ନୟାଗଡ଼ ଜିଲ୍ଲାର ଚାରି ନିର୍ବାଚନ ମଣ୍ଡଳୀର କିଏ କାହାର ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନ ୨୦୨୪ର ୬ଷ୍ଠ ପର୍ଯ୍ୟାୟ ନିମନ୍ତେ ଆଜି ନୟାଗଡ଼ ଜିଲ୍ଲାର ୧୧୯-ରଣପୁର, ୧୨୦-ଖଣ୍ଡପଡ଼ା ଓ ୧୨୨-ନୟାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀପତ୍ର
ପ୍ରତ୍ୟାହାର ତାରିଖ ଧାର୍ଯ୍ୟ କରାଯାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ

୧୧୯- ରଣପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ଯୋଗ୍ୟ ପ୍ରତିଦ୍ଵନ୍ଦୀ ପ୍ରାର୍ଥୀମାନେ ହେଲେ- ୧) ସରୋଜ କୁମାର ନାୟକ (ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି), ୨) ସୁରମା ପାଢ଼ୀ (ଭାରତୀୟ ଜନତା ପାର୍ଟି), ୩) ସତ୍ୟନାରାୟଣ ପ୍ରଧାନ (ବିଜୁଜନତା ଦଳ), ୪) ବିଭୁପ୍ରସାଦ ମିଶ୍ର (ଭାରତୀୟ ଜାତୀୟ କଂଗ୍ରେସ), ୫) କୃଷ୍ଣଚନ୍ଦ୍ର ମହାପାତ୍ର (ସୋସାଲିଷ୍ଟ କମ୍ୟୁନିଷ୍ଟ ପାର୍ଟି), ୬) ସୁଧିର କୁମାର ଦାସ (ଆମ ଆଦ୍‌ ପାର୍ଟି), ୭) ହୁଲାସ ବାରିକ (ସ୍ୱାଧୀନ) ଓ ୮) ସନ୍ତୋଷ କୁମାର ସାହୁ (ସ୍ଵାଧୀନ)।

୧୨୦-ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ପ୍ରତିଦ୍ବନ୍ଦୀ ପ୍ରାର୍ଥୀମାନେ ହେଲେ ୧) ବୈଜୟନ୍ତିମାଳା ମହାନ୍ତି (ଭାରତୀୟ ଜାତୀୟ କଂଗ୍ରେସ), ୨) ଦୁଷ୍ମନ୍ତ କୁମାର ସ୍ୱାଇଁ (ଭାରତୀୟ ଜନତା ପାର୍ଟି),୩) ରଶ୍ମିତା ବେହେରା (ମାନସ ଲୋକଶକ୍ତି ଦଳ), ୪) ତ୍ରିନାଥ ନାୟକ (ଓଡ଼ିଶା ଜନତା ପାର୍ଟି), ୫) ସାବିତ୍ରୀ ପ୍ରଧାନ (ବିଜୁ ଜନତା ଦଳ), ୬) ଅନୁଭବ ପଟ୍ଟନାୟକ (ସ୍ଵାଧୀନ), ୭) ଜିତେନ୍ଦ୍ର ବେହେରା (ସ୍ୱାଧୀନ), ୮)ଲୋପାମୁଦ୍ରା ଷଡ଼ଙ୍ଗୀ (ସ୍ୱାଧୀନ), ୯) ଶିବନାରାୟଣ ମହାନ୍ତି(ସ୍ୱାଧୀନ), ୧୦) ମଲ୍ଲୀ ବେହେରା(ସ୍ୱାଧୀନ)

୧୨୨- ନୟାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରତିଦ୍ଵନ୍ଦୀ ପ୍ରାର୍ଥୀମାନେ ହେଲେ ୧)ଡଃ ଅରୁଣ କୁମାର ସାହୁ(ବିଜୁ ଜନତା ଦଳ), ୨) ପ୍ରତ୍ୟୁଷା ରାଜେସ୍ବରୀ ସିଂ (ଭାରତୀୟ ଜନତା ପାର୍ଟି), ୩) ରଣଜିତ ଦାଶ (ଭାରତୀୟ ଜାତୀୟ କଂଗ୍ରେସ), ୪) ଗିରିଧାରୀ ରାଉତ(ପଂଜିକୃତ ଅଣପଂଜିକୃତ ରାଜନୈତିକ ଦଳ), ୫) ସନ୍ତୋଷ ନାରାୟଣ (ସ୍ୱାଧୀନ) ଓ ୬) ହେମନ୍ତ କୁମାର ପୃଷ୍ଟି (ସ୍ୱାଧୀନ) ।

ସାଧାରଣ ନିର୍ବାଚନ ୨୦୨୪ର ୫ମ ପର୍ଯ୍ୟାୟରେ ନୟାଗଡ଼ ଜିଲ୍ଲାର ୧୨୧-ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଚଳିତ ମାସ ୬ ତାରିଖ ଥିବା ବେଳେ ଏଠାରେ ପ୍ରତିଦ୍ଵନ୍ଦୀ ପ୍ରାର୍ଥୀମାନେ ହେଉଛନ୍ତି- ୧) ରମେଶ ଚନ୍ଦ୍ର ବେହେରା (ବିଜୁ ଜନତା ଦଳ), ୨) ସନ୍ତୋଷ ନାୟକ (ମାନସ ଲୋକଶକ୍ତି ଦଳ), ୩) ରାଘବ ମଲ୍ଲିକ (ଭାରତୀୟ ଜନତା ପାର୍ଟି), ୪) ନକୁଳ ନାୟକ (ଭାରତୀୟ ଜାତୀୟ
କଂଗ୍ରେସ), ୫) ଇନ୍ଦୁମତୀ ନାୟକ(ସ୍ବାଧୀନ), ୬) କାହ୍ନୁଚରଣ ନାୟକ(ସ୍ୱାଧୀନ), ୭) ସୁରଥ ନାୟକ(ସ୍ୱାଧୀନ) ଓ ୮) ରବିନ୍ଦ୍ର ସେଠୀ (ସ୍ୱାଧୀନ)।

Related posts