ଆଇନ ବ୍ୟବସ୍ଥାରେ ସହଯୋଗ ପାଇଁ ଜିଲ୍ଲାରେ ୧୮ ଜଣ ଆଇନଜୀବୀଙ୍କୁ ସରକାରୀ ନିଯୁକ୍ତି

ନୟାଗଡ଼,(ନୟାଗଡ ଦର୍ପଣ): ଆଇନ ବ୍ୟବସ୍ଥାରେ ସହଯୋଗ ପାଇଁ ଜିଲ୍ଲାରେ ୧୮ ଜଣ ଆଇନଜୀବୀଙ୍କୁ ସରକାର ନିଯୁକ୍ତ କରିଛନ୍ତି । ନୟାଗଡ଼ରେ ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ ଇନ୍ଦୁଭୂଷଣ ମିଶ୍ର, ଖଣ୍ଡପଡ଼ା ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ ମନୋଜ କୁମାର ମିଶ୍ର, ଓଡ଼ଗାଁରେ ଅତିରିକ୍ତ ଆଇନଜୀବୀ ଭାବେ ଜ୍ଞାନ ନାରାୟଣ ପାତ୍ର ଏବଂ ସୁରେନ୍ଦ୍ର କୁମାର ସେନାପତି, ନୟାଗଡ଼ ଏଡିଜେରେ ସହଯୋଗୀ ଓକିଲ ଭାବେ ସ୍ୱଦେଶ ମିଶ୍ର, ଜେଏମ୍ଏଫସି ଭାପୁର ପାଇଁ ସହଯୋଗୀ ଓକିଲ ଭାବେ କୈଳାଶ ଚନ୍ଦ୍ର ସାହୁ, ନୟାଗଡ଼ ସହକାରୀ ଆଇନଜୀବୀ ଭାବେ ବିଭୂପ୍ରସାଦ ହୋତା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଆଶୁତୋଷ ସାମନ୍ତରାୟ, ନିରଞ୍ଜନ ଦାଶ, ଚିନ୍ତାମଣୀ ରଥଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି ଭାବେ କାର୍ଯ୍ୟ ନିର୍ବାହୀ ବିଚାରପତି ଖଣ୍ଡପଡ଼ାଙ୍କ କୋର୍ଟରେ ସହକାରୀ ଓକିଲ ଭାବେ କମଳକାନ୍ତ ଦାଶ, କାର୍ଯ୍ୟ ନିର୍ବାହୀ ବିଚାରପତି ଭାପୁରଙ୍କ କୋର୍ଟରେ ସହକାରୀ ଓକିଲ ଭାବେ ବସନ୍ତ କୁମାର ସ୍ୱାଇଁ, ନୟାଗଡ଼ ସିଭିଲ୍ କୋର୍ଟରେ ସରକାରୀ ଅଧିବକ୍ତା ଭାବେ ଦଣ୍ଡପାଣି ସ୍ୱାଇଁ, ଅତିରିକ୍ତ ସରକାରୀ ଅଧିବକ୍ତା ଭାବେ ପ୍ରଣବ କୁମାର ବିଶୋଇ ଓ ବିଜୟ କୁମାର ନାୟକଙ୍କୁ ନିଯୁକ୍ତି ମିଳିଛି । ସେହିଭଳି ଭାବେ ଓଡ଼ଗାଁ ସିଭିଲ୍ କୋର୍ଟରେ ଅତିରିକ୍ତ ସରକାରୀ ଅଧିବକ୍ତା ଭାବେ ଅମରେନ୍ଦ୍ର ସ୍ୱାଇଁର୍ଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି।

Related posts