ନୟାଗଡ଼ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେପି ଜିଲ୍ଲା ଅନୁସୂଚିତ ଜାତି ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଙ୍କୁ ପିସିସି ସାଧାରଣ ସମ୍ପାଦକ ହୁସେନ ଖାଁ, ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଏବଂ ବରିଷ୍ଠ ନେତା କମଳ ଚରଣ ସାହୁ ପ୍ରମୁଖ ବିଦ୍ଧିବଦ୍ଧ ଭାବେ କଂଗ୍ରେସ ଦଳରେ ମିଶ୍ରଣ କରାଇଛନ୍ତି। ତାଙ୍କ ସହ ଦଳିତ ବିଜେପି କାର୍ଯ୍ୟକର୍ତା ସୁମନ୍ତ ନାଏକ, ଆଶା ନାଏକ, ଟୀକାନ ଘଡେଇ, ପ୍ରଫୁଲ୍ଲ ଦାଶ, ଆଦିବାସୀ ନେତା ବୈଦ୍ୟନାଥ କଂହର ପ୍ରମୁଖ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ସୁଶାନ୍ତ କଂଗ୍ରେସ ଦଳରେ ମିଶିବା ପରେ ଦଶପଲ୍ଲା ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜେପି-ବିଜେଡି ମ୍ୟାଚ ଫିକ୍ସିଂ କରାଯାଇ ବିଜେଡି ପ୍ରାର୍ଥୀ ଙ୍କୁ ଜିତାଇବା ପାଇଁ ବିଜେପି ରାଜ୍ୟ ନେତୃତ୍ୱ ନିର୍ବାଚନ ମଣ୍ଡଳୀ ବୁର୍ବଳ ପ୍ରାର୍ଥୀ ଦେଇଛି। ସ୍ୱାଭିମାନୀ କାର୍ଯ୍ୟକର୍ତା ଭାବେ ସେ ବିଜେପି ଛାଡିଛନ୍ତି କହି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ଆଗକୁ ବହୁ ବିଜେପି କର୍ମୀ ଦଳ ଛାଡ଼ିବେ ବୋଲି କହିଛନ୍ତି।

Related posts