ନୟାଗଡ଼,(ନୟାଗଡ଼ ଦର୍ପଣ): କଳା,ସାହିତ୍ୟ ଏବଂ ସଂସ୍କୃତି ଅନୁଷ୍ଠାନ ଶ୍ରୀ ସୃଜନର ଦ୍ୱିତୀୟ ବାର୍ଷିକୋତ୍ସବ ଏବଂ ସଙ୍ଗୀତ ପରିବେଷର କାର୍ଯ୍ୟକ୍ରମ ସ୍ଥାନୀୟ ନିଉଜନତା ହଲଠାରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ.ବିଜୟ ଚୌଧୁରୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଶିକ୍ଷାଧିକାରୀ ତଥା ସାରସ୍ୱତ ସାଧକ ଡ.ରାଜେନ୍ଦ୍ର ପ୍ରସାଦ ପାଢ଼ୀ ଯୋଗଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସମ୍ପାଦିକା ଜୟଶ୍ରୀ ଦେବୀ ବାର୍ଷିକ ବିବରଣୀ ପାଠ କରିଥିଲେ । ନୟାଗଡ଼ର ବରିଷ୍ଠ ସଙ୍ଗୀତଜ୍ଞ ପ୍ରଦୀପ୍ତ ପଟ୍ଟନାୟକ,ସଙ୍ଗୀତ ଗବେଷକ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଅବସରପ୍ରାପ୍ତ ଅଧ୍ୟାପକ ଗୁରୁ ପ୍ରଦୀପ କୁମାର ଦାସ ଏବଂ ବିଶିଷ୍ଟ ସମାଜସେବୀ ତଥା ସଂଗଠକ ସଞ୍ଜୟ କୁମାର ସୁବୁଦ୍ଧିଙ୍କୁ ଅନୁଷ୍ଠାନ ପକ୍ଷରୁ ଫୁଲତୋଡ଼ା ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରବର୍ତ୍ତି ପର୍ଯ୍ୟାୟରେ କଣ୍ଠଶିଳ୍ପୀ ତଥା ଅଧ୍ୟାପିକା ଜୟଶ୍ରୀ ଦେବୀଙ୍କ ଦ୍ୱାରା ଲିଖିତ ଭଜନ ପୁସ୍ତକ ‘ଦରଦୀ ବନ୍ଧୁ’ ଏବଂ ଦେଶାତ୍ୱବୋଧକ ଭିଡିଓ ସଙ୍ଗୀତ ‘ସେ ଆମ ଭାରତ ଭୂଇଁ’ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଶେଷରେ ସୁରଗନ୍ଧର୍ବ ନବକିଶୋର ମିଶ୍ର,ଗୁରୁ ପ୍ରଦୀପ ଦାସ,ଡ.ସତ୍ୟନାରାୟଣ ମିଶ୍ର,ଅଶୋକ ମହାନ୍ତି ,ଜୟଶ୍ରୀ ଦେବୀ ଏବଂ ଶ୍ରୀ ସୃଜନ ସଙ୍ଗୀତ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଭଜନ ଏବଂ ଲଘୁ ସଙ୍ଗୀତ ପରିବେଷଣ କରାଯାଇଥିଲା ।
Related posts
-
ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫ ବ୍ରଜେନ୍ଦ୍ର ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ... -
ପଞ୍ଚୁପାଣ୍ଡବ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ସାନ ବଡ଼ ଘୁଡୁକା ଲୋକନୃତ୍ୟ ଏବଂ ନୂଆଗାଁ ବନ୍ଦନା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ର... -
ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା
February 3, 2025 Jajati Comments Off on ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ...