ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଘରଚଟିଆ ଦିବସ ଉପଲକ୍ଷେ ପକ୍ଷୀବସା ସାଙ୍ଗକୁ ପକ୍ଷୀ ମାନଙ୍କ ପାଇଁ ଖାଦ୍ୟ ଓ ମାଠିଆରେ ପାନୀୟ ଦେଇ ଗଛମାନଙ୍କରେ ଝୁଲାଯାଇଥିଲା। ସବୁଠାରୁ ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷ ଜାତି ନିଜର ଭୋଗବିଳାସ ଜୀବନ ପାଇଁ ନୂଆ ନୂଆ ଯନ୍ତ୍ର ଉଦ୍ଭାବନ କରି ବାୟୁମଣ୍ଡଳକୁ ଦୂଷିତ କରିବା ସହିତ ଅନ୍ୟର ଘର ଓ ବଂଶ ନିପାତ କରୁଛି। ସେହି ନିରୀହ ପକ୍ଷୀ ହେଉଛି ଘର ଚଟିଆ। ସେମାନଙ୍କ ବଂଶ ରକ୍ଷା ସହିତ ପିଲାଙ୍କ ମନରେ ପକ୍ଷୀମାନଙ୍କ ପାଇଁ ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବାକୁ ମନୋଭାବ ସୃଷ୍ଟି କରାଇଥିଲେ ବିଦ୍ୟାଳୟ ର ଶିକ୍ଷକ ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ। ଏସବୁ କାର୍ଯ୍ୟରେ ସହଯୋଗ କରିଥିଲେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଆଲୋକ ନାୟକ। ନଡ଼ିଆ କତାରେ ପିଲାଙ୍କ ସହଯୋଗରେ ପକ୍ଷୀବସା କରାଇ ସେମାନଙ୍କୁ ଖାଦ୍ୟ ଓ ମାଠିଆରେ ପାଣି ଦେଇ ଗଛରେ ଝୁଲାଇଥିଲେ।
ବିଶ୍ୱ ଘରଚଟିଆ ଦିବସରେ ଗଛରେ ପକ୍ଷୀବସା ସାଙ୍ଗକୁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା
