ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ପରିଭ୍ରମଣ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଶିଳ୍ପାନୁଷ୍ଠାନ ଏବଂ ବିଭିନ୍ନ ହସ୍ତତନ୍ତ ତନ୍ତୁବାୟ ସମିତିର ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପୋଷାକ ପରିକଳ୍ପନା ଏବଂ ଇଲକ୍ଟ୍ରୋନିକ୍ସି ଓ ହାର୍ଡୱେର ବିଭାଗର ଛାତ୍ରଛାତ୍ରୀ ମାନେ ଶିଳ୍ପାନୁଷ୍ଠାନ ପରିଭ୍ରମଣ କରି ବିଭିନ୍ନ ଜ୍ଞାନ କୌଶଳ ଉପରେ ଶିକ୍ଷା ଲାଭ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ମିଶ୍ର ଙ୍କ ତତ୍ବବଧାନ ରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବାଲୁଙ୍କେଶ୍ୱର ତନ୍ତୁବାୟ ସହଯୋଗ ସମିତି ଏବଂ ଏମ୍ ଏସ ଜୟ ବଜରଙ୍ଗୀ ରାଇସ ମିଲ ପରିଭ୍ରମଣ କରି ବିଭିନ୍ନ ଶିକ୍ଷା ଗ୍ରହଣ କରିଥିଲେ। ଏହି…

Read More

ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲିଶ୍ରୀ ମେଳା-୨୦୨୩ ଉଦଘାଟିତ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲିଶ୍ରୀ ମେଳା-୨୦୨୩ ଉଦଘାଟିତ ହୋଇଯାଇଛି। ଏକ ମଶାଲ ଶୋଭାଯାତ୍ରାରେ ପଞ୍ଚୁପାଣ୍ଡବଙ୍କ ବେଶରେ ସୁସଜିତ ହୋଇ କଳାକାରମାନେ ନାମ ସଙ୍କୀର୍ତ୍ତନ, ଦୁଲୁଦୁଲି ବାଦ୍ୟରେ ପଞ୍ଚୁପାଣ୍ଡବ ପୀଠରୁ ବାହାରି ନୂଆଗାଁ ବିରୁପାଖେସ୍ୱର ମନ୍ଦିର ଏବଂ ଶହୀଦ କଷ୍ଟି ଡାକୁଆ ସ୍ମୃତି ମଣ୍ଡପ, ନୂଆଗାଁ ବଜାର ଦେଇ ମହୋତ୍ସବ ପଡ଼ିଆ ଠାରେ ପହଞ୍ଚିଥିଲେ ।ଦଶପଲ୍ଲା ବିଧାୟକ ତଥା ପଞ୍ଚୁପାଣ୍ଡବ ମହୋତ୍ସବ କମିଟିର ସଭାପତି ରମେଶ ଚନ୍ଦ୍ର ବେହେରା ପତାକା ଉତୋଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ। ନୂଆଗାଁ କଲେଜର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକର ଜନ ପ୍ରତିନିଧିଙ୍କୁ ନେଇ ସଭା କାର୍ଯ୍ୟ ଅନୁଷ୍ଠିତ ହେବା ସହ ଜନ ପ୍ରତିନିଧି, ଶିକ୍ଷାବିତମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।…

Read More

ଆଶା କର୍ମୀଙ୍କ ଠାରୁ ୨ଶିଶୁ ପୁତ୍ର ଉଦ୍ଧାର

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଶା କର୍ମୀଙ୍କ ଠାରୁ ୨ଶିଶୁ ପୁତ୍ରକୁ ଉଦ୍ଧାର କରିଛି ନୟାଗଡ ଚାଇଲଡ ଲାଇନ। ନୟାଗଡ ଜ଼ିଲ୍ଲା ଓଡଗାଁ ଥାନା ପାଣ୍ଡେରୀପଡା ଗାଁ ର ଆଶା କର୍ମୀ ସସ୍ମିତା ପଣ୍ଡା। କୌଣସି ସୂତ୍ର ରୁ ନୟାଗଡ ଚାଇଲଡ ଲାଇନ ଖବର ପାଇଥିଲା ୨ଶିଶୁ ପୁତ୍ର ତାଙ୍କ ପାଖରେ ଅଛି। ଆଜି ଓଡଗାଁ ପୋଲିସ ଓ ଚାଇଲଡ ଲାଇନ ତାଙ୍କ ଘରେ ଚଢ଼ାଉ କରିଥିଲେ। ୨ ଶିଶୁ ପୁତ୍ର ଙ୍କ ପ୍ରମାଣ ପତ୍ର ମାଗିଥିଲେ। ସଠିକ ପ୍ରମାଣ ପତ୍ର ନଦେବାରୁ ୨ ଶିଶୁ ଙ୍କୁ ନୟାଗଡ ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହଜାର କରିଥିଲେ। ସେଠାରୁ ଚାଇଲଡ ଲାଇନରେ ରଖାଯାଇଛି। ଏ ସମ୍ପର୍କରେ ଆଶା କର୍ମୀଙ୍କୁ ପଚାରିବାରୁ ସେ କହିଥିଲେ ଏକ ମାମଲାରେ ଓଡଗାଁ ଥାନା ଅଧିକାରୀଙ୍କ ସହଯୋଗୀ ତାଙ୍କୁ ୫୦ହଜାର ଟଙ୍କା ମାଗିଥିଲେ। ସକାଳୁ ଥାନାରେ…

Read More

ବାଣୀଗୋଛା ପୋଲିସକୁ ସଫଳତା

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବାଣୀଗୋଛା ପୋଲିସ ଏକ ବାଇକ୍ ଚୋର ଗ୍ୟାଙ୍ଗର ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୫ଟି ବାଇକ୍ ଉଦ୍ଧାର କରିଛି ପୋଲିସ । ବାଣୀଗୋଛା ଥାନାରେ କେସ୍ ନମ୍ବର ୦୭/୨୦୨୩ରେ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Read More

ସମର୍ପଣ ‘ବୃଦ୍ଧାଶ୍ରମ’ରେ ସମ୍ପର୍କ ସମାବେଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଉପକଣ୍ଠ ଲେଖନପୁର ସ୍ଥିତ ବୃଦ୍ଧାଶ୍ରମ(ସମର୍ପଣ) ହେଉଛି ଅସହାୟ ମାନଙ୍କର ସହାୟ। ଗରିବ, ଦୁଃସ୍ଥ,ନିଷ୍ପେଷିତ ଓ ଅବହେଳିତ ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ଏକ ସୁନ୍ଦର ଆଶ୍ରୟସ୍ଥଳ। ବଦାନ୍ଯ ବ୍ଯକ୍ତି ମାନଙ୍କର ସାହାଯ୍ୟ ସହଯୋଗରେ ପରିଚାଳିତ ହେଉଥିବା ବୃଦ୍ଧାଶ୍ରମ ରେ ଏକ ସମ୍ପର୍କ ସମାବେଶ ଜିଲ୍ଲାପାଳ ତଥା “ସମର୍ପଣ ” ପରିଚାଳନା କମିଟିର ସଭାପତି ରବୀନ୍ଦ୍ରନାଥ ସାହୁଙ୍କ ସଭାପତିତ୍ୱରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ମାନ୍ଯବର ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌରପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର, ନୟାଗଡ଼ ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ ଯୋଗଦେଇ ଥିଲେ। ସର୍ବପ୍ରଥମେ ସମର୍ପଣ…

Read More

ପୋଲିସ ହାତରୁ ଖସିବେନି ଅପରାଧୀ, ୬ୱାରେଣ୍ଟି ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାସ୍ତାରୋକ, ପୁଲିସକୁ ମାଡ଼ ମାରିବା, ଯୌତୁକ ନିର୍ଯ୍ୟାତନା ଓ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତଥିବା ୬ଜଣ ୱାରେଣ୍ଟି ଗିରଫ। ନୟାଗଡ଼ ବ୍ଲକ ଅନ୍ତର୍ଗତ କାଳିକାପ୍ରସାଦ ଗ୍ରାମ ପଞ୍ଚାୟତ ସିପାହି ଅସୁରିଢିପା ଗ୍ରାମର ୬ଜଣ ୱାରେଣ୍ଟି ଗିରଫ ହୋଇଛନ୍ତି। ନୟାଗଡ଼ ସଦର ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟଙ୍କ ନେତୃତ୍ବରେ ପୋଲିସ ଏହି ୱାରେଣ୍ଟିମାନଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଥିଲେ। ସିପାହି ଅସୁରଢିପା ଗ୍ରାମର ମଧୁ ଗୌଡଙ୍କ ପୁଅ ହରସ ଗୌଡ, ଫକିର ଗୌଡଙ୍କ ପୁଅ ମଧୁ ଗୌଡ, ରଥି ମହାପାତ୍ରଙ୍କ ପୁଅ ଅସୁନି ମହାପାତ୍ର, ମଧୁ ଗୌଡଙ୍କ ପତ୍ନୀ ସାବି ଗୌଡ, ମୀନା ଗୌଡ ଓ ରୀନା ଗୌଡକୁ ଗିରଫ କରାଯାଇଛି । ଏମାନଙ୍କ ନାମରେ ବିଭିନ୍ନ ଅଭିଯୋଗମାନ ହୋଇଥିଲା । ଆଜି ସେମାନଙ୍କୁ କୋର୍ଟ ଫରୱାର୍ଡ କରାଯାଇଛି।

Read More

ମଗରବନ୍ଧ ବିଶ୍ଵଶାନ୍ତି ମହାଯଜ୍ଞରେ ସୁରମା ପାଢ଼ୀ ଓ ଇରାନୀ ରାୟ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ମଗରବନ୍ଧ ଗ୍ରାମର ମା ବ୍ରାହ୍ମଣୀ ଦେବି ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ବେସ୍ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଯଜ୍ଞ ପ୍ରତିବର୍ଷ ଶ୍ରୀ ପଞ୍ଚମୀ ଠାରୁ ଆରମ୍ଭ ହୋଇ ପାଞ୍ଚଦିନ ପଯ୍ୟନ୍ତ ହୋଇଥାଏ। ମଗରବନ୍ଧ ଗ୍ରାମର ଗ୍ରାମବାସୀଙ୍କ ସମ୍ପୁର୍ଣ୍ଣ ସହଯୋଗରେ ଯଜ୍ଞଟି ହୋଇଥାଏ। ପାଞ୍ଚଦିନ ବ୍ୟାପି ହେଉଥିବା ଏହି ଯଜ୍ଞରେ ପ୍ରତ୍ୟେକ ଦିନ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ। ବିଭିନ୍ନ ସ୍ଥାନରୁ ସାଧୁସନ୍ଥ, ପଣ୍ଡିତ, ଆଚାର୍ଯ୍ୟମାନଙ୍କୁ ନିମନ୍ତ୍ରିତ କରି ଯଜ୍ଞରେ ପୂଜା କାର୍ଯ୍ୟ ହୋଇଥାଏ। ଅନ୍ତିମ ଦିବସରେ ମଗରବନ୍ଧ ଗ୍ରାମ ଗୋଡିସାହିର କଳାକାରଙ୍କୁ ନେଇ ଏକ ସାମାଜିକ ନାଟକ (ଲୁହରେ ଲେଖା ମୋ କପାଳ ରେଖା) ପରିବେଷଣ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବିଜେପି ନେତ୍ରୀ ସୁରମା ପାଢୀ ଓ ଇରାନୀ ରାୟ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ପରେ…

Read More

ପୁରୀ ତୀର୍ଥ ଭ୍ରମଣରେ ଯିବେ ବରିଷ୍ଠ ନାଗରିକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସଭା ୨୯ତାରିଖ ପୂର୍ବାହ୍ନରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଶତାଧୂକ ବରିଷ୍ଠ ନାଗରିକ ବନ୍ଧୁମିଳନରେ ଯୋଗଦେଇ ପ୍ରସାଦ ସେବନରେ ଭାଗ ନେଇଥିଲେ । ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅୟୋଜିତ ବୈଠକରେ ଭାପୁର, ଖଣ୍ଡପଡ଼ା, ଶରଣକୁଳ, ଓଡ଼ଗାଁ, ସୁନାଖଳା, ବାଉଁଶିଆପଡା, ଇଟାମାଟି, ଗୁଣ୍ଡୁଣୀ, ପଣ୍ଡୁସର, ନୂଆଗାଁ ଇତ୍ୟାଦି ବିଭିନ୍ନ ଅଞ୍ଚଳର ବରିଷ୍ଠ ନାଗରିକ ମଞ୍ଚର ସଭ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସର୍ବ ସମ୍ମତି ନିଷ୍ପତ୍ତି କ୍ରମେ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଭ୍ୟ ଭାବେ ଗ୍ରହଣ କରାଗଲାସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଭାପୁର ବରିଷ୍ଠ ନାଗରିକସଂଘର ପ୍ରଭାକର ସାହୁଙ୍କୁ ସମ୍ପାଦକ, ଖଣ୍ଡପଡ଼ା ପଠାଣିସାମନ୍ତ ବରିଷ୍ଠ ନାଗରିକ…

Read More

ନୟାଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତାପପ୍ରସାଦ ମା ଭୈରବି ଠାକୁରାଣୀ ମନ୍ଦିର ପରିସରରେ ନୟାଗଡ଼ ବ୍ଲକ କଂଗ୍ରେସ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ପୂର୍ବତନ ସରପଞ୍ଚ ଫକୀର ଚରଣ ମଲ୍ଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୨୯ ଗୋଟି ପଞ୍ଚାୟତରୁ ୧୫୯ ବୁଥରୁ ଦଳୀୟ କର୍ମୀ ଯୋଗ ଦେଇ ବୁଥ ସ୍ତରରୁ ଦଳର ନୂତନ ସଂଗଠନ ଆରମ୍ଭ କରିବା ଉପରେ ଗୁରୁତ୍ୱ ଦେବା ସହ ତୁରନ୍ତ ନୟାଗଡ଼ରେ ଦଳୀୟ କାର୍ଯ୍ୟାଳୟ ଖୋଲାଯିବା ଏବଂ ଗାଁଗାଁ ରେ କଂଗ୍ରେସ ଦଳ ହାତ ଚିହ୍ନ କାନ୍ଥବାଡ଼ ୱାଲିଙ୍ଗ କରାଇବା ଏବଂ ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ କର୍ମୀ ସମ୍ମିଳନୀ କରାଯାଇ ବୁଥ କମିଟି ଗଠନ ଉପରେ ପ୍ରସ୍ତାବ ଆସିଥିଲା। ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଯୋଗଦେଇ ଦଳର ନୂତନ ସଂଗଠନ ଆରମ୍ଭ ପାଇଁ କର୍ମୀମାନଙ୍କ ସମସ୍ତ…

Read More

ହୁସେନ ରବି ଗାନ୍ଧୀଙ୍କ ସ୍ମୃତି ଚାରଣ ଓ ଶୋକସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ସାମ୍ବାଦିକ ଏସ.ଏ. ମନାନଙ୍କ ଅବାହାକତ୍ଵରେ ହୁସେନ ରବି ଗାନ୍ଧୀଙ୍କ ସ୍ମୃତିଚାରଣ ଓ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ କମ୍ରେଡ ବିଶ୍ୱନାଥ ମହାପାତ୍ର, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଇଟାମାଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ନାୟକ, ମୌଲାନା ଏସ. ଏ. ରହିମ, କବି ଗୋପୀନାଥ ସେଠୀ,ରଞ୍ଜନ ରଶ୍ମି ଜେନା, ସମାଜସେବୀ ଲକ୍ଷ୍ମୀଧର ସାହୁ, ରୋଟରିଆନ ଲକ୍ଷ୍ମୀନାରାୟଣ ରଥ, ଶିକ୍ଷକ ନେତା ତଥା ସାହିତ୍ୟିକ ଏସ. ଏ. ଖାଲିକ, କଂଗ୍ରେସ ନେତା ହୁସେନ ଖାଁ, ସାମ୍ବାଦିକ ଅବଦୁଲ ଆଲମ୍ ଖାଁ, ସିପିଏମ ନେତା ଏସ୍. ଏ. କରିମ୍, ଶିକ୍ଷକ ଏସ. ଏ. ମାଜିଦ୍, କମ୍ରେଡ୍ ପ୍ରଦ୍ୟୁମ୍ନ ଇନ୍ଦ୍ରଜିତ, ଗାୟକ ଡୁଗୁ ସିଂ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ

Read More