୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥଗିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣିସାମନ୍ତ ଅଡିଟୋରୀୟମ ନବିକରଣ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଥିବା ଦୃଷ୍ଟିରୁ ୨୦୨୩ ମାର୍ଚ୍ଚ ୧ରୁ ୭ତାରିଖ ପର୍ଯ୍ୟନ୍ତ ନୟାଗଡ଼ ନାଟକର ଯଜ୍ଞଶାଳା “ନାଟ୍ୟଧାରା” ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ସପ୍ତାହ ବ୍ୟାପୀ ୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବକୁ ସ୍ଥଗିତ ରଖାଗଲା ବୋଲି ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ଲଷ୍ମୀଧର ମହାପାତ୍ର ଏକ ପ୍ରେସ ବିବୃତ୍ତିରେ ଜଣେଇବା ସଙ୍ଗେ ସଙ୍ଗେ ଅନିଚ୍ଛାକୃତ ନିଷ୍ପତ୍ତି ନିମନ୍ତେ ନୟାଗଡ଼ର ସମସ୍ତ ସଂସ୍କୃତି ଏବଂ ନାଟ୍ୟ ପ୍ରେମୀମାନଙ୍କ ସହଯୋଗ କାମନା କରୁଛନ୍ତି।

Related posts