ଓଡ଼ିଆ ବୀର ଚିତ୍ତରଂଜନଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ ଦର୍ପଣ): ଆଜି ନୟାଗଡ ଜିଲ୍ଲାପାଳ ଡା. ପୋମା ଟୁଡୁ ତାଙ୍କର ଆବାସିକ କାର୍ଯ୍ୟାଳୟରେ ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପଂଚାୟତର ପଥରପୁଂଜି ଗ୍ରାମ ଏବଂ ସୁନାଖଳା ଶ୍ରୀ ଅରବିନ୍ଦ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଓଡ଼ିଆ ବୀର ଶ୍ରୀ ଚିତ୍ତରଂଜନ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ପ୍ରଧାନ ଧ୍ୟାନ ଓ ଯୋଗ ନିମନ୍ତେ ପୁଡୁଚେରୀ ଶ୍ରୀ ମା ଓ ଶ୍ରୀ ଅରବିନ୍ଦ ଆଶ୍ରମକୁ ଯାଇଥିଲେ । ଗତ ୦୮.୦୧.୨୦୨୨ରିଖ ଅପରାହ୍ନରେ ପୁଡୁଚେରୀ ସମୁଦ୍ର ବେଳାଭୂମିରେ ବୁଲୁଥିବା ଅବସରରେ ସମୁଦ୍ର ଭିତରେ ବୁଡ଼ିଯାଉଥିବା ମହିଳା ବକ୍ସିଂ ଖେଳାଳୀ ଓ ତାଙ୍କ କୋଚ୍‌ଙ୍କୁ ଉଦ୍ଧାର କରି ଜୀବନ ବଂଚାଇଥିଲେ । ତାଙ୍କର ଏହି ସାହସିକ ପଦକ୍ଷେପକୁ ତାମିଲନାଢୁର ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ ଏବଂ ପୁଡୁଚେରୀର ବାଚସ୍ପତି ଆର. ସେଲଭମ୍ ଓଡ଼ିଶାର ବୀରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ କାର୍ଯ୍ୟକୁ ମନେପକାଇ…

Read More

ନିଜ ଜୀବନକୁ ପାଣି ଛଡାଇ ରକ୍ଷା କଲେ ଦୁଇ ଜୀବନ

ପ୍ରଶଂସା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି।ଓଡିଶା ପାଇଁ ଗୌରବ ଆଣିଲେ ଚିତରଞ୍ଜନ ରଣପୁର/ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଅସୀମ ସାହାସିକତା ପ୍ରଦର୍ଶନ ପୂର୍ବକ ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ଦୁଇ ଜୀବନ।ଏଭଳି କାର୍ଯ୍ୟ ପାଇଁ ପୁଡୁଚେରୀ ବାଚସ୍ପତି ନିଜ ବାସଭବନରେ ଚିତରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ପ୍ରଶଂସା କରିବା ସହ ଓଡ଼ିଶାର ବିଜୁ ପଟ୍ଟନାୟକ ବୋଲି କହି ଟୁଇଟ କରିଛନ୍ତି। ଓଡିଶା ପାଇଁ ଏଭଳି ଗୌରବ ଆଣିଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ପଥରପୁଞ୍ଜି ଗାଁର ୧୯ ବର୍ଷୀୟ ଯୁବକ ଚିତ୍ତରଞ୍ଜନ ପ୍ରଧାନ।ସୂଚନା ଅନୁଯାୟୀ ଚିତରଞ୍ଜନ ମେଡିଟେସନ ପାଇଁ ଯାଇଥିଲେ ପୁଦୁଚେରୀ।ପୁଦୁଚେରୀ ବେଳାଭୂମିରେ ବୁଲୁଲୁଥିବା ବେଳେ ହଠାତ ସମୁଦ୍ରରେ ତିନି ଜଣ ବୁଡ଼ି ଯାଉଥିବାର ସେ ଦେଖିବାକୁ ପାଇଥିଲେ।ସେଠାରେ ପୁଦୁଚେରୀ ପୋଲିସ ଏବଂ କୋଷ୍ଟଗାର୍ଡଙ୍କ ସମେତ ବହୁ ଦେଖଣାହାରୀ ପର୍ଯ୍ୟଟକ…

Read More

ଠକରା ବାଦ୍ୟକାରକୁ ସମ୍ମାନିତ କଲା ଅନନ୍ୟା ଫାଉଣ୍ଡେସନ୍

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରାଚୀନ କାଳର ବହୁ ଲୋକନୃତ୍ୟ, ପାରମ୍ପରିକ ବାଦ୍ୟ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ବିଭିନ୍ନ କ୍ଷେତ୍ରରୁ ପ୍ରୋତ୍ସାହନ ନ ମିଳିବା ତଥା ଏ ସବୁକୁ ନିର୍ଭର କରି ପରିବାର ପ୍ରତିପୋଷଣ କରିବା ସମ୍ଭବ ହେଉ ନଥିବାରୁ ଧୀରେ ଧୀରେ କଳାକାର ମାନେ ଅନ୍ୟ ପନ୍ଥା ଆଦରି ନେଲେଣି। ଆମ ଓଡ଼ିଶାର ଏଭଳି କିଛି ପରମ୍ପରା ବୁଡ଼ିବାକୁ ବସିଥିବା ବେଳେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଆଶାର ଆଲୋକ ନେଇ କିଛି ଯୁବ ପିଢ଼ି ଏ ଦିଗରେ ଆକୃଷ୍ଟ ହୋଇ ଆଗକୁ ଆସୁଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ଶରଣକୁଳ ଗୋଡ଼ିପଲ୍ଲୀର ନବମ ଶ୍ରେଣୀର ଛାତ୍ର ସଂଗ୍ରାମ କେଶରୀ ସ୍ୱାଇଁ। ଏତେ କୋମଳ ବୟସରୁ ଠକରା ନାମକ ଏକ ବାଦ୍ୟ ଯନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ପରିବେଷଣ କରି ସୋସିଆଲ୍ ମିଡିଆରେ ଖୁବ ପ୍ରଶଂସା ସାଉଁଟିଛନ୍ତି।…

Read More

ରାଷ୍ଟ୍ରୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ମିନି ମାରାଥନ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଷ୍ଟ୍ରୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଏକ ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷାମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାରାଥନର ଶୁଭ ଉଦଘାଟନ କରିଥିବା ବେଳେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ, ସମାଜସେବୀ ସନ୍ତୋଷ ପ୍ରଧାନ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ହ୍ୟୁମାନ ୱେଲଫେୟାର ବୋର୍ଡ ଟ୍ରଷ୍ଟର ଅଧକ୍ଷ ଶାରଦା ପ୍ରସାଦ ମହାପାତ୍ର, ଯୁବ ସମଜସେବୀ ଚିତ୍ତ ରଂଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସାହିତ୍ୟିକ ତଥା ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ମଞ୍ଚ ପରିଚାଳନା…

Read More

ଶ୍ରୀରାମକୃଷ୍ଣ-ବିବେକାନନ୍ଦ ସେବାଶ୍ରମ ତରଫରୁ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡ଼ା ରୋଡ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ କୋଭିଡ୍ ନିୟମ ପାଳନ କରି ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଆଶ୍ରମର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ସକାଳ ୧୦ଘଟିକା ସମୟରେ ସ୍ବାମୀ ବିବେକାନନ୍ଦଙ୍କ ୧୫୯ ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ଯ ଅତିଥି ଭାବେ ଟିକାତାଳ ଶ୍ରୀରାମକୃଷ୍ଣ ସେବାଶ୍ରମର ଅଧ୍ଯକ୍ଷ ଶ୍ରୀମତ୍ ସ୍ବାମୀ ଭାଗବତାନନ୍ଦ ପୁରୀ ପ୍ରଥମେ ଶ୍ରୀରାମକୃଷ୍ଣ-ବିବେକାନନ୍ଦ ସେବାଶ୍ରମର ଶୁଭ ଉନ୍ମୋଚନ କରିବା ସହିତ ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ଦାମୋଦର ସାହୁ ଯୋଗଦେଇଥିଲେ। ସ୍ବାମୀ ବିବେକାନନ୍ଦ ଥିଲେ ଭାରତବର୍ଷର ପ୍ରାଣ ଏବଂ ତାଙ୍କ ଆଦର୍ଶ ଜୀବନୀ ସମସ୍ତ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ଯ…

Read More

ଆଇନ ବ୍ୟବସ୍ଥାରେ ସହଯୋଗ ପାଇଁ ଜିଲ୍ଲାରେ ୧୮ ଜଣ ଆଇନଜୀବୀଙ୍କୁ ସରକାରୀ ନିଯୁକ୍ତି

ନୟାଗଡ଼,(ନୟାଗଡ ଦର୍ପଣ): ଆଇନ ବ୍ୟବସ୍ଥାରେ ସହଯୋଗ ପାଇଁ ଜିଲ୍ଲାରେ ୧୮ ଜଣ ଆଇନଜୀବୀଙ୍କୁ ସରକାର ନିଯୁକ୍ତ କରିଛନ୍ତି । ନୟାଗଡ଼ରେ ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ ଇନ୍ଦୁଭୂଷଣ ମିଶ୍ର, ଖଣ୍ଡପଡ଼ା ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ ମନୋଜ କୁମାର ମିଶ୍ର, ଓଡ଼ଗାଁରେ ଅତିରିକ୍ତ ଆଇନଜୀବୀ ଭାବେ ଜ୍ଞାନ ନାରାୟଣ ପାତ୍ର ଏବଂ ସୁରେନ୍ଦ୍ର କୁମାର ସେନାପତି, ନୟାଗଡ଼ ଏଡିଜେରେ ସହଯୋଗୀ ଓକିଲ ଭାବେ ସ୍ୱଦେଶ ମିଶ୍ର, ଜେଏମ୍ଏଫସି ଭାପୁର ପାଇଁ ସହଯୋଗୀ ଓକିଲ ଭାବେ କୈଳାଶ ଚନ୍ଦ୍ର ସାହୁ, ନୟାଗଡ଼ ସହକାରୀ ଆଇନଜୀବୀ ଭାବେ ବିଭୂପ୍ରସାଦ ହୋତା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଆଶୁତୋଷ ସାମନ୍ତରାୟ, ନିରଞ୍ଜନ ଦାଶ, ଚିନ୍ତାମଣୀ ରଥଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି ଭାବେ କାର୍ଯ୍ୟ ନିର୍ବାହୀ ବିଚାରପତି ଖଣ୍ଡପଡ଼ାଙ୍କ କୋର୍ଟରେ ସହକାରୀ ଓକିଲ ଭାବେ କମଳକାନ୍ତ ଦାଶ, କାର୍ଯ୍ୟ ନିର୍ବାହୀ ବିଚାରପତି ଭାପୁରଙ୍କ କୋର୍ଟରେ…

Read More

ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ, ଆଜ୍ଞାମାଳ ପହଞ୍ଚିଲା ପରେ ବଡ଼ରାଉଳ ପୀଠରେ ପୂଜାର୍ଚ୍ଚନା

ଗଣିଆ,(ନୟାଗଡ ଦର୍ପଣ): ଜଗତର ନାଥ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି। ଗଣିଆ ବ୍ଲକ ବଡ଼ମୁଳ ନିକଟସ୍ଥ ଖଳଖଳା ସେତୁ ନିକଟ ବଡ ରାଉଳ ପୀଠରେ ମଙ୍ଗଳବାର ପୂର୍ବାହ୍ନରେ ପାରମ୍ପରିକ ରୀତିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା ହୋଇଛି । ରଥ ନିର୍ମାଣ ପାଇଁ ଆବଶ୍ୟକ ରଥକାଠ କଟା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ଏକ ୪ ଜଣିଆ ସ୍ବତନ୍ତ୍ର ପ୍ରତିନିଧି ଦଳ ଆଜ୍ଞାମାଳ, ମହାପ୍ରସାଦ, ମାହାର୍ଦ୍ଦ ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ନେଇ ନୟାଗଡ଼ ଅଭିମୁଖେ ପହଞ୍ଚିଥିଲେ। ନୟାଗଡ ବନବିଭାଗ ଜରିଆରେ ସେହି ପ୍ରତିନିଧିଦଳ ମା” ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା କରିଥିଲେ । ଶ୍ରୀମନ୍ଦିର ନୀତି ବିଭାଗର ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ର ନାଥ ଦାଶ, ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ…

Read More

ଦଶପଲ୍ଲାରେ ମାତୃ ଓ ଶିଶୁ ପ୍ରଯତ୍ନ କେନ୍ଦ୍ରର ଶୁଭାରମ୍ଭ

ଦଶପଲ୍ଲା,(ନୟାଗଡ ଦର୍ପଣ): ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦୀର୍ଘ ୬ବର୍ଷ ପରେ ମାତୃ ଓ ଶିଶୁ ପ୍ରଯତ୍ନ କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି । ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ଦଶପଲ୍ଲା ସହରକୁ ନୂତନ ଏନ୍‌ଏସିର ମାନ୍ୟତା ପାଇବା ପରେ ଦଶପଲ୍ଲା ଗାନ୍ଧୀ ମଇଦାନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କରିଥିଲେ । ୭କୋଟି ୮୭ଲକ୍ଷ ୭୯ ହଜାର ୬ଶହ ଟଙ୍କାର ଏହି ପ୍ରକଳ୍ପ ବିନିମୟରେ ୪ ମହଲା ବିଶିଷ୍ଟ କୋଠାଗୃହ ନିର୍ମାଣ ହେବା ସାଙ୍ଗକୁ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ କରାଯିବ । ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଉକ୍ତ କାର୍ଯ୍ୟ ପରିଚାଳନା କରିବ । ତେବେ ଭିତ୍ତିପ୍ରସ୍ତର ୬ବର୍ଷ ପୂର୍ବରୁ ଦିଆଯାଇଥିଲେ ମଧ୍ୟ ଆବଶ୍ୟକ ଜମି ଅଧିଗ୍ରହଣ ଓ ଠିକା ପ୍ରସ୍ତାବରେ ତୃଟିଥିବା ଦର୍ଶାଇ ନ୍ୟାୟାଳୟରେ ମାମଲା…

Read More

ଗଣିଆ ବନ ବିଭାଗ ଦ୍ଵାରା ଆହତ ହରିଣ ଉଦ୍ଧାର

ଗଣିଆ,(ନୟାଗଡ ଦର୍ପଣ): ଗଣିଆ ବନାଞ୍ଚଳ ଅଧିନସ୍ଥ ବିନ୍ଧ୍ୟଗିରି ଜଙ୍ଗଲରୁ ଏକ ୨ ବର୍ଷର ମାଈ ହରିଣକୁ ଉଦ୍ଧାର କରିଛି ଗଣିଆ ବନବିଭାଗ । ସୂଚନା ମୁତାବକ, ଗଣିଆ ବନାଞ୍ଚଳ ବିନ୍ଧ୍ୟଗିରି ନିକଟରେ ଏକ ମାଈ ହରିଣକୁ ଆହତ ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଦେଖିବା ପରେ ଗ୍ରାମବସୀ ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ । ଗଣିଆ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଶିଶିର କୁମାର ସାହୁ, ଫରେଷ୍ଟ ଗାର୍ଡ ସନ୍ତୋଷ ପ୍ରଧାନ ଓ ପାରା ଷ୍ଟାଫ ପହଂଚି ଆହତ ହରିଣକୁ ଗଣିଆ ପ୍ରାଣୀ ଚିକିତ୍ସାଳୟକୁ ଆଣି ପ୍ରଥମେ ଚିକିତ୍ସା କରିଥିଲେ । ଗଣିଆ ପ୍ରାଣୀ ଚିକିତ୍ସକ ପ୍ରଦୀପ କୁମାର ସାହୁ ଆହତ ହରିଣର ଚିକିତ୍ସା କରିଥିଲେ । ହରିଣଟିର ପଛ ପାଖ ଡାହାଣ ଗୋଡ଼ର ହାଡ଼ ଭାଙ୍ଗି ଯାଇ କ୍ଷତ…

Read More

ବ୍ରାଉନ ସୁଗାର ଜବତ, ମହିଳାଙ୍କ ସମେତ ୪ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ପୁଲିସ ଦ୍ୱାରା ସିନ୍ଦୁରିଆ ଅଞ୍ଚଳରୁ ୪ଜଣ ବ୍ରାଉନସୁଗାର ବେପାରୀ ଗିରଫ ହେବା ସହ ସେମାନଙ୍କ ନିକଟରୁ ୮.୧୫୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳାଙ୍କ ସହ ଅନ୍ୟ ୩ ଜଣ ଯୁବକ ରହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଦେଉଳପଲ୍ଲୀ ଗ୍ରାମର ଜଗନ୍ନାଥ ପ୍ରଧାନ (୨୯ବର୍ଷ), ସିନ୍ଦୁରିଆ ଗ୍ରାମର ସେକ୍ ସମସେଦ୍, ସେକ୍ ଇମ୍ରାନ୍ ଅଲ୍ଲୀ ଏବଂ ମହିଳା ଜଣଙ୍କ ଇମ୍ରାନ ଅଲ୍ଲୀର ଭଉଣୀ ବୋଲି ପୁଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ମାନେ ସିନ୍ଦୁରିଆ ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ କରୁଥିବା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେମାନଙ୍କଠାରୁ ବ୍ରାଉନସୁଗାର ସହ ଦୁଇଟି ମୋଟର ସାଇକେଲ ଓ ୨୭୦୦ ଟଙ୍କା ଜବତ କରାଯାଇଛି। ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ…

Read More