ଲୋକଙ୍କ ସହ ତଳେ ବସିଲେ, ଲୋକଙ୍କ ସମସ୍ୟା ବୁଝିଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିକଶିତ ହେବାରେ ଲାଗିଛି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ। ଯାହାକୁ ନେଇ ଅଣ ବିଜେଡ଼ି କୁଚକ୍ରୀ ଗୋଷ୍ଠୀ ହତାଶ। ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡାଝୋଲା ପଞ୍ଚାୟତ ଘଡେ଼ଇବନ୍ଧ ଏବଂ ଆଖପାଖ କିଛି ଅଞ୍ଚଳର ଲୋକମାନେ ସେମାନଙ୍କ ଗ୍ରାମର କିଛି ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଲୋକମାନଙ୍କ ସହ ତଳେ ବସି ସେମାନଙ୍କ ସମସ୍ୟା ବୁଝିଥିଲେ। ଲୋକମାନେ କୁହନ୍ତି ଦଶପଲ୍ଲା ବିଧାୟକ ଏଭଳି ଜଣେ ମଣିଷ ନା ତାଙ୍କ ପାଖରେ ଅଛି ଗର୍ବ ନା ଅହଙ୍କାର। ସମସ୍ତ ଲୋକମାନଙ୍କ ସହ ଭାଇଚାରା ମନୋବୃତି ନେଇ ମିଶିଥାନ୍ତି। ଯାହାର ଉଦାହରଣ ଲୋକମାନଙ୍କ ସହ ତଳେ ବସି ଲୋକମାନଙ୍କ ସମସ୍ୟା ବୁଝିବା। ଦଶପଲ୍ଲା ନିର୍ବାଚନ…

Read More

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ନୟାଗଡ଼ରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣ ନିର୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୭ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୫୨ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୮୦ଟି ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ.ଆଇ. ଆକ୍ଟ କେସ ୦୬ ଟି ଏବଂ ବିବାହଜନିତ ୦୫ଟି ମାମଲା ଫଇସଲା କରାଯାଇଥିଲା । ବ୍ୟାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୭୮ ଜଣ ଋଣ ଗ୍ରହିତାଙ୍କଠାରୁ Rs. ୩୪,୪୧,୧୯୨.୦୦ ଟଙ୍କା ଦେବା ପାଇଁ ରାଜିନାମା ସ୍ୱାକ୍ଷରିତ କରାଯାଇଥିଲା । ୧୫୨୫ ଟି…

Read More

ରାଜ୍ୟ ଟପ୍ପର ହୋଇ ନୟାଗଡ଼ ପାଇଁ ଗୌରବ ଆଣିଲେ ପ୍ରତ୍ୟାଶା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନୋତରସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ସିବିଏସି ଦଶମ ଶ୍ରେଣୀ ପରୀକ୍ଷାରେ ମୋଟ ୮୧ଜଣ ପରୀକ୍ଷା ଦେଇଥିଲେ । ଏଥିରେ ଛାତ୍ରୀ ପ୍ରତ୍ୟାଶା ଶତପଥୀ ୯୮% ମାର୍କ ରଖି ଟପ୍ପର ହୋଇଛନ୍ତି । ଖାଲି ସେତିକି ନୁହେଁ ପ୍ରତ୍ୟାଶା ରାଜ୍ୟ ସ୍ତରରେ ଟପ୍ପର ହୋଇଛନ୍ତି । ସେ ମୋଟ ୫୦୦ ନମ୍ବରରୁ ୪୯୦ ନମ୍ବର ରଖୁଛନ୍ତି । ସେହିପରି ଭାବେ ଶୁଭକାନ୍ତି ମାଝି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ସେ ୯୭.୨% ମାର୍କ ରଖୁଛନ୍ତି। ସେ ରାଜ୍ୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ।ଦିବେଶ ଦାସ ୯୫.୨% ମାର୍କ ରଖୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ଉକ୍ତ ବିଦ୍ୟାଳୟରେ ୯୫ ରୁ ୧୦୦ % ମଧ୍ୟରେ ୩ ଜଣ ମେଧାବୀ ଥିବା ବେଳେ ୯୦ ରୁ ୧୦୦ % ଭିତରେ ୨୧ଜଣ ଛାତ୍ରଛାତ୍ରୀ…

Read More

ଥୁଆବାରୀ ଗ୍ରାମ ଡମସାହି ଆଲୋକିତ

ଦଶପଲ୍ଲା ବିଧାୟକ, ବ୍ଲକ୍ ଅଧ୍ୟକ୍ଷା ଏବଂ ସରପଞ୍ଚଙ୍କୁ କୃତଜ୍ଞତା ଜଣାଇଲେ ଡ଼ମସାହି ବାସିନ୍ଦା ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ପାରାଢିପି ପଞ୍ଚାୟତ ଅଧିନରେ ଥିବା ଥୁଆବାରି ଗ୍ରାମର ଡମସାହି ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଦୀର୍ଘ ୨ ମାସରୁ ଅଧିକ ହେବ ଗ୍ରାମର କିଛି ହିତାଧିକାରୀଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ଗ୍ରୀଷ୍ମ ପ୍ରଭାବ ବଢିବା ସହିତ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଏ ସମୟରେ ବିଦ୍ୟୁତ ସଂଯୋଗ ନଥିବାରୁ ଡମସାହିର ବାସିନ୍ଦା ଅସହ୍ୟ ଗରମ ସହି ନ ପାରି ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ। ପାରାଢିପ ସରପଞ୍ଚ ବିଭୁତି ଭୁଷଣ ପ୍ରଧାନ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ବ୍ଲକ ଅଧ୍ୟକ୍ଷାଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ବିଦ୍ୟୁତ ବିଭାଗ ଅଫିସ ମଧ୍ୟରେ…

Read More

ନୂଆଗାଁ ବ୍ଲକ ବାର୍ଷିକ ଖସଡା ପ୍ରସ୍ତୁତି ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ

ନୂଆଗା,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭା ଗୃହରେ ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ ଓଡ଼ିଶା ଆନୁକୁଲ୍ଯରେ ୨୦୨୩- ୨୪ ମସିହାରେ ଗ୍ରାମପଞ୍ଚାୟତର ଉନ୍ନୟନ ଯୋଜନା ପାଇଁ ବାର୍ଷିକ ଖସଡା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡ଼ିଓ ସଚିଦା ନନ୍ଦ ମିଶ୍ର, ସହକାରୀ ଯନ୍ତ୍ରୀ ଶୁଭଶ୍ରୀ ପଣ୍ଡା, ଜିପିଓ ସାଧୁ ଚରଣ ସାହୁ, ସି ପି ତୁଷାରକାନ୍ତ ପରିଡ଼ା, ପରିମଳ ଅଧିକାରୀ କାହୁଁ ଚରଣ ବେହେରା ପ୍ରମୁଖ ମଞ୍ଚାସୀନ ରହି, ନୂଆଗାଁ ବ୍ଲକ ମଧ୍ୟରେ ଥିବା ୨୨ଗୋଟି ପଞ୍ଚାୟତ ମଧ୍ୟରେ ସରକାରଙ୍କ ଦ୍ଵାରା ବିଭିନ୍ନ ଯୋଜନା କିଭଳି କାର୍ଯ୍ୟକ୍ଷମ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ଗ୍ରାମପରିମଳ, ଆଲୋକିକରଣ, ପାନୀୟଜଳ ଯୋଗାଣ, ମହାତ୍ମାଗାନ୍ଧୀ ଜାତୀୟନିଶ୍ଚିତ କର୍ମନିଯୁକ୍ତି ଯୋଜନା, ରାଶନ ହିତାଧିକାରୀଙ୍କୁ…

Read More

ବିଜେଡ଼ି ଆଦର୍ଶରେ ଅନୁପ୍ରାଣିତ ହୋଇ ଇଟାମାଟି ପଞ୍ଚାୟତର ବହୁ ବିଜେପି କର୍ମୀ ବିଜେଡିରେ ସାମିଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜୁ ଜନତା ଦଳର ନୀତି ଓ ଆଦର୍ଶ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ସାଂଗଠନିକ ଦକ୍ଷତା ଆଗରେ ବିରୋଧି ଶକ୍ତିହୀନ ହେଉଛନ୍ତି । ବିରୋଧି ଦଳର ନେତୃତ୍ୱ ନେଉଥିବା ବ୍ୟକ୍ତି ଦିନକୁ ଦିନ ଦୁର୍ବଳ ହେଉଛନ୍ତି । କିଛିଦିନ ତଳେ ନୟାଗଡ଼ ଓଡ଼ଗାଁ ବ୍ଲକର ୪୫ ପରିବାର ଝାରସୁଗୁଡ଼ା ଯାଇ ବିଜୁ ଜନତା ଦଳରେ ସାମିଲ ହେଉଥିବା ବେଳେ ଆଜି ନୟାଗଡ଼ ବ୍ଲକ ଇଟାମାଟି ପଞ୍ଚାୟତର ୨୦ ଜଣ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉପରେ ଅସ୍ଥାପ୍ରକଟ କରି ସେମାନେ ଦଳରେ ସାମିଲ ହୋଇଥିବା ବେଳେ ବିଜେପିରେ ଚାଲିଥିବା ଅନ୍ତଃକନ୍ଦଳ ସେମାନଙ୍କୁ ଦଳ ଛାଡ଼ିବାକୁ ବାଧ୍ୟ କରିଥିବା କହିଛନ୍ତି । ନୟାଗଡ଼…

Read More

ରତ୍ନମୁଦ ଉତ୍ସବରେ ଯୋଗଦେଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଚାହାଳୀ ପଞ୍ଚାୟତ ଅଧିନରେ ଥିବା ଡାଳିଆମଡା ଠାରେ ବିରାଜିତ ମା ମଙ୍ଗଳା ଠାକୁରାଣୀଙ୍କ ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ମା’ଙ୍କ ମନ୍ଦିରରେ ରିତିକାନ୍ତି ଅନୁଯାୟୀ ମା’ଙ୍କ ପୀଠରେ ହୋମ, ନାମ, ସଙ୍କୀର୍ତ୍ତନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ। ତତ୍ ସହିତ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଦଶପଲ୍ଲା ଏନ୍ଏସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ମହାପାତ୍ର, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଢେଙ୍କେଣା ସରପଞ୍ଚ ଯୁଗଳ କିଶୋର ସାହୁ, ରମେଶ…

Read More

ଚାଷୀମାନଙ୍କ ଦୁଃଖ ଦୁରକଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ଏବଂ ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଢ଼ାଝୋଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା କାଳିଆମ୍ବା ଠାରେ ବହୁ ପ୍ରତିକ୍ଷୀତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୨କୋଟି ୨୯ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚାଷୀମାନଙ୍କ ଦୁଃଖ ଦୂର ହେବାକୁ ଯାଉଛି ବୋଲି କହିଥିଲେ। ଏହି ପ୍ରକଳ୍ପ ଦ୍ବାରା ଶହ ଶହ ହେକ୍ଟର ଚାଷ ଜମି ଜଳ ସେଚିତ ହୋଇ ପାରିବ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ବିଧାୟକ ଶ୍ରୀଯୁକ୍ତ ବେହେରା। ସମ୍ମାନୀତ ଅତିଥିଭାବେ ନୂଆଗାଁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ଵାଇଁ,…

Read More

ପୌର ନିର୍ବାଚନ ବେଳେ ଦେଇଥିଲେ ପ୍ରତିଶୃତି ତାହା ହେଲା ପୂରଣ, ଖୁବଶୀଘ୍ର ନିର୍ମାଣ ହେବ ୧୩କିମି ରାସ୍ତା

ନୟାଗଡ଼ ବିକାଶର ଆଉ ଏକ ମାଇଲଖୁଣ୍ଟ, ମୁଖ୍ୟମନ୍ତ୍ରୀ ଏବଂ ନୟାଗଡ଼ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କଲେ ନୟାଗଡ଼ ସହରବାସୀ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ବିକାଶରେ ପୁଣି ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ। ଦୀର୍ଘ ଦିନର ପ୍ରତୀକ୍ଷାର ହେଲା ଅବସାନ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ପାଇଁ ପ୍ରାୟ ୧୩ କି.ମି ପର୍ଯ୍ୟନ୍ତ ନୟାଗଡ଼ ସହରର ଦୁଇଟି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇପାରିଛି । ଏ ସବୁ ରାସ୍ତା ସହରାଞ୍ଚଳ ବିକାଶ ବିଭାଗ ବା ପୋୖରାଞ୍ଚଳ ଅଧିନରେ ଆସୁଥିଲା । ପୋୖରାଞ୍ଚଳ ଅଧିନରେ ଆସୁଥିବାରୁ ଏହି ରାସ୍ତା ନିର୍ମାଣ କରିବା ପାଇଁ ପୌର ପରିଷଦ ପାଖରେ ଯଥେଷ୍ଟ ଅର୍ଥ ନଥିଲା । ତେଣୁକରି ଏହି ରାସ୍ତାକୁ କଙ୍କ୍ରିଟ୍ କରିବାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଗଲା। ସେଥିପାଇଁ ଯାହା ସବୁ ପକ୍ରିୟା ରହିଛି ସେସବୁ…

Read More

ଚଳିତ ମାସ ୨୦ ଓ ୨୧ତାରିଖ ଦୁଇଦିନ ଧରି କେସି କ୍ଲବରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଚେସ ଆସୋସିଏସନର ନିର୍ଦ୍ଦେଶ କ୍ରମେ ନୟାଗଡ଼ରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୨୦ ଏବଂ ୨୧ ତାରିଖ ଦୁଇଦିନ ଧରି ସ୍ଥାନୀୟ କେସି କ୍ଲବ ପରିସରରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ସୂଚନା ମୁତାବକ ଏହି ଟୁର୍ଣ୍ଣାମେଣ୍ଟରେ ସମସ୍ତ ବର୍ଗର ପ୍ରତିଯୋଗୀ ଅଂଶ ଗ୍ରହଣ କରି ପାରିବେ। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧୫ଶହ ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୧୨ଶହ ଟଙ୍କା, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧ହଜାର ଟଙ୍କା, ଚତୁର୍ଥ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୭୦୦ଟଙ୍କା ଏବଂ ପଞ୍ଚମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ୬୦୦ ଟଙ୍କା ସହିତ ପ୍ରମାଣପତ୍ର ପ୍ରଦାନ କରାଯିବ। ସେହିପରି ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ…

Read More