ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ପ୍ରଶାସନ ଓ ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖାର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ଓଡିଶା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ବସିରିନି ବିବିଙ୍କ ସଭାପତିତ୍ବରେ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ବିଶିଷ୍ଟ ଅତିଥି ଜିଲ୍ଲାପାଳ ମଧୁମିତା ରଥ, ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ, ଓ ଆଲୋଚକ ଭାବେ ଶରତ ଚନ୍ଦ୍ର ଆଚାର୍ଯ୍ୟ, ମହମ୍ମଦ ଉମାର ମାଲିକ ଓ ହାଡ଼ିବନ୍ଧୁ ମହାଖୁଡ ପ୍ରମୁଖ ଉପସ୍ଥିତ ରହି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୃଷ୍ଠ ଭୂମି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହାକୁ କୁଇଜ୍ ମାଷ୍ଟର ଚନ୍ଦ୍ରବିଜୟୀ ମିଶ୍ର ପରିଚାଳନା କରିଥିଲେ ଓ ବିଜେତାଙ୍କୁ ଉତ୍କଳ ସମ୍ମିଳନୀ ନୟାଗଡ ଶାଖା ପକ୍ଷରୁ ପୁରସ୍କୃତ କରାଯାଇଥିଲା । ସଭା ଆରମ୍ଭ ପୂର୍ବରୁ “ମୁଁ ଓଡ଼ିଆ ଝିଅ” ନୃତ୍ୟ ପରିବେଷଣ କରିଥିଲେ ବରପଲ୍ଲି ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ । ତିଥି ମାନେ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅନୁଷ୍ଠାନର ସଂପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ପରିଶେଷରେ ଅନୁଷ୍ଠାନର ଉପସଭାପତି ଅରୁଣ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କବି ଗୋପୀନାଥ ସେଠୀ ଓ ଅଧ୍ୟାପିକା ନିଳୀମା ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତି ରହି ଉତ୍ସବକୁ ସଫଳ କରିଥିଲେ ।ଉତ୍କଳ ସମ୍ମିଳନୀ ନୟାଗଡ ସଭ୍ୟ ଗୋକୁଳ କୁମାର ଷଡ଼ଙ୍ଗୀ, ପ୍ରଫୁଲ୍ଲ କୁମାର ନାୟକ, ପ୍ରଦୀପ ସାହୁ, ପ୍ରଭାସିନୀ ବରାଡ, ସୁଜାତା ତ୍ରିପାଠୀ, ମଣିମାଳା ପାଣିଗ୍ରାହୀ, ମମତା ମଞ୍ଜରୀ ଦେବୀ, ଜ୍ଞାନ ପ୍ରକାଶ ବାରିକ, କାମାକ୍ଷା ପ୍ରସାଦ ଦାଶ, ଶ୍ରୀଧର ସାହୁ, ଉର୍ମିଳା ମିଶ୍ର, ସବିତା ଶୁକ୍ଳା
ନୟାଗଡରେ ଓଡ଼ିଶା ଦିବସ ପାଳିତ
