ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଭୁକ୍ତ)ର ବନ୍ଧୁମିଳନ ଏବଂ ସମ୍ବର୍ଦ୍ଧନା ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼  ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଭୁକ୍ତ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ ବନ୍ଧୁମିଳନ ଏବଂ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ବର୍ଣ୍ଣ ଜୟନ୍ତୀ ସଭା ଗୃହରରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ପୀତବାସ ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବନ୍ଧୁମିଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଲାଠିପଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଶତପଥୀ ଯୋଗଦାନ କରିଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ସ୍ତମ୍ଭକାର ତଥା ବରିଷ୍ଠ ଶିକ୍ଷକ ଲକ୍ଷ୍ମୀଧର ସାହୁ, ଏୟୁପିଟିଏଫ ରାଜ୍ୟ ସମ୍ପାଦକ ସନ୍ତୋଷ କୁମାର ସାହୁ ଏବଂ ପ୍ରାଥମିକ ଶିକ୍ଷକ ମହାସଂଘ ଜିଲ୍ଲା ସଂଯୋଜକ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ପ୍ରମୁଖ ଯୋଗଦାନ…

Read More

ମାଇଁ ଭାରତ ଓ ସେବା ସମିତି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ମାଇଁ ଭାରତ ଓ ସେବା ଉତ୍ସବ ସମିତି ପକ୍ଷରୁ ଜିଲ୍ଲା ସ୍ଥରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତ ସରକାରଙ୍କ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ମାଇଁ ଭାରତ ନୟାଗଡ଼ ଓ  ସେବା ଉତ୍ସବ ସମିତି ମିଳିତ ଆନୁକୂଲ୍ୟରେ  ମହିଳା ଦିବସକୁ ଅସ୍ମିତା ଦିବସ ପାଳନ କରାଯାଇଛି। ଏହି ଅବସରରେ ନୟାଗଡ଼ ଖେଳ ପଡିଆ ଠାରେ ଜିଲ୍ଲାର ବିଭିର୍ଣ୍ଣ ସ୍କୁଲ ଓ କଲେଜର ଛାତ୍ରୀ ମାନେ ସାମିଲ ହୋଇଥିଲେ। ଖେଳ ଇଣ୍ଡିଆ ପକ୍ଷରୁ ଏହି ଅବସରରେ ଶହେ ମିଟର, ୨ ଶହ ମିଟର ଓ ଚାରିଶହ ମିଟରର ଦୌଡ଼ ପ୍ରତିଯୋଗିତା  ଅନୁଷ୍ଠିତ ହୋଇଥିଲା। ଏହାପାରେ ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ସାଧାରଣ ସଭା ଓ ପୁରସ୍କାର…

Read More

ନୟାଗଡ଼ରେ ଶିକ୍ଷକ ସହୀଦ ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ୦୯ ମାର୍ଚ୍ଚ, ୧୯୭୮ ଶିକ୍ଷକ ମହାସଂଘର ରାଜ୍ୟସ୍ତରୀୟ ଆନ୍ଦୋଳନରେ ଯୋଗଦେବାକୁ ଯାଉଥିବା ସମୟରେ ଟିକାତାଳ ଠାରେ ଘଟିଥିବା ମର୍ମନ୍ତୁଦ ରାସ୍ତା ଦୁର୍ଘଟଣାରେ ନୟାଗଡ଼ ଜିଲ୍ଲାର ଛ’ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହୀଦ ହୋଇଥିଲେ। ସେହି ଦିବସକୁ ଶିକ୍ଷକ ସହୀଦ ଦିବସ ଭାବରେ ନୟାଗଡ଼ କଲେଜ କାହ୍ନୁ ଚରଣ ପଟ୍ଟନାୟକ ସ୍ମୃତି ପୀଠ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି ‌। ସ୍ମାରକୀ ପୀଠରେ ପୁଷ୍ପାଞ୍ଜଳି ପୂର୍ବକ ବକ୍ତା ମାନେ ଶିକ୍ଷକ ଆନ୍ଦୋଳନର ଗୌରବମୟ ଅଧ୍ୟାୟକୁ ରୋମନ୍ଥନ କରିବା ସହିତ ଏବେ ବି କିଭଳି ଶିକ୍ଷା ବ୍ୟବସ୍ଥା କର୍ପୋରେଟ୍ ପୁଞ୍ଜିର ଦାସତ୍ୱ ସ୍ଵୀକାର କରିଛି, ଠିକାନିଯୁକ୍ତି ସହିତ ପେନସନ ସୁବିଧାର ମୂଳଛେଦ କରାଯାଇଛି, ଶାନ୍ତି ପରିବର୍ତ୍ତେ ଯୁଦ୍ଧଖୋର ଆମେରିକାର ପଦଲେହନ କରାଯାଉଛି,‌ ଏଥି…

Read More

ନୟାଗଡ଼ ଜିଲ୍ଲାରେ ପିଏମ୍ ଶ୍ରୀ ବିଦ୍ୟାଳୟ ଗୁଡ଼ିକ ପରିଦର୍ଶନ କଲେ କେନ୍ଦ୍ରୀୟ ଅଧିକାରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ  ପିଏମ୍ ଶ୍ରୀ ବିଦ୍ୟାଳୟ ଗୁଡ଼ିକ ଦୁଇ ଦିନିଆ ତଥା ତା ୦୬.୦୩.୨୦୨୬ ଠାରୁ ୦୭.୦୩.୨୦୨୬ ରିଖ ପରିଦର୍ଶନ କଲେ କେନ୍ଦ୍ରୀୟ ଅଧିକାରୀ ମନସୁର ହାସନ୍ ଖାଁ  ଜଏଣ୍ଟ ସେକ୍ରେଟାରୀ ଆଣ୍ଡ ଏଫ .ଏ,  ଡିପାର୍ଟମେଣ୍ଟ ଅଫ ୟୁଥ୍ ଆଫୀୟରସ ଆଣ୍ଡ ସ୍ପୋର୍ଟସ ଗଭରନ୍ ମେଣ୍ଟ ଅଫ ଇଣ୍ଡିଆ ଓ ରାଜ୍ୟ ଗଣଶିକ୍ଷା ସେକେଣ୍ଡାରୀ ଯୁଗ୍ମ ନିର୍ଦ୍ଦେଶକ ବିଶ୍ଵଜିତ ସାହୁ ତତସହ ଜିଲ୍ଲା ଶିକ୍ଷାଧିକାରୀ ଚିତରଞ୍ଜନ ପାଣ୍ଡେ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବନଲତା ବେହେରା ଯୋଗଦେଇଥିଲେ। ପି ଏମ୍ ଶ୍ରୀ ବିଦ୍ୟାଳୟ ଗୁଡ଼ିକରେ ସମାଜ ସଂସ୍କାର ଆଧାରିତ ଶିକ୍ଷା ତଥା କୗଶଳ ବିକାଶ ଶିକ୍ଷା, ମାନସିକ ସୁସ୍ଥତା, ଶାରୀରିକ ବିକାଶ, ଧନ୍ଦା ମୂଳକ ଶିକ୍ଷା, ଖେଳ, କଂପ୍ୟୁଟର ଓ ଅର୍ଥନୈତିକ ସଠିକ୍ ପରିଚାଳନା ,…

Read More

ଓଡ଼ଗାଁରେ ଖୋଲିଲା ନର୍ସିଂ କଲେଜ

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ କଲେଜ ରୋଡ଼୍ ମୁଖ୍ୟ ସଡ଼କ ପାର୍ଶ୍ବରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସରକାରୀ ସ୍ବୀକୃତିପ୍ରାପ୍ତ ପଦାରବିନ୍ଦ ପ୍ରତିଷ୍ଠାନ (ସ୍ୱାସ୍ଥ୍ୟ ବିଜ୍ଞାନ ଏବଂ ଗବେଷଣା କେନ୍ଦ୍ର) ର ଶୁଭ ଉଦ୍ଘାଟନ ହୋଇଯାଇଛି।ଏଥିରେ ପ୍ରତିଷ୍ଠାନର ଅଧ୍ୟକ୍ଷ ସ୍ଥିତପ୍ରଜ୍ଞା ଆଚାର୍ଯ୍ୟ  ଙ୍କ ସଭାପତିତ୍ୱ ରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଓଡ଼ଗାଁ ତହସିଲଦାର୍ ତଥା ଦଣ୍ଡାଧିକାରୀ ଡ.ମାନସରଞ୍ଜନ ଭୋଇ,ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡଃ ନିଳାଞ୍ଜନ ଦାଶ,ସ୍ୱତନ୍ତ୍ରଅତିଥି ବନପାଳ ଅଭିମନ୍ୟୁ ମଲ୍ଲିକ,ସମ୍ମାନିତ ଅତିଥି ଭାବରେ ପରିବ୍ରାଜକ ସ୍ୱାମୀ ଆତ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ଭୁବନେଶା ନନ୍ଦ ସରସ୍ୱତୀ, ନୋଟାରୀ ପ୍ରଫୁଲ୍ଲ କୁମାର ଶତପଥୀ, ରେସପ୍ଳସର ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାପାତ୍ର,ସମାଜସେବୀ ଦିବାକର ନାୟକ,ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ସାରସ ମିଶ୍ର,ଅର୍ଚ୍ଚିତା ଅପରାଜିତା ପଟ୍ଟନାୟକ, ଆଞ୍ଚଳିକ ସାଧନକେନ୍ଦ୍ର…

Read More

“ଓଡ଼ିଆ ଗୌରବ” ସମ୍ମାନରେ ସମ୍ମାନିତ ହେବେ ଆମ ନୟାଗଡ଼ର ବ୍ୟଙ୍ଗ କବି ତଥା ଅଭିନେତା ରବୀନ୍ଦ୍ର ରାଉତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆମ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ବ୍ୟଙ୍ଗ କବି ତଥା ଅଭିନେତା ରବୀନ୍ଦ୍ର ରାଉତଙ୍କୁ ମଧ୍ୟପ୍ରଦେଶ ଇନ୍ଦୋର ଠାରେ “ଇନ୍ଦୋର ପ୍ରବାସୀ ଓଡ଼ିଆ ସମାଜ” ଦ୍ୱାରା ଉତ୍କଳ ଦିବସ ଅବସରରେ “ଓଡ଼ିଆ ଗୌରବ ୨୦୨୬”  ସମ୍ମାନ ଏପ୍ରିଲ ୫ ତାରିଖରେ ସମ୍ମାନୀତ କରିବା ପାଇଁ ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇଅଛି। ରବୀନ୍ଦ୍ର ଏହା ପୂର୍ବରୁ ରାଜ୍ୟ ବାହାରେ ମୁମ୍ବାଇ ଓ ଚେନ୍ନାଇ ଠାରେ ମଧ୍ୟ ସମ୍ମାନୀତ ହୋଇଛନ୍ତି।  ନୟାଗଡ଼ ସହରତଳି ଗାଁ ମୁକ୍ତାପୁରରେ ଏକ କ୍ଷୁଦ୍ର ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ରବୀନ୍ଦ୍ର ୨୦୧୦ ମସିହାରେ ପଲି୍ଟିକାଲ ସର୍କସରେ ଭାଗନେଇ ସେହିବର୍ଷ ରାଜ୍ୟସ୍ତରରେ ବିଜୟୀ ହୋଇ ନୟାଗଡ଼ ଜିଲ୍ଲାକୁ ଗୌରାବାନ୍ୱିତ କରିଥିଲେ। ରବିନ୍ଦ୍ର ଅନେକ ଓଡ଼ିଆ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ଏହା ସହ “ବ୍ୟଙ୍ଗ କଲମ” ଭଳି ଏକ…

Read More