ନୟାଗଡ଼,(ନୟାଗଡ ଦର୍ପଣ): ଆଜି ନୟାଗଡ ଜିଲ୍ଲାପାଳ ଡା. ପୋମା ଟୁଡୁ ତାଙ୍କର ଆବାସିକ କାର୍ଯ୍ୟାଳୟରେ ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପଂଚାୟତର ପଥରପୁଂଜି ଗ୍ରାମ ଏବଂ ସୁନାଖଳା ଶ୍ରୀ ଅରବିନ୍ଦ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଓଡ଼ିଆ ବୀର ଶ୍ରୀ ଚିତ୍ତରଂଜନ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ପ୍ରଧାନ ଧ୍ୟାନ ଓ ଯୋଗ ନିମନ୍ତେ ପୁଡୁଚେରୀ ଶ୍ରୀ ମା ଓ ଶ୍ରୀ ଅରବିନ୍ଦ ଆଶ୍ରମକୁ ଯାଇଥିଲେ । ଗତ ୦୮.୦୧.୨୦୨୨ରିଖ ଅପରାହ୍ନରେ ପୁଡୁଚେରୀ ସମୁଦ୍ର ବେଳାଭୂମିରେ ବୁଲୁଥିବା ଅବସରରେ ସମୁଦ୍ର ଭିତରେ ବୁଡ଼ିଯାଉଥିବା ମହିଳା ବକ୍ସିଂ ଖେଳାଳୀ ଓ ତାଙ୍କ କୋଚ୍ଙ୍କୁ ଉଦ୍ଧାର କରି ଜୀବନ ବଂଚାଇଥିଲେ । ତାଙ୍କର ଏହି ସାହସିକ ପଦକ୍ଷେପକୁ ତାମିଲନାଢୁର ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ ଏବଂ ପୁଡୁଚେରୀର ବାଚସ୍ପତି ଆର. ସେଲଭମ୍ ଓଡ଼ିଶାର ବୀରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ କାର୍ଯ୍ୟକୁ ମନେପକାଇ ଉଚ୍ଚ ପ୍ରଶଂସା କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ତେଣୁ କରି ଚିତ୍ତରଂଜନଙ୍କ ଏହି ଦୁଃସାହସିକ କାର୍ଯ୍ୟକୁ ନେଇ ସବୁଆଡୁ ପ୍ରସଂଶା ସୁଅ ଛୁଟିଥିବା ବେଳେ ଜିଲ୍ଲାପାଳ ଡା. ତୁଡୁ ମଧ୍ୟ ଚିତ୍ତରଂଜନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
Related posts
-
ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ... -
ମାଟ୍ରିକର ୮୪ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକର ୮୪ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା... -
ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ବିଲଡିଂ ଆପ ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପାଠ ଯୋଜନା, ଟ୍ରାକର, ବିଦ୍ୟାଳୟ ନିରାପତ୍ତା ଉପରେ ଗୁରୁତ୍ୱ ରଣପୁର,(ନୟାଗଡ଼...