ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଦିନକୁ ଦିନ ସମଗ୍ର ବିଶ୍ୱରେ ମଧୁର ଜଳ ପରିମାଣ ହ୍ରାସ ପାଉଥିବା ଦେଖି ସମଗ୍ର ବିଶ୍ୱ ଆଜି ଚକିତ। ତେଣୁ କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ସମଗ୍ର ରାଜ୍ୟର ଶିକ୍ଷା ବିଭାଗ ନିଜ ନିଜ ବିଦ୍ୟାଳୟରେ ଷଷ୍ଠରୁ କଲେଜ ସ୍ତର ପର୍ଯନ୍ତ ପ୍ରତ୍ୟେକ ପିଲାଙ୍କୁ ବିଶ୍ୱ ଜଳାଭୂମି ଦିବସ ପାଳନ କରି ଭୁଗର୍ଭ ଜଳପରିମାଣ ବୃଦ୍ଧି କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜନ ଜାଗରଣକରାଇବା ପାଇଁ ନିର୍ଦେଶ ଦିଆଯାଇଛି । ଏହାକୁ ଛାତ୍ର ଛାତ୍ରୀଙ୍କ ମାଧ୍ୟମରେ ଲୋକ ସଚେତନତା ପାଇଁ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ଛାତ୍ର ଛାତ୍ରୀମାନେ ବିଦ୍ୟାଳୟରେ ବିଶ୍ୱଜଳାଭୂମି ଦିବସ ପାଳନ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ଓ ବିଜ୍ଞାନ ଶିକ୍ଷୟିତ୍ରୀ ଅବନ୍ତୀ ବେହେରା ଷଷ୍ଠ ରୁ ନବମ ଶ୍ରେଣୀ ପିଲାଙ୍କୁ ନେଇ ”ମୋ ଆଦର୍ଶ ଜଳାଶୟ” ଚିତ୍ରାଙ୍କନ ପ୍ରତିଯୋଗିତା ସାଙ୍ଗକୁ ନିଜେ ଜଣେଜଣେ ଆଦ୍ରଭୂମି ମିତ୍ର ହେବାକୁ ଶପଥ କରାଇଥିଲେ। ଏହାପରେ ରୋହିବାଙ୍କ ବଡ଼ପୋଖରୀ ହିଡରେ ବୃକ୍ଷରୋପଣ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ସମସ୍ତ ପ୍ରତିଯୋଗି ମାନଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ସାହୁ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

