ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣ ସରିଥିବା ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯିବା ନେଇ ଜିଲ୍ଲାପାଳଙ୍କୁ ଅନୁରୋଧ କଲେ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାଶ। ବର୍ତ୍ତମାନ ସମୟରେ କୋଭିଡ ଲହର ପାଇଁ ଆବଶ୍ୟକୀୟ ସତର୍କ ସୂଚନା ବିଜ୍ଞପ୍ତି ପ୍ରକାଶ ପାଇଲାଣି କିନ୍ତୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକବର୍ଷ ଧରି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଏଯାବତ ଏହି ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇ ଲୋକଙ୍କ କାର୍ଯ୍ୟରେ ଲାଗି ପାରୁନାହିଁ । ଏଥି ପ୍ରତି ସ୍ଥାନୀୟ ଲୋକପ୍ରତିନିଧି କିମ୍ବା ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ କାହାର ଟିକିଏ ଆନ୍ତରିକତା ନଥିଲା ଭଳି ମନେ ହେଉଛି। କୋଭିଡର ଦ୍ଵିତୀୟ ଲହର ବେଳେ ଅକ୍ସିଜେନ ଅଭାବ ଜନିତ ମୃତାହତଙ୍କ ସଂଖ୍ୟା ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ତାକୁ ନଜରରେ ରଖି ଏହି ଅତ୍ୟାବଶ୍ୟକ ସେବା ନୟାଗଡ଼ ଜିଲ୍ଲାବାସୀଙ୍କ ଉଦ୍ଧେଶ୍ୟରେ ଯଥାଶୀଘ୍ର ଏହି ଅକ୍ସିଜେନ ପ୍ଲାଣ୍ଟକୁ ଉଦଘାଟନ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଦାଶ।
Related posts
-
ବରିଷ୍ଠ କଂଗ୍ରେସ ନେତା,ଦୃଢ ସଙ୍ଗଠକଙ୍କ ପରଲୋକ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀର ଚାନ୍ଦପୁର ଜୋନ୍ (୨୪ନଂ)ର ମୟୁରଝାଲିଆ ପଞ୍ଚାୟତର ତୃଣମୂଳ ସ୍ତରର ଜଣେ ଜଣାଶୁଣା ବିଶିଷ୍ଟ ପ୍ରଭାବଶାଳୀ... -
ବସ ଓ ବାଇକ ଧକ୍କା, ୨ ମୃତ
ରଣପୁର,(ନୟାଗଡ଼ ଦର୍ପଣ): ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ସଂଗ୍ରହରୁ ଜଣାପଡିଛି... -
ଖଣ୍ଡପଡ଼ାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ଖଣ୍ଡପଡ଼ା ଠାରେ...