ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମେଧାବୀ  ଅଭିନନ୍ଦନ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକରେ ସରକାରୀ ବୃତ୍ତି ପରୀକ୍ଷା ୨୦୨୧ର ଫଳ ପ୍ରକାଶ ପାଇଛି।ଏହି ପରୀକ୍ଷାରେ ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଚଳିତ ବର୍ଷ ପୂର୍ବ ବର୍ଷ ଭଳି ସଫଳତାର ଶ୍ରେଷ୍ଠତ୍ୱ ହାସଲ ଲାଭ କରିଛି। ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ମେଧାବୃତ୍ତି ପରୀକ୍ଷା ଦେଇଥିବା ୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଲୋପାମୁଦ୍ରା ନାୟକ, ଅଏସକାନ୍ତ ମହାପାତ୍ର ଓ ପ୍ରିୟଂଶୁ ପ୍ରିୟମ ବିଶୋଇ ସଫଳତାର ସହ କୃତିତ୍ୱ ଲାଭ କରିଛନ୍ତି। ସେହିପରି ତୃତୀୟ ଶ୍ରେଣୀରେ ୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪ଜଣ ଯାକ ଛାତ୍ରଛାତ୍ରୀ କୃତିତ୍ୱର ସହସଫଳତା ହାସଲ କରିଛନ୍ତି । ସୁଶ୍ରୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅନ୍ୟ ୩ଜଣ ସାଇ ପ୍ରଜ୍ଞା ମିଶ୍ର, ରୁଦ୍ର ପ୍ରସାଦ ସାହୁ ଓ ଚିନ୍ମୟ ଚିରାଗ ସ୍ୱାଇଁ ମଧ୍ୟ କୃତିତ୍ୱ ଲାଭ କରିଛନ୍ତି।ସୁଶ୍ରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ପ୍ରଧାନ ୨୦୨୧ NRTSପରୀକ୍ଷାରେ ଓ ଶ୍ରୀମାନ ବିକ୍ରମ କେଶରୀ ମିଶ୍ର ୨୦୨୧ ପଠାଣି ସାମନ୍ତ ଗଣିତ ପ୍ରତିଭା ପରୀକ୍ଷାରେ ମଧ୍ୟ କୃତିତ୍ୱ ହାସଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର  ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ନୟାଗଡ଼ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ନୀଳାମ୍ବର ତ୍ରିପାଠୀ, ଜବାହାର ନବୋଦୟ  ବିଦ୍ୟାଳୟର ଅଧ୍ୟକ୍ଷ ଏସ.ଟି.ରେହେମାନ, ନୟାଗଡ଼ କ୍ଲଷ୍ଟର ସିଆରସିସି ଶ୍ରୀଯୁକ୍ତ ମନୋଜ କୁମାର ବେହେରା ନୟାଗଡ଼ ଜିଲ୍ଲା ପ୍ରମୁଖ ଶିକ୍ଷା ବିକାଶ ସମିତି ,ଓଡିଶା ଆଦି ଅତିଥି ବୃନ୍ଦ ଯୋଗଦାନ କରି କୃତି ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ସ୍ମୃତି ଚିହ୍ନ ପ୍ରଦାନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ପିତାମାତା, ଆଚାର୍ଯ୍ୟଆଚାର୍ଯ୍ୟା ପରିଚାଳନା ସମିତିର ସଦସ୍ୟ ବୃନ୍ଦ ଉପସ୍ଥିତ ରହିଥିଲେ।

Related posts