⭕ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।
⭕ଆରମ୍ଭ ହେଲେ ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡି ଯାତ୍ରା, ଜନ୍ମ ନେଲେ ପ୍ରଭୁ ଶ୍ରୀରାମ, ଦଶରଥଙ୍କ ନଗର ପରିକ୍ରମା କରି ପ୍ରଜାଙ୍କ କଥା ବୁଝି, ଆଶିର୍ବାଦ ନେଲେ ଶ୍ରଦ୍ଧାଳୁ
⭕ବଲାଙ୍ଗୀରର କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବେ।
⭕ଆଗାମୀ ୫ ଦିନ ଅସହ୍ୟ ତାତି, କଲବଲ କରିବ ଗ୍ରୀଷ୍ମପ୍ରବାହ । ୨୧ ପରେ ପାଣିପାଗ ବଦଳିବା ସମ୍ଭାବନା।
⭕କୋଟିଆବାସୀଙ୍କ ପାଇଁ ଚିନ୍ତାରେ ପ୍ରଶାସନ: ସକାଳେ ଓଡ଼ିଶା, ଅପରାହ୍ନରେ ଆନ୍ଧ୍ରରେ ଦେବେ ଭୋଟ।
⭕ପ୍ରବଳ ଖରାକୁ ଦୃଷ୍ଟିରେ ରଖି ୩ ଦିନ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର।
⭕ବିଜେଡି ଫୋକସରେ ମହିଳା ପ୍ରାର୍ଥୀ, ବିଧାନସଭାରେ ୩୦ରୁ ଅଧିକ ସିଟ୍ରେ ଦେବ ଟିକେଟ୍ !
⭕କଟିଲା ବିଧାୟକ ସମୀର ଦାଶଙ୍କ ଟିକେଟ୍ । ଦିଲ୍ଲୀପ ନାୟକଙ୍କ ଉପରେ ଭରସା କଲା ଦଳ।
⭕ଜଗତସିଂହପୁର: ମଞ୍ଚରେ ଆଣ୍ଠେଇ ଭୋଟ୍ ଭିକ୍ଷା କଲେ ରାଜଶ୍ରୀ ଓ ରମାକାନ୍ତ।
⭕ସମ୍ବଲପୁର, ରେଢାଖୋଲ ଆସନରେ ବଦଳିଲେ ବିଜେଡି ପ୍ରାର୍ଥୀ । ରୋହିତ ଗଲେ ସମ୍ବଲପୁର, ପ୍ରସନ୍ନ ଆସିଲେ ରେଢାଖୋଲ।
⭕ଜୟପୁରରେ ପୁରୁଣା ଫାଇଟ୍:ତାରା-ଇନ୍ଦିରାଙ୍କ ମଧ୍ୟରେ ହେବ ମୁକାବିଲା।
⭕ନୟାଗଡ଼:ଦୁଇ ସରକାରୀ କର୍ମଚାରୀ ନିଲମ୍ବିତ, ରାଜନୈତିକ କାର୍ଯ୍ୟକ୍ରମରେ ଥିଲେ ସାମିଲ।
⭕ଭୁବନେଶ୍ୱର: ତିନି ମୁଣ୍ଡିଆ ଛକରେ ଅଟକିଲା ରୁକୁଣା ରଥ,ଆଜି ଅପରାହ୍ନ ୨ଟାରେ ହେବ ରଥ ଟଣା।
⭕କେନ୍ଦ୍ରାପଡ଼ା ଆସନରୁ ବିଜେଡ଼ି ପ୍ରାର୍ଥୀ ଘୋଷଣାରେ ବିଳମ୍ବ, ଦୋଛକିରେ ନେତା ଓ କର୍ମୀ।
⭕ଖପୁରିଆ କରତକଳରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ରଥକାଠ ଚିରଟ ଅନୁକୂଳ।
⭕ଆଚାର୍ଯ୍ୟ ବିହାର:କାର୍କୁ ପଛରୁ ଧକ୍କା ଦେଲା ଟ୍ରକ୍, ରାସ୍ତା ଉପରେ ଓଲଟିପଡିଲା କାର୍।
⭕ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ୱଳ ହେଲେ ଅନନ୍ତ ଅମ୍ବାନୀ, ଶ୍ରୀମନ୍ଦିର ପ୍ରଶାସନକୁ ୨ କୋଟି ୫୧ ଲକ୍ଷ ଟଙ୍କା ଦାନ ଦେଲେ।
⭕ନୂଆ ଦିଲ୍ଲୀ: ଆୟକର ଦାଖଲ ଶେଷ ତାରିଖ ଜୁଲାଇ ୩୧ ତାରିଖ।
⭕ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବେହାଲ ଦୁବାଇ,ଭାରତ-ଦୁବାଇ ମଧ୍ୟରେ ୨୮ଟି ବିମାନ ବାତିଲ୍।
⭕ରାମନବମୀ: ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ସୂର୍ଯ୍ୟତିଳକ ଲାଗି, ୪ ମିନିଟ ଯାଏଁ ପଡିଲା ସୂର୍ଯ୍ୟକିରଣ , ସାରା ଦେଶ ଦେଖିଲା ଅଭୁତ ଦୃଶ୍ୟ।
⭕IPL:ବୋଲରଙ୍କ ଜଲଓ୍ଵା, ଗୁଜରାଟକୁ ତାରି ମାଟିରେ ଶୋଚନୀୟ ଭାବେ ହରାଇଲା ଦିଲ୍ଲୀ।
⭕ଇନ୍ଦୋର ବାଣ କାରଖାନାରେ ବିସ୍ଫୋରଣ: ପୋଡି ହୋଇଗଲେ ୫ ଶ୍ରମିକ।