪ରୁ ରେଳ ରୋକ ସହିତ ଜୋରଦାର ଆନ୍ଦୋଳନ ନୟାଗଡ଼, (ନୟାଗଡ଼ ଦର୍ପଣ): ଆସନ୍ତା ଜାନୁଆରୀ ୧୦ ସୁଦ୍ଧା ଦଶପଲ୍ଲାକୁ ରେଳ ନଗଡ଼ିଲେ ୧୪ ତାରିଖରୁ ରେଳ ରୋକ ସହିତ ଜୋରଦାର ଆନ୍ଦୋଳନର ଚେତାବନୀ ଦେଇଛି ନୟାଗଡ଼ ନାଗରିକ ମଞ୍ଚ । ପୂର୍ବ ନିଷ୍ପତ୍ତି ମୁତାବକ ଆଜି ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଦଶପଲ୍ଲାକୁ ତୁରନ୍ତ ଟ୍ରେନ ଚଳାଚଳ ଦାବିରେ ନୟାଗଡ଼ ଟାଉନ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଦଶପଲ୍ଲା ସଚେତନଶୀଳ ନାଗରିକ ମଞ୍ଚ ମଧ୍ୟ ସାମିଲ ହୋଇଥିଲା । ସୂଚନା ଯୋଗ୍ୟ ଯେ ଦଶପଲ୍ଲା ରେଳ ଷ୍ଟେସନର ନିର୍ମାଣ କାର୍ଯ୍ୟ ଗତ ୫ମାସ ତଳୁ ସମ୍ପୁର୍ଣ୍ଣ ହୋଇ ସାରିଥିବା ବେଳେ ଅଦ୍ୟାବଧି ରେଳ ଚଳାଚଳ ହେଉନାହିଁ । ଏ ନେଇ ଗତ ଜୁଲାଇ ମାସରେ ମଞ୍ଚ ପକ୍ଷରୁ…
Read Moreରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ଆନୁକୂଲ୍ୟରେ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଷ୍ଟା ଜିଲ୍ଲା ସଭାପତି ଅଯୋଧ୍ୟାନାଥ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିରୂପେ ନୟାଗଡ଼ ବିଧାୟକ ଡ଼ଃ.ଅରୁଣ କୁମାର ସାହୁ, ମୁଖ୍ୟବକ୍ତା ଭାବେ ଓଷ୍ଟା ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ପ୍ରଧାନଶିକ୍ଷକ ବିଜୟ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ ଓ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଡ଼ଃ. ସାହୁ ଏକ ସୁନ୍ଦର ଜୀବନଶୈଳୀ ନିର୍ମାଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ…
Read Moreଜିଲ୍ଲାର ବିଭିନ୍ନ ବ୍ଲକର ପଞ୍ଚାୟତରେ କୃଷକମାନଙ୍କ ମଧ୍ୟରେ ମାଣ୍ଡିଆ ବିକ୍ରୟ କରିବା ନିମନ୍ତେ ପ୍ରଚାର ପ୍ରସାର କରିବ ସଚେତନତା ରଥ
ନୟାଗଡ଼, (ନୟାଗଡ଼ ଦର୍ପଣ): କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଓଡ଼ିଶା ମିଲେଟ୍ସ ମିଶନ ଆନୁକୁଲ୍ୟରେ କୃଷକମାନଙ୍କ ମଧ୍ୟରେ ମାଣ୍ଡିଆ ବିକ୍ରୟ କରିବା ନିମନ୍ତେ ସଚେତନତା ରଥକୁ ଉଦଘାଟନ କଲେ ଜିଲ୍ଲାପାଳ। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ରଥକୁ ଉଦ୍ଘାଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସମ୍ମାନନୀୟ ଜିଲ୍ଲାପାଳ, ନୟାଗଡ଼ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିବା ସଂଗେ ସଂଗେ ଏହାର ସୁପ୍ରଚାର ଓ ପ୍ରସାର କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ କୃଷି ଅଧିକରୀ, ସହକାରୀ କୃଷି ନିର୍ଦ୍ଦେଶକ ତଥା ଯୋଜନା ଅଧିକାରୀ, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ ଏବଂ ଅନ୍ୟାନ୍ୟ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ୨୦୨୩-୨୪ ବର୍ଷ ପାଇଁ ମାଣ୍ଡିଆ MSP କୁଇଣ୍ଟାଲ ପିଛା ୧୩,୮୪୬/- ଧାର୍ଯ୍ୟ କରାଯାଇଛି । ଉକ୍ତ ୫ଗୋଟି…
Read Moreଦଶପଲ୍ଲାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ବିଜ୍ଞାପିତ ପରିଷଦ ଅଞ୍ଚଳ ଅନ୍ତର୍ଗତ ଦୂର୍ଗାବଜାର ଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନୟାଗଡ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ବୈଠକ କରିବା ପରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ ବ୍ଲକ୍ ଅନ୍ତର୍ଗତ ପାଣ୍ଡରାସିଙ୍ଗି ଠାରେ ପହଞ୍ଚିଥିଲେ। ସେଠାରେ ବିଜେପି ନେତ୍ରୀ ଇନ୍ଦୁମତି ନାୟକ, ବିଜେପିର ରାଜ୍ୟ ପରିଷଦ ସଦସ୍ୟ ତଥା ବିଜେପି ନେତା ମନୋଜ କୁମାର ବେହେରା, ଅନୁସୂଚିତ ଜାତିର କାର୍ଯ୍ୟକାରିଣୀ ସଦସ୍ୟ ରାଘବ ମଲ୍ଲିକ ଓ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ସମେତ ଶହ ଶହ କର୍ମୀ ପୁଷ୍ପ ଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ ଜଣାଇ ବିରାଟ ଶୋଭାଯାତ୍ରାରେ ଆସି ମଧ୍ୟଖଣ୍ଡ ଠାରେ ପହଞ୍ଚିଥିଲେ। ମଧ୍ୟଖଣ୍ଡ ଠାରେ ବିଜେପି…
Read Moreନୟାଗଡ଼ରୁ ୪ଜଣ ସାଇକେଲ ଚୋର ଗିରଫ, ୨୬ସାଇକେଲ ଜବତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ଏକ ସାଇକେଲ୍ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଟାଉନ ପୁଲିସ ୨୬ଟି ଚୋରା ସାଇକେଲ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ଅଲେଖ ପ୍ରଧାନ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସଠାରୁ ସୂଚନା ମିଳିଛି । ଅନ୍ୟ ଅଭିଯୁକ୍ତମାନେ ହେଲେ ସଦରଥାନା ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ ଡିମିରିପାଟଣା ଗ୍ରାମର କୁମର ସାହୁ, ପ୍ରଶାନ୍ତ କୁମାର ନାୟକ, ବାଲୁଗାଁ ପଞ୍ଚାୟତ ନୂଆକଣ୍ଟାବଣିଆ ଗ୍ରାମର ହରେଶ ସ୍ବାଇଁ ଓରଫ ମନୁଆ ବୋଲି ସୂଚନା ମିଳିଛି। ଗତ ୧୧ ତାରିଖ ନୟାଗଡ଼ ସହର ଓଡଗାଁ ଛକ ଜିନିୟସ ସୋରୁମ ସାମ୍ନାରୁ ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଏକ ସାଇକେଲ ଚୋରୀ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ…
Read Moreଦଶପଲ୍ଲାକୁ ୭ ଦିନ ଭିତରେ ରେଳ ଚଲାଅ, କଂଗ୍ରେସର ଆନ୍ଦୋଳନ ଧମକ
ରେଲୱେ ଡିଆରଏମଙ୍କୁ ସ୍ମାରକପତ୍ର ଦେଲା କଂଗ୍ରେସ ନୟାଗଡ଼, (ନୟାଗଡ଼ ଦର୍ପଣ): ଦଶପଲ୍ଲାକୁ ରେଳ ଚଳାଇବା ପାଇଁ ଦଶପଲ୍ଲା ଜନସାଧାରଣଙ୍କ କ୍ରମାଗତ ଦାବୀକୁ କାର୍ଯ୍ୟକାରୀ କରିବା ପାଇଁ ମୋଦି ସରକାରଙ୍କ ଅବହେଳା ପ୍ରତିବାଦରେ କଂଗ୍ରେସ ଆନ୍ଦୋଳନ ଧମକ ଦେଇଛି। ଆଜି ଜଟଣୀ ସ୍ଥିତ ରେଲୱେ ଡିଆରଏମ ଏଚ.ଏସ. ବାଜ୍ୱାଙ୍କୁ ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ୭ଦିନ ମଧ୍ୟରେ ଦଶପଲ୍ଲା କୁ ରେଳ ଚଳାଚଳ କରିବା ପାଇଁ ଚେତାବନୀ ଦିଆଯାଇଛି। ଯଦି ୭ ଦିନ ଭିତରେ ରେଳ ଚଳାଚଳ ନହୁଏ ତେବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ କଂଗ୍ରେସ କାର୍ଯ୍ୟକର୍ତା ମାନେ ମହୀପୁର ଏବଂ କୋରଡ଼ା ରେଳ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ମୋଦି, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ…
Read More