ନୂଆଗାଁ,(ନୟାଗଡ଼ ଦର୍ପଣ): କନ୍ଧମାଳ ସଂସଦୀୟ କ୍ଷେତ୍ର ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ଆରମ୍ଭ କରିଦେଇଛନ୍ତି ମାରାଥନ ପ୍ରଚାର।ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଦୁରୁଦୁରା, କୋରଡ଼ା, ଉଦୟପୁର ପଞ୍ଚାୟତ ର ଗ୍ରାମ କୁ ଗ୍ରାମ ଏପରିକି ଘର ଘର ବୁଲି ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ନିର୍ବାଚନ ପ୍ରଚାର କରିବା ସହ ଡବଲ ଶଙ୍ଖ ରେ ଭୋଟ ଦେବାପାଇଁ ଲୋକମାନଙ୍କୁ ଭୋଟ ଭିକ୍ଷା କରିଛନ୍ତି।ତତ୍ ସହିତ ଜନ କଲ୍ୟାଣ କାରୀ ବିଜେଡ଼ି ଇସ୍ତାହାର ସମ୍ପର୍କରେ ଲୋକମାନଙ୍କୁ ଜଣାଇଛନ୍ତି।ଲୋକମାନଙ୍କ ସାଥିରେ ଥିଲି, ଅଛି, ରହିଥିବି ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ଙ୍କ ସେବା, ବିକାଶ ପାଇଁ ମୁଁ ସଙ୍କଳ୍ପ ବଦ୍ଧ ବୋଲି ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା କହିଛନ୍ତି। ତତ୍ ସହିତ…
Read MoreCategory: ଦଶପଲ୍ଲା ବ୍ଲକ
ନୟାଗଡ଼ ଜିଲ୍ଲାର ଚାରି ନିର୍ବାଚନ ମଣ୍ଡଳୀର କିଏ କାହାର ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନ ୨୦୨୪ର ୬ଷ୍ଠ ପର୍ଯ୍ୟାୟ ନିମନ୍ତେ ଆଜି ନୟାଗଡ଼ ଜିଲ୍ଲାର ୧୧୯-ରଣପୁର, ୧୨୦-ଖଣ୍ଡପଡ଼ା ଓ ୧୨୨-ନୟାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀପତ୍ରପ୍ରତ୍ୟାହାର ତାରିଖ ଧାର୍ଯ୍ୟ କରାଯାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ୧୧୯- ରଣପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ଯୋଗ୍ୟ ପ୍ରତିଦ୍ଵନ୍ଦୀ ପ୍ରାର୍ଥୀମାନେ ହେଲେ- ୧) ସରୋଜ କୁମାର ନାୟକ (ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି), ୨) ସୁରମା ପାଢ଼ୀ (ଭାରତୀୟ ଜନତା ପାର୍ଟି), ୩) ସତ୍ୟନାରାୟଣ ପ୍ରଧାନ (ବିଜୁଜନତା ଦଳ), ୪) ବିଭୁପ୍ରସାଦ ମିଶ୍ର (ଭାରତୀୟ ଜାତୀୟ କଂଗ୍ରେସ), ୫) କୃଷ୍ଣଚନ୍ଦ୍ର ମହାପାତ୍ର (ସୋସାଲିଷ୍ଟ କମ୍ୟୁନିଷ୍ଟ ପାର୍ଟି), ୬) ସୁଧିର କୁମାର ଦାସ (ଆମ ଆଦ୍ ପାର୍ଟି), ୭) ହୁଲାସ ବାରିକ (ସ୍ୱାଧୀନ) ଓ ୮) ସନ୍ତୋଷ କୁମାର ସାହୁ (ସ୍ଵାଧୀନ)। ୧୨୦-ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ପ୍ରତିଦ୍ବନ୍ଦୀ ପ୍ରାର୍ଥୀମାନେ ହେଲେ ୧) ବୈଜୟନ୍ତିମାଳା…
Read Moreବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶଙ୍କ ମାରାଥନ ପ୍ରଚାର
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରେ ଥିବା ୪ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ହେଉଛି ବିଜୁ ଜନତା ଦଳର ଗଡ। ବିଧାୟକ ପ୍ରାର୍ଥୀ ରମେଶ ଙ୍କୁ ବଦନାମ କରି ବିଜେଡ଼ି ଗଡ କୁ ଭାଙ୍ଗିବା ପାଇଁ କିଛି କୁଚକ୍ରୀ ଚେଷ୍ଠା କରିଥିଲେ ମଧ୍ୟ ବିଧାୟକ ରମେଶଙ୍କ ଅକ୍ଲାନ୍ତ ପରିଶ୍ରମ, ଚେଷ୍ଠା ବଳରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଯେଉଁ ବିକାଶ ଦିଗରେ ଆଗେଇ ଚାଲିଲା, ଯାହାର ଫଳ ସ୍ୱରୂପ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରମେଶଙ୍କ ଉପରେ ଆସ୍ଥା ପ୍ରକଟ କରି ପୁନର୍ବାର ବିଧାୟକ ପ୍ରାର୍ଥୀ ଭାବେ ରମେଶ ଚନ୍ଦ୍ର ବେହେରାଙ୍କୁ ଟିକେଟ ପ୍ରଦାନ କଲେ। କୁଚକ୍ରୀମାନେ ଯେଉଁ ଅଙ୍କ କସିଥିଲେ ତାହା ଛିଡ଼ିଲା। ବର୍ତ୍ତମାନ ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଘର ଘର ବୁଲି ମାରାଥନ ପ୍ରଚାର ଆରମ୍ଭ କରିଦେଇଛନ୍ତି।ଦଶପଲ୍ଲା ନିର୍ବାଚନ…
Read Moreନୟାଗଡ଼, ଖଣ୍ଡପଡ଼ା ଓ ରଣପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀପତ୍ର ଯାଞ୍ଚ ଶେଷ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ୩ଟି ବିଧାନସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ଦାଖଲ ଶେଷ ହୋଇ ଆଜି ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ନୟାଗଡ଼, ରଣପୁର ଓ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ୨୫ ତାରିଖରେ ମତଦାନ ହେବାକୁ ଥିବା ବେଳେ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ଶେଷ ହୋଇଛି । ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୭ଜଣ ପ୍ରାର୍ଥୀ ରହିଥିବା ବେଳେ ରଣପୁର ପାଇଁ ୯ଜଣ ପ୍ରାର୍ଥୀ, ଖଣ୍ଡପଡ଼ା ପାଇଁ ୧୦ ଜଣ ପ୍ରାର୍ଥୀ ରହିଥିଲେ । ଯାଞ୍ଚ ପରେ ନୟାଗଡ଼ ବିଧାନସଭା ଆସନରୁ ଜଣେ ଏବଂ ରଣପୁରରୁ ଜଣେ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ରଦ୍ଦ ହୋଇଛି । ନୟାଗଡ଼ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳରୁ ଡ. ଅରୁଣ କୁମାର ସାହୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପିରୁ ପ୍ରତ୍ୟୁଷା ରାଜେଶ୍ବରୀ…
Read Moreପ୍ରାର୍ଥୀପତ୍ର ଦାଖଲ କଲେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ବିଶାଳ ଜନସମୁଦ୍ର ଦେଖି ବିରୋଧୀ ଛାନିଆ
ନୟାଗଡ଼:(ନୟାଗଡ଼ ଦର୍ପଣ): ମୁଣ୍ଡ ଉପରେ ନିର୍ବାଚନ। ନୟାଗଡ଼ରେ ପୁଣି ଶକ୍ତି ପ୍ରଦର୍ଶନ କଲେ ଅରୁଣ ସାହୁ। ଆଜି ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ଅରୁଣ ସାହୁ। ପ୍ରତ୍ୟେକ ଦିନ ନୂଆ ନୂଆ ରଣନିତୀ ପ୍ରସ୍ତୁତ କରୁଛି ବିଜେଡି। ଯେଉଁଥିପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ଶକ୍ତିଶାଳୀ ହେବାରେ ଲାଗିଛି। ଆଜିର ବିଶାଳ ଶୋଭାଯାତ୍ରା ହିଁ ଏହା ବୟାନ କରୁଛି। ବିଜେଡିରୁ ବିଧାନସଭା ଆସନରେ ଲଢ଼ୁଥିବା ନୟାଗଡ଼ର ବରିଷ୍ଠ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ଵରେ ଆଜି ନୟାଗଡ ବିଜୁଜନତା ଦଳ କାର୍ଯ୍ୟାଳୟ ଠାରୁ ନୟାଗଡ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ପ୍ରାୟ ୨କିମି ବ୍ୟାପି ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ରାଲିରେ ୨୦ହଜାରରୁ ଉର୍ଦ୍ଧ୍ବ ମହିଳା, ଛାତ୍ର, ଯୁବ ବିଜେଡିର ବରିଷ୍ଠ କର୍ମକର୍ତାମାନେ ସାମିଲ ହୋଇଥିଲେ। ସମସ୍ତଙ୍କ ମୁହଁରୁ ଗୋଟିଏ…
Read Moreଫାଲପାଜୁ ହାଟ ପଡିଆଠାରେ ଆନ୍ତର୍ଜାତୀୟ ଶ୍ରମ ଦିବସ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣିଗୋଛ୍ଛା ପଞ୍ଚାୟତର ଫାଲପାଜୁ ହାଟ ପଡିଆଠାରେ ଆନ୍ତର୍ଜାତୀୟ ଶ୍ରମ ଦିବସ -୨୦୨୪ ପାଳନ ହୋଇଯାଇଛି। ୭୦ଜଣ ଅଣସଂଗଠିତ ଶ୍ରମିକଙ୍କୁ ମେ ୧ ତାରିଖରେ “ଶ୍ରମିକଦିବସ” ପାଳନର ତତ୍ପର୍ଯ୍ୟ ସଂପର୍କରେ ଉପସ୍ଥିତ ଅତିଥିମାନେ ବୁଝାଇଥିଲେ। “ନୟାଗଡ ଜିଲ୍ଲା କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହାସଂଘ”ର ସାଧାରଣ ସଂପାଦକ ତଥା ସାମ୍ବାଦିକ ବସୁଦେବ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରମିକ ଏକତା,ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ସମଧାନର ମାର୍ଗ ଏବଂ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟଣ ଯୋଜନା ବିଷୟରେ ବୁଝାଇଥିଲେ। ବରିଷ୍ଠ ଶ୍ରମିକ ନେତା ରଘୁନାଥ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ରମିକନେତା କର୍ଣ୍ଣ ଜାନୀ,ଅହଲ୍ୟା ଖମାରୀ,ମିଲି ବାରିକ,ବିରେସନ କହଁର ଏବଂ ମନୋରଂଜନ ପ୍ରଧାନ ପ୍ରମୁଖ ଶ୍ରମିକମାନଙ୍କ ବହୁ ସମସ୍ୟା ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ଶ୍ରମିକମାନେ…
Read Moreଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆନ୍ତର୍ଜାତିକ ଶ୍ରମ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ପରାମର୍ଶ କ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପୁରୁଣା କୋର୍ଟ ପରିସରରେ “ଆନ୍ତର୍ଜାତିକ ଶ୍ରମ ଦିବସ” ପାଳିତ ହୋଇଅଛି । ନୟାଗଡ଼ କ୍ଷେତ୍ର ଶ୍ରମ ଆୟୁକ୍ତ, ଭାରପ୍ରାପ୍ତ ଅଧିକାରୀ ଚିତ୍ତରଞ୍ଜନ ରାଉତ ଅତିଥିମାନଙ୍କୁ ସ୍ଵାଗତ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି, ବିଶେଷ କୁମାର ସାହୁ ଶ୍ରମ ଆଇନ ଏବଂ ଶ୍ରମିକ ବ୍ୟବସ୍ଥାର ବିଶେଷତ୍ଵ, ଆଇନଗତ ସହାୟତା ଏବଂ କ୍ଷତି ପୂରଣ ବ୍ୟବସ୍ଥାର ତର୍ଜମା କରିଥିଲେ। ୨୦୨୪ ମସିହାର ତତ୍ଵ- “ପରିବତ୍ତିତ ଜଳବାୟୁରେ କାର୍ଯ୍ୟକ୍ଷେତ୍ରରେ ନିରାପତ୍ତା ଏବଂ ସ୍ଵାସ୍ଥ୍ୟ ପ୍ରତିବଦ୍ଧତା” କିପରି ପାଳନ କରାଯାଇ ପାରିବ ତାହା ଉପରେ ଆଲୋକପାତ…
Read Moreଧାଡ଼ିକିଆ ଖବର, ତାରିଖ-୨୦.୦୪.୨୪ (ଶନିବାର)
⭕ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ।ଅପରାହ୍ନ ୫ଟା ସୁଦ୍ଧା ହାରାହାରି ୬୨ ପ୍ରତିଶତ ହେଲା ମତଦାନ। ⭕ଜୁନ ୧ ଯାଏଁ ଏକଜିଟ ପୋଲ ନିଷିଦ୍ଧ ଘୋଷଣା କଲେ ନିର୍ବାଚନ ଆୟୋଗ। ⭕ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସହ ସାମ୍ନାସାମ୍ନି ଲଢ଼େଇ ହେବ: ଅମିତ୍ ଶାହା ⭕ରାଜ୍ୟରେ ଅସମ୍ଭାଳ ତାତି ୪୩.୦୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଭୁବନେଶ୍ୱର ୪୧.୪। ⭕ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା, ୨ ସପ୍ତାହରେ ବଢ଼ିଲାଣି ୧୫ ଟଙ୍କା ! ⭕ଲଖନପୁର ନୌକା ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା। ⭕ଆସୁଛି କାଳବୈଶାଖୀ, ତାତିରୁ ମିଳିବ ମୁକ୍ତି , କମିବ ତାପମାତ୍ରା, ଆସନ୍ତା ୨୧ ଓ ୨୨ ତାରିଖରେ କାଳବୈଶାଖୀ…
Read Moreନିର୍ବାଚନକୁ ନେଇ ନୟାଗଡ଼ରେ ଗଡ଼ିଲା ମୁଣ୍ଡ, ୨ନିଲମ୍ବିତ
ନୟାଗଡ଼(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଓଡଗାଁ ଦୂତୀକେଶ୍ୱର ମନ୍ଦିର ଠାରେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଥିବାରୁ, ନିର୍ବାଚନ ଆଚରଣ ବିଧି କମିଟିର ତଦନ୍ତକୁ ଆଧାର କରି ନୂଆଗାଁ ବ୍ଲକ ଅନ୍ତର୍ଗତ ଗତିଶ୍ୱର ମହାବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ଓ ନୟାଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସହକାରୀ ପରିଚାଳକ ଯୁଗଳ କିଶୋର ପ୍ରଧାନଙ୍କୁ ପୁନଃ ଆଦେଶ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି।
Read Moreନୟାଗଡ଼ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେପି ଜିଲ୍ଲା ଅନୁସୂଚିତ ଜାତି ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଙ୍କୁ ପିସିସି ସାଧାରଣ ସମ୍ପାଦକ ହୁସେନ ଖାଁ, ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଏବଂ ବରିଷ୍ଠ ନେତା କମଳ ଚରଣ ସାହୁ ପ୍ରମୁଖ ବିଦ୍ଧିବଦ୍ଧ ଭାବେ କଂଗ୍ରେସ ଦଳରେ ମିଶ୍ରଣ କରାଇଛନ୍ତି। ତାଙ୍କ ସହ ଦଳିତ ବିଜେପି କାର୍ଯ୍ୟକର୍ତା ସୁମନ୍ତ ନାଏକ, ଆଶା ନାଏକ, ଟୀକାନ ଘଡେଇ, ପ୍ରଫୁଲ୍ଲ ଦାଶ, ଆଦିବାସୀ ନେତା ବୈଦ୍ୟନାଥ କଂହର ପ୍ରମୁଖ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ସୁଶାନ୍ତ କଂଗ୍ରେସ ଦଳରେ ମିଶିବା ପରେ ଦଶପଲ୍ଲା ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜେପି-ବିଜେଡି ମ୍ୟାଚ ଫିକ୍ସିଂ କରାଯାଇ ବିଜେଡି ପ୍ରାର୍ଥୀ ଙ୍କୁ ଜିତାଇବା ପାଇଁ ବିଜେପି ରାଜ୍ୟ ନେତୃତ୍ୱ ନିର୍ବାଚନ ମଣ୍ଡଳୀ ବୁର୍ବଳ…
Read More