ପଠାଣି ସାମନ୍ତଙ୍କ ୧୮୮ତମ ଜୟନ୍ତୀ: କୁମାର ବାପି ଏବଂ ରବିନ୍ଦ୍ର ମହାପାତ୍ରଙ୍କ ଭଜନରେ ଝୁମିଲେ ଦର୍ଶକ

ନୟାଗଡ଼,(ନୟାଗଡ଼ ଦର୍ପଣ): ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ,ନୟାଗଡ଼ ପକ୍ଷରୁ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖରଙ୍କ ୧୮୮ତମ ଜନ୍ମ ଜୟନ୍ତୀ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପରେ ମହା ସମାରୋହରେ ପାଳିତ ହୋଇ ଯାଇଅଛି। ଶ୍ରୀଜଗନ୍ନାଥ ମନ୍ଦିର ସାମନାରେ ଅନୁଷ୍ଠିତ ଭଜନ ସମାରୋହରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ କୁମାର ବାପି ଏବଂ ରବିନ୍ଦ୍ର ମହାପାତ୍ର ଭଜନ ପରିବେଶଣ କରିଥିବା ବେଳେ ଉପସ୍ଥିତ ଦର୍ଶକମାନେ ବେଶ ବିମୋହିତ ହୋଇଥିଲେ । ପ୍ରଥମେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଜୟନ୍ତୀ ସମାରୋହକୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଯୋଗଦାନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଆୟକର କମିଶନର ଶରତ ଚନ୍ଦ୍ର ଦାଶ ଏବଂ ବିଶିଷ୍ଟ ଅତିଥିଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ବିଶିଷ୍ଟ ସାମ୍ବାଦିକ କିଶୋର ଦ୍ୱିବେଦୀ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ…

Read More

ବିଦେଶ ମାଟିରେ ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତି ରଂଜନଙ୍କ ଆଉଏକ ସଫଳତା

ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଲା ସଫଳତାର କାହାଣୀ ଦଶପଲ୍ଲା,(ନୟାଗଡ଼ ଦର୍ପଣ); ଆମେରିକାରେ ଗବେଷଣାରତ ଓଡିଆ ବୈଜ୍ଞାନିକ ତଥା ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତି ରଂଜନ ବେହେରାଙ୍କୁ ମିଳିଛି ଆଉଏକ ସଫଳତା। ତାଙ୍କର ସଫଳତାର କାହାଣୀ ଇଷ୍ଟ୍ ଟେନିସ ଷ୍ଟେଟ୍ ୟୁନିଭର୍ସିଟିର ବାର୍ଷିକ ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଛି। ଯାହାକି ସମଗ୍ର ରାଜ୍ୟ ତଥା ଦେଶପାଇଁ ଏହା ଗୈାରବର ବିଷୟ। ଏହି ପତ୍ରିକାରେ କେବଳ ଗବେଷଣାରେ ଉଲ୍ଲେଖନୀୟ ତଥ୍ୟ ହାସଲ କରିଥିବା ଯୁବ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ କରିଥାଏ। ଯାହାକି ଚଳିତ ୨୦୨୨ ମସିହାରେ ସମଗ୍ର ବିଶ୍ବର ୨ଜଣ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ ପାଇଛି। ଜ୍ୟୋତିଙ୍କ ସମେତ ଅନ୍ୟ ଜଣେ ବୈଜ୍ଞାନିକ ହେଉଛନ୍ତି ଆଫ୍ରିକା ମହାଦେଶର। ଜ୍ୟୋତି ରଂଜନଙ୍କ ଗବେଷଣା ମୁଖ୍ୟତଃ ଖାଦ୍ୟ ନିରାପତ୍ତା ଉପରେ ପର୍ଯ୍ୟବେଷିତ। ସେ ଗଛ ମାନଙ୍କରୁ କିଭଳି ତୈଳ ଉତ୍ପାଦନ…

Read More

ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରକୁ ଯିବେ ମଦନମୋହନ

ନୂଆଗାଁ,(ନୟାଗଡ଼ ଦର୍ପଣ): ଟାଟା ଷ୍ଟିଲ୍ ଓ ପଠାଣି ସାମନ୍ତ ପ୍ଲାନେଟୋରିଅମର ମିଳିତ ଉଦ୍ୟମରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଓଡ଼ିଶାର ଶ୍ରେଷ୍ଠ ୨୦ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଉକ୍ତ ୨୦ଜଣଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାରୁ ଜଣେ ଛାତ୍ର ମଦନ ମୋହନ ମିଶ୍ର ସ୍ଥାନ ପାଇଛନ୍ତି। ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳି ସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ମଦନ ମୋହନ। ପ୍ରକାଶଯୋଗ୍ୟ ଉକ୍ତ ୨୦ଜଣ ଛାତ୍ରଛାତ୍ରୀ ବାଙ୍ଗାଲୋର ସ୍ଥିତ ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରକୁ ଆସନ୍ତା ମଇ ମାସରେ ପରିଭ୍ରମଣର ଯିବେ। ଜନଶକ୍ତି ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ଓ ବିଜ୍ଞାନ ଶିକ୍ଷକଙ୍କ ଗହଣରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ କୃତିତ୍ଵ ଅର୍ଜନ କରିଥିବା ଶ୍ରୀମାନ ମଦନମୋହନ ମିଶ୍ରଙ୍କୁ ସମ୍ମାନୀତ କରିଥିଲେ ।

Read More

ହତ୍ୟା କଲା ସ୍ୱାମୀ ଡେମୋ ଦେଖାଇଲା ସ୍ତ୍ରୀ

କଟକରେ ପ୍ରେମ, ନୟାଗଡ଼ରେ ହତ୍ୟା ନୂଆଗାଁ(ନୟାଗଡ଼ ଦର୍ପଣ): ପରିଶେଷରେ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।ଶୈଳେନ୍ଦ୍ର ହତ୍ୟାକାଣ୍ଡର ହୋଇଛି ପର୍ଦାଫାସ। ନୟାଗଡ ଜିଲ୍ଲା ନୂଆଗାଁ ଥାନା ମହିପୁର ନିକଟସ୍ଥ ପାଟୁଳିସାହି ଗ୍ରାମରେ ସୈଳେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ନୂଆଗାଁ ପୁଲିସ ୨୦୨/୨୨ରେ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଦିପୁ ସାହୁ ଓ ସୁନିତା ସାହୁକୁ ଗିରଫ କରିଛି। ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ପାଟକୁରାର ସୈଳେନ୍ଦ୍ର ଜେନା (୪୦)କଟକ ଲାଲବାଗ ଥାନା ଅର୍ନ୍ତଗତ ସତୀ ଚଉରା ମହାନ୍ତି ପଡ଼ା ଲେନରେ ଘରଭଡ଼ା ନେଇ ରହୁଥିଲେ। କଟକ ଝାଞ୍ଜିରମଙ୍ଗଲାରେ ନୂଆଗାଁ ବ୍ଲକ୍ ମହିପୁର ପାଟୁଳି ସାହି ଗ୍ରାମର ଦିପୁ ଓ ତାର ସ୍ତ୍ରୀ ସୁନିତା ସାହୁ ରହି ଦହିବରା ବ୍ୟବସାୟ କରୁଥିଲେ। ସେଠାରେ ସୈଳେନ୍ଦ୍ରଙ୍କ ସହ ଦିପୁର ବନ୍ଧୁତା ହେବା ପରେ ଦିପୁ ଘରକୁ ସୈଳେନ୍ଦ୍ରର ଯିବା ଆସିବା…

Read More

ମରଣ ଜନ୍ତା ପାଲଟିଛି ଉପର ମଣିନାଗ ରାସ୍ତା, ପାଣିରେ ପଡ଼ିଲା ୪କୋଟି ଟଙ୍କା

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ପାହାଡ଼ ଶିଖରରେ ଥିବା ମଣିନାଗ ପୀଠର ରାସ୍ତାଟି ନିର୍ମାଣର ଅଳ୍ପ କିଛି ବର୍ଷ ମଧ୍ୟରେ ସମ୍ପୂର୍ଣ ନଷ୍ଟ ହୋଇ ଗଲାଣି। ଏହି ରାସ୍ତା ଦେଇ ଯିବାଆସିବା କରିବା ପାଇଁ ପର୍ଯ୍ୟଟକ ସୁରକ୍ଷିତ ମନେ କରୁ ନାହାନ୍ତି। ତଳ ମଣିନାଗ ପୀଠରୁ ଉପର ମଣିନାଗ ପୀଠକୁ ଯିବା ପାଇଁ ତିଆରି ହୋଇଥିଲା ଏହି ୫କିମି ଲମ୍ବର ଘାଟି ରାସ୍ତା। ଏଥିପାଇଁ 4 କୋଟି ଟଙ୍କା ବ୍ୟୟ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଏହି ରାସ୍ତାର ଅର୍ଥ ପାଣିରେ ପଡ଼ିଥିବା ଚର୍ଚ୍ଚା ହେଉଛି। ପ୍ରଥମେ ନିର୍ମାଣ କାର୍ଯ୍ୟ ସରିବାର କିଛି ମାସ ପରେ ବ୍ୟବହାର ପୂର୍ବରୁ ରାସ୍ତା ଦୁଇ ଫାଳ ହୋଇ ଧସି ଆସିଥିଲା। ବର୍ଷା ଦିନେ ଏହି ରାସ୍ତା ଦୁଇ କଡ଼ରୁ ପାହାଡ଼ ଧସି ଥାଏ। ତଳୁ ଉପର ପର୍ଯ୍ୟନ୍ତ ମୋଟ…

Read More

ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ପାଦକଙ୍କ ଆମରଣ ଅନଶନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆଗରେ ଗତ ଅକ୍ଟୋବର ୨୭ତାରିଖ ଦିନ ବିଜୁ ଶ୍ରମିକ ସାମ୍ମୁଖ୍ୟ ନେତୃତ୍ବରେ କାବ୍ୟରତ ନିର୍ମାଣ ଶ୍ରମିକ ମହାସଂଘ ଓ ନିର୍ମାଣ ଶ୍ରମିକ ଫେଡେରେସନ୍ ପକ୍ଷରୁ ଶହ ଶହ ଶ୍ରମିକ ଧାରଣା ଦେଇଥିଲେ । ଶ୍ରମ ବିଭାଗର ଅପାରଗତା ଏବଂ ସ୍ଥାଣୁତାକୁ ନେଇ ଧାରଣା ଦିଆଯାଇଥିବା ବେଳେ ପଡ଼ି ରହିଥିବା ସହାୟତା ରାଶିକୁ ନିର୍ଦ୍ଦିଷ୍ଟ ସମୟ ଭିତରେ ପ୍ରଦାନ କରିବା, ଅନଲାଇନ ଆବେଦନ କାରୀଙ୍କୁ ତୁରନ୍ତ ପରିଚୟ ପତ୍ର ପ୍ରଦାନ, ଅଣସଂଗଠିତ ଶ୍ରମିକମାନଙ୍କୁ ପରିଚୟ ପତ୍ର ଦେବାରେ ପାତରଅନ୍ତର ବନ୍ଦ କରାଯାଉ, ମୃତ୍ୟୁ ସହାୟତା ଏକ ମାସ ମଧ୍ୟରେ ପ୍ରଦାନ କରାଯାଉ, କାବ୍ୟରେ ଅବହେଳା କରୁଥିବା କର୍ମଚାରୀ ବିରୁଦ୍ଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରଯାଇଥିଲା । ଦୀର୍ଘସମୟ ଧରିଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯିବା ପରେ ପ୍ରଭାଗୀୟ…

Read More

ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କଲା ଜନଶକ୍ତି ଉଚ୍ଚ ବିଦ୍ୟାଳୟ

ମହାସମାରୋହରେ ଉଦଯାପିତ ହେଲା ସୁବର୍ଣ୍ଣ ଜୟନ୍ତୀ ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଚାହାଳି ସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ତିନିଦିନ ଧରି ଚାଲିଥିଲା ସୁବର୍ଣ୍ଣ ଜୟନ୍ତୀ ଆଜି ମହାସମାରୋହରେ ଉଦଯାପିତ ହୋଇଯାଇଛି।ଆଜିର କାର୍ଯ୍ୟକ୍ରମର କାର୍ଯ୍ୟକ୍ରମରେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟସହ ଯୋଡିବା ଗୁଣାତ୍ମକ ଶିକ୍ଷାର ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ନିଜ ସ୍କୁଲ ଜୀବନ ଓ ରାଜ୍ୟ ସରକାରଙ୍କ ଶିକ୍ଷା ଉପରେ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ, ଅନ୍ୟତମ ସମ୍ମାନୀତ ଅତିଥି ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ନାୟକ ତାଙ୍କ ବକ୍ତବ୍ଯରେ କହିଥିଲେ ଯେ ୫ଟି ଆନୁକୁଲ୍ୟରେ…

Read More

ଫାଇନାଲରେ ପ୍ରବେଶ କଲେ ଶ୍ରେଷ୍ଠ ଦଶଜଣ ଯୁବ କଣ୍ଠଶିଳ୍ପୀ

ଭଏସ୍ ଅଫ ନୟାଗଡ଼ ସିଜିନ୍ ୩ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଯୁବ କଣ୍ଠଶିଳ୍ପୀମାନଙ୍କ ପ୍ରତିଭାର ବିକାଶ ପାଇଁ ନୟାଗଡ଼ କ୍ଳବ ଦ୍ଵାରା ଆୟୋଜିତ ଭଏସ୍ ଅଫ୍ ନୟାଗଡର ସେମିଫାଇନାଲରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଚୟନ ହୋଇଥିବା ତିରିଶ ଜଣ ଯୁବ କଣ୍ଠଶିଳ୍ପୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ସଂଗୀତ ପ୍ରତିଯୋଗିତାର ସେମିଫାଇନାଲ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ନୟାଗଡ଼ ପୈ।ରପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୟାଗଡ଼ କ୍ଳବର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମଟି ନୟାଗଡ଼ ଜିଲ୍ଲାର ପ୍ରତିଭା ସମ୍ପନ୍ନ ଯୁବ କଣ୍ଠଶିଳ୍ପୀଙ୍କ ପାଇଁ ଏକ ସୁଯୋଗ ବୋଲି ମତବ୍ୟକ୍ତ କରିଥିଲେ। ଭଏସ ଅଫ୍ ନୟାଗଡର ସଂଯୋଜକ ଧୀରେନ୍ଦ୍ର ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ…

Read More

ନୟାଗଡ଼ ଜିଲ୍ଲାରେ ଅଲିଭା ରେଜିଷ୍ଟର ଅନନ୍ୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ଜାନୁୟାରୀ ମାସରେ ଜିଲ୍ଲା ପ୍ରଶାସନ ତରଫରୁ ଅଭିନବ ଭାବେ ପ୍ରଣୟନ କରାଯାଇଥିବା ଅଲିଭା ରେଜିଷ୍ଟରକୁ ରାଜ୍ୟ ସରକାର ଖୁବ ପସନ୍ଦ ଓ ପ୍ରଶଂସା ମଧ୍ୟ କରିଛନ୍ତି । ଏହା ଦ୍ଵାରା ଜିଲ୍ଲାରେ ଅପ୍ରାପ୍ତ ବୟସ ଝିଅମାନଙ୍କର ବିବାହ ବହୁ ପରିମାଣରେ କମିଯାଇଛି । ଏକଶତ ପୃଷ୍ଠା ବିଶିଷ୍ଟ ଏହି ରେଜିଷ୍ଟରରେ ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀଙ୍କ ଦ୍ବାରା କେନ୍ଦ୍ର ଅନ୍ତର୍ଭୁକ୍ତ ୧୦ରୁ ୧୯ବର୍ଷ ବୟସର ସମସ୍ତ ଝିଅମାନଙ୍କର ନାମ, ବୟସ, ଦୂରଭାଷ ନମ୍ବର, ଆଧାର ନମ୍ବର, ବାପା ଓ ମାଆଙ୍କର ନାମ ଠିକଣା ଆଦି ଲିପିବଦ୍ଧ କରାଯାଇଥାଏ । ପାଠ ପଢ଼ୁଥିବା ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ଅଭିଭାବକ ସମସ୍ତଙ୍କ ମିଳିତ ସହଯୋଗରେ ଝିଅ ଉପରେ ଧ୍ୟାନ ଦିଆଯାଏ । ପାଠପଢ଼ା ଛାଡୁଥିବା ଝିଅମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି…

Read More

ନୟାଗଡ଼ ଜିଲ୍ଲା ମହୋତ୍ସବର ସ୍ମରଣିକା ଓ ସାଂସ୍କୃତିକ ସବ୍-କମିଟି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଆର.ଏମ୍.ସି. ସଭାଗୃହରେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମହୋତ୍ସବର ସ୍କରଣୀକା ଏବଂ ସାଂସ୍କୃତିକ ସବ୍-କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ନୟାଗଡ଼ ଜିଲ୍ଲା ମହୋତ୍ସବ, ୨୦୨୨ ପାଳନ ଅବସରରେ ମହୋତ୍ସବର ମୁଖପତ୍ର ‘ଆରଣ୍ୟକ’ ପ୍ରକାଶ ପାଇଁ ନୟାଗଡ଼ ଜିଲ୍ଲାର ସଂସ୍କୃତି, ଐତିହ, ଜନଜୀବନ, ଅର୍ଥନୀତି, ସାମାଜିକ ବ୍ୟବସ୍ଥା, ବିକାଶ ମୂଳକ ଓ ଫିଚର ଧର୍ମୀଲେଖା ଉଭୟ ଓଡ଼ିଆ ଓ ଇଂରାଜି ଭାଷାରେ ଆବଶ୍ୟକ । ଇଚ୍ଛୁକ ଲେଖକ, କବି, ପ୍ରାବନ୍ଧିକ, ଶିକ୍ଷାବିତ୍, ଗବେଷକମାନଙ୍କ ଠାରୁ ଲେଖା ଓ ତତ୍‌ସଂପର୍କୀୟ ଫଟୋ ଆମନ୍ତ୍ରଣ କରାଯାଉଛି । ଲେଖାଗୁଡ଼ିକ ଉଚ୍ଚକୋଟୀର ଓ ସଂକ୍ଷିପ୍ତ ହେବା ଆବଶ୍ୟକ । ଲେଖକମାନେ ଲେଖାଗୁଡ଼ିକୁ ତା.୦୫.୧୨.୨୦୨୨ରିଖସୁଦ୍ଧା ଉପଜିଲ୍ଲାପାଳ, ନୟାଗଡ଼ଙ୍କ ନିକଟକୁ ପଠାଇ ପାରିବେ । ଲେଖାଗୁଡ଼ିକ ଆକୃତି ଲିପିରେ ଉଭୟ ସଫ୍ଟକପି ଓ କଠିନ ନକଲ ସହ…

Read More