ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ମଡେଲ ଡିଗ୍ରୀ କଲେଜ ଓ ନୟାଗଡ଼ ସଡ଼କ ପରିବହନ ପ୍ରାଧିକରଣ ଆନୁକୂଲ୍ୟରେ ସଡ଼କ ସୁରକ୍ଷାର ସମ୍ବେଦନତା ବିଷୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସ୍ଥାନୀୟ ଏମ୍.ଭି.ଆଇ ପ୍ରକାଶ କୁମାର ଦୀପ୍ ଓ ସହକାରୀ ଆର୍.ଟି.ଓ. ସୁଶ୍ରୀ ଶ୍ରଦ୍ଧା ସାହୁ ବିଶେଷଜ୍ଞଭାବେ ଯୋଗ ଦେଇଥିଲେ। ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନଙ୍କୁ ଏମ୍.ଭି.ଆଇ. ଦୁର୍ଘଟଣାକାଳୀନ “ଗୋଲଡେନ୍ ଆୱାର”ର ବିଶେଷତ୍ବ ବିଷୟରେ ସୂଚନା ଦେଇଥିଲେ। ଛାତ୍ରଛାତ୍ରୀମାନେ ମୋଟର ଯାନ ଚଳାଇବା ସମୟରେ ଟ୍ରାଫିକ ନିୟମ ମାନିବା ସହିତ ସଡ଼କରେ ଦିଆଯାଇଥିବା ସଂକେତ ବିଷୟରେ ଜାଣିବା ପାଇଁ ଶ୍ରୀମତି ସାହୁ ବିଶେଷ ଗୁରୁତ୍ବ ଦେଇଥିଲେ। ଯୁବ ଏନ୍.ଏନ୍.ଏସ୍. ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ନାୟକ ସଭା ପରିଚାଳନା କରିବା ସହ…

Read More

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’:  ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟ୍ୟଧାରା ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ‘ପ୍ରତିଭା’ ନାଟ୍ୟ ପରିଷଦ, ଭୁବନେଶ୍ୱର ପକ୍ଷରୁ ମଞ୍ଚସ୍ଥ ହୋଇଥିଲା ସାମାଜିକ ନାଟକ ‘ଏକ ନାୟକର ମୃତ୍ୟୁ’। ସ୍ୱର୍ଗତଃ ନାରାୟଣ ଚନ୍ଦ୍ର ରାୟମହାପାତ୍ରଙ୍କ ଦ୍ୱାରା ରଚିତ ଏହି ନାଟକକୁ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ଦୀପ୍ତି ରଞ୍ଜନ ଦାଶ। ନାଟକଟି ସମାଜର ଜ୍ୱଳନ୍ତ ସମସ୍ୟା, ବେକାରୀ ଏବଂ ପ୍ରଶାସନିକ ଦୁର୍ନୀତିର ଏକ ନଗ୍ନ ଚିତ୍ରକୁ ସାମ୍ନାକୁ ଆଣିଥିବା ବେଳେ ଉପସ୍ଥିତ ଦର୍ଶକ ମାନେ ବେଶ ଭାବ ବିହ୍ଵଳ ହୋଇ ପଡ଼ିଥିଲେ । ନାଟକର ମୁଖ୍ୟ ଚରିତ୍ର ବିଶ୍ୱନାଥ ଛୋଟରାୟ, ଜଣେ ଉଚ୍ଚଶିକ୍ଷିତ କିନ୍ତୁ ବେକାର ଯୁବକ। ଅଭାବ ଅନଟନ ଭିତରେ ଗତି କରୁଥିବା ବିଶ୍ୱନାଥଙ୍କ ପାଖରେ ରୋଗଶଯ୍ୟାରେ ପଡ଼ିଥିବା ବାପାଙ୍କ ପାଇଁ ଔଷଧ କିଣିବାକୁ ମଧ୍ୟ ଅର୍ଥ ନାହିଁ। ବାପାଙ୍କ ଜୀବନ ବଞ୍ଚାଇବା…

Read More

ଓଡଗାଁ ଶ୍ରୀରଘୁନାଥ ମନ୍ଦିରରେ ନୂଆ ଓଡ଼ିଆ ଦୈନିକ ଖବରକାଗଜ “ବ୍ରେକ୍ ଟାଇମ୍ ଓଡିଶା”ର ଶୁଭାରମ୍ଭ

ଓଡଗାଁ, (ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଓଡ଼ିଶାର ଗଣମାଧ୍ୟମ ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଶ୍ରୀରଘୁନାଥ ମନ୍ଦିର ପରିସରରେ ନୂଆ ଓଡ଼ିଆ ଦୈନିକ ଖବରକାଗଜ “ବ୍ରେକ୍ ଟାଇମ୍ ଓଡିଶା” ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ମହାପ୍ରଭୁ ଶ୍ରୀରଘୁନାଥଙ୍କ କର କମଳରେ ଏହି ଖବରକାଗଜର ପ୍ରଥମ ସଂଖ୍ୟାକୁ ସମର୍ପଣ କରାଯାଇ ଶୁଭ ଉନ୍ମୋଚନ କରାଯାଇଛି। ଶ୍ରୀରାମ ନବମୀ ଭଳି ଏକ ଶୁଭ ଦିନରେ ପ୍ରଭୁଙ୍କ ଆଶୀର୍ବାଦ ନେଇ ଏହି ପତ୍ରିକାର ଯାତ୍ରା ଆରମ୍ଭ ହୋଇଛି। ଖବରକାଗଜର ମାଲିକ, ପ୍ରକାଶକ ତଥା ମୁଖ୍ୟ ସମ୍ପାଦକ ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ ମନ୍ଦିରରେ ପ୍ରଭୁଙ୍କ ଶ୍ରୀଚରଣରେ ପ୍ରଣିପାତ କରିଥିଲେ। ସେ ମହାପ୍ରଭୁଙ୍କ ନିକଟରେ ରାଜ୍ୟର ମଙ୍ଗଳ ପାଇଁ ଏବଂ ଖବରକାଗଜର ସଫଳତା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ଖବରକାଗଜଟି ସମାଜର ପ୍ରକୃତ…

Read More

ଓଡ଼ିଆ ନାଟ୍ୟ ପରମ୍ପରା ରେ ନୟାଗଡ଼ ଅବଦାନ ଅତୁଳନୀୟ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ନାଟ୍ୟ ସଂଘ, ନୟାଗଡ଼ ଜିଲ୍ଲା ଶାଖା ତରଫରୁ ନୟାଗଡ଼ର ସମସ୍ତ ନାଟ୍ୟ ଅନୁଷ୍ଠାନ,ନାଟ୍ୟକର୍ମୀ ଓ ନାଟ୍ୟପ୍ରେମୀ ମାନଙ୍କୁ ନେଇ ପାଳିତ ହୋଇଯାଇଛି “ବିଶ୍ୱ ନାଟ୍ୟ ଦିବସ”। ଜିଲ୍ଲା ସଂଯୋଜକ ତଥା ଅଭିନେତା କାମାକ୍ଷା ପ୍ରସାଦ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟ ନିର୍ଦ୍ଦେଶକ ଗଦାଧର ନନ୍ଦ, ନାଟ୍ୟକାର ବିଶ୍ୱନାଥ ମହାପାତ୍ର, ନାଟ୍ୟ ସଂଗୀତ ନିର୍ଦ୍ଦେଶକ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ କଣ୍ଠଶିଳ୍ପୀ ସୁର ଗନ୍ଧର୍ବ ନବକିଶୋର ମିଶ୍ର, ନାଟ୍ୟ ସମୀକ୍ଷକଙ୍କ ସୁଶାନ୍ତ କୁମାର ପଣ୍ଡା, ଓଡ଼ିଶା ନାଟ୍ୟ ସଂଘର ସଦସ୍ୟ ତଥା ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ବକ୍ତା ଭାବେ ଯୋଗଦେଇ ବିଶ୍ୱ ନାଟ୍ୟ ଦିବସ ପାଳନର ଉପାଦେୟତା ଏବଂ ନୟାଗଡ଼ ନାଟକର ଓଡ଼ିଆ ନାଟକ କୁ ଅବଦାନ ଉପରେ ଆଲୋକପାତ…

Read More

ନୟାଗଡ଼ ବାର୍ ଆସୋସିଏସନ୍ ନିର୍ବାଚନ: ପୁଣି ଥରେ ସଭାପତି ଭାବେ ରଣଜିତ୍ ଦାଶ ଓ ସମ୍ପାଦକ ଭାବେ ସ୍ୱଦେଶ ମିଶ୍ର ନିର୍ବାଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓକିଲ ସଂଘର ବହୁ ପ୍ରତିକ୍ଷିତ ନିର୍ବାଚନ ଶେଷ ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବରେ ଶ୍ରୀଯୁକ୍ତ ରଣଜିତ୍ ଦାଶ ଏବଂ ସମ୍ପାଦକ ଭାବରେ ଶ୍ରୀଯୁକ୍ତ ସ୍ୱଦେଶ ମିଶ୍ର ପୁନର୍ବାର ବିଜୟୀ ହୋଇଛନ୍ତି। ସଙ୍ଘର ସଦସ୍ୟମାନେ ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପୁଣିଥରେ ଭରସା ପ୍ରକଟ କରିଛନ୍ତି। ଆଗାମୀ ଦିନରେ ସଂଘର ଉନ୍ନତି ଓ ଆଇନଜୀବୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ ଉଭୟ ସଭାପତି ଓ ସଂପାଦକଙ୍କ ପ୍ରୟାସ ଜାରି ରହୁ।

Read More

ନୟାଗଡ଼ରେ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କ ସମୀକ୍ଷା: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାରେ ଚାଲିଥିବା ବିଭିନ୍ନ ସରକାରୀ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ (ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଅବକାରୀ ବିଭାଗ) ଭାସ୍କର ଜ୍ୟୋତି ଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ କରିଛନ୍ତି। ଜିଲ୍ଲାପାଳ ମଧୁମିତା ରଥଙ୍କ ସହ ମିଶି ସେ ଦଶପଲ୍ଲା ଓ ଆଖପାଖ ଅଞ୍ଚଳର ଏକାଧିକ ପ୍ରକଳ୍ପ ସମୀକ୍ଷା କରିଛନ୍ତି। ସଚିବ ଶ୍ରୀ ଶର୍ମା ଟାଙ୍ଗିଆପଲ୍ଲୀ ଆଶ୍ରମ ବିଦ୍ୟାଳୟ, ଆହାର କେନ୍ଦ୍ର, ଜୋତା ନିର୍ମାଣ ୟୁନିଟ୍ ଏବଂ ବହୁମୁଖୀ ଭବନ ପରିଦର୍ଶନ କରି କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ଦଶପଲ୍ଲା ଏନଏସି ଅଞ୍ଚଳର ହରିଡ଼ାବାଡି ଅଙ୍ଗନବାଡି କେନ୍ଦ୍ର ଓ ଟାକେରା ପାୱାର ସବ୍‌ଷ୍ଟେସନ୍ ସ୍ଥଳ ବୁଲି ଦେଖିଥିଲେ। ଏହି ସମୟରେ ଏଡିଏମ ବିଜୟାନନ୍ଦ ନାୟକ, ସିଡିଓ ଲଗ୍ନଜିତ…

Read More

ରଘୁନାଥ ହସକ୍ଳବର ନୂତନ କର୍ମକର୍ତ୍ତା ଚୟନ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ରଘୁନାଥ ହସକ୍ଳବ୍ ଓଡ଼ଗାଁରେ ବରିଷ୍ଠ ସଭ୍ୟ ତଥା ପୂର୍ବତନ ସଭାପତି ବସନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସମସ୍ତ ୫୪ଜଣ ସଭ୍ୟ ଉପସ୍ଥିତ ଥିଲେ। ୨୦୨୫-୨୬ର ଆୟବ୍ୟୟ ହିସାବ ଦେବାପରେ ଶ୍ରୀଯୁକ୍ତ ମିଶ୍ର ଉକ୍ତ କମିଟି କୁ ରଦ୍ଦ କରିଥିଲେ ଏବଂ ମନୋନୟନ କରି ନୂତନ କର୍ମକର୍ତ୍ତା ଗଠନ ପାଇଁ ପ୍ରସ୍ତାବ ଆଗତ କରିଥିଲେ।ପ୍ରସ୍ତାବକ ଏବଂ ସମର୍ଥକ ଙ୍କ ଉପସ୍ଥିତିରେ ସଭାପତି ରୂପେ ପ୍ରମୋଦ ଦୋରା, ଉପସଭାପତି ବେଣୁଧର ପଣ୍ଡା, ସମ୍ପାଦକ ନିରଞ୍ଜନ ସାହୁ, ସହସମ୍ପାଦକ ଭାଗିରଥି କର, କୋଷାଧ୍ୟକ୍ଷ ଶେଷଦେବ ସାହୁ, ଉପଦେଷ୍ଟା ସୋମନାଥ ସାହୁ ଓ ସୁବାସ ଚନ୍ଦ୍ର ପାତ୍ର, କାର୍ଯ୍ୟନିର୍ବାହୀ ସଭ୍ୟ ରୂପେ ଶରତ ବସନ୍ତରା, ଅଖିଳ ନାଥ ମିଶ୍ର, ଜଗଦୀଶ ମିଶ୍ର, ଭଗବାନ ସେଠୀ ୨୦୨୬-୨୭ ବର୍ଷ ପାଇଁ ମନୋନୀତ ହୋଇଥିଲେ।…

Read More

ଶିକ୍ଷା ବର୍ଷ  ୨୦୨୬-୨୭ ପାଇଁ ଶିଶୁ ବାଟିକା ପିଲାଙ୍କୁ ଜିଲ୍ଲାପାଳଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିକଶିତ ଓଡ଼ିଶା ଗଠନ ପାଇଁ ଗୁଣାତ୍ମକ ଶିକ୍ଷା ନିତାନ୍ତ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ  ଶିଶୁ ବାଟିକାରେ ୫ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ପାଇଁ ଆସନ୍ତା ଅପ୍ରେଲ ୨ ତାରିଖରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଆୟୋଜିତ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ପଶ୍ଚିମ ଟାଉନ୍ ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକାରେ ନାମ ଲେଖାଇବା ପାଇଁ ଏମ୍ ଆଇ କଲୋନୀର ପିଲାମାନଙ୍କୁ ଜିଲ୍ଲାପାଳ ମଧୁମିତା ରଥ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଅଭିଭାବକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ପିଲାମାନଙ୍କୁ ବିଦ୍ୟାଳୟରେ ନାମଲେଖାଇବା ପାଇଁ ପ୍ରୋତ୍ସାହିତ କରିବା ସହିତ ପିଲାମାନଙ୍କୁ…

Read More

କିଡଜି ପ୍ରି ସ୍କୁଲର ୧ମ ବାର୍ଷିକ ଉତ୍ସବ ‘ଫାଣ୍ଟାସିଆ’ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ୍ ଥାନା ନିକଟରେ ଅବସ୍ଥିତ କିଡଜି ପ୍ରି ସ୍କୁଲର ୧ତମ ବାର୍ଷିକ ଉତ୍ସବ  “ଫାଣ୍ଟାସିଆ”  ଗତ କାଲି ପଠାଣି ସାମନ୍ତ ସଂସ୍କୃତି ଭବନ ପରିସର ରେ ମହା ସମୋରୋହ ରେ ପାଳିତ ହେଇଯାଇଛି । ଉତ୍ସବରେ  ସ୍କୁଲ ର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ  ଶ୍ରୀଯୁକ୍ତ ଅବିନାଶ ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ପୌରପରିଷଦ ର ଅଧକ୍ଷା ଶ୍ରୀମତୀ ନିରୁପମା ଖଟେଇ  ଓ ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଏମ. ଡି  ଉମର ମଲ୍ଲିକ ଯୋଗଦେଇଥିଲେ ଏବଂ ସ୍କୁଲ୍ ର ମୁଖ୍ୟ ପରି ଚାଳିକ ଶ୍ରୀମତୀ ପ୍ରିୟଙ୍କା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ  । ଅନୁଷ୍ଠିତ ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ବାର୍ଷିକ ପ୍ରତିଯୋଗିତା ଗୁଡ଼ିକର କୃତି  ପୁରସ୍କାର ପ୍ରଦାନ କରାଯାଇଥିଲା…

Read More

ନୟାଗଡ଼ ଜିଲ୍ଲାର ସମସ୍ତ ସରକାରୀ/ଘରୋଇ ହସ୍ପିଟାଲରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଉ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲର ଅନ୍ୟାନ୍ୟ ଘରୋଇ ଚିକିତ୍ସାଳୟ ଗୁଡିକରେ ରୋଗୀମାନଙ୍କ ବିଶେଷ ସୁରକ୍ଷା ପାଇଁ ଅଗ୍ନିଶମ ନିରାପତ୍ତା ସମ୍ପର୍କିତ ଆବଶ୍ୟକୀୟ ପ୍ରମାଣପତ୍ର ଅଛି କି ନାହିଁ ନୟାଗଡ଼ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ପ୍ରାପ୍ତ କରାଯିବା ସହିତ ଜିଲ୍ଲାର ସମସ୍ତ ଲାଇସେନ୍ସ ପ୍ରାପ୍ତ ଘରୋଇ ଚିକିତ୍ସାଳୟ ଗୁଡିକରେ ଅଗ୍ନିନିରାପତ୍ତା ପ୍ରମାଣପାତ୍ର କଡାକଡି ଉପଲବ୍ଧ କରାଯାଉ। ନଚେତ ସମ୍ପୃକ୍ତ ଘରୋଇ ହସ୍ପିଟାଲ ଗୁଡ଼ିକରୁ ଆୟୁଷ୍ମାନ ଯୋଜନା ଅନ୍ତର୍ଭୁକ୍ତ ରୋଗୀ ଚିକିତ୍ସା ବ୍ୟବସ୍ଥା ବନ୍ଦ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ସଭାପତି ରଣଜିତ ଦାଶ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗଙ୍କୁ ଟୁଇଟ କରି ଦାବୀ କରିଛନ୍ତି।

Read More