ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଅନୁବାଦ ସାହିତ୍ୟ ସଂଗଠନ ଆନୁକୁଲ୍ୟରେ ଅନ୍ ଲାଇନ୍ ମାଧ୍ୟମରେ ଜାତୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ କବିମାନେ ଏଥିରେ ଅଂଶଗ୍ରହଣ କରି ହିନ୍ଦୀ, ସଂସ୍କୃତ, ଓଡ଼ିଆ, ଇଂରାଜୀ ତଥା ବଙ୍ଗଳା ଭାଷାରେ ଅନ୍ୟାନ୍ୟ ଭାରତୀୟ ଭାଷାର ଅନୂଦିତ କବିତା ସହ ମୈ।ଳିକ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଅନୁବାଦକ ବିଜୟ କୁମାର ପ୍ରଧାନ ଅଧ୍ୟକ୍ଷତା କରି ଅନୁବାଦ ଏକ ସର୍ଜନାତ୍ମକ କାର୍ଯ୍ୟ ଏହାକୁ ଅନୁବାଦକ ନିଜର ବିଶିଷ୍ଟ ଜ୍ଞାନ, ଅନୁଭବ, ସାମର୍ଥ୍ୟ ଏବଂ କଳାତ୍ମକ କୌଶଳ ଦ୍ୱାରା ଲାଳିତ୍ୟପୁର୍ଣ୍ଣ ତଥା ପ୍ରଭାବଶାଳୀ କରିପରିଥାଏ, ବିଶେଷଭାବେ ବହୁଭାଷୀ ଦେଶ ପାଇଁ ଅନୁବାଦର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଭାରତୀୟ ଅନୁବାଦ ସାହିତ୍ୟ ସମଗ୍ର ଭାରତବର୍ଷର ଅନୁବାଦକଙ୍କୁ ଯୋଡିବା ସହ ଅନୁବାଦ ସାହିତ୍ୟର ବ୍ୟାପକତା ଦିଗରେ ଯତ୍ନଶୀଳ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ ଅନୁଷ୍ଠାନର ପ୍ରମୁଖ ମାର୍ଗଦର୍ଶକ ତଥା ହିନ୍ଦୀ- ଓଡ଼ିଆ ସାହିତ୍ୟର ପ୍ରତିଷ୍ଠିତ ଅନୁବାଦକ ରାଧୁ ମିଶ୍ର।

ଭାରତୀୟ ଅନୁବାଦ ସାହିତ୍ୟ ର ଆବାହକ ଭାବେ ସାହିତ୍ୟିକ ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ହିନ୍ଦୀ ଭାଷା ସାହିତ୍ୟର କବୀ ଜୟଶ୍ରୀ ଦୋରାଙ୍କ ସହ କବୀ ଓ ଆକାଶବାଣୀର ଉଦ୍ ଘୋଷିକା ମିତା ପଟ୍ଟନାୟକଙ୍କ ସଂଯୋଜନାରେ ବିଭିନ୍ନ ଭାଷାଭାଷୀ କବିମାନେ ଅନୂଦିତ ତଥା ମୌଳିକ କବିତା ପାଠ କରିଥିଲେ। ପ୍ରମୁଖ ବରିଷ୍ଠ ସାହିତ୍ୟିକମାନଙ୍କ ମଧ୍ୟରେ ଡ.ରାଜେନ୍ଦ୍ର ପାଢ଼ୀ, ଦୀନେଶ ମାଳୀ, ଡ଼.କୃଷ୍ଣକେଶବ ଷଡ଼ଙ୍ଗୀ, କନକ ମଂଜରୀ ସାହୁ, ଇପ୍ସିତା ଷଡ଼ଙ୍ଗୀ, ମଂଜୁଳା ଆସ୍ଥାନା ମହାନ୍ତି,ସୁଜାତା ପାଲ୍, ସନାତନ ମହାକୁଡ଼, ଚନ୍ଦ୍ରମା ମହାପାତ୍ର, ହରେକୃଷ୍ଣ ଦାସ, ପ୍ରିୟଦର୍ଶୀ ଚନ୍ଦନ, ଶୁଭ ନାରାୟଣ ସ୍ୱ।ଇଁ, ଡ଼.ସଂଗୀତା ରଥ, ତ୍ରିନାଥ ସିଂ ଙ୍କ ସହ ଯୁବ କବୀ ଅନନ୍ୟା ଦାଶ, ଶ୍ରଦ୍ଧାଞ୍ଜଳି ମହାନ୍ତି ଙ୍କ କାବ୍ୟ ବିଭିନ୍ନ ଭାରତୀୟ ଭାଷାର ପ୍ରତିନିଧିତ୍ଵ କରିଥିଲେ ବୋଲି ସୁସାହିତ୍ୟିକ ମିହିର ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳି କାନୁନଗୋ, ଶ୍ୟାମଳୀ ସେନଗୁପ୍ତ ପ୍ରମୁଖ ମତବ୍ୟକ୍ତ କରିଥିଲେ। ଯୁବ କବି ଓ ଅନୁବାଦକ ଭାବେ ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଅଗ୍ନିବେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।