ଦଧିବାମନ ସଂସ୍କୃତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଏବିଭିପିର ଦାବି ପତ୍ର ପ୍ରଦାନ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବଂ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ, କୁରାଳ ଓଡ଼ଗାଁର ବିଦ୍ୟାର୍ଥୀ ମାନେ ନିଜ ମିହାବିଦ୍ୟାଳୟର କିଛି ସମସ୍ୟାକୁ ନେଇ ୬ଦଫା ସମ୍ବଳିତ ଦାବିପତ୍ର ଅଧକ୍ଷଙ୍କୁ ପ୍ରଦାନ କରାଯାଇଛି। ଅଧ୍ୟକ୍ଷଙ୍କ ମାଧ୍ୟମରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଏହି ଦାବିପତ୍ରକୁ ପଠାଯିବ। ୬ଦଫା ଦାବିପତ୍ରରେ ମହାବିଦ୍ୟାଳୟର ପ୍ରତି ପାର୍ଶ୍ଵରେ ପ୍ରାଚୀର ନିର୍ମାଣ, ଛାତ୍ର ସାଧାରଣ କକ୍ଷର ନିର୍ମାଣ, ଶୌଚାଳୟର ଉନ୍ନତି କରଣ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି, ମହାବିଦ୍ୟାଳୟ ନିମନ୍ତେ ଏକ ଖେଳ ପଡିଆର ନିର୍ମାଣ ଆଦି ବିଷୟ ଉଲ୍ଲେଖ କରାଯାଇଛି। ପ୍ରକାଶ ଥାଉକି ଯେ ମହବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଦସ୍ତଖତ ଅଭିଯାନ କରାଯାଇ ପ୍ରମୁଖ ଅସୁବିଧା ଗୁଡିକର ସ୍ଥାୟୀ ସମାଧାନ ନିମନ୍ତେ ଦାବି ଉପସ୍ଥାପନ କରାଯାଇଅଛି। ଦାବି ନମାନିଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ କରାଯିବ ବୋଲି ଛାତ୍ର…

Read More

ଓଡ଼ଗାଁ ରଘୁନାଥଜୀଉଙ୍କ ହୁଣ୍ଡି ଖୋଲିଲା, ୩ ଲକ୍ଷ ୬୭ହଜାର ୪୪୪ ଟଙ୍କା ଆଦାୟ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଆଜି ଦେବୋତ୍ତର ବିଭାଗ, ରାଜସ୍ୱ ବିଭାଗ ଓ ପୁଲିସ ଉପସ୍ଥିତିରେ ଶ୍ରୀ ରଘୁନାଥ ଜୀଉଙ୍କ ହୁଣ୍ଡି ଖୋଲାଯାଇଛି।ହୁଣ୍ଡି ମଧ୍ୟରୁ ନଗଦ ୩ ଲକ୍ଷ ୬୭ ହଜାର ୪୪୪ ଟଙ୍କା ସମେତ ସୁନା ୧୪୧ ମିଲିଗ୍ରାମ,ରୁପା ୪୦୦ ମିଲିଗ୍ରାମ ଓ ୪୦୦ ଗ୍ରାମର ଗୋଟିଏ ଘଣ୍ଟି ମିଳିଥିବା ନେଇ ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ମିଳିଅଛି।ଏଥିରେ ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ଦେବୋତ୍ତର ମ୍ୟାନେଜର ତାପସରଞ୍ଜନ ପଟ୍ଟନାୟକ, ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର,ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଜ୍ୟୋସ୍ନା ଦେଇ,ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର,ସୁଆର ପରିଷଦ ସଭାପତି ସୁବ୍ରତ କୁମାର ପଣ୍ଡା,ସମ୍ପାଦକ କାର୍ତ୍ତିକଚନ୍ଦ୍ର ପଣ୍ଡା, ତହସିଲ କର୍ମଚାରୀ ଓ ପୁଲିସ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା।ସୂଚନା ଥାଉ କି ୨୦୨୫ ମସିହା ଫେବୃଆରୀ ମାସ ୨୧ ତାରିଖରେ ଶ୍ରୀ ରଘୁନାଥ ଜୀଉଙ୍କ ହୁଣ୍ଡିରୁ…

Read More

ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସଂଯୁକ୍ତ ରାଷ୍ଟ୍ରସଙ୍ଘ ଦେଶ ସମୁହ ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୧ତାରିଖକୁ ଆନ୍ତଜାତୀୟ ଶାନ୍ତି ଦିବସ ରୂପେ ପାଳନ ୧୯୮୧ମସିହାରୁ ପାଳନ କରି ଆସୁଛନ୍ତି। ଏକ ଅନ୍ତର୍ଜାତୀୟ ଅନୁଷ୍ଠାନ ଭାବେ ସ୍କାଉଟ ଗାଇଡ଼ ଏହାର ପାଳନ କରିବା ସହିତ କପୋତ ପକ୍ଷୀକୁ ଶାନ୍ତିର ପ୍ରତୀକ ଭାବେ ନେଇ ଦୁଇହାତର ଓଲଟା ପାପୁଲିକୁ ସାଂକେତିକ ଚି଼ହ୍ନ ଭାବେ ଅନ୍ୟକୁ ପ୍ରଦର୍ଶିତ କରାନ୍ତି। ନୟାଗଡ ଜିଲ୍ଲା ତରଫରୁ  ଭାରତ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀ ଓ ସ୍କାଉଟ ମାଷ୍ଟର ଏବଂ ଗାଇଡ଼ କ୍ୟାପଟେନ ମାନଙ୍କୁ ନେଇ ଓଡଗାଁ ବ୍ଲକ ଅନ୍ତର୍ଗତ ପି ଏମ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ ହୋଇସାରିଛି। ଜିଲ୍ଲା ତରଫରୁ ନୟାଗଡ଼ ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ସମ୍ପାଦକ ତଥା ଆଇ ପି ଅନିଲ କୁମାର…

Read More

୩୨ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଶରଣକୁଳ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଶରଣକୁଳ ନିକଟବର୍ତ୍ତୀ ଅସୁରିଢିପା ଗ୍ରାମରେ ଏକ୍ସାଇଜ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା। କୌଣସି ସୂତ୍ରରୁ ଖବର ପାଇ ଅସୁରିଢିପା ଗ୍ରାମର ଅପର୍ତ୍ତି ପ୍ରଧାନଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ପ୍ରଧାନ(୫୦)ଙ୍କ ଘରେ ଚଢ଼ାଉ କରିବା ସମୟରେ ତାଙ୍କଠାରୁ ୩୨ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଥିବା ଜଣାପଡିଛି। ସେ ଦୀର୍ଘ ଦିନ ଧରି ଏହି ବ୍ୟବସାୟ କରିଆସୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଫଳରେ ଯୁବ ଗୋଷ୍ଠୀ ଏହା ସେବନ କରି ବହୁ ବିପଥଗାମୀ ହେଉଥିବା ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି। କେବଳ ଅସୁରିଢିପା ନୁହଁ ତା’ର ଆଖପାଖ ଅଞ୍ଚଳରେ ମଧ୍ୟ ବେପାର ଚାଲିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି। ବଡପୁଟ ଛକରେ ଏକ ନିର୍ଦ୍ଦିଷ୍ଟ ପରିବା ଦୋକାନରେ ସମସ୍ତ ପ୍ରକାରର ନିଶା ଦ୍ରବ୍ୟ ବିକ୍ରି ହେଉଥିବାର ବାରମ୍ବାର…

Read More

ରୋହିବାଙ୍କ ବିଦ୍ୟାଳୟ ରେ ବିଶ୍ୱ ଓଜନ  ଦିବସ ପାଳିତ

ଓଡଗାଁ, (ନୟାଗଡ଼ ଦର୍ପଣ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରିବେଶ ଶିକ୍ଷା ଓ ଜଳବାୟୁ ପରିବର୍ତ୍ତନ ବିଭାଗଙ୍କ ନିର୍ଦେଶ କ୍ରମେ ପ୍ରତିବର୍ଷ ପରି ସେପ୍ଟେମ୍ବର ୧୬ତାରିଖ ଦିନ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ରେ ବିଶ୍ୱ ଓଜନ ଦିବସ ପାଳିତ ହୋଇସାରିଛି। ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟର ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ଓ ବିଜ୍ଞାନ ଶିକ୍ଷୟିତ୍ରୀ ଅବନ୍ତୀ ବେହେରା ୧୫ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ଓଜନ ସ୍ତର ସମ୍ବନ୍ଧିତ ଏକ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଶାରୀରିକ କ୍ରୀଡା ଶିକ୍ଷକ ଆଲୋକ ନାୟକଙ୍କ ସହଯୋଗରେ ଅନୁଷ୍ଠିତ କରାଯାଇଥିଲା।  ଏହାପରେ ପ୍ରକୃତି ବନ୍ଧୁ ଶ୍ରୀ ସାହୁ ଓଜନ ସ୍ତର ଆମକୁ ଛତା ପରି ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତିବାଇଗଣୀ ରଶ୍ମୀ ରୁ  କିପରି ଆମକୁ ରକ୍ଷା…

Read More

ଲୋକ ନୋଡାଲ ବିଦ୍ୟାପୀଠରେ ଦାସିଆ ଅଜା ତିରୋଧାନ ଦିବସ ପାଳିତ

ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁରସ୍ଥ ଲୋକ ନୋଡାଲ ବିଦ୍ୟାପୀଠରେ ଦାସିଆ ଅଜା ତିରୋଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ଆୟୋଜିତ ଏକ ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ଆୟୋଜିତ ସଭାରେ ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ଵଳନ କରି ମହାପ୍ରଭୁ ଜଗନ୍ନାଥ ଓ ଦାସିଆ ଅଜାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଛାତ୍ରୀମାନେ ସ୍ବାଗତ ସଂଗୀତ ଗାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵୈତ ନାରାୟଣ ରଣସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦାସିଆ ଅଜା ତିରୋଧାନ ଦିବସ ପାଳନ ସଭାରେ ମୂଖ୍ୟ ଅତିଥି ଭାବେ ପ୍ରାକ୍ତନ ଶିକ୍ଷକ ହରିହର ସାହୁ ଯୋଗ ଦେଇ ‘ଦାସିଆ ଅଜା’ଙ୍କର ଜୀବନର ବିଶେଷତା କଥା ଛଳରେ ବର୍ଣ୍ଣନା କରିଥିଲେ । ସମ୍ମାନୀତ ଅତିଥି ଭାବେ ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବୈକୁଣ୍ଠ ନାଥ…

Read More

ନଗର ବିଜେଡି ସଭାପତିଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା, ଅମୁଲ୍ୟ ନୟାଗଡ଼ ପାଇଁ ଅମୁଲ୍ୟ ଥିଲେ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ନଗର ବିଜେଡି ସଭାପତି ଅମୁଲ୍ୟ ମହାନ୍ତିଙ୍କ ପରଲୋକରେ ଆଜି ବ୍ଲକ ସଭାଗୃହଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ପ୍ରତାପ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ପ୍ରମୂଖ ଯୋଗ ଦେଇଥିଲେ । ଏହି ସଭାରେ ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇ ଅମୁଲ୍ୟ ମହାନ୍ତି ନୟାଗଡ଼ ପାଇଁ ଅମୁଲ୍ୟ ଥିଲେ ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ମହାନ୍ତିଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାରେ ହୋଇଥିଲେ ବି ସେ ନିଜକୁ ସର୍ବଦା ନୟାଗଡ଼ିଆ ବୋଲି…

Read More

ପିତାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରି ପ୍ରଂଶସା ସାଉଁଟିଲେ ଝିଅ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଦୀର୍ଘ ୫ବର୍ଷ ପରେ ନନ୍ଦିଘୋରରେ ଜୟ ଜଗନ୍ନାଥ ଚୁଡା ମିଲର ନବୀକରଣ ସହିତ ଆଜି ଶୁଭ ଉଦଘାଟନ ହୋଇଯାଇଛି। ୩ ଏକର ପରିମିତ ଜାଗାରେ ନିର୍ମିତ ଏହି ମିଲରେ ଦିନକୁ ୨୦୦ ବସ୍ତା ଧାନ ପେଡା ଯାଇ ଚୁଡା ଉତ୍ପାଦନ ହେବ ବୋଲି ଜଣାପଡିଛି। ପ୍ରୋପାଇଟର ଆଦ୍ୟାଶା ପ୍ରିୟଦର୍ଶିନୀଙ୍କ କରକମଳରେ ଏହା ଉଦଘାଟିତ ହୋଇଛି। ମୁଖ୍ୟ ଭାବେ ଜଗନ୍ନାଥ ସାହୁ ସମସ୍ତକାର୍ଯ୍ୟ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ, ଏହି ମିଲର ମାଲିକ ୨୦୨୦ ମସିହା ଜାନୁଆରୀ ମାସରେ କାର୍ ଦୁର୍ଘଟଣାରେ ସ୍ତ୍ରୀ ଓ ପୁଅ ସହିତ ପ୍ରାଣହରାଇ ଥିଲେ। ତାଙ୍କର ଯିବିତ ଏକମାତ୍ର ଝିଅ ଆଦ୍ୟାଶା ଆଜି ନିଜ ମିଲ ଚଳାଇବାକୁ ସାହସ କରିଛନ୍ତି। ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିଥିବାରୁ ଏଥିପାଇଁ ଝିଅ ଅଦ୍ୟାଶାଙ୍କୁ ସବୁମହଲରୁ ପ୍ରସଂଶାର ସୁଅ ଛୁଟିଛି। ନୂତନ ବ୍ୟବସାୟକୁ…

Read More

ଡ. ସୁରେଶ ବରାଡ଼ଙ୍କ ଉପନ୍ୟାସ ‘ଡଙ୍ଗରରେ ନିଆଁ’ ଲୋକାର୍ପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଜାଜ୍ଵଲ୍ୟମାନ ସାରସ୍ବତ ସାଧକ, କବି, ପ୍ରାବନ୍ଧିକ, ଗାଳ୍ପିକ, ଔପନାସିକ ତଥା ଲେଖକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଉପନ୍ୟାସ ‘ଡଙ୍ଗରରେ ନିଆଁ’ ପୁସ୍ତକ ଲୋକାର୍ପିତ ହୋଇ ଯାଇଛି। ସ୍ବାଧୀନତା ଦିବସ ଅବସରରେ ଗ୍ରାମ ସଭାପତି ଭରତ ସାହୁଙ୍କ ପୌରୋହିତ୍ୟରେ ଥୁଆବାରୀ ଗ୍ରାମବାସୀମାନଙ୍କ ଦ୍ଵାରା ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ମାନଙ୍କ କରକମଳରେ ଏହି ଉପନ୍ୟାସ ପୁସ୍ତକର ଲୋକାର୍ପଣ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ, ସମ୍ମାନିତ ଅତିଥି ରୂପେ ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ପାରାଢ଼ିପି ସରପଞ୍ଚ ବିଭୂତି…

Read More

ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ୍ ଆଞ୍ଚଳିକ ସାଧନକେନ୍ଦ୍ର ମଶାବାରୀ ଅନ୍ତର୍ଗତ ପନ୍ତିଖାରୀ ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଶାବାରୀରେ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଣତି ମଞ୍ଜରୀ ଶର୍ମା, ହୋମିଓପ୍ୟାଥିକ ଡାକ୍ତର ଦେବୀ ପ୍ରସାଦ ପଣ୍ଡା ଓ ପ୍ରକୃତିବନ୍ଧୁ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ ଉପସ୍ଥିତ ହୋଇ ପ୍ରଥମେ ଏକବୃକ୍ଷରେ ସମସ୍ତେ ଜଳଦାନ କରି ଠାକୁରଙ୍କ ନିକଟରେ ଧୂପ ଦୀପ ଅର୍ପଣ କରିଥିଲେ।ବିଦ୍ୟାଳୟର ଶିକ୍ଷାର୍ଥୀମାନେ ମୁଖସ୍ଥ ଶିବ ପଞ୍ଚାକ୍ଷର ମନ୍ତ୍ରଗାନ କରିଥିଲେ।ବରିଷ୍ଠ ଶିକ୍ଷୟିତ୍ରୀ ସୁରମା ଷଢଙ୍ଗୀ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ଡାକ୍ତର ଶର୍ମା ଶିକ୍ଷାର୍ଥୀଙ୍କୁ କଲେରା, ଡେଙ୍ଗୁ ଓ ମ୍ୟାଲେରିଆ ସମ୍ପର୍କରେ ବୁଝାଇବା…

Read More