ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ, ଦଶପଲ୍ଲା ଓ ଗଣିଆ ବ୍ଲକକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମଞ୍ଜୁର କରିଛନ୍ତି । ମୋଟ ୪୨ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ୩ଟି ବ୍ଲକର ୬୧୯ ଗ୍ରାମର ୨ ଲକ୍ଷ ଲୋକ ଉପକୃତ୍ତ ହେବେ ବୋଲି ସୂଚନା ମିଳିଛି । ଏଥିପାଇଁ ରାଜ୍ୟ ସରକାରଙ୍କ କ୍ୟାବିନେଟରେ ୩୯୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହା ଦ୍ୱାରା ୩ଟି ବ୍ଲକ ପାଇଁ ୩ଟି ପ୍ରକଳ୍ପ ମାଧ୍ୟମରେ ୬୧୯ ଗ୍ରାମର ୨ଲକ୍ଷ ଲୋକ ଉପକୃତ ହେବେ ବୋଲି ସୂଚନା ମିଳିଛି। ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ରହିଥିବା ଜଳକ୍ଲିଷ୍ଟର ପରିସମାପ୍ତି ଘଟିବ ବୋଲି ଆଶା କରାଯାଉଛି । ରାଜ୍ୟ କ୍ୟାବିନେଟରେ ୩୯୪କୋଟି ଟଙ୍କା ମଞ୍ଜୁର କରାଯିବା ପରେ ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ଦଶପଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଦଶପଲ୍ଲା ଗାନ୍ଧୀ ମଇଦାନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଦଶପଲ୍ଲା ପାଇଁ ଆଜିର ଦିନ ଐତିହାସିକ ଦିନ ବୋଲି କହିବା ସହ ନୟାଗଡ଼ ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ଭଲପାଇବା ଥିବା କହି କୃତଜ୍ଞତା ଜଣାଇଛନ୍ତି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଦଶପଲ୍ଲା ଅଞ୍ଚଳ ବାସୀଙ୍କ ପାଇଁ ଆଜି ଉତ୍ସବର ଦିନ ବୋଲି କହିଛନ୍ତି । ଦଶପଲ୍ଲାର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଯେଉଁ ବ୍ୟବସ୍ଥା କରାଯାଇଛି । ସେଥିପ୍ରତି ଦଶପଲ୍ଲା ବାସୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିରରୁଣୀ ହୋଇ ରହିବେ ବୋଲି କହିଛନ୍ତି । ସାଂସଦ ଶ୍ରୀଯୁକ୍ତ ସାମନ୍ତ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ବଦାନ୍ୟତା ବୋଲି କହିବା ସହ କୃତଜ୍ଞତା ଜଣାଇଛନ୍ତି।
Related posts
-
ପଞ୍ଚୁପାଣ୍ଡବ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ସାନ ବଡ଼ ଘୁଡୁକା ଲୋକନୃତ୍ୟ ଏବଂ ନୂଆଗାଁ ବନ୍ଦନା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ର... -
ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା
February 3, 2025 Jajati Comments Off on ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ... -
ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯକ୍ରମର ଉଦଯାପନ ଉତ୍ସବ ପାଳିତ
ଶରଣକୂଳ, (ନୟାଗଡ଼ ଦର୍ପଣ): ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋଡିପଡା ଠାରେ ୮ଦିନ ବ୍ୟାପି ଚାଲୁଥିବା ବାଳିକା ଆତ୍ମ...