ଟଙ୍କା ପାଇଁ ଅମ୍ରିତକୁ କରିଥିଲେ ଅପହରଣ, ୩ଅଭିଯୁକ୍ତ ଗିରଫ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ କୁରାଳ ୧୨ ବର୍ଷର ଅମ୍ରିତ ପାତ୍ର ନିଖୋଜ ଘଟଣାରେ ଓଡ଼ଗାଁ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରିଛି । ଏହି ୩ ଅଭିଯୁକ୍ତ ହେଲେ କୁରାଳ ଗ୍ରାମ ପଣ୍ଡିତ ସାହିର ସୋନୁ ପାଣିଗ୍ରାହୀ, ଦୁଇଭାଇ ଏସ. ପଣ୍ଡା ଓ ବି. ପଣ୍ଡା । ମାଜିଷ୍ଟ୍ରେଟଙ୍କ ସାମ୍ନାରେରେ ଅମ୍ରିତର ୧୬୪ଆଧାରରେ ବୟାନ ରେକର୍ଡ କରାଯାଇଛି। ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ଅପହରଣ ଘଟଣାର ସମ୍ପୂର୍ଣ୍ଣ ଡେମୋ କରାଇଛି। ଡେମୋ ଦେଖାଇବା ସମୟରେ ପୁଲିସକୁ ଅଭିଯୁକ୍ତଙ୍କ ବାଡ଼ି କୂଅରୁ ଅମ୍ରିତର ସ୍କୁଲ ବ୍ୟାଗ ଓ ଗ୍ୟାରେଜ ମଧ୍ୟରୁ ଅଭିଯୁକ୍ତର ଶୀତକାଳୀନ ବସ୍ତ୍ର ମିଳିଛି । ଟଙ୍କା ଲୋଭରେ ଅପହର୍ତ୍ତା ଏପରି କରିଥିବା ଆଲୋଚନା ହେଉଛି । ସୂଚନା ଅନୁଯାୟୀ ଗାଡିର ଲୋନ କିସ୍ତି ସୁଝିବା ନିମନ୍ତେ ଏଥ୍‌ରେ ସାମିଲ ହୋଇଥିଲେ ୨ପଣ୍ଡା ଭାଇ । ଅପହୃତ ଅମ୍ରିତର ବାପା ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ପଣ୍ଡା ଭାଇଙ୍କ ମଧ୍ୟରୁ ଜଣଙ୍କ ମଧ୍ୟରେ ବ୍ୟବସାୟିକ ସମ୍ପର୍କଥିଲା। ପୂର୍ଣ୍ଣଚନ୍ଦ୍ରଙ୍କ ପାଖରେ ଟଙ୍କା ଥିବା ଜାଣିବା ପରେ ଅପହର୍ତ୍ତା କିଭଳି ପୂର୍ଣ୍ଣଚନ୍ଦ୍ରଙ୍କ ଠାରୁ ଟଙ୍କା ଆଦାୟ କରିବେ ସେନେଇ ଅପହରଣ ଯୋଜନା କରିଥିଲେ। ଏକ ପିକଅପ ଭ୍ୟାନରେ ଅମ୍ରିତର ପାଟିକୁ ବନ୍ଦ କରି ଅପହରଣ କରି ମେଡ଼ିକାଲ ଛକ ନିକଟରେ ଏକ ପରିତ୍ୟକ୍ତ ଗ୍ୟାରେଜରେ ରଖିଥିଲେ। ପରେ କୁରାଳ ପଣ୍ଡିତ ସାହିର ଏକ ପରିତ୍ୟକ୍ତ ଘରେ ଅମ୍ରିତକୁ ରଖଥିଲେ । ପରେ ଅମ୍ରିତକୁ ଛାଡ଼ିଦେଇଥିଲେ। ଏନେଇ ନୟାଗଡ଼ ଏସପି ଅଲେଖ ପହି ସୂଚନା ଦେଇଛନ୍ତି।

Related posts