ରୋହିବାଙ୍କ ଗ୍ରାମରେ ବନ୍ୟାଗ୍ନୀ ନିରାକରଣ ସଚେତନତା ରାଲି

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଗ୍ରାମରେ ଅନୁଷ୍ଠିତ ହୋଇସାରିଛି ବନ୍ୟାଗ୍ନୀ ନିରାକରଣ ସଚେତନତା ରାଲି। ଓଡଗାଁ ଜଙ୍ଗଲ ଓ ପରିବେଶ ଜଳବାୟୁ ବିଭାଗ ର  ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଅଭିମନ୍ୟୁ ମଲ୍ଲିକ ଓ ଓଡଗାଁ ଗୋଷ୍ଠୀ ଶିକ୍ଷା ବିଭାଗ ନିର୍ଦେଶ କ୍ରମେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ଓ ବିଦ୍ୟାଳୟର ଶିକ୍ଷକ ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏହି ରାଲି ରେ ଯୋଗଦେଇଥିଲେ।

ଏହି ରାଲିରେ ଅନ୍ୟ ଅତିଥିଭାବେ ଓଡଗାଁ ବନପାଳ ସରିତା ବରାଳ, ବନରକ୍ଷୀ ସୌମ୍ୟରଂଜନ ଦଳେଇ, ଦିପ୍ତିମୟୀ ରାଉଳ, ଉଦ୍ଧବ ପ୍ରଧାନ, ମାନସ ରଞ୍ଜନ ମିଶ୍ର, ଦିଲ୍ଲୀପ କୁମାର ପ୍ରଧାନ ସହିତ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ ନାହାକ, ସୂର୍ଯ୍ୟମଣୀ ନାୟକ, ଖଗେଶ୍ୱର ବେହେରା, ଶିକ୍ଷୟିତ୍ରୀ ଅବନ୍ତୀ ବେହେରା ଓ ପଦ୍ମିନୀ କୁମାରୀ ନାୟକ ଯୋଗ ଦେଇଥିଲେ। ଉକ୍ତ ରାଲି ରୋହିବାଙ୍କ ବିଦ୍ୟାଳୟରୁ ସକାଳ ୧୦ଟା ସମୟରୁ ବାହାରି ରୋହିବାଙ୍କ ଗ୍ରାମ ପରିକ୍ରମା କରିଥିଲା। ଡକାଵାଜି ଯନ୍ତ୍ର ସାହାଯ୍ୟରେ ମିଳିତ ସ୍ଲୋଗାନ “ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା ସୁସ୍ଥ ଜଳବାୟୁ ଆମେ ପାଇବା, ପାହାଡର ଡାକ ଶୁଣ ହେ ଭାଈ ଜଙ୍ଗଲରେ ନିଆଁ ଲଗାଅ ନାହିଁ ” ଦିଆ ଯାଇଥିଲା।

ଏହାପରେ ବିଦ୍ୟାଳୟରେ ଏକ ସଚେତନତା ସଭା କରାଯାଇ ଜଙ୍ଗଲକୁ ନିଆଁ ଦାୟିରୁ ରକ୍ଷା କରିବା ପାଇଁ ଏକ ଶପଥ ପାଠ କରାଯାଇଥିଲା। ନିଆଁ ଏକ ମନୁଷ୍ୟ କୃତ ହୋଇଥିବାରୁ ବିଡି, ସିଗାରେଟ ନିଆଁ, କିମ୍ବା ଜଙ୍ଗଲୀ ଜୀବ ଜନ୍ତୁଙ୍କ ମାଂସ ପାଇଁ ମଣିଷ ନିଆଁ ଲଗାଇଦେଉଛି। ଫଳରେ ବାୟୁ ମଣ୍ଡଳର ତାପମାତ୍ରା ବଢିବା ସହିତ ଜଙ୍ଗଲୀ ଜୀବଜନ୍ତୁ ଆହାର ନ ପାଇଁ ଗାଁ ଓ ସହର ଅଭିମୁଖୀ ହେଉଛନ୍ତି। ଫଳରେ କେତେବେଳେ ମଣିଷର ମୃତ୍ୟୁ ହେବା ସହିତ କେତେବେଳେ ନିରୀହ ଜଙ୍ଗଲୀ ପ୍ରାଣୀର ମୃତ୍ୟୁ ହେଉଛି। ତେଣୁ ଓଡଗାଁ ଜଙ୍ଗଲ ବିଭାଗ ଦ୍ୱାରା ଏ ବିଷୟରେ ତଥ୍ୟ ପ୍ରଦାନ କରିବା ପାଇଁ ୩ ଟି ଯୋଗାଯୋଗ ନମ୍ବର 06753296520, 9178515154, 9668108792 କୁ ସର୍ବ ସାଧାରଣରେ ପ୍ରଦାନ କରା ଯାଇଛି। ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଦଳେଇ ଏବଂ ଶିକ୍ଷକ ଶ୍ରୀ ସାହୁ ପରିଚାଳନା କରିଥିଲେ।

Related posts