ଖେଳ ପଡିଆ ଯିଏ ଦେଖିନି ତାକୁ ଡାକ୍ତରଖାନା ସ୍ୱାଗତ କରିବ : ଅରୁଣ ନୟାଗଡ଼,(ନୟାଗଡ଼ ଦର୍ପଣ): ବାଜିଛି ନିର୍ବାଚନ ବିଗୁଲ । ଏହା ମଧ୍ୟରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବହୁ ଦିନ ଧରି ଆରମ୍ଭ କରିଛନ୍ତି ନୂଆ ପ୍ରୟାସ । ବିଭିନ୍ନ ସମୟରେ ଛାତ୍ର ଓ ଯୁବକ ମାନଙ୍କୁ ନେଇ ସୁସ୍ଥ ସମାଜ ଗଠନ ସହିତ ଯୁବକ ମାନେ କିପରି ଶାରିରୀକ ମାନସିକ ସ୍ତରରେ ସୁସ୍ଥ ରହିବେ ସେଥି ନିମନ୍ତେ ଆରମ୍ଭ କରିଛନ୍ତି ପ୍ରୟାସ । ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଥିବା ଅରୁଣ ଏହା ମଧ୍ୟରେ ଯୁବ ଛାତ୍ରଙ୍କୁ ମୋଟିଭେସନାଲ କ୍ଲାସ ମାଧ୍ୟମରେ ଅନେକ ଟିପ୍ସ ଦେଇଛନ୍ତି । ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଯୁବକ ମାନଙ୍କୁ ନେଇ ଏକ ମୋଟିଭେସନାଲ କ୍ଲାସ କରିଛନ୍ତି । ସମାଜକୁ ସୁସ୍ଥ ରଖିବା ପାଇଁ…
Read MoreCategory: ଓଡ଼ଗାଁ ବ୍ଲକ
ବିଜେପି ଯୁବ ମୋର୍ଚ୍ଚାର ୨୫ରୁ ଉର୍ଦ୍ଧ୍ୱ ଯୁବକ ବିଜେଡିରେ ସାମିଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ଶକ୍ତିଶାଳୀ ହେବାରେ ଲାଗିଛି ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେପି ଛାଡି ବହୁ କର୍ମୀ ବିଜେଡ଼ିରେ ଯୋଗ ଦେଉଛନ୍ତି । ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଚେଷ୍ଟା ଓ ପ୍ରଚେଷ୍ଟାରେ ଗାଁ ଗାଁରେ ଉର୍ନ୍ନତି ଛାପରେ ସନ୍ତୁଷ୍ଟ ହେଉଛନ୍ତି ସାଧାରଣ ଜନତା । ଯେଉଁଥି ପାଇଁ ନୟାଗଡ଼, ବିଜେଡି ଗଡ଼ ହେବାକୁ ଯାଉଛି । ଆଜି ନୟାଗଡ଼ ବିଜୁ ଜନତା କାର୍ଯ୍ୟାଳୟରେ ଲାଠିପଡା ପଞ୍ଚାୟତର ବିଜେପି ଯୁବ ମୋର୍ଚ୍ଚାର ୨୫ରୁ ଉର୍ଦ୍ଧ ଯୁବକ ବିଜେଡ଼ିରେ ଯୋଗଦେଇଛନ୍ତି। ଆଜିର ଏହି ମିଶ୍ରଣ ପର୍ବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ସମେତ ବିଜେଡି ନେତ୍ରୀ ଇରାନୀ ରାୟ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବରିଷ୍ଠ…
Read Moreଶକ୍ତିଶାଳୀ ହେଉଛି ନୟାଗଡ଼ ବିଜେଡି
ନୟାଗଡ଼,(ନୟାଗଡ଼ ଦର୍ପଣ): ପାଖେଇ ଆସୁଛି ଲୋକସଭା ଓ ବିଧାନସଭା ନିର୍ବାଚନ । ଶକ୍ତିଶାଳୀ ହେବାରେ ଲାଗିଛି ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିରୋଧୀ ଦଳର ବହୁ କର୍ମୀ ମାନେ ବିଜେଡି ଦଳରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବିରୋଧୀ ଦଳର କର୍ମୀ ମାନେ ବିଜେଡିରେ ସାମିଲ ହେଉଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହେଉଛନ୍ତି ଜନତା । ଯେଉଁଥି ପାଇଁ ବିଜେଡି ଗଡ଼ ହେବାକୁ ଯାଉଛି । ଆଜି ନୟାଗଡ଼ ବିଜୁ ଜନତା କାର୍ଯ୍ୟାଳୟରେ ଲେଖନପୁର, ପିଆସାଳିଆ, ମଜୁରିଆପଲ୍ଲୀ, ଅସୁରଢିପା ଓ ଯଦୁପୁର ଗ୍ରାମର ୫୦ ରୁ ଉର୍ଦ୍ଧ୍ୱ ପରିବାର ବିଜେଡିରେ…
Read Moreଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀର ୪୭ତମ ପ୍ରାଦେଶିକ ସମ୍ମିଳନୀ ଉଦଘାଟିତ
ଶରଣକୁଳ, (ନୟାଗଡ଼ ଦର୍ପଣ) ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଚଡୟାପଲ୍ଲୀ ଗ୍ରାମରେ ଆଜି ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀର ୪୭ତମ ପ୍ରାଦେଶିକ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଦଳପତି ପ୍ରାଧ୍ୟାପକ ଡ.ଗୋପାଳ ଚନ୍ଦ୍ର ରଥଙ୍କ ପୈାରୋହିତ୍ୟରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷାର ସାହିତ୍ୟ ବିଭାଗର ପ୍ରାକ୍ତନ ବିଭାଗ ମୁଖ୍ୟ ଡ.ଗୋବିନ୍ଦ ଚନ୍ଦ୍ର ଦାଶ। ସାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୫୦୦ରୁ ଅଧିକ ଚାରଣ ସଦସ୍ୟ ଏଥିରେ ଯୋଗ ଦେଇଥିଲେ। ଏହି ପ୍ରାଦେଶିକ ସମ୍ମିଳନୀ ତିନିଦିନ ଧରି ଚାଲିବ। ଆଜି ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବକ କୃଷ୍ଣଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ବରିଷ୍ଠ ଦୟିତା ପତି ଲୋକନାଥ ଦାସ ମହାପାତ୍ର ଓ ବରିଷ୍ଠ ସୁଆର ବଳଭଦ୍ର ମହାପାତ୍ର। ମୁଖ୍ୟବକ୍ତା ଦାୟିତ୍ଵ ତୁଲାଇଥିଲେ…
Read Moreନୟାଗଡ଼ ବ୍ଲକ ବିଜେଡ଼ି ଉପ ସଭାପତି ହେଲେ ସରିଫ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ବ୍ଲକ ବିଜୁ ଜନତା ଦଳ ଉପସଭାପତି ଭାବେ ବିଶିଷ୍ଟ ସମାଜସେବୀ ବିଜୁ ଜନତାଦଳର ଛାମୁଆ କର୍ମୀ ତଥା ସଂଗଠକ ସରିଫ ଖାଁଙ୍କୁ ବିଜୁ ଜନତା ଦଳର ନୟାଗଡ଼ ବ୍ଲକ ଉପସଭାପତି ଭାବେ ନିଯୁକ୍ତି ମିଳିଛି। ଦିନକୁ ଦିନ ଶକ୍ତିଶାଳୀ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ। ଦଳକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦେଉଛନ୍ତି ପରାମର୍ଶ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ପଥକୁ ବିରୋଧୀ ବି ଆପଣାଇଲାଣି । ଅଧିକ ଦଳକୁ ସଂଗଠିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ନୟାଗଡ଼ ବ୍ଲକର ବିଜୁ ଜନତା ଦଳ ଉପ ସଭାପତି ଭାବେ ସିନ୍ଦୁରିଆ ଗ୍ରାମର ସରିଫ…
Read Moreଓଡଗାଁ ଭାଜପାର ୧୮ପରିବାର ଓ ବହୁ ମହିଳା ନେତ୍ରୀ ବିଜେଡିରେ ସାମିଲ
ଓଡ଼ଗାଁରେ ବିଜେଡି ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ରାମସାଗର କଲ୍ୟାଣମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁ,ପୁରୀ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ,ବିଜେଡି ନେତ୍ରୀ ଇରାନୀ ରାୟ,ବିରଜାଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ନୟାଗଡ଼ ପ୍ରାର୍ଥୀ ଡ଼ ଅରୁଣ କୁମାର ସାହୁ ନୀତିଗତ ଲଢେଇରେ ବ୍ୟକ୍ତିଗତ ସ୍ତରକୁ ଯିବା ମୋର ଅଭ୍ୟାସ ନାହିଁ କିନ୍ତୁ ତାହା ଏବେ ଭାରତବର୍ଷରେ ଚାଲିଛି।ନୟାଗଡ଼ରେ ଏବେ କିଛି ଲକ୍ଷ୍ମୀ ଛଡା,ଗୋଷ୍ଠୀ ଛଡା ଓ ଘର ଛଡା ମାତିଛନ୍ତି ଏବଂ ନୟାଗଡ଼ ଜନସାଧାରଣ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି ଓ ସେମାନେ ହାରିବାଟା ଥୟ ବୋଲି କହିଥିଲେ।ଠିକ ସେହିପରି ଅରୁପ ପଟ୍ଟନାୟକ ଜଣେ ଭଲ…
Read More‘ମାଟି ମା’ ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଛନ୍ତି: ଅରୂପ
ଡବଲ ଶଙ୍ଖ ଆହ୍ବାନ ଦେଲେ ଅରୂପ ଓ ଅରୁଣ ୪ ଶହ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିଲେ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆଜି କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ପୁରୀ ସାଂସଦ ପାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ଼ ବିଧାୟକ ପାର୍ଥି ଡ. ଅରୁଣ କୁମାର ସାହୁ ଯୋଗଦେଇ ଡବଲ ଶଙ୍ଖ ପାଇଁ ଆହ୍ବାନ ଦେଇଥିଲେ। ରାଜନୀତି ସହ ସେବା ମୋ ଜୀବନର ଲକ୍ଷ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ। କରୋନା ମହାମାରୀ ସମୟରୁ ‘ଓଡ଼ିଶା ମୋ ପରିବାର’ ସେବା ପାଇଁ ବଳିଷ୍ଠ ଉଦ୍ୟମ ପାଲଟିଥିବା କହିଥିଲେ। ମାଟି ମା’ ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଛନ୍ତି। ବିଜୁ ଜନତା ଦଳ ଖରା, ବର୍ଷା, ଶୀତ କାକରରେ…
Read Moreଡ. ସୁରେଶ ବରାଡ଼ଙ୍କ
‘ଶ୍ରୀଜଗନ୍ନାଥ ବେଶ, ପରମ୍ପରା: ଏକ ଅଧ୍ୟୟନ’ ପୁସ୍ତକ ଲୋକାର୍ପିତ
ଶରଣକୁଳ,(ନୟାଗଡ଼ ଦର୍ପଣ): ପବିତ୍ର ଦୋଳପୂର୍ଣିମା ଅବସରରେ ନୟାଗଡ଼ ଜିଲ୍ଲାର ଜାଜ୍ଵଲ୍ୟମାନ ସାରସ୍ବତ ସାଧକ, କବି, ପ୍ରାବନ୍ଧିକ ତଥା ଲେଖକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ‘ଶ୍ରୀ ଜଗନ୍ନାଥ ବେଶ ପରମ୍ପରା: ଏକ ଅଧ୍ୟୟନ’ ପୁସ୍ତକ ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦ ତରଫରୁ ଲୋକାର୍ପିତ ହୋଇ ଯାଇଛି। ଡ଼ଃ ବରାଡ଼ଙ୍କ ଏହି ପୁସ୍ତକ ଅତିଥିମାନଙ୍କ କର କମଳରେ ଶରଣକୁଳ ବିଜେ ପ୍ରଭୁ ଶ୍ରୀ ଶ୍ରୀ ଲଡୁବାବଳଙ୍କ ପୀଠ ପରିସରରେ ଲୋକାର୍ପିତ ହୋଇଯାଇଛି। ନୟାଗଡ଼ ସ୍ଵଂୟଶାସିତ ମହାବିଦ୍ୟାଳୟର, ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ବିଭାଗମୁଖ୍ୟ, ପ୍ରାଧ୍ୟାପକ ଡଃ ଗୋବିନ୍ଦ ଚନ୍ଦ୍ର ଦାଶ, ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, କବି ଓ ସାମ୍ବାଦିକ ଓ କବି ଦୀନବନ୍ଧୁ ମହାପାତ୍ର, ସାମ୍ବାଦିକ ଦିଲୀପ କୁମାର ମିଶ୍ର, ଜୟକୃଷ୍ଣ ସାହୁ, ବରିଷ୍ଠ ସାହିତ୍ୟିକ କବି…
Read Moreଓଡଗାଁ ମାଳିଆଝୋଲା ଗାଁରେ ବିଲୁଆ ଆକ୍ରମଣରେ ଦୁଇ ଆହତ
ଓଡଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବନାଞ୍ଚଳ ବାହାଡ଼ାଝୋଲା ସେକ୍ସନ ମାଳିଆଝୋଲା ଗ୍ରାମରେ ବିଲୁଆ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବାବେଳେ ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି।ଗୁରୁତର ମହିଳା ଜଣଙ୍କ ଉକ୍ତ ଗ୍ରାମର କଳାବତୀ ନାୟକ ଓ ଆହତ ଯୁବକ ଜଣଙ୍କ ଭଞ୍ଜ ନାୟକ ଅଟନ୍ତି। ସୂଚନା ଅନୁଯାୟୀ ସକାଳ ୮ଘଟିକା ସମୟରେ ମାଳିଆଝୋଲା ଗାଁ ମୁଣ୍ଡରେ ଥିବା ନିଜ ବିଲରେ କଳାବତୀ ମୁଗ ଉପାଡୁଥିବା ସମୟରେ ବିଲୁଆଟି ଅତର୍କିତ ଭାବରେ କଳାବତୀଙ୍କ ଉପରକୁ ଆକ୍ରମଣ କରିବା ସହ ହାତ ଓ ଗୋଡ଼କୁ କାମୁଡି ରକ୍ତାକ୍ତ କରିଦେଇଥିଲା। ସ୍ଥାନୀୟ ଲୋକେ କଳାବତୀଙ୍କୁ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା କରାଇଥିଲେ। ଅବସ୍ଥା ଗୁରୁତର ହେବାରୁ ୧୦୮ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ଭଞ୍ଜ ନିତ୍ୟକର୍ମ ସାରିବା ଉଦ୍ଦେଶ୍ୟରେ ବିଲକୁ ଯାଇଥିବା ସମୟରେ ବିଲୁଆଟିଆକ୍ରମଣ କରି…
Read Moreଶହ ଶହ କର୍ମୀଙ୍କ ସହ ବିଜେଡ଼ିରେ ମିଶିଲେ ଇରାନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଜେଡିରେ ଇରାନୀ ରାୟ। ବିଜେପି ନେତ୍ରୀ ଇରାନୀ ରାୟ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଶହ ଶହ ସମର୍ଥକଙ୍କ ସହିତ ସେ ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି। ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଡ଼ ଅରୁଣ କୁମାର ସାହୁ ଓ ରାଜ୍ୟସଭା ସାଂସଦ ସଶ୍ମିତ ପାତ୍ର ମଧ୍ୟ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ। ସୂଚନା ଥାଉକି ଇରାନୀ ରାୟ କିଛି ଦିନ ତଳେ ବିଜେପି ଛାଡିଥିଲେ । ନୟାଗଡ଼ରୁ ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଇରାନୀ । ତେବେ ବିଜେଡିରେ ମିଶିଲା ପରେ ଇରାନୀ…
Read More