ପୁଣି ୩୫ନେତା ବିଜେଡିରେ ହେଲେ ସାମିଲ, ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧି ଶିବିର

ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିରୋଧି ଶିବିର ଦିନକୁ ଦିନ ଦୁର୍ବଳ ହେଉଛି । ବିଜେପି ନେତା ଓ କର୍ମୀଙ୍କ ସୁଅ ବିଜେଡି ମୁହାଁ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଚିନ୍ତାଧାରା ଏବଂ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଶାନ୍ତି, ମୈତ୍ରୀ ଓ ଉନ୍ନତୀର ନାରା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ମଜୁବୁତ କରିଛି । ଗତ ଏକ ମାସ ମଧ୍ୟରେ ହଜାରରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ନିର୍ବାଚନ ମଣ୍ଡଳୀରେ ବିଜେଡି ଶକ୍ତି ବୃଦ୍ଧି ହୋଇ ଚାଲିଥିବା ବେଳେ ବିରୋଧି ସଂଗଠନ ଦୁର୍ବଳ ହେଉଛି । ଆଜି ଓଡ଼ଗାଁ ବ୍ଲକ ବିଜେଡି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରପିଠା ପଞ୍ଚାୟତର ୩୫ ଯୁବକ, ମହିଳା ଓ ବରିଷ୍ଠ ନେତା ବିଜେଡିରେ ସାମିଲ ହୋଇଛନ୍ତି। ପୂର୍ବତନ ସରପଞ୍ଚ ତ୍ରିଭୁବନ ଚରଣ ଦେଓ, ରାଧାକ୍ରିଷ୍ଣ ଡାକୁଆ, ବଂଶୀଧର ସାହୁ, କାଳୁ ଚରଣ ନାୟକ, କ୍ଷୀରୋଦ କୁମାର ମିଶ୍ର, ନଟବର ବେହେରା, ସଞ୍ଜୟ ନାୟକ, ଭାସ୍କର ମହାରଣା, ଦୀପକ ସାହୁ, ମାଗୁଣି ପରିଡ଼ା, ଗୁଣ୍ଡିଚା ପ୍ରଧାନ, ବୁଲୁ ସାହୁ, ମୀନା ପଟ୍ଟନାୟକ, ଟୁନା ଦାସ, ପିନାକୀ ଜେନା, ରାକେଶ ସାହୁ, ବାଦଲ ପ୍ରଧାନ, ଦାମ ବେହେରା, ବାଙ୍କନିଧି ନାୟକ, ପୁର୍ଣ୍ଣଚନ୍ଦ୍ର ସାହୁ, ସ୍ମୃତିରଞ୍ଜନ ମହାରଣା, ପ୍ରଫୁଲ୍ଲ ମହାରଣା, ମକରା ନାହାକ, ଦିଲ୍ଲୀପ କୁମାର ନାୟକ, ସାଇବଣି ସାହୁ, ରୋଜାଲିନ ସାହୁ, ରଙ୍କନିଧି ସାହୁ, ଚଞ୍ଚଳା ପ୍ରଧାନ, ଉତ୍ତମ ବେହେରା, ରଶିଆ ପରିଡ଼ା, ତିଳ ନାୟକ, ଅଭୟ ପ୍ରଧାନ, ଗୋଲାପ ମହାରଣା, ରୁବି ସାସତ, ମଞ୍ଜୁଲତା ବେହେରା ପ୍ରମୂଖ ବିଜେଡିରେ ସାମିଲ ହୋଇଥିଲେ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ତାଙ୍କୁ ଦଳକୁ ସ୍ୱାଗତ କରିଥିବା ବେଳେ ନେତା ଓ କର୍ମୀମାନେ ବିଜେଡିକୁ ଶକ୍ତିଶାଳୀ କରିବେ ବୋଲି କହିଛନ୍ତି । ଏହି ମିଶ୍ରଣ ପର୍ବରେ ନୟାଗଡ଼ ଜିଲ୍ଲା ବିଜେଡି ସହ ପର୍ଯ୍ୟବେକ୍ଷକ ଇରାନୀ ରାୟ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ ।

Related posts