ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଡିଆର୍ଡିଏ ରୋଡସ୍ଥିତ ଲେଖନପୁର ଗ୍ରାମଠାରେ ସ୍ଥାପିତ ସମର୍ପଣ ବୃଦ୍ଧାଶ୍ରମରେ ଗତ ୨୦୨୦ ଠାରୁ ୨୦୨୨ ମସିହା ମଧ୍ୟରେ ବିଭିନ୍ନ ବଦାନ୍ୟ ବ୍ୟକ୍ତିବିଶେଷ ମାନଙ୍କ ଠାରୁ ସଂଗୃହିତ ୨୮ଲକ୍ଷ ଟଙ୍କା ଦାନ ଅର୍ଥରାଶି ଖର୍ଚ୍ଚ କରିବାରେ ପରିଚାଳନା ପରିଷଦ ଏବଂ ସାଧାରଣ ସଭ୍ୟଙ୍କ ଅଗୋଚରରେ ଖର୍ଚ୍ଚର ବ୍ୟାପକ ଅନିୟମିତତା ହୋଇଥିବା ନେଇ ହୋଇଥିଲା ଅଭିଯୋଗ। ଏନେଇ ନୟାଗଡ଼ ଏସ୍ଡିଜେଏମ୍ ଅଭିଯୋଗକାରୀ ଏବଂ ସାକ୍ଷ୍ୟମାନଙ୍କର ବୟାନକୁ ଭିତିକରି ସମର୍ପଣର ପୂର୍ବତନ ସମ୍ପାଦକ ଅରୁଣ କୁମାର ମହାନ୍ତି ଏବଂ କୋଷାଧ୍ୟକ୍ଷ ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧ ଆଇନ୍ର ଦଫା ୪୦୬/୪୨୦/୩୪ ଦଫା ଭଳି ଧର୍ତ୍ତବ୍ୟ ଅପରାଧରେ ଆଗାମୀ ଫେବୃଆରୀ ୯ ତାରିଖରେ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୂର୍ବତନ ସମ୍ପାଦକ ଏବଂ କୋଷାଧ୍ୟକ୍ଷଙ୍କୁଫେବୃଆରୀ ୯ରେ କୋର୍ଟରେ ହାଜର…
Read MoreCategory: ନୂଆଗାଁ ବ୍ଲକ
ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ରାଜବାଟୀରେ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଦ୍ୱାରା ସାମ୍ବାଦିକ ବନ୍ଧୁମିଳନ ଆୟୋଜିତ ! ନୟାଗଡ଼ର କିଛି ଛାମୁଆ ବିଜେପି ନେତା ଓ ନୟାଗଡର ସାମ୍ବାଦିକ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଅଣ୍ଟା ଭିଡିଛନ୍ତି ନୟାଗଡ ବିଜେପି କର୍ମୀ । ୨୦୧୯ ନିର୍ବାଚନରେ ବିଜେପିରୁ ଇରାନୀ ରାୟ ଟିକେଟ ପାଇଥିବା ବେଳେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ତାଙ୍କୁ ସହାୟତା କରିଥିଲେ। କିନ୍ତୁ ୨୦୨୪ କୁ ଆଖି ଆଗରେ ରଖି ବିଜେପିରୁ ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବା ପାଇଁ ଦଳ ସଂଗଠନକୁ ମଜବୁତ୍ କରୁଛନ୍ତି ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ । ବିଜେପିରୁ ଜିଲ୍ଲା ପରିଷଦ ଲଢିଥିବା ପ୍ରାର୍ଥୀ ମାନଙ୍କୁ ଏକାଠି କରି ସଂଗଠନକୁ ମଜବୁତ୍ କରୁଛନ୍ତି । ଅନ୍ୟ ପକ୍ଷରେ…
Read Moreବାଲୁଗାଁ ମହୀପୁର ରାସ୍ତା ପ୍ରଶସ୍ତିକରଣ ପାଇଁ ଶିଳାନ୍ୟାସ
ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ସଦରବ୍ଲକ ବାଲୁଗାଁଠାରୁ ନୂଆଗାଁ ବ୍ଲକ ମହୀପୁର ପର୍ଯ୍ୟନ୍ତ ରାସ୍ତାକୁ ପୂର୍ତ୍ତ ବିଭାଗ ଦ୍ୱାରା ପ୍ରଶସ୍ତି କରଣ କରାଯିବ । ଏହି ରାସ୍ତାର ଅଧା ପୂର୍ତ୍ତ ବିଭାଗ ଅଧିନରେ ଓ ଅଧା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଥିଲା । ଏହା ସମ୍ପୂର୍ଣ୍ଣ ପୂର୍ତ୍ତ ବିଭାଗ ଅଧିନକୁ ଆସିବା ପରେ ଦୁଇ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ୧୯ କୋଟି ୭୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଆଜି ଏହାର ଶିଳାନ୍ୟାସ ପର୍ବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ସମେତ ବହୁ ଜନପ୍ରତିନିଧି ସାମିଲ ହୋଇଥିଲେ । ଉଭୟ ନିର୍ବାଚନ ମଣ୍ଡଳୀର ଦୁଇ ହଜାର ଲୋକଙ୍କ ଉପସ୍ଥିତିରେ ରାସ୍ତା ଶିଳାନ୍ୟାସ କରାଯାଇଛି…
Read Moreବିଜୁ ଜନତା ଦଳର ବିଶାଳ ବାଇକ ଶୋଭାଯାତ୍ରା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦରବ୍ଲକ ବାଲୁଗାଁ ଓ କ୍ରିଦାଶପୁର ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ବାଲୁଗାଁ ଚଣ୍ଡି ମନ୍ଦିରଠାରୁ ଏହି ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିବା ସହ କ୍ରିଦାଶପୁର ପଞ୍ଚାୟତର କିଛି ଗ୍ରାମ ପରିକ୍ରମା କରିଛି । ୭ ଶହରୁ ଉର୍ଦ୍ଧ୍ୱ ବାଇକରେ ବିଜେଡି ନେତା ଓ କର୍ମୀମାନେ ଗାଁ ଗାଁ ବୁଲି ବିଜୁ ଜନତା ଦଳର ଦବଦବା ପଦର୍ଶନ କରିଛନ୍ତି । ଏହି ଶୋଭାଯାତ୍ରାରେ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁବାଷ ଚନ୍ଦ୍ର କହଁର, କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂ, ଆଶିଷ ଅଗ୍ରୱାଲ, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, କ୍ରିଦାଶପୁର ସରପଞ୍ଚ…
Read Moreଭାରତୀୟ ସ୍ବାଧୀନତା ସଂଗ୍ରାମକୁ ନେତାଜୀଙ୍କ ଅବଦାନ ଅତୁଳନୀୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ଭବନରେ ପୂଜ୍ଯପୂଜା କମିଟି ଓ ରୋଟାରୀ କ୍ଳବ୍ ନୟାଗଡ଼ର ମିଳିତ ଆନୁକୂଲ୍ୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାକ୍ତନ ଚେୟାରମ୍ୟାନ୍ ତଥା ବରିଷ୍ଠ ରୋଟାରୀଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ନେତାଜୀଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରିବି ସହ ନେତାଜୀ ଙ୍କ ସ୍ମୃତିଚାରଣ କରିଥିଲେ। ସମାଜସେବୀ ରୋଟାରୀଆନ୍ ଶ୍ରୀଧର ସାହୁ ନେତାଜୀଙ୍କ ସଂଗ୍ରାମୀ ଜୀବନ ବିଷୟରେ ଆଲୋଚନା କରିଥିଲେ। ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ନେତାଜୀଙ୍କ ଅବଦାନ ଅନସ୍ବୀକାର୍ଯ୍ଯ। ଆଜାଦ ହିନ୍ଦ୍ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତ ବର୍ଷକୁ ସ୍ବାଧୀନ କରିବା ପାଇଁ ନିଜର ସମସ୍ତ ଶକ୍ତି ଲଗାଇ ଦେଇଥିଲେ। ନେତାଜୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଗାଢ ଭକ୍ତି କରୁଥିଲେ। ସେ କହୁଥିଲେ, ‘ ମୁଁ…
Read Moreଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଦୂରହେବ ଜଳକଷ୍ଟ, ୩୯୪କୋଟି ଟଙ୍କା ମଞ୍ଜୁର
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ, ଦଶପଲ୍ଲା ଓ ଗଣିଆ ବ୍ଲକକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମଞ୍ଜୁର କରିଛନ୍ତି । ମୋଟ ୪୨ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ୩ଟି ବ୍ଲକର ୬୧୯ ଗ୍ରାମର ୨ ଲକ୍ଷ ଲୋକ ଉପକୃତ୍ତ ହେବେ ବୋଲି ସୂଚନା ମିଳିଛି । ଏଥିପାଇଁ ରାଜ୍ୟ ସରକାରଙ୍କ କ୍ୟାବିନେଟରେ ୩୯୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହା ଦ୍ୱାରା ୩ଟି ବ୍ଲକ ପାଇଁ ୩ଟି ପ୍ରକଳ୍ପ ମାଧ୍ୟମରେ ୬୧୯ ଗ୍ରାମର ୨ଲକ୍ଷ ଲୋକ ଉପକୃତ ହେବେ ବୋଲି ସୂଚନା ମିଳିଛି। ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ରହିଥିବା ଜଳକ୍ଲିଷ୍ଟର ପରିସମାପ୍ତି ଘଟିବ ବୋଲି ଆଶା କରାଯାଉଛି । ରାଜ୍ୟ କ୍ୟାବିନେଟରେ ୩୯୪କୋଟି ଟଙ୍କା…
Read Moreଉଦଯାପିତ ହେଲା ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପନ ଦିବସରେ କାର୍ଯ୍ୟକ୍ରମର ଆଜି ଶେଷ ଦିନ ଥିଲା । ଶେଷ ଦିନକୁ ଆଲୁମିନ ଦିବସ ଭାବେ ପାଳନ କରାଯାଉଥିଲା । ଆଲୁମିନି ଆସୋସିଏସନ ସଭାପତି ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଡ଼ ଦେବେନ୍ଦ୍ର ନାଥ ମାନସିଂ, ଛାତ୍ର ସଂସଦ ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ଆଲୁମିନ କମିଟି ସଂଯୋଜକ ବିଶ୍ୱନାଥ ମହାପାତ୍ର, ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଉପସ୍ଥିତ ରହିଥିଲେ । ବିଧାୟକ ଡ଼ ସାହୁ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ଅନୁଷ୍ଠାନରେ ଉତ୍ସବ ପାଳିତ ହେବା…
Read Moreମାର୍ଚ୍ଚରେ ସରିବ ନୂଆଗାଁ-ଦଶପଲ୍ଲା ରେଳ ଲାଇନ, ଚାଲିଛି ଜୋରଦାର କାମ
ନୟାଗଡ଼,(ନୟାଗଡ଼ ଦର୍ପଣ): ମାର୍ଚ୍ଚ ଶେଷସୁଦ୍ଧା ନୂଆଗାଁ ଏବଂ ଦଶପଲା ମଧ୍ୟରେ ଚାଲିଥିବା ୧୫.୫ କିମି ଦୈର୍ଘ୍ୟ ରେଳ ସେକ୍ସନ ମଧ୍ୟରେ ୫୭ଛୋଟ ଓ ୩ ବଡ଼ ବ୍ରିଜ, ୧୫ ରୋଡ ଅଣ୍ଡର ବ୍ରିଜ ଏବଂ ୪ ରୋଡ଼ ଓଭରବ୍ରିଜ ସହ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ସାରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟ ପାଇଁ ୧୯୦କୋଟି ଟଙ୍କା ମଞ୍ଜୁର କରାଯାଇଛି । ପୂର୍ବତଟ ରେଳପଥ ମହାପ୍ରବନ୍ଧକରୂପ ନାରାୟଣ ସୁନକର ଇତିମଧ୍ୟରେ ଚାଲୁ ରହିଥିବା ଖୋର୍ଦ୍ଧା ରୋଡ଼- ବଲାଙ୍ଗୀର ରେଳ ପ୍ରକଳ୍ପର ଖୋର୍ଦ୍ଧା ରୋଡ-ନୂଆଗାଁ ରେଳ ସେକ୍ସନକୁନିରୀକ୍ଷଣ କରିଛନ୍ତି। ନୂଆଗାଁ ଓ ଦଶପଲା ମଧ୍ୟରେ ଚାଲିଥିବା ନିର୍ମାଣକାର୍ଯ୍ୟ ସହ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଖୋର୍ଦ୍ଧା ରୋଡରେ ଥିବାରୋଡ ଓଭର ବ୍ରିଜ କାର୍ଯ୍ୟର ଯାଞ୍ଚ କରିଛନ୍ତି । ଵିଣ୍ଡୋ…
Read Moreଫେବୃୟାରୀ ୧୫ରୁ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବନ୍ଦ ହୋଇ ରହିଥିବା ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳାକୁ ପୁନଃ ଉଜ୍ଜୀବିତ କରିବା ପାଇଁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗୁରୁତ୍ଵ ଦେଇଛନ୍ତି। ଏଥିପାଇଁ ଆଜି ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଫ୍ରେବୃୟାରି ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯିବା ପାଇଁ ବହୁ ବ୍ୟକ୍ତିଙ୍କୁ ଯୋଡ଼ିବା ପାଇଁ ବିଧାୟକ ପରାମର୍ଶ ଦେଇଛନ୍ତି। ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳାକୁ ଆକର୍ଷଣୀୟ କରିବା ପାଇଁ ପ୍ରତ୍ୟେକ ଦିନ ସଂଧ୍ୟାରେ କୁଇଜ ପ୍ରତିଯୋଗିତା, ସାହିତ୍ୟ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ବୋଲି ଆଲୋଚନା କରାଯାଇଛି। ନୟାଗଡ଼ ଦକ୍ଷିଣକାଳୀ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ…
Read Moreଚାଉଳ ଗୋଦାମରେ ଦୁଇ ଶ୍ରମିକଙ୍କ ମୃତ୍ୟୁ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଆଦର୍ଶ ଥାନା ରୋହିବାଙ୍କବାଘୁଆ ଡ୍ୟାମ ନିକଟରେ ଥିବା ଚାଉଳ ଗୋଦାମରେ ଫସି ଦୁଇ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଦୁଇ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ତିଳି ସିଂଗ୍ରାମର ରାମେଶ୍ବର ଦିହୁଡ଼ି ଓ କଟକ ଜିଲ୍ଲା ନରସିଂହପୁର ଅନ୍ତର୍ଗତ ବାଲିସାହି ଗ୍ରାମର ପ୍ରମୋଦ ମହାରଣା। ସୂଚନା ଅନୁଯାୟୀ ବାଘୁଆ ଡ୍ୟାମ ନିକଟରେ ଥିବା ମା’ମଙ୍ଗଳା ଆଗ୍ରୋ କମ୍ପାନୀର ଚାଉଳ ଗୋଦାମରେ ରାତି ଡ୍ୟୁଟି ଥିବାରୁ ୪ଜଣ ଶ୍ରମିକ ଯଥା ବିଚିତ୍ର ବେହେରା, ପ୍ରମୋଦ ମହାରଣା, ରାମେଶ୍ବର ଦିହୁଡି, ମନୋଜ କୁମାର ପ୍ରଧାନ କାର୍ଯ୍ୟ କରୁଥିଲେ। ସୋମବାର ଭୋର ସମୟରେ ଗୋଦାମର ଚାଉଳ ଷ୍ଟୋରର ୨୦ଫୁଟ ଲମ୍ବା ବିଶିଷ୍ଟ ଏକ ବିମ ଭାଙ୍ଗିଯିବାରୁ ସେଥିରେ ଥିବା ୫୬୦ ବସ୍ତା ଚାଉଳ ରାମେଶ୍ବର ଓ ପ୍ରମୋଦଙ୍କ ଉପରେ ଲଦି ହୋଇଯାଇଥିଲା। ଅନ୍ୟ ଦୁଇ ଜଣ…
Read More