ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ, ଦଶପଲ୍ଲା ଓ ଗଣିଆ ବ୍ଲକକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମଞ୍ଜୁର କରିଛନ୍ତି । ମୋଟ ୪୨ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ୩ଟି ବ୍ଲକର ୬୧୯ ଗ୍ରାମର ୨ ଲକ୍ଷ ଲୋକ ଉପକୃତ୍ତ ହେବେ ବୋଲି ସୂଚନା ମିଳିଛି । ଏଥିପାଇଁ ରାଜ୍ୟ ସରକାରଙ୍କ କ୍ୟାବିନେଟରେ ୩୯୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହା ଦ୍ୱାରା ୩ଟି ବ୍ଲକ ପାଇଁ ୩ଟି ପ୍ରକଳ୍ପ ମାଧ୍ୟମରେ ୬୧୯ ଗ୍ରାମର ୨ଲକ୍ଷ ଲୋକ ଉପକୃତ ହେବେ ବୋଲି ସୂଚନା ମିଳିଛି। ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ରହିଥିବା ଜଳକ୍ଲିଷ୍ଟର ପରିସମାପ୍ତି ଘଟିବ ବୋଲି ଆଶା କରାଯାଉଛି । ରାଜ୍ୟ କ୍ୟାବିନେଟରେ ୩୯୪କୋଟି ଟଙ୍କା…
Read MoreCategory: ନୂଆଗାଁ ବ୍ଲକ
ଉଦଯାପିତ ହେଲା ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପନ ଦିବସରେ କାର୍ଯ୍ୟକ୍ରମର ଆଜି ଶେଷ ଦିନ ଥିଲା । ଶେଷ ଦିନକୁ ଆଲୁମିନ ଦିବସ ଭାବେ ପାଳନ କରାଯାଉଥିଲା । ଆଲୁମିନି ଆସୋସିଏସନ ସଭାପତି ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଡ଼ ଦେବେନ୍ଦ୍ର ନାଥ ମାନସିଂ, ଛାତ୍ର ସଂସଦ ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ଆଲୁମିନ କମିଟି ସଂଯୋଜକ ବିଶ୍ୱନାଥ ମହାପାତ୍ର, ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଉପସ୍ଥିତ ରହିଥିଲେ । ବିଧାୟକ ଡ଼ ସାହୁ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ଅନୁଷ୍ଠାନରେ ଉତ୍ସବ ପାଳିତ ହେବା…
Read Moreମାର୍ଚ୍ଚରେ ସରିବ ନୂଆଗାଁ-ଦଶପଲ୍ଲା ରେଳ ଲାଇନ, ଚାଲିଛି ଜୋରଦାର କାମ
ନୟାଗଡ଼,(ନୟାଗଡ଼ ଦର୍ପଣ): ମାର୍ଚ୍ଚ ଶେଷସୁଦ୍ଧା ନୂଆଗାଁ ଏବଂ ଦଶପଲା ମଧ୍ୟରେ ଚାଲିଥିବା ୧୫.୫ କିମି ଦୈର୍ଘ୍ୟ ରେଳ ସେକ୍ସନ ମଧ୍ୟରେ ୫୭ଛୋଟ ଓ ୩ ବଡ଼ ବ୍ରିଜ, ୧୫ ରୋଡ ଅଣ୍ଡର ବ୍ରିଜ ଏବଂ ୪ ରୋଡ଼ ଓଭରବ୍ରିଜ ସହ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ସାରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟ ପାଇଁ ୧୯୦କୋଟି ଟଙ୍କା ମଞ୍ଜୁର କରାଯାଇଛି । ପୂର୍ବତଟ ରେଳପଥ ମହାପ୍ରବନ୍ଧକରୂପ ନାରାୟଣ ସୁନକର ଇତିମଧ୍ୟରେ ଚାଲୁ ରହିଥିବା ଖୋର୍ଦ୍ଧା ରୋଡ଼- ବଲାଙ୍ଗୀର ରେଳ ପ୍ରକଳ୍ପର ଖୋର୍ଦ୍ଧା ରୋଡ-ନୂଆଗାଁ ରେଳ ସେକ୍ସନକୁନିରୀକ୍ଷଣ କରିଛନ୍ତି। ନୂଆଗାଁ ଓ ଦଶପଲା ମଧ୍ୟରେ ଚାଲିଥିବା ନିର୍ମାଣକାର୍ଯ୍ୟ ସହ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଖୋର୍ଦ୍ଧା ରୋଡରେ ଥିବାରୋଡ ଓଭର ବ୍ରିଜ କାର୍ଯ୍ୟର ଯାଞ୍ଚ କରିଛନ୍ତି । ଵିଣ୍ଡୋ…
Read Moreଫେବୃୟାରୀ ୧୫ରୁ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବନ୍ଦ ହୋଇ ରହିଥିବା ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳାକୁ ପୁନଃ ଉଜ୍ଜୀବିତ କରିବା ପାଇଁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗୁରୁତ୍ଵ ଦେଇଛନ୍ତି। ଏଥିପାଇଁ ଆଜି ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଫ୍ରେବୃୟାରି ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯିବା ପାଇଁ ବହୁ ବ୍ୟକ୍ତିଙ୍କୁ ଯୋଡ଼ିବା ପାଇଁ ବିଧାୟକ ପରାମର୍ଶ ଦେଇଛନ୍ତି। ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳାକୁ ଆକର୍ଷଣୀୟ କରିବା ପାଇଁ ପ୍ରତ୍ୟେକ ଦିନ ସଂଧ୍ୟାରେ କୁଇଜ ପ୍ରତିଯୋଗିତା, ସାହିତ୍ୟ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ବୋଲି ଆଲୋଚନା କରାଯାଇଛି। ନୟାଗଡ଼ ଦକ୍ଷିଣକାଳୀ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ…
Read Moreଚାଉଳ ଗୋଦାମରେ ଦୁଇ ଶ୍ରମିକଙ୍କ ମୃତ୍ୟୁ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଆଦର୍ଶ ଥାନା ରୋହିବାଙ୍କବାଘୁଆ ଡ୍ୟାମ ନିକଟରେ ଥିବା ଚାଉଳ ଗୋଦାମରେ ଫସି ଦୁଇ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଦୁଇ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ତିଳି ସିଂଗ୍ରାମର ରାମେଶ୍ବର ଦିହୁଡ଼ି ଓ କଟକ ଜିଲ୍ଲା ନରସିଂହପୁର ଅନ୍ତର୍ଗତ ବାଲିସାହି ଗ୍ରାମର ପ୍ରମୋଦ ମହାରଣା। ସୂଚନା ଅନୁଯାୟୀ ବାଘୁଆ ଡ୍ୟାମ ନିକଟରେ ଥିବା ମା’ମଙ୍ଗଳା ଆଗ୍ରୋ କମ୍ପାନୀର ଚାଉଳ ଗୋଦାମରେ ରାତି ଡ୍ୟୁଟି ଥିବାରୁ ୪ଜଣ ଶ୍ରମିକ ଯଥା ବିଚିତ୍ର ବେହେରା, ପ୍ରମୋଦ ମହାରଣା, ରାମେଶ୍ବର ଦିହୁଡି, ମନୋଜ କୁମାର ପ୍ରଧାନ କାର୍ଯ୍ୟ କରୁଥିଲେ। ସୋମବାର ଭୋର ସମୟରେ ଗୋଦାମର ଚାଉଳ ଷ୍ଟୋରର ୨୦ଫୁଟ ଲମ୍ବା ବିଶିଷ୍ଟ ଏକ ବିମ ଭାଙ୍ଗିଯିବାରୁ ସେଥିରେ ଥିବା ୫୬୦ ବସ୍ତା ଚାଉଳ ରାମେଶ୍ବର ଓ ପ୍ରମୋଦଙ୍କ ଉପରେ ଲଦି ହୋଇଯାଇଥିଲା। ଅନ୍ୟ ଦୁଇ ଜଣ…
Read Moreସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର ଓ ଅଙ୍ଗଦାନ କାର୍ଯ୍ୟକ୍ରମ
ଶ୍ରୀରାମକୃଷ୍ଣ-ବିବେକାନନ୍ଦ ଆଶ୍ରମ ତରଫରୁ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୧ ତମ ଜୟନ୍ତୀ ଶ୍ରୀରାମକୃଷ୍ଣ ବିବେକାନନ୍ଦ ଆଶ୍ରମର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୦୯ଟା ସମୟରେ ଆୟୋଜିତ ବିଶାଳ ଶୋଭାଯାତ୍ରାକୁ ନୟାଗଡ଼ ପୌରପରିଷଦ ପୌରାଧ୍ୟକ୍ଷା ନିରୁପମା ଖଟେଇ ଓ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରଫେସର ସତ୍ଯ ନାରାୟଣ ଆଚାର୍ଯ୍ୟ ପତାକା ଦେଖାଇ ଉଦଘାଟନ କରିଥିଲେ। ଶୋଭାଯାତ୍ରାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ନୟାଗଡ଼ ଜିଲ୍ଲା ଶାଖା,ଭାରତ ବିକାଶ ପରିଷଦ, ସତ୍ଯସାଇ ସେବା ସଂଗଠନ, ପୂଜ୍ଯପୂଜା କମିଟି, ସଂସ୍କୃତ ବିକାସ ପରିଷଦ, ବୈଦିକ ସଂସ୍କୃତି ପ୍ରତିଷ୍ଠାନ, ରୋଟାରୀ କ୍ଲବ, ତଥାସ୍ତୁ, ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା,ପରମ୍ପରା ସାହିତ୍ୟ ଅନୁଷ୍ଠାନ,ଜିଲ୍ଲା…
Read Moreଜିଲ୍ଲାପାଳଙ୍କ ତାଗିଦ ସତ୍ୱେ ପ୍ୟାକ୍ସ ସମ୍ପାଦକ, ମିଲର୍ସ ଜବରଦସ୍ତ କାଟୁଛନ୍ତି ୯କେଜି ଧାନ
ମିଲର୍ସଙ୍କୁ ବଳ ଦେଉଛି କିଏ? ପଚାରୁଛି କଂଗ୍ରେସ ନୟାଗଡ଼,(ନୟାଗଡ଼ ଦର୍ପଣ): ଚାଷୀଙ୍କ ଠାରୁ ଧାନ କଟଣିଛଟଣି କରାଯିବ ନାହିଁ ବୋଲି ଜିଲ୍ଲାପାଳ ଗଣମାଧ୍ୟମ ଜରିଆରେ ଚାଷୀକୁଳ, ମିଲର୍ସ ଏବଂ ପ୍ୟାକ୍ସ ସମ୍ପାଦକ ମାନଙ୍କୁ ବାର୍ତା ଦେଇ ଏଆରସିଏସଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। କିନ୍ତୁ ମିଲର୍ସ ମାନେ ସମ୍ପୂର୍ଣ୍ଣ ବେଫିକର। ସୁଧୁରିଯିବା ପରିବର୍ତ୍ତେ ଜବରଦସ୍ତ ସୋସାଇଟି ସମ୍ପାଦକଙ୍କ ସହଯୋଗରେ କୁଇଣ୍ଟାଲ ପିଛା ୭କେଜି ଏବଂ ବସ୍ତା ବାବଦ ୨କେଜି ଧାନ କାଟୁଛନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଅଭିଯୋଗ କରିଛନ୍ତି। ଆଜି କଂଗ୍ରେସ ପ୍ରତିନିଧି ଦଳ ନୟାଗଡ଼ ବ୍ଲକର କାଳିକାପ୍ରାସାଦ ପ୍ୟାକ୍ସ ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତିଙ୍କ ନିଜ ସୋସାଇଟି ଯେମାଦେଇପୁର ପାଟଣା ପ୍ୟାକ୍ସରେ କୁଇଣ୍ଟାଲ ପିଛା ୭କେଜି ବସ୍ତା ବାବଦ ୨କେଜି କଟା ଯାଉଥିବା ଚାଷୀଙ୍କ ଠାରୁ ଶୁଣିଥିଲେ। ଧାନ ନଦେଲେ…
Read Moreଦଶପଲ୍ଲାର ବିଭିନ୍ନ ଜଳାଶୟ ରେ ଆଜିଠାରୁ ଆରମ୍ଭ ହେଲା ପକ୍ଷୀଗଣନା
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଶୀତଋତୁ ଆସିଲେ ଓଡ଼ିଶା ଉପକୂଳବର୍ତ୍ତୀ ବିଭିନ୍ନ ଜଳାଶୟକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । ବିଭିନ୍ନ ଜଳାଶୟରେ ଜଳକ୍ରୀଡ଼ା କରିବା ପରେ ଗ୍ରୀଷ୍ମଋତୁରେ ଏସବୁ ପକ୍ଷୀ ପୁନର୍ବାର ଫେରି ଯାଆନ୍ତି। ରାଜ୍ୟରେ ବିଦେଶାଗତ ପକ୍ଷୀଙ୍କପାଇଁ ,ସରକାରଙ୍କ ପକ୍ଷରୁ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ପ୍ରତିବର୍ଷ ଜାନୁଆରି ପ୍ରଥମ ସପ୍ତାହରେ ବିଭିନ୍ନ ଜଳାଶୟରେ ପକ୍ଷୀଗଣନା କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ। ଏହି କ୍ରମରେ ଆଜିଠାରୁ, ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ବିଭିନ୍ନ ଜଳାଶୟରେ ପକ୍ଷୀଗଣନା ଆରମ୍ଭ ହୋଇଛି। ଦଶପଲ୍ଲାର କୁଆଁରିଆ ଜଳ ଭଣ୍ଡାର ସମେତ ବିଭିନ୍ନ ଜଳଭଣ୍ଡାର ରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ୪ଟି ଟିମ ଗଠିତ ହୋଇଛି। ଗଣନା ପାଇଁ ବନକର୍ମଚାରୀ ମାନଙ୍କୁ ବାଇନାକୁଲାର୍ ଯୋଗାଇ ଦିଆଯାଇଥିବା ବନାଞ୍ଚଳ ଅଧିକାରୀ ନିଖିଲେଶ୍ ମଲ୍ଲିକ ସୂଚନା ଦେଇଛନ୍ତି ।
Read Moreକୁଆଁରିଆ ଜଳଭଣ୍ଡାରରେ ହେବ ବୋଟିଂ ବ୍ୟବସ୍ଥା
ଦଶପଲ୍ଲା,(ନୟାଗଡ଼ ଦର୍ପଣ): କୁଆଁରିଆ ଡ଼୍ୟାମରେ ବୋଟିଂର ମଜାନେବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ବିଭିନ୍ନ ଡ୍ୟାମ୍ ତଥା ଜଳଭଣ୍ଡାରର ପାରିପାର୍ଶ୍ବକ ଉନ୍ନତି କ୍ଷେତ୍ରରେ ଜଳସମ୍ପଦ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୪ଟି ଜଳଭଣ୍ଡାରକୁ ଚିହ୍ନଟ କରାଯାଇଛି। ଏସବୁର ଉନ୍ନତି ପାଇଁ ୪୫କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରାକଳନ କରାଯାଇଛି । ଏହା ମଧ୍ୟରେ ନୟାଗଡ଼ ଜିଲ୍ଲାର କୁଆଁରିଆ ଜଳଭଣ୍ଡାର ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜଳଭଣ୍ଡାରରେ ପାର୍କ ଏବଂ ସଂଗ୍ରହାଳୟ ନିର୍ମାଣ ସହ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବ୍ୟବସ୍ଥା ହେବାକୁ ଲକ୍ଷ୍ୟ ରଖାଯାଇଛି । ଏହାର ବିକାଶ ପ୍ରତି ବିଧାୟକ ରମେଶ ଚନ୍ଦ୍ର ବେହେରା ଗୁରୁତ୍ଵ ଦେଇଥିବା ବେଳେ ଆଜି ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ କାର୍ଯ୍ୟର…
Read Moreଦିଲ୍ଲୀକୁ ୬ଟି ଗୋଲ ଦେଇ ବିଦା କଲା ବରଗଡ଼
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖେଳ ପଡିଆଠାରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ୨ୟ ଦିନ ମ୍ୟାଚରେ ସୁଦେବା ସ୍ପୋର୍ଟ ଦିଲ୍ଲୀ ଏବଂ ୟୁନାଇଟେଡ କ୍ଲବ ବରଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଖେଳ ପ୍ରାରମ୍ଭରୁ ବରଗଡ଼ ଟିମ ଦିଲ୍ଲୀ ଉପରେ ଜୋରଦାର ଆଟାକ କରିଥିଲା ଫଳରେ ପ୍ରଥମାର୍ଦ୍ଧରେ ୩ଟି ଏବଂ ଦ୍ୱିତୀୟାର୍ଦ୍ଧରେ ୩ଟି ସମୁଦାୟ ୬ଟି ଗୋଲ ଦେଇ ଦିଲ୍ଲୀ ଟିମକୁ ଦିଲ୍ଲୀ ପଠେଇବା ସହ ୬-୦ ଗୋଲରେ ବିଜୟୀ ହୋଇଥିଲା। ଆଜିର ମ୍ୟାଚରେ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ପ୍ରଧାନ, ସମାଜସେବୀ ଜ୍ୟୋତିର୍ମୟୀ ପଟ୍ଟନାୟକ, ରାଧେଶ୍ୟାମ…
Read More