ନୟାଗଡ଼ରେ ବିଶ୍ୱ ଶିଶୁଶ୍ରମିକ ବିରୋଧୀ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜ଼ିଲ୍ଲା ଆଇନ ସେବା ପରାଧିକରଣ ଆନୁକୂଲ୍ୟରେ, ଘଡୁଆଳ ସ୍ଥିତ ତପସ୍ୟା ଠାରେ – ‘ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ” ପାଳିତ ହୋଇଛି। ପ୍ରାଧିକାରଣ କର୍ମଚାରି ପବନ କୁମାର ବେହେରା ଅତିଥି ପରିଚୟ ଏବଂ ଦିବସର ତାପଯ୍ୟ ବର୍ଣ୍ଣନା କରିଥିଲେ। ସଦସ୍ୟ ମହମଦ ଓମାର ମଲ୍ଲିକ ଶିଶୁ ଶ୍ରମିକ ବିରୋଧୀ ଦିବସର କାରଣ, ନିରାକାରଣ, ସମସ୍ୟା ସମାଧାନ ସୁବିଧା ବିଷୟରେ ବକ୍ତବ୍ୟ ରଖିଥିଲେ। ସଦସ୍ୟା କ୍ଷଣପ୍ରଭା କର ଶ୍ରମିକ ନିରୋଧୀ ପରିବାର ସମାଜ ବିଷୟରେ ଉପାଦୟ ତଥ୍ୟ ଦେବା ସହିତ, ଗୀତ ମାଧ୍ୟମରେ ଭାବନକୁ ପ୍ରକାଶ କରିଥିଲେ। ତପସ୍ୟାର ତତ୍ୱାବଧାରକ ଚନ୍ଦ୍ରଶେଖର ବେହେରା ଶିଶୁମାନଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ଦର୍ଶାଇଥିଲେ। ପ୍ରଦୀପ କୁମାର ସାହୁ, ମୈତ୍ରୀ ଅନୁଷ୍ଠାନର ସମ୍ପାଦକ ବିଶ୍ୱ ଶିଶୁ ଶ୍ରମିକ ବିଷୟ ଉପରେ ଆଲୋଚନା କରିଥିଲେ। ଜୁନ ମାସ…

Read More

ନୟାଗଡ଼ ବ୍ଳକ ବାଲୁଗାଁରେ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀରେ ଅରୁଣଙ୍କ ମନ୍ତ୍ର

ମହିଳା ଆଗକୁ ଆସିଲେ କେବଳ ପ୍ରଗତୀ ଓ ବିକାଶ ସୁନିଶ୍ଚିତ ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ବରେ ନୟାଗଡ଼ ସଦର ବ୍ଲକ ବାଲୁଗାଁଠାରେ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର‌୍ୟ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ କୁମାର ସାହୁ, ବିଜୁ ଯୁବ ଜନତା ଦଳ ସଭାପତି ଦୁର‌୍ୟ୍ୟୋଧନ ବେହେରା, ବିଜୁ ଛାତ୍ର ଜନତା ଦଳ ସଭାପତି ନୀଳମାଧବ ପଣ୍ଡା, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, ସମିତି ସଭ୍ୟା କବିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ, ମାଟିର ମଣିଷ…

Read More

ମା’ ବୀରଚଣ୍ଡୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଇଛେଳି ଗ୍ରାମପଞ୍ଚାୟତର କୃଷ୍ଣଚନ୍ଦ୍ର ପୁର ଗ୍ରାମରେ ମା ବୀରଚଣ୍ଡୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହେବା ସହିତ ଚାରିଦିନ ବ୍ୟାପି ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବକୁ କୃଷ୍ଣଚନ୍ଦ୍ରପୁର ଗ୍ରାମର ସର୍ଦ୍ଧାଳୁ ଅନନ୍ତ କୁମାର ସାହୁ ମନ୍ଦିରର ମୁଳଦୁଆ ଠାରୁ ଅନୁକୂଳ କରି ମନ୍ଦିରର ମୁଣ୍ଡି ମାରିବା ପଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିଛନ୍ତି ଓ ଏଥିରେ ଗ୍ରାମର ଗ୍ରାମବାସୀମାନେ ସାହାଯ୍ୟ କରିଛନ୍ତି। ଚାରିଦିନ ଧରି ଚାଲିଥିବା ଏହି ଉତ୍ସବରେ ଦିବା ରାତ୍ର ନାମ ଯଜ୍ଞ, କଳସ ଶୋଭା ଜାତ୍ରା, ରତ୍ନମୃଦ, ନୂତନ ବିଗ୍ରହ ପ୍ରତିଷ୍ଠା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଅନ୍ତିମ ଦିନରେ ଆଖ ପାଖ ଅଞ୍ଚଳରୁ ସତାଧିକ ସର୍ଦ୍ଧାଳୁଙ୍କ ଜନ ସମାବେଶ ଦେଖିବାକୁ ମିଳିଛି ଏବଂ ଏକ ସଭାର ଆୟୋଜନ କରାଯାଇଥିଲା।…

Read More

ସମ୍ପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ

ନୂଆଗାଁ,(ନୟାଗଡ଼ ଦର୍ପଣ): ଭାରତ ସରକାର ଙ୍କ ଜି ୨୦ ଶୈକ୍ଷିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଜନଭାଗିଦାରୀତା କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମକୁ ସି ଆର ସି ସି ନରେନ୍ଦ୍ର କୁମାର ବେହେରା ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ମାଇଛେଳି ପଞ୍ଚାୟତର ସରପଞ୍ଚ ସ୍ଵାଗତିକା ପ୍ରିୟଦର୍ଶିନୀ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଶିକ୍ଷକ ଫୁଲୋଚନ କହଁର ଯୋଗଦାନ କରିଥିଲେ। ଶିକ୍ଷୟିତ୍ରୀ ପ୍ରଭାତୀ ଦେଇ, ସଂଯୁକ୍ତା ଦେଇ, ରଶ୍ମିତା ସେଠୀ ଓ ଦିପ୍ତୀମୟୀ ମହାପାତ୍ର ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟା ଜ୍ଞାନର ଉଦ୍ଦେଶ୍ୟ ଲକ୍ଷଣ ଓ ଶିକ୍ଷଣ ଫଳାଫଳ ସଂପର୍କରେ ଆଲୋଚନା ତଥା ଶାରିରୀକ ବ୍ୟାୟାମ, ଗଣିତ ଓ ଭାଷା ଖେଳ ସାଂସ୍କୃତିକ କାର୍ଯ୍ୟକ୍ରମ ଗଳ୍ପ କଥନ ଅଭିଭାବକଙ୍କ ଚିଠି ସମ୍ବନ୍ଧିତ ଆଲୋଚନା ଏବଂ ଶିକ୍ଷାର୍ଥୀଙ୍କର ଉତ୍ତମ ସ୍ୱାସ୍ଥ୍ୟଭ୍ୟାସ ସଂମ୍ଵନ୍ଧିତ କାର୍ଯ୍ୟକ୍ରମ…

Read More

ଭରତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଭରତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟରରେ ଭାରତ ସରକାରଙ୍କ ଜି ୨୦ରେ ଶୈଖିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଜନଭାଗିଦାରିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀଣୀ କବିତା କୁମାରୀ ଦାସ ଉଦଘାଟନ ବେଳେ ସମ୍ମାନିତ ଅତିଥି ଭାବେ କୋରଡ଼ା ସରପଞ୍ଚଙ୍କ ପ୍ରତିନିଧି ତଥା ଶିକ୍ଷକ ଜୟନ୍ତ ନାଏକ, ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ମହାପାତ୍ର ଯୋଗ ଦେଇଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ନୂତନ ଭାବେ ଯୋଗଦେଇଥିବା ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ଶ୍ରୀନିବାସ ରଥ କାର୍ଯ୍ୟକୁ ଉତ୍ତମ ଭାବେ ସଂଯୋଜନା କରିଥିଲେ। ଭରତ ନୋଡାଲ କ୍ଲଷ୍ଟର ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟରୁ ମୋଟ ୧୦ ଜଣ ଶିକ୍ଷକ ଓ ୩୦ ଜଣ…

Read More

ପାରାଢିପିରେ ଖୋଲିଲା କୃଷି ସେବା ସମବାୟ କେନ୍ଦ୍ର ସମିତି,ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢିପି ପଞ୍ଚାୟତରେ ନୂତନ ଭାବେ ଖୋଲିଲା କୃଷି ସେବା ସମବାୟ କେନ୍ଦ୍ର ସମିତି। ଏନେଇ ଏଆରସିଏସ ହାଡ଼ିବନ୍ଧୁ ମହାକୁଡ଼ ପାରାଢିପି ପଞ୍ଚାୟତରେ କୃଷି ସେବା ସମବାୟ କେନ୍ଦ୍ର ସମିତି ଖୋଲିବା ନେଇ ସାର୍ଟିଫିକେଟ ଅଫ ରେଜିଷ୍ଟ୍ରେସନ୍ ସରପଞ୍ଚ ବିଭୂତି ପ୍ରଧାନଙ୍କୁ ପ୍ରଦାନ କରିଥିଲେ। କୃଷି ସେବା ସମବାୟ କେନ୍ଦ୍ର ସମିତି ଖୋଲିବା ଦ୍ବାରା ରାମପଲ୍ଲୀ, କରଡା ପଲ୍ଲୀ, ବାଲଣ୍ଡା, ଥୁଆବାରି, ଅଭୟପୁର, ପାରାଢିପି, ରଗଡ଼ି ସାହି, ମସ୍କାବାରି, କଣ୍ଟିଆମ୍ବା ପୋକସୁଙ୍ଗା ଗ୍ରାମର ଲୋକମାନେ ଉପକୃତ ହେବେ। ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇଥିବାରୁ ପାରାଢିିପି ପଞ୍ଚାୟତର ଜନସାଧାରଣ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ସରପଞ୍ଚ ବିଭୂତି ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

Read More

ହରିପୁରରେ ଉଭୟ ଗୋଷ୍ଠୀଙ୍କୁ ଉଷୁକାଇ ହିଂସା କରାଉଥିବା ନେତାନେତ୍ରୀଙ୍କୁ ଗିରଫ କଲେ ବନ୍ଦ ହେବ ରାଜନୈତିକ ହିଂସା: କଂଗ୍ରେସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜେଡି ବିଜେପି ନେତାନେତ୍ରୀଙ୍କ ପ୍ରରୋଚନାରେ ରାଜନୈତିକ ବିଦ୍ବେଷ ଭାବ ସୃଷ୍ଟି କରି ହିଂସା କରାଉଥିବା ନୟାଗଡ଼ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏମିତି ପ୍ରାୟୋଜିତ ହିଂସା କରାଯାଇ ଶାନ୍ତି ପ୍ରିୟ ନୟାଗଡ଼କୁ ଜାଣିଶୁଣି ଆଗାମୀ ନିର୍ବାଚନ ପୂର୍ବରୁ ଅଶାନ୍ତ କରାଇ ନିରୀହ ଗ୍ରାମବାସୀଙ୍କୁ ମିଥ୍ୟା ଅଭିଯୁକ୍ତ ଭାବେ ଜେଲରେ ରଖାଯାଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବି ରଣଜିତ ଦାଶ ବିଜେଡି ବିଜେପିକୁ ଟାର୍ଗେଟ କରିଛନ୍ତି। ଏହି ଉଭୟ ଦଳ ରାଜନୈତିକ ଫାଇଦା ପାଇଁ ନୟାଗଡ଼ରେ ହିଂସା ଭିଆଇ ଆମ ଗାଁ’ ଗାଁ’ରେ ଘୃଣା ଅସହିଷ୍ଣୁତା ମଞ୍ଜି ବୁଣୁଥିବା କଂଗ୍ରେସ ଅଭିଯୋଗ କରିଛି। ତେଣୁ ବିଜେଡି ବିଜେପି ଦଳର ନେତାନେତ୍ରୀଙ୍କୁ ହିଂସା ଉଷୁକାଇବା ଅଭିଯୋଗରେ ଗିରଫ କରାଗଲେ ନୟାଗଡ଼ରେ ରାଜନୈତିକ ହିଂସା ବନ୍ଦ ହୋଇପାରିବ ବୋଲି କଂଗ୍ରେସ ନେତା ରଣଜିତ…

Read More

ଆମ ଗାଁ’ର ଲଙ୍କାଆମ୍ବଗଛ – ହକ ଆମର

ନୟାଗଡ଼/ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବୁଢ଼ାବୁଢ଼ୀଆଣି ଓ ବାଘୁଆ ଜଳଭଣ୍ଡାର ବିସ୍ଥାପିତ ଆଦିବାସୀ ଗ୍ରାମ ସନ୍ନିକଟ କାଜୁ ଫସଲ ଉପରେ ଓଡିଶା ବନ ନିଗମ ଯେଭଳି ମନମାନି ଚଳାଇ କାଜୁ ମାଫିଆମାନଙ୍କ ଦ୍ୱାରା ମୂଳନିବାସୀ ଆଦିବାସୀ ମାନଙ୍କୁ ଦମନ କରିବାର ବାଟ ଧରିଛନ୍ତି, ତାହା ତୁରନ୍ତ ବନ୍ଦ ନହେଲେ ପ୍ରତିରୋଧ ମୂଳକ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଓଡଗାଁ ବ୍ଲକ ଆଦିବାସୀ ଅଧିକାର ମଞ୍ଚ ଚେତାବନୀ ଦେଇଛି ! ତା 08.06.2023ରେ ବୁଢାବୁଢ଼ୀଆଣିଠାରେ ମଞ୍ଚର କାର୍ଯ୍ୟକାରିଣୀ ନକୁଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ବନନିଗମର ଏତାଦୃଶ କାର୍ଯ୍ୟର ଦୃଢ ନିନ୍ଦା କରାଯାଇଛି ! ସାଧାରଣ ଭୂମିହୀନ ଆଦିବାସୀଙ୍କ ବାସଭୂମି ଶାଳିଆଝରି, ଭୋବସର, ଗିରିଡିଆମ୍ବା,ବାଘୁଆ, କଦମଝର, ଟିଙ୍କପଡିଆ ପ୍ରଭୃତି ଗ୍ରାମ ନିକଟରେ ଥିବା ପତିତଅନାବାଦୀ ଜମିକୁ ଆଦିବାସୀ ପ୍ରଜାମାନେ ମାଣ୍ଡିଆ, କୋଳଥ, ରାଶୀ ଫସଲ କରି ଭୋଗଦାଖଲ କରି ଆସୁଥିଲେ! ଫଳଭୋଗୀ…

Read More

ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ (RSETI)ର ପ୍ରଥମ ଆର୍ଥିକ ସ୍ଵାକ୍ଷରତା ତାଲିମ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନୟାଗଡ଼ର ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ(RSETI)ରେ ପ୍ରଥମ ଦୁଇଦିନିଆ ଆର୍ଥିକ ସ୍ବାକ୍ଷରତା ଉପରେ ତାଲିମ କାର୍ଯ୍ୟକ୍ରମ RSETର ନିର୍ଦ୍ଦେଶକ ଶଅଜିତ୍ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ FIC OLM ଅଶୋକ କୁମାର ସାହୁ , ଏପିଡି ମିଶନ ଶକ୍ତି ବିଶ୍ଵଜିତ୍ ଦାସ ଏବଂ ପ୍ରଶିକ୍ଷକ RSETI ଗୋପାଳ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥ୍‌ ଭାବେ ଯୋଗଦାନ କରିଥିଲେ । ଏହି ଆର୍ଥିକ ପରିଚାଳନା ତାଲିମ କାର୍ଯ୍ୟକ୍ରମରେ ରଣପୁର ବ୍ଲକର ସମସ୍ତ MBK ତାଲିମାର୍ଥୀ ଭାବେ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ସାହୁ ସମସ୍ତ MBK…

Read More

ବିଶ୍ବ ପରିବେଶ ଦିବସରେ ଓଡ଼ଗାଁରେ ଦୁଇ ଦିନିଆ ପରିବେଶ ଭିତ୍ତିକ କର୍ମଶାଳା ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବିଶ୍ଵ ପରିବେଶ ଦିବସ ପାଳନ ବିଶ୍ଵ ଜଳବାୟୁ ପରିବର୍ତ୍ତନ ମନୁଷ୍ୟ ତଥା ଜୀବଜଗତ ପାଇଁ ଏକ ଆହ୍ୱାନ ରୂପେ ଉଭା ହୋଇଅଛି। ଏହାର ମୁକାବିଲା ପାଇଁ ପ୍ରତିବର୍ଷ ଜୁନ୍ ପାଞ୍ଚ ତାରିଖ ଦିନ ସାରା ବିଶ୍ୱରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଥାଏ। ଏ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା କର୍ମୀ, ଅନୁଷ୍ଠାନ, ପ୍ରକୃତି ମିତ୍ର, ପ୍ରକୃତି ବନ୍ଧୁ, ବନ ସୁରକ୍ଷା ସମିତି, ଇକୋ କ୍ଲବ ଇତ୍ୟାଦିକୁ ନେଇ ଗଠିତ ଜିଲ୍ଲା ପରିବେଶ ସୁରକ୍ଷା ସମନ୍ଵୟ ସମିତିର ଏକ ଦୁଇ ଦିନିଆ ପରିବେଶ ଭିତ୍ତିକ କର୍ମଶାଳା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀଙ୍କ ଆବାହନ କ୍ରମେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଜୟମଙ୍ଗଳ ପ୍ରସାଦସ୍ଥିତ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଅନୁଷ୍ଠାନ ଓମ୍ ଶାନ୍ତି ଆଶ୍ରମ…

Read More