ନୟାଗଡ଼ ଜିଲ୍ଲାରେ ଧାନ ମଣ୍ଡି ଉଦଘାଟନ କଲେ ଜିଲ୍ଲାପାଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଚଳିତ ଖରିଫ ବିପଣନ ଋତୁ ୨୨-୨୩ ପାଇଁ ବହୁବିଧ ପଣ୍ୟ ଦ୍ରବ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଦ୍ବାରା ଧାନ ମଣ୍ଡିର ଉଦଘାଟନ ହୋଇଯାଇଛି । ଉକ୍ତ ଉତ୍ସବରେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଏଆରସିଏସ ହାଡିବନ୍ଧୁ ମହାକୁଡ଼, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମାକାନ୍ତ ମଲ୍ଲିକ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଓ ବାହାଡ଼ାଝୋଲା ବଜାର ନିୟନ୍ତ୍ରିତ କମିଟିର ସମ୍ପାଦକ ସୁଦାମ ଚରଣ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ଚାଷୀ ନେତା ଜଗନ୍ନାଥ ପଣ୍ଡା ଓ ଗଙ୍ଗାଧର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ସରକାରୀ ନିୟମାନୁସାରେ ଉନ୍ନତମାନର ଧାନ ବାବଦକୁ ଚାଷୀ କ୍ୱିଣ୍ଟାଲ ପିଛା ୨୦୬୦ ଟଙ୍କା ପାଇବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ସାଧାରଣ ଧାନ କ୍ୱିଣ୍ଟାଲ ୨୦୪୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଜିଲ୍ଲାରେ ଚାଷୀଙ୍କ ଧାନକୁ କ୍ରୟ କରିବା ପାଇଁ ୧୫୩ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଓ ୧୪ ଗୋଟି ମଣ୍ଡି ଦ୍ବାରା ଧାର୍ୟ୍ଯ ବାରିରେ ଧାନ କ୍ରୟ କରାଯିବ ବୋଲି ସୂଚନା ମିଳିଛି । ନିର୍ଦ୍ଧାରିତ ମୂଲ୍ୟରେ ସକାଳ ୮ ଘଟିକା ରୁ ଦିବା ୨ ଘଟିକା ମଧ୍ୟରେ ଧାନ ବିକ୍ରି କରାଯିବ।

Related posts