ଫାଲପାଜୁ ହାଟ ପଡିଆଠାରେ ଆନ୍ତର୍ଜାତୀୟ ଶ୍ରମ ଦିବସ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣିଗୋଛ୍ଛା ପଞ୍ଚାୟତର ଫାଲପାଜୁ ହାଟ ପଡିଆଠାରେ ଆନ୍ତର୍ଜାତୀୟ ଶ୍ରମ ଦିବସ -୨୦୨୪ ପାଳନ ହୋଇଯାଇଛି। ୭୦ଜଣ ଅଣସଂଗଠିତ ଶ୍ରମିକଙ୍କୁ ମେ ୧ ତାରିଖରେ “ଶ୍ରମିକଦିବସ” ପାଳନର ତତ୍ପର୍ଯ୍ୟ ସଂପର୍କରେ ଉପସ୍ଥିତ ଅତିଥିମାନେ ବୁଝାଇଥିଲେ। “ନୟାଗଡ ଜିଲ୍ଲା କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହାସଂଘ”ର ସାଧାରଣ ସଂପାଦକ ତଥା ସାମ୍ବାଦିକ ବସୁଦେବ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରମିକ ଏକତା,ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ସମଧାନର ମାର୍ଗ ଏବଂ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟଣ ଯୋଜନା ବିଷୟରେ ବୁଝାଇଥିଲେ। ବରିଷ୍ଠ ଶ୍ରମିକ ନେତା ରଘୁନାଥ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ରମିକନେତା କର୍ଣ୍ଣ ଜାନୀ,ଅହଲ୍ୟା ଖମାରୀ,ମିଲି ବାରିକ,ବିରେସନ କହଁର ଏବଂ ମନୋରଂଜନ ପ୍ରଧାନ ପ୍ରମୁଖ ଶ୍ରମିକମାନଙ୍କ ବହୁ ସମସ୍ୟା ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ଶ୍ରମିକମାନେ ଐକ୍ୟବଦ୍ଧହୋଇ ଲଢେଇ କରିବାକୁ ବଜ୍ର ଶପଥ କରିଥିଲେ। ଟ୍ରେଡ୍ ୟୁନିୟନର ବରିଷ୍ଠ କାର୍ଯ୍ୟକର୍ତ୍ତା ବସନ୍ତ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।

Related posts