ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ମଡେଲ ଡିଗ୍ରୀ କଲେଜ ଓ ନୟାଗଡ଼ ସଡ଼କ ପରିବହନ ପ୍ରାଧିକରଣ ଆନୁକୂଲ୍ୟରେ ସଡ଼କ ସୁରକ୍ଷାର ସମ୍ବେଦନତା ବିଷୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସ୍ଥାନୀୟ ଏମ୍.ଭି.ଆଇ ପ୍ରକାଶ କୁମାର ଦୀପ୍ ଓ ସହକାରୀ ଆର୍.ଟି.ଓ. ସୁଶ୍ରୀ ଶ୍ରଦ୍ଧା ସାହୁ ବିଶେଷଜ୍ଞଭାବେ ଯୋଗ ଦେଇଥିଲେ। ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନଙ୍କୁ ଏମ୍.ଭି.ଆଇ. ଦୁର୍ଘଟଣାକାଳୀନ “ଗୋଲଡେନ୍ ଆୱାର”ର ବିଶେଷତ୍ବ ବିଷୟରେ ସୂଚନା ଦେଇଥିଲେ। ଛାତ୍ରଛାତ୍ରୀମାନେ ମୋଟର ଯାନ ଚଳାଇବା ସମୟରେ ଟ୍ରାଫିକ ନିୟମ ମାନିବା ସହିତ ସଡ଼କରେ ଦିଆଯାଇଥିବା ସଂକେତ ବିଷୟରେ ଜାଣିବା ପାଇଁ ଶ୍ରୀମତି ସାହୁ ବିଶେଷ ଗୁରୁତ୍ବ ଦେଇଥିଲେ। ଯୁବ ଏନ୍.ଏନ୍.ଏସ୍. ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ନାୟକ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରବର୍ତ୍ତୀ ସମୟରେ ଏନ୍.ଏନ୍.ଏସ୍. ସ୍ବେଚ୍ଛାସେବୀମାନେ ମହାବିଦ୍ୟାଳୟ ସମ୍ମୁଖରେ ଅବସ୍ଥିତ ନୟାଗଡ଼-ରଣପୁର ରାସ୍ତାରେ ଦୁଇ ଚକିଆ ଯାନ ଚାଳକମାନଙ୍କୁ ହେଲମେଟ୍ ପରିଧାନ, ଦ୍ରୁତ ଗତିରେ ଗାଡ଼ି ଚାଳନା ନକରିବା ପାଇଁ ପ୍ରବର୍ତ୍ତାଇଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଗୌରମୋହନ ସାହୁ, ଡକ୍ଟର ସନ୍ତୋଷ କୁମାର ବେହେରା, ରୀନାବାଳା ଘଡ଼େଇ, ଡକ୍ଟର ସୁନୀଲ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Related posts