ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ତଥା ପଞ୍ଜିକୃତ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ୧ ତାରିଖରୁ ୮ ତାରିଖ ଦୀର୍ଘ ୮ଦିନ ବ୍ୟାପି ରାଜ୍ୟସ୍ତରୀୟ ନାଟ୍ୟମେଳା ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ପ୍ରତ୍ୟହ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶୁଭମ ଫାର୍ମ ହାଉସ, ମୁକ୍ତାପୁରଠାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଧାରା ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ମାର୍ଚ୍ଚ ୧ ତାରିଖରୁ ୮ ଦିନଧରି ପ୍ରତ୍ୟେହ ସଂଧ୍ୟାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ନାଟକମାନ ଅନୁଷ୍ଠିତ ହେବ । ଏହି କ୍ରମରେ ମାର୍ଚ୍ଚ ୧ତାରିଖରେ ନାଟ୍ୟ ଚେତନା ନାଟ୍ୟଗ୍ରାମ, ଖୋର୍ଦ୍ଧା ପକ୍ଷରୁ ନାଟକ ‘କୁଆଁକୁଆଁ’, ନବୀନ ବର୍ଣ୍ଣାଳୀ ଭୁବନେଶ୍ୱର ପକ୍ଷରୁ ନାଟକ ‘ଭିନ୍ନ…
Read MoreCategory: ଗଣିଆ ବ୍ଲକ
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ
ନୟାଗଡ଼,(ନୟାଗଡ ଦର୍ପଣ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ ନିମନ୍ତେ ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ପୋଲିସ -ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ସାଧାରଣ ପର୍ଯ୍ୟବେକ୍ଷକ ଭରତ ଚନ୍ଦ୍ର ବେହେରା, ଅର୍ଥ ପର୍ଯ୍ୟବେକ୍ଷକ ଅଶୋକ କୁମାର ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମାକାନ୍ତ ମଲ୍ଲିକ ମଂଚାସୀନ ଥିଲେ। ଚଳିତ ପଂଚାୟତ ନିର୍ବାଚନରେ ନୟାଗଡ଼ ଜିଲ୍ଲାର ୧୯୪ପଂଚାୟତର ୨୯୮୮ଟି ଓାର୍ଡ ତଥା ବୁଥ୍ରେ ନିର୍ବାଚନ ଅନୁଷ୍ଠିତ ହେବ । ସେଥି ମଧ୍ୟରୁ ୪୮୩ଟି ଉତ୍ତେଜନା ପ୍ରବଣ ବୁଥ୍ । ପୋଲିସ ପ୍ରଶାସନ ପକ୍ଷରୁ ଉତ୍ତେଜନା ପ୍ରବଣ ବୁଥ ଅଂଚଳରେ ପୋଲିସ ଫ୍ଲାଗମାର୍ଚ୍ଚ ଏବଂ ପେଟ୍ରୋଲିଂ କରାଯିବା ସହିତ ନିର୍ବାଚନ ଆଚରଣ…
Read Moreକୋଭିଡ ଟୀକାକରଣ ନିମନ୍ତେ ଜିଲ୍ଲା ରେ ବୁଲିଲା ସଚେତନତା ରଥ
ନୟାଗଡ଼,(ନୟାଗଡ଼ ଦର୍ପଣ): କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟୀକାକରଣ ନିମନ୍ତେ ଜିଲ୍ଲାରେ ସଚେତନ କରିବା ଉଦ୍ଦେଶ୍ୟ ରେ ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡ୍ ର ମିଳିତ ସହଯୋଗରେ ଏକ ସଚେତନତା ରଥ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ବାହାରିଛି।ଜିଲ୍ଲା ର ବିଭିନ୍ନ ଗ୍ରାମରେ ସଚେତନତା କରିବା ଉଦ୍ଦେଶ୍ୟ ରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ ସବୁଜ ପତାକା ଦେଖାଇ ରଥ ପରିକ୍ରମା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି ଅବସର ରେ ଜିଲ୍ଲା ପ୍ରଶାସନ ଏବଂ ଆକ୍ସନଏଡ୍ ର ମିଳିତ ସହଯୋଗ ରେ ରଥ ଟି ଜିଲ୍ଲାରେ ୮ଟି ବ୍ଲକ ର ବିଭିନ୍ନ ଗ୍ରାମରେ କେ଼ାଭିଡ ସମ୍ବଧିତ୍ତ ବାର୍ତ୍ତା ପ୍ରଚାର କରିବ। ଏହି କାର୍ଯ୍ଯ କ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶଙ୍କର ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପେନ୍ଦ୍ର ନାଥ…
Read Moreସ୍କୁଲ ଖୋଲିଲେ କେଉଁ ଶ୍ରେଣୀର ପିଲା କେତେବେଳେ ପଢିବେ ପାଠ ଜାଣନ୍ତୁ
ନୟାଗଡ଼,(ନୟାଗଡ଼ ଦର୍ପଣ): କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟ ସରକାର ଆସନ୍ତା ୭ ତାରିଖରୁ ଅଷ୍ଟମ ଶ୍ରେଣୀରୁ ପିଲାମାନଙ୍କ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି। ସେହିଭଳି ଆସନ୍ତା ୧୪ ତାରିଖରୁ ମଧ୍ୟ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କେଉଁ ଶ୍ରେଣୀ ପିଲାଙ୍କ ପାଇଁ କେତେବେଳେ ସ୍କୁଲ ଖୋଲିବ, ତାହା ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୧୦ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ପାଠ ପଢା ଚାଲିବ। ସେହିଭଳି ଦଶମରୁ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ସକାଳ ୧୦ ଟା ରୁ ଅପରାହ୍ନ ୪ ଟା ଯାଏଁ ଚାଲିବ। ପୂର୍ବଭଳି ମଧ୍ୟାହ୍ନ ଭୋଜନକୁ ବନ୍ଦ ରଖାଯାଇ ଶୁଖିଲା ରାସନ ଯୋଗାଣ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି।
Read Moreଆସନ୍ତା ୭ ତାରିଖରୁ ଖୋଲିବ ସ୍କୁଲ ଏବଂ କଲେଜ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଦେଶରେ ସଂକ୍ରମଣ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଏହି ପ୍ରରିପ୍ରେକ୍ଷୀରେ ଦେଶରେ ଅନେକ ରାଜ୍ୟର ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ରାଜ୍ୟ ସରକାର ଏହାକୁ ନେଇ ଏକ ବଡ ଘୋଷଣା କରିଛନ୍ତି। ଆସନ୍ତା ୭ ତାରିଖରୁ ସ୍କୁଲ ଏବଂ କଲେଜ ଖୋଲିବ ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। କୋଭିଡ୍ କଟକଣାକୁ କଠୋର ଭାବେ ପାଳନ କରାଯାଇ ସ୍କୁଲ ଏବଂ କଲେଜ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଆସନ୍ତା ୭ ତାରିଖରୁ ୮ମ ଶ୍ରେଣୀରୁ ଉପରକୁ ସବୁ ଶିକ୍ଷାନୁଷ୍ଠାନ ଖୋଲିବ ପାଇଁ ନିଷ୍ପତ୍ତି ହୋଇଛି। ସେହିଭଳି ଫେବୃଆରୀ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ। କିନ୍ତୁ…
Read Moreନୟାଗଡ଼ର ଗର୍ବ ଶ୍ରୁତି ସୁଲଗ୍ନା, ସାରା ଦେଶରେ ୨୦ଜଣଙ୍କ ମଧ୍ୟରେ ଶ୍ରୁତି
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ଼ ପାଇଁ ଗୌରବ ଆଣିଲେ ଶ୍ରୁତି ସୁଲଗ୍ନା। ଜାତୀୟ ସ୍ତରରେ ପାଳିତ ହୋଇ ଯାଇଥିବା କନ୍ୟାଦିବସରେ ବିଭିନ୍ନ ରାଜ୍ୟରୁ ବଛାବଛା ୭୫ଜଣ ବାଳିକାଙ୍କ ମଧ୍ୟରେ ଶ୍ରେଷ୍ଠ ୨୦ ଜଣରେ ସ୍ଥାନ ପାଇଛନ୍ତି ନୟାଗଡ଼ର ଝିଅ ଶ୍ରୁତି ସୁଲଗ୍ନା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ରାଧା ମୋହନ ଜିଉ ନୋଡାଲ ଉଚ୍ଚ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ଶ୍ରୁତି ରାଜ୍ୟ ସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇ ସର୍ବଭାରତୀୟ ସ୍ତରରେ ଅଂଶ ଗ୍ରହଣ କରିବା ପାଇଁ ସୁଯୋଗ ପାଇଥିଲେ । ଏହି ଉପଲକ୍ଷେ ଗତ ୨୪ ତାରିଖରେ ନୂଆଦିଲ୍ଲୀଠାରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ଜାତୀୟ କନ୍ୟାଦିବସ ପାଳନ ଅବସରରେ ଦେଶର ବିଭିନ୍ନ ରାଜ୍ୟରୁ ବଛାବଛା ୭୫ଜଣ ବାଳିକା ଯୋଗଦାନ କରିଥିଲେ । ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ…
Read Moreନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକରେ ସରକାରୀ ବୃତ୍ତି ପରୀକ୍ଷା ୨୦୨୧ର ଫଳ ପ୍ରକାଶ ପାଇଛି।ଏହି ପରୀକ୍ଷାରେ ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଚଳିତ ବର୍ଷ ପୂର୍ବ ବର୍ଷ ଭଳି ସଫଳତାର ଶ୍ରେଷ୍ଠତ୍ୱ ହାସଲ ଲାଭ କରିଛି। ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ମେଧାବୃତ୍ତି ପରୀକ୍ଷା ଦେଇଥିବା ୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଲୋପାମୁଦ୍ରା ନାୟକ, ଅଏସକାନ୍ତ ମହାପାତ୍ର ଓ ପ୍ରିୟଂଶୁ ପ୍ରିୟମ ବିଶୋଇ ସଫଳତାର ସହ କୃତିତ୍ୱ ଲାଭ କରିଛନ୍ତି। ସେହିପରି ତୃତୀୟ ଶ୍ରେଣୀରେ ୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪ଜଣ ଯାକ ଛାତ୍ରଛାତ୍ରୀ କୃତିତ୍ୱର ସହସଫଳତା ହାସଲ କରିଛନ୍ତି । ସୁଶ୍ରୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅନ୍ୟ ୩ଜଣ ସାଇ ପ୍ରଜ୍ଞା ମିଶ୍ର, ରୁଦ୍ର ପ୍ରସାଦ ସାହୁ ଓ ଚିନ୍ମୟ ଚିରାଗ ସ୍ୱାଇଁ ମଧ୍ୟ କୃତିତ୍ୱ ଲାଭ କରିଛନ୍ତି।ସୁଶ୍ରୀ…
Read Moreସରକାରୀ ମେଧାବୃତ୍ତି ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ବାଜିମାତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକର ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା- ୨୦୨୧ ର ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ଖଣ୍ଡପଡ଼ାରୋଡ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ବାଜିମାତ କରିନେଇଛି।ବିଦ୍ଯାଳୟର ପଞ୍ଚମ ଶ୍ରେଣୀରେ ମେଧାବୃତ୍ତି ପରୀକ୍ଷା ଦେଇଥିବା ତିନି ଜଣ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ପ୍ରତିଜ୍ଞା ଦାସ ଓ ସସ୍ମିତା ସାହୁ ମେରିଟ୍ ତାଲିକାରେ ଯଥାକ୍ରମେ ନୟାଗଡ଼ ବ୍ଳକରେ ପ୍ରଥମ ଓ ୩ୟ ସ୍ଥାନ ଅଧିକାର କରିଥିଲାବେଳେ ମେରିଟ୍ କମ୍ ପଭର୍ଟି ତାଲିକାରେ ଆର୍ଯନ ଅମନ ଜେନା ବ୍ଳକରେ ୩ୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ୩ୟ ଶ୍ରେଣୀର ତିନି ଜଣ ଶିଶୁ ପରୀକ୍ଷା ଦେଇଥିଲା ବେଳେ ମେରିଟ୍ ତାଲିକାରେ ଦୁଇ ଜଣ ସଫଳତା ହାସଲ କରିଛନ୍ତି। ଶ୍ରଦ୍ଧା ସୁମନ ବ୍ଳକରେ ଦ୍ବିତୀୟ ସ୍ଥାନ…
Read Moreତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆଚରଣବିଧି ନିମନ୍ତେ ସର୍ବଦଳୀୟ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ) ଆଜି ନୟାଗଡ଼ ଡିଆରଡିଏ ପରିସରରେ ଥିବା ସୃଜନ ସଭାଗୃହରେ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମ୍ବନ୍ଧରେ ଏକ ସର୍ବଦଳୀୟ ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନକୁ କୋଭିଡ୍ ଗାଇଡ୍ ଲାଇନ ମଧ୍ୟରେ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ନିର୍ବାଚନ ପର୍ଯବେକ୍ଷକ(ସାଧାରଣ) ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ, ପଂଚାୟତ ଓ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ନିର୍ବାଚନ ପ୍ରକ୍ରିୟାରେ ସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ନିର୍ବାଚନ ପର୍ଯବେକ୍ଷକ(ଅର୍ଥ) କହିଲେ ଯେ, ନିର୍ବାଚନରେ ପ୍ରାର୍ଥୀମାନେ ସେମାନଙ୍କର ଦୈନନ୍ଦିନ ଖର୍ଚ୍ଚର ବିବରଣୀ ଏକ ରେଜିଷ୍ଟରରେ ଲିପିବଦ୍ଧ କରି ରଖିବେ । ଉକ୍ତ ରେଜିଷ୍ଟରକୁ ନିର୍ବାଚନ ମଧ୍ୟରେ ଦୁଇ ତିନିଥର ତଦାରଖ କରାଯିବ । ଏହାପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ କୋଭିଡ୍…
Read Moreଏନ.ଆଇ.ଇ.ଟି ଶିକ୍ଷା ଅନୁଷ୍ଠାନଠାରେ “ମୋ ଗାଁ, ମୋ ମାଟି” ଓ “ବାଲୁଗାଁ ଇତିହାସ” ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ବାଲୁଗାଁ ପଞ୍ଚାୟତ ଅନ୍ତର୍ଗତ ପାଣିପୋଇଲା ସ୍ଥିତ ଏନ.ଆଇ.ଇ.ଟି ଶିକ୍ଷା ଅନୁଷ୍ଠାନଠାରେ ବିଦ୍ୟା ଆଲୋକ ଚାରିଟେବୁଲ ଟ୍ରଷ୍ଟ ଓ ଭୋଳା ଫାଉଣ୍ଡେସନ ଆନୁକୂଲ୍ୟରେ ସ୍ୱର୍ଗତ ମୁରଲୀଧର ଭୋଳଙ୍କ ସ୍ମୃତିରେ “ବାଲୁଗାଁ ଇତିହାସ” ସଂପର୍କିତ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ମିଶ୍ର, ସମ୍ମାନୀତ ଅତିଥି ଭାବେ ମୈତ୍ରୀ ଯୁବ ସଂସଦ ସମ୍ପାଦକ ପ୍ରଦୀପ କୁମାର ସାହୁ ଓ ସମାଜସେବୀ ନିହାର ରଞ୍ଜନ ସ୍ୱାଇଁ ଯୋଗା ଦେଇଥିଲେ । ଏନ.ଆଇ.ଇ.ଟି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ଭୋଳ ସଭାରେ ଅଧ୍ୟକ୍ଷତା କରିଥିଲା ବେଳେ “ବାଲୁଗାଁ ଇତିହାସ”ର ରଚୟିତା ଓ ସାହିତ୍ୟିକ ତଥା ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ‘ମୋ ଗାଁ, ମୋ ମାଟି’ର ରଚନାକାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଆଇନଜୀବୀ ଶ୍ରୀଯୁକ୍ତ ମିଶ୍ର…
Read More