ବାଲୁଗାଁ ମହୀପୁର ରାସ୍ତା ପ୍ରଶସ୍ତିକରଣ ପାଇଁ ଶିଳାନ୍ୟାସ

ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ସଦରବ୍ଲକ ବାଲୁଗାଁଠାରୁ ନୂଆଗାଁ ବ୍ଲକ ମହୀପୁର ପର୍ଯ୍ୟନ୍ତ ରାସ୍ତାକୁ ପୂର୍ତ୍ତ ବିଭାଗ ଦ୍ୱାରା ପ୍ରଶସ୍ତି କରଣ କରାଯିବ । ଏହି ରାସ୍ତାର ଅଧା ପୂର୍ତ୍ତ ବିଭାଗ ଅଧିନରେ ଓ ଅଧା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଥିଲା । ଏହା ସମ୍ପୂର୍ଣ୍ଣ ପୂର୍ତ୍ତ ବିଭାଗ ଅଧିନକୁ ଆସିବା ପରେ ଦୁଇ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ୧୯ କୋଟି ୭୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଆଜି ଏହାର ଶିଳାନ୍ୟାସ ପର୍ବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ସମେତ ବହୁ ଜନପ୍ରତିନିଧି ସାମିଲ ହୋଇଥିଲେ । ଉଭୟ ନିର୍ବାଚନ ମଣ୍ଡଳୀର ଦୁଇ ହଜାର ଲୋକଙ୍କ ଉପସ୍ଥିତିରେ ରାସ୍ତା ଶିଳାନ୍ୟାସ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ ନିର୍ବାହ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର, ସହକାରୀ ଯନ୍ତ୍ରୀ କିଶୋର ଶତପଥି ପ୍ରମୂଖ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ନୟାଗଡ଼ ବିଧାୟକ ଡ. ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କରାଯାଉଥିବା ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ଓଡ଼ିଶାର ପ୍ରତ୍ୟେକ ଗାଁ ଗଣ୍ଡାର ରାସ୍ତା ପକ୍କାରାସ୍ତାରେ ପରିବର୍ତ୍ତିତ ହୋଇଥିବା କହିଥିଲେ ।

Related posts