ନୟାଗଡ଼ ଜିଲ୍ଲା ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳାର ତୃତୀୟ ସଂଧ୍ୟା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ବେଶ ଆଦୃତି ଲାଭ କରିଛି। ତୃତୀୟ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ ପ୍ରାବନ୍ଧିକ ଚନ୍ଦ୍ର ଶେଖର ହୋତା, ସୁଧାଂଶୁ ପ୍ରଧାନ, ବିଭୁ ପ୍ରସାଦ ତ୍ରିପାଠୀ, ଅଜୟ ପଣ୍ଡା, ଶୁଭେନ୍ଦୁ ଶେଖର ରଥ ଯୋଗ ଦେଇଥିଲେ। ଅନୁଷ୍ଠିତ ଆଲୋଚନା ଚକ୍ରରେ ଲେଖକ, ପାଠକ ଓ ପ୍ରକାଶକଙ୍କ ମଧ୍ୟରେ ସମନ୍ଵୟ ରହିବା ଆବଶ୍ୟକ ବୋଲି ଶ୍ରୀଯୁକ୍ତ ହୋତା କହିଥିଲେ। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏନେଇ ପ୍ରୟାସ ଆରମ୍ଭ କରିଥିଲେ। ଲେଖକ ପାଠକ ପ୍ରକାଶକ ସାମୁଖ୍ୟ ଗଠନ କରି ପ୍ରୟାସ ଆରମ୍ଭ କରିଥିଲେ। ଲେଖକ, ପାଠକ ଓ ପ୍ରକାଶକକୁ ଅଗ୍ରାଧିକାର ଦେବା ଆବଶ୍ୟକ ବୋଲି ଶ୍ରୀଯୁକ୍ତ ହୋତା ମତବ୍ୟକ୍ତ କରିଥିଲେ। ଲେଖାକୁ କାଳଜୟୀ କରିବାକୁ ହେଲେ ସୋସିଆଲ ମିଡିଆ ସହ ପୁସ୍ତକ ଆକାରରେ ପ୍ରକାଶ କରାଯିବ ଆବଶ୍ୟକ। ଓଡ଼ିଆ ଭାଷା ସାହିତ୍ୟ ଓ ବେଶ ସମୃଦ୍ଧ ବୋଲି ଶ୍ରୀଯୁକ୍ତ ପ୍ରଧାନ କହିଥିଲେ। ସାମାଜିକ ଗଣମାଧ୍ୟମ ଯୁଗରେ ଲୋକମାନେ ମୋବାଇଲକୁ ବେଶୀ ଗୁରୁତ୍ବ ଦେଉଛନ୍ତି। ପାଠକଙ୍କ ରୁଚିକୁ ଗୁରୁତ୍ଵ ଦେଉଥିବା ଲେଖା ଆବଶ୍ୟକ ହେଉଥିବା ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି। ଦିନକୁ ଦିନ ବହି ପ୍ରତି ଗୁରୁତ୍ୱ କମୁଥିବା ଶ୍ରୀଯୁକ୍ତ ପଣ୍ଡା କହିଥିଲେ।

ପାଠକ ସଂଖ୍ୟା ହ୍ରାସରେ ଆମେ ଯେତିକି ଦୋଷୀ, ସମାଜ ମଧ୍ଯ ସେତିକି ଦୋଷୀ। ବିଦ୍ୟାଳୟ ପାଠାଗାର ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ବହିପ୍ରତି ଆଗ୍ରହ ସୃଷ୍ଟି ହୋଇ ପାରିବ ବୋଲି କହିଥିଲେ। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସାହିତ୍ୟସଭାରେ ଯୋଗଦେଇ, ସୁନ୍ଦରକୁ ଯେ ଗର୍ଭରେ ଧରେ ସେ ସୋନ୍ଦର୍ଯ୍ୟମୟୀ। ମା ହେଉଛି ସବୁଠୁ ସୁନ୍ଦର ବୋଲି କହିଥିଲେ। ଜୀବନରେ ବାପାଙ୍କୁ ହିରୋ ଓ ମାଆଙ୍କୁ ହିରୋଇନ ଭାବିବାକୁ ହେବ ବୋଲି ବିଧାୟକ କହିଥିଲେ। ଗୋପୀନାଥ ସେଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସିତୁ ପ୍ରକାଶ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜିତ ପୁସ୍ତକ ମେଳାରେ ବହୁ ସଂଖ୍ୟାରେ ବହି ଷ୍ଟଲ ଓ ଅନେକ କ୍ୟାରିୟର କାଉନସେଲିଂ ଷ୍ଟଲ ଖୋଲା ଯାଇଥିଲା କାର୍ଯ୍ୟକ୍ରମକୁ ଧୀରେନ୍ଦ୍ର ପଟ୍ଟନାୟକ, ସଂଜୟ କୁମାର ସ୍ୱାଇଁ, ଅନୀଲ କୁମାର ପଣ୍ଡା, ବିଶ୍ୱଜିତ୍ ନାୟକ, ବିଭୂତି ଭୂଷଣ ସ୍ୱାଇଁ, ନିହାର ପଟ୍ଟନାୟକ, ଅବିନାଶ ସାହୁ, ଶେଖ୍ ଅବଦୁଲ ଖାଲିକ, ସ୍ମିତା ସ୍ଵାଇଁ, ସୌଦାମିନୀ ସ୍ଵାଇଁ ପ୍ରମୂଖ ପରିଚାଳନା କରିଥିଲେ । ଏହି ଅବସରରେ ପୁସ୍ତକ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ କୁଇଜ୍ ପ୍ରତିଯୋଗିତାକୁ ସାମ୍ବାଦିକ ଉତ୍ପଳ କୁମାର ସାହୁ ସଂଯୋଜନା କରିଥିଲେ।

Related posts