ବିଜୁ ଜନତା ଦଳର ବିଶାଳ ବାଇକ ଶୋଭାଯାତ୍ରା

ବାଲୁଗାଁ ଓ କ୍ରିଦାଶପୁରର ନେତୃତ୍ୱ ନେଲେ ଅରୁଣ
ପାଞ୍ଚ ପଞ୍ଚାୟତର ନେତୃତ୍ୱ ନେଲେ ରମେଶ
୧ ହଜାର ବାଇକ ଓ ଦୁଇ ହଜାର ଲୋକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦରବ୍ଲକ ବାଲୁଗାଁ ଓ କ୍ରିଦାଶପୁର ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ବାଲୁଗାଁ ଚଣ୍ଡି ମନ୍ଦିରଠାରୁ ଏହି ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିବା ସହ କ୍ରିଦାଶପୁର ପଞ୍ଚାୟତର କିଛି ଗ୍ରାମ ପରିକ୍ରମା କରିଛି । ୭ ଶହରୁ ଉର୍ଦ୍ଧ୍ୱ ବାଇକରେ ବିଜେଡି ନେତା ଓ କର୍ମୀମାନେ ଗାଁ ଗାଁ ବୁଲି ବିଜୁ ଜନତା ଦଳର ଦବଦବା ପଦର୍ଶନ କରିଛନ୍ତି । ଏହି ଶୋଭାଯାତ୍ରାରେ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁବାଷ ଚନ୍ଦ୍ର କହଁର, କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂ, ଆଶିଷ ଅଗ୍ରୱାଲ, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, କ୍ରିଦାଶପୁର ସରପଞ୍ଚ ସଞ୍ଜୁବାଳା ବିଶ୍ୱାଳ ଓ ବିଜେଡି ନେତା ରାଜ କିଶୋର ଦଳବେହେରା, ଦୂତିବାମନ ବେହେରା ପ୍ରମୂଖ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା କ୍ରିଦାଶପୁର ପଞ୍ଚାୟତ ଜଉତୁକପାଟଣା ଆମ୍ବତୋଟାଠାରେ ଶେଷ ହୋଇଛି । ସମାନ୍ତରଳା ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ନୂଆଗାଁ ବ୍ଲକ ମହୀପୁର ଛକଠାରୁ ବଡ଼ଗୋଠ ପଞ୍ଚାୟତ, ଚାହାଳୀ ପଞ୍ଚାୟତ, ଢେଙ୍କେଣା ଓ ମାଳିସାହି ପଞ୍ଚାୟତ ପରିକ୍ରମା କରି କ୍ରିଦାଶପୁର ପଞ୍ଚାୟତ ଜଉତୁକପାଟଣା ତୋଟାଠାରେ ପହଞ୍ଚିଥିଲା । ୪ ଶହରୁ ଉର୍ଦ୍ଧ୍ୱ ବାଇକ ଶୋଭାଯାତ୍ରାରେ ଦଶପଲ୍ଲା ବିଧାୟକଙ୍କ ସମେତ ବହୁ ଜନପ୍ରତିନିଧି ସାମିଲ ହୋଇଥିଲେ । ପୂର୍ତ୍ତ ବିଭାଗ ଦ୍ୱାରା ଅନୁଷ୍ଠିତ ରାସ୍ତା ପ୍ରଶସ୍ତିକରଣ ଶିଳାନ୍ୟାସରେ ଉଭୟ ବିଧାୟକ ଓ କର୍ମୀମାନେ ସାମିଲ ହୋଇଥିଲେ ।

Related posts