ତୈଳଦର, ଗ୍ୟାସକୁ ନେଇ ବିରୋଧିଙ୍କୁ ଟାର୍ଗେଟ କଲେ ଅରୁଣ

ନୟାଗଡ଼ : ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆଜି ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଏବଂ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ମାରାଥନ ପ୍ରଚାର କରିଛନ୍ତି। ନୟାଗଡ଼ ବିଧାୟକ ମଞ୍ଚ ଉପରୁ ସିଧା ସଳଖ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି। ପ୍ରେଟୋଲ ଓ ଡିଜେଲ୍ ଦରବୃଦ୍ଧି, ଉଜ୍ୱଳା ଗ୍ୟାସ ଯୋଜନା, ଦରଦାମ ବୃଦ୍ଧିକୁ ନେଇ ବିଜେପିର ଅସଲ ମୁଖା ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କରନ୍ତି ବୋଲି କହିଛନ୍ତି ନୟାଗଡ଼ ବିଧାୟକ ଡ. ସାହୁ।

ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଯୋଡ଼ି ଶଙ୍ଖରେ ମତଦାନ କରିବାକୁ ଆହ୍ୱାନ ଦେଇଛନ୍ତି । ମିଛ କହୁଥିବା ଲୋକଙ୍କୁ ବିଶ୍ୱାସକୁ ନିଅନ୍ତୁ ନାହିଁ ବୋଲି କହିଛନ୍ତି । ଅପରାହ୍ନରେ ନୟାଗଡ଼ ବ୍ଲକର ନାଟୁଗାଁ, ଚମ୍ପତ୍ତିପୁର, ଗଦାଧରପ୍ରସାଦ, ଶରଧାପୁର, ବାଲୁଗାଁ, ଲକ୍ଷ୍ମୀପ୍ରସାଦ, ଚଣ୍ଡିବସ୍ତ, ମୁଥାଗାଡ଼ିଆ, ଭାଟସାହି, ଅଭିମାନପୁର ପ୍ରଭୂତି ସ୍ଥାନରେ ପ୍ରଚାର ସଭା ଅନୁଷ୍ଠିତ ହୋଇଛି। ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଏହି ସଭାରେ ଉପସ୍ଥିତ ରହି ବିଜୁ ଜନତା ଦଳକୁ ଆର୍ଶିବାଦ ପ୍ରଦାନ କରିବାକୁ ମତ ଦେଇଛନ୍ତି । ଏହି ପ୍ରଚାରରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଏବଂ ସମିତିସଭ୍ୟମାନେ ସାମିଲ ହୋଇଥିଲେ। ସେହିଭଳି ଭାବେ ପୂର୍ବାହ୍ନରେ ଓଡ଼ଗାଁ ବ୍ଲକର ଉଦୟପୁର, ନାଉରିଆଗଡ଼ା, ଟାଙ୍ଗିସାହି, ନାଠିଆପଲ୍ଲୀ, ତୋଟାପଲ୍ଲୀ, ଧଝୋଲା, ଖଙ୍ଗାରପଲ୍ଲୀ, ସାତପାଟିଆ ଗ୍ରାମରେ ଗ୍ରୀନ୍ କ୍ୟାମ୍ପେନ୍ ଅନୁଷ୍ଠିତ ହୋଇଛି। ବିଧାୟକଙ୍କ ସହ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଓ ସମିତିସଭ୍ୟ ସାମିଲ ହୋଇଥିଲେ।

Related posts